୧୫ଶ ଲୋକ ସଭା

ଉଇକିପିଡ଼ିଆ‌ରୁ

ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୫ଶ ଲୋକ ସଭାକୁ ୨୦୦୯ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୨୨ ମଇ ୨୦୦୯ରୁ ୧୮ ମଇ ୨୦୧୪ । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୧୮ ମଇ ୨୦୧୪ରେ ଏହି ଲୋକ ସଭାର ଭଙ୍ଗ କରିଥିଲେ ।[୧] ଭାରତୀୟ ଜାତୀୟ କଂଗ୍ରେସ ଏହି ଲୋକ ସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିଲା ଏବଂ ପୂର୍ବ ନିର୍ବାଚନଠାରୁ ୪୪ଟି ଅଧିକ ଅସନରେ ବିଜୟୀ ହୋଇଥିଲା । ଏହାର ପରବର୍ତ୍ତୀ ୧୬ଶ ଲୋକ ସଭା, ୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ପରେ ଗଠନ ହୋଇଥିଲା ।

୧୫ଶ ଲୋକ ସଭାରେ କଂଗ୍ରେସ ଦଳର ପ୍ରତିନିଧ ମନମୋହନ ସିଂହ ପୁଣିଥରେ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଲେ ଏବଂ ଏହି ଲୋକ ସଭାରେ ଅର୍ଥ ଏବଂ ଅନୁମୋଦନ ବିଲ୍‌କୁ ଛାଡ଼ି ସମୁଦାୟ ୨୨୨ଟି ବିଲ ପାରିତ ହୋଇଥିଲା । ପୂର୍ବ ଲୋକ ସଭାରେ ପାରିତ ହୋଇଥିବା ବିଲ ଭିତରେ ସମୁଦାୟ ୧୬୫ଟି ବିଲ ଗୃହରେ ପାରିତ ହୋଇଥିଲା ।[୨]

୨୦୦୯ ଭାରତୀୟ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୧୪ ଜଣ ସଭ୍ୟ ୧୫ଶ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।[୩]

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ[ସମ୍ପାଦନା]

  • ବାଚସ୍ପତି
    • ମୀରା କୁମାର, ଭାରତୀୟ ଜାତୀୟ କଂଗ୍ରେସ
  • ଉପ-ବାଚସ୍ପତି:
  • ଅଧକ୍ଷ:
    • ସୁଶୀଲ କୁମାର ସିନ୍ଧେ, କଂଗ୍ରେସ
  • ବିରୋଧୀ ଦଳ ନେତା:
    • ସୁଷମା ସ୍ୱରାଜ, ବିଜେପି
  • ମହା ସଚିବ:
    • ପି.ଡି.ଟି. ଆଚାର୍ଯ୍ୟ
    • ଟି.କେ. ବିଶ୍ୱନାଥନ

ଆଧାର[ସମ୍ପାଦନା]

  1. http://economictimes.indiatimes.com/news/politics-and-nation/president-pranab-mukherjee-dissolves-15th-lok-sabha/articleshow/35311247.cms
  2. http://www.thehindu.com/news/national/a-legislative-history-of-the-15th-lok-sabha/article5677499.ece
  3. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.

ବାହାର ଆଧାର[ସମ୍ପାଦନା]