ପ୍ରାଥମିକ ବଜାର

ଉଇକିପିଡ଼ିଆ‌ରୁ

ପ୍ରାଥମିକ ବଜାର ହେଉଛି କ୍ୟାପିଟାଲ ମାର୍କେଟର ଗୋଟିଏ ଅଂଶ ଯେଉଁଥିରେ ନୂଆ ପୁଞ୍ଜି ପ୍ରଡକ୍ଟ ପ୍ରକାଶନ ହୋଇଥାଏ ଏବଂ ପରେ ଏହା ନିବେଶକାରୀମାନଙ୍କୁ ସିଧାସଳଖ ଭାବେ ପ୍ରକାଶନକାରୀଙ୍କଠାରୁ ହସ୍ତାନ୍ତରଣ ହୋଇଥାଏ । ନିବେଶକାରୀମାନେ ଏହି ବଜାରରୁ ଏହି ଭଳି ପୁଞ୍ଜି ପ୍ରଡକ୍ଟ କିଣନ୍ତି ଯାହା ପୂର୍ବରୁ କେବେ ଟ୍ରେଡ଼ ବା କିଣାବିକା ହୋଇନଥାଏ । ଏହି ବଜାର ଦୀର୍ଘକାଳୀନ ପ୍ରଡକ୍ଟ କରିଥାଏ ଯାହାଦ୍ୱାରା କର୍ପୋରେଟଗୁଡ଼ିକ କ୍ୟାପିଟାଲ ମାର୍କେଟରୁ ଅର୍ଥ ଲାଭ କରିପାରନ୍ତି । [୧][୨][୩]


ଧାରଣା[ସମ୍ପାଦନା]

ପ୍ରାଥମିକ ବଜାରରେ ବଣ୍ଡ ପ୍ରକାଶନ କିମ୍ବା ଆଇପିଓ (Initial Public Offering)ଦ୍ୱାରା ଶେୟାରଦ୍ୱାରା କମ୍ପାନୀ, ସରକାର କିମ୍ବା ସାର୍ବଜନିକ କ୍ଷେତ୍ରୀୟ ସଂସ୍ଥାଗୁଡିକ ପୁଞ୍ଜି ସଂଗୃହିତ କରନ୍ତି ।[୧][୪]

ଯେହେତୁ ପୁଞ୍ଜି ପ୍ରଡକ୍ଟଗୁଡିକୁ କମ୍ପାନୀ ନିବେଶକାରୀମାନଙ୍କୁ ପ୍ରଦାନ କରିଥାଏ, କମ୍ପାନୀ ସିଧାସଳଖ ଅର୍ଥ ଲାଭ କରେ ।

ଥରେ ପ୍ରକାଶିତ ହୋଇସାରିଲାପରେ ପୁଞ୍ଜି ପ୍ରଡକ୍ଟଗୁଡ଼ିକ ମାଧ୍ୟମିକ ବଜାର ଯଥା ଷ୍ଟକ ଏକ୍ସଚେଞ୍ଜ, ବଣ୍ଡ ବଜାର କିମ୍ବା ଡେରିଭେଟିଭ ଏକ୍ସଚେଞ୍ଜଗୁଡିକରେ ଟ୍ରେଡ଼ ହୋଇଥାଏ । [୧]

ପୁଞ୍ଜି ଏକତ୍ରଣ[ସମ୍ପାଦନା]

ତିନି ପ୍ରକାର ବାଟରେ କର୍ପୋରେଟ ସଂସ୍ଥାଗୁଡିକ ପ୍ରାଥମିକ ବଜାରରୁ ପୁଞ୍ଜି ଏକତ୍ରଣ କରିପାରନ୍ତି:[୩]

  1. ପବ୍ଲିକ ଇସ୍ୟୁ - ଗୋଟିଏ ଷ୍ଟକ ଏକ୍ସଚେଞ୍ଜ ପୁଞ୍ଜି ପ୍ରଡକ୍ଟଗୁଡିକୁ ପ୍ରକାଶିତ କରେ ଏବଂ କର୍ପୋରେଟଗୁଡିକ ଆଇପିଓଦ୍ୱାରା ଅର୍ଥଲାଭ କରନ୍ତି ।
  2. ରାଇଟ୍ସ ଇସ୍ୟୁ - ପୂର୍ବରୁ ଥିବା ଶେୟାରହୋଲଡ଼ରମାନଙ୍କୁ ରିହାତି ଦରରେ ଅଧିକ ଶେୟାର ଦେବା
  3. ପ୍ରିଫରେନସିଆଲ ଆଲଟମେଣ୍ଟ - ଗୋଟିଏ କର୍ପୋରେଟ ବର୍ତ୍ତମାନର ମୂଲ୍ୟ ହିସାବରେ ବା ନହିସାବରେ ଶେୟାର ଦେଇପାରେ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Staff, Investopedia (2003-11-25). "Primary Market". Investopedia (in ଆମେରିକୀୟ ଇଂରାଜୀ). Retrieved 2018-10-20.
  2. "What Is A Primary Market: Meaning and Definition" (in ଇଂରାଜୀ). Retrieved 2018-10-20.
  3. ୩.୦ ୩.୧ "Primary Market - How New Securities are Issued to the Public". Corporate Finance Institute (in ଆମେରିକୀୟ ଇଂରାଜୀ). Retrieved 2018-10-20.
  4. "What is Primary Market ? - Definition and Meaning". World Finance (in ଆମେରିକୀୟ ଇଂରାଜୀ). Retrieved 2018-10-20.[permanent dead link]