ବୋଭାଇନ ସ୍ପୋଞ୍ଜିଫର୍ମ ଏନ‌କେଫାଲୋପାଥି

ଉଇକିପିଡ଼ିଆ‌ରୁ
ବୋଭାଇନ ସ୍ପୋଞ୍ଜିଫର୍ମ ଏନ‌କେଫାଲୋପାଥି (Bovine spongiform encephalopathy)
Mad cow disease
ବୋଭାଇନ ସ୍ପୋଞ୍ଜିଫର୍ମ ଏନ‌କେଫାଲୋପାଥି ରୋଗ‌ଗ୍ରସ୍ତ ଏକ ଗାଈ ଯିଏ ଠିଆ ହେବାକୁ ଅକ୍ଷମ (lost its ability to stand)
ବିଭାଗପଶୁ ଚିକିତ୍ସା (Veterinary medicine)
ଲକ୍ଷଣପରିବର୍ତ୍ତିତ ବ୍ୟବ‌ହାର, ଚାଲି ସମସ୍ୟା, ଓଜନ ହ୍ରାସ, ଘୁଞ୍ଚିବା ଅକ୍ଷମତା [୧]
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୪-୫ ବର୍ଷ ପରେ [୨]
କାରଣଏକ ପ୍ରକାର ପ୍ରିଅନ (prion)[୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ମସ୍ତିଷ୍କ ପରୀକ୍ଷା [୧]
ପ୍ରତିକାରବୟସ୍କ ପଶୁମାନଙ୍କୁ ଖାଦ୍ୟ ଯୋଗାଣ ସ୍ଥାନ‌କୁ ଯିବାକୁ ନ ଛାଡ଼ିବା, କେତେକ ପଶୁ ଖାଦ୍ୟ ନ‌ଦେବା । [୪]
Prognosisକିଛି ସପ୍ତାହରୁ କିଛି ମାସ ମଧ୍ୟରେ ମୃତ୍ୟୁ [୨]
ପୁନଃପୌନିକ୪ କେଶ୍ (୨୦୧୭)[୧]

ବୋଭାଇନ ସ୍ପୋଞ୍ଜିଫର୍ମ ଏନ‌କେଫାଲୋପାଥି (ଇଂରାଜୀ ଭାଷାରେ Bovine spongiform encephalopathy/ BSE, ସାଧାରଣରେ ଜଣାଶୁଣା ନାମ ମ୍ୟାଡ କାୱ ଡିଜିଜ ବା ପାଗଳା ଗାଈ ରୋଗ) ଏକ ସ୍ନାୟୁ କ୍ଷୟକାରି ରୋଗ (neurodegenerative disease) ଗୋଜାତି (cattle) ରୋଗ ।[୨] ଏହି ରୋଗରେ ପରିବର୍ତ୍ତିତ ବ୍ୟବ‌ହାର, ଚାଲି ସମସ୍ୟା, ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ ।[୧] ପରେ ଚଳପ୍ରଚଳ ଓ ଘୁଞ୍ଚିବା ଅକ୍ଷମତା ଦେଖାଯାଏ । [୧] ଇନ‌କ୍ୟୁବେସନ (time between infection and onset of symptoms) ସମୟ ପ୍ରାୟ ୪ରୁ ୫ ବର୍ଷ ।[୨] ଲକ୍ଷଣ ଦେଖାଯିବା ପରଠାରୁ କିଛି ସପ୍ତାହରୁ କିଛି ମାସ ମଧ୍ୟରେ ମୃତ୍ୟୁ ହୁଏ ।[୨] ମଣିଷକୁ ଏହାର ଭାରିଆଣ୍ଟ କ୍ରଜଫେଲ୍ଟ ରୋଗ (variant Creutzfeldt–Jakob disease/ vCJD) ଯୋଗୁ ହୁଏ ।[୩] ସନ ୨୦୧୮ ସୁଦ୍ଧା ପୃଥିବୀରେ ୨୩୧ ରୋଗୀ ଚିହ୍ନଟ ହୋଇଥିଲେ ।[୫]

ଏକ ପ୍ରକାର ମିସଫୋଲ୍ଡେଡ ପ୍ରୋଟିନ, ନାମ ପ୍ରିଅନ (prion) ଯୋଗୁ ଏହି ରୋଗ ହୁଏ ।[୩] ସ୍ୱତଃ ରୋଗ‌ଗ୍ରସ୍ତ ହୋଇଥିବା ଯନ୍ତୁ ବା ସ୍କ୍ରାପି ସଂକ୍ରମିତ ମେଣ୍ଢାରୁ ତିଆରି ହୋଇଥିବା ସଂକ୍ରମିତ ମାଂସ ଓ ହାଡ଼ ଖାଦ୍ୟ ଖାଇଲେ ଏହି ରୋଗ ହେଉଥିବା ସନ୍ଦେହ କରାଯାଏ ।[୩] ଏହି ମାଂସ ଓ ହାଡ଼ ଖାଦ୍ୟ ଖାଦ୍ୟ ପୋଷା ଗାଈମାନଙ୍କୁ (dairy cows) ଦିଆହେବା ଯୋଗୁ ସଂଯୁକ୍ତ ରାଷ୍ଟ୍ରରେ ମଡ଼କ ପଡ଼ିଥିଲା ।[୩][୬] ଲକ୍ଷଣ ଦେଖି ସନ୍ଦେହ କରାଯାଏ ଓ ମସ୍ତିଷ୍କ ପରୀକ୍ଷା କରି ରୋଗ ନିଶ୍ଚିତ କରାଯାଏ ।[୧] ଏହାକୁ କ୍ଲାସିକ (Classic) ଓ ଆଟିପିକାଲ (atypical) ନାମରେ ବର୍ଗୀକରଣ କରାଯାଏ ଓ ଅଟିପିକାଲକୁ ଏଚ- ଓ ଏଲ ଟାଇପରେ ବିଭକ୍ତ କରାଯାଏ । [୧]

ସଂଯୁକ୍ତ ରାଷ୍ଟ୍ରରେ ପ୍ରତିଷେଧ ନିମନ୍ତେ ୩୦ ମାସରୁ ଅଧିକ ବୟସର ପଶୁଙ୍କୁ ମଣିଷ ବା ପଶୁଖାଦ୍ୟ ଯୋଗାଣର ଖାଦ୍ୟ (animal feed supply) ଦେବାର ପ୍ରତିବନ୍ଧ ଲାଗିଛି ।[୪] ତିରିଶ ମାସ ବୟସରୁ ଅଧିକ ହୋଇଥିବା ଗାଈକୁ ଉପ‌ଯୁକ୍ତ ପରୀକ୍ଷା କରିବା ପରେ ମାନବ ଖାଦ୍ୟ ନିମନ୍ତେ ଦିଆଯାଏ ।[୪] ଉତ୍ତର ଆମେରିକାରେ ଏଥି ଯୋଗୁ ନିର୍ଦ୍ଦିଷ୍ଟ ସଙ୍କଟ ଥିବା ଖାଦ୍ୟକୁ ପଶୁ ଖାଦ୍ୟ (specified risk material) ଭାବରେ ଦିଆଯାଏନି ।[୭] ଏହି ରୋଗ ନିର୍ମୁଳ କରିବା ନିମନ୍ତେ ପ୍ରାୟ ୪.୪ ନିୟୁତ ଗାଈଙ୍କୁ ମାରିଦିଆଯାଇଥିଲା ।[୮]

ସନ ୨୦୧୭ରେ ମାତ୍ର ୪ଟି କେଶ୍ ରିପୋର୍ଟ ହୋଇଥିଲା ଓ ଏହା ପ୍ରାୟ ନିଶ୍ଚିହ୍ନ ହୋଇଥିବା ମନେକରାଯାଉଥିଲା ।[୧] ସଂଯୁକ୍ତ ରାଷ୍ଟ୍ରରେ ସନ୧୯୮୬ରୁ ୨୦୧୫ ମଧ୍ୟରେ ୧୮୪,୦୦୦ ରୋଗା ଗାଈ ଚିହ୍ନଟ ହୋଇଥିଲେ ଓ ୧୯୯୩ରେ ସର୍ବାଧିକ ଚିହ୍ନଟ ହୋଇଥିଲେ ।[୩] ପୃଥିବୀର ଅନ୍ୟ ସ୍ଥାନମାନଙ୍କରେ ଅଧିକ କିଛି ହଜାର କେଶ୍ ରିପୋର୍ଟ ହୋଇଥିଲା । [୧] କିଛି ନିୟୁତ ରୋଗ‌ଗ୍ରସ୍ତ ଗାଈ ଖାଦ୍ୟ ଯୋଗାଣରେ ଥିଲେ ବୋଲି ବିଶ୍ୱାସ କରାଯାଏ । [୧]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Casalone, C; Hope, J (2018). "Atypical and classic bovine spongiform encephalopathy". Handbook of clinical neurology. 153: 121–134. doi:10.1016/B978-0-444-63945-5.00007-6. PMID 29887132.
  2. ୨.୦ ୨.୧ ୨.୨ ୨.୩ ୨.୪ "Bovine spongiform encephalopathy". WHO. November 2002. Archived from the original on 18 December 2012. Retrieved 27 October 2018.{{cite web}}: CS1 maint: bot: original URL status unknown (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "About BSE BSE (Bovine Spongiform Encephalopathy) Prion Diseases". CDC (in ଆମେରିକୀୟ ଇଂରାଜୀ). 2 October 2018. Retrieved 26 October 2018.
  4. ୪.୦ ୪.୧ ୪.୨ "Control Measures BSE (Bovine Spongiform Encephalopathy) Prion Diseases". CDC (in ଆମେରିକୀୟ ଇଂରାଜୀ). 2 October 2018. Retrieved 27 October 2018.
  5. "BSE in North America BSE (Bovine Spongiform Encephalopathy) Prion Diseases". CDC (in ଆମେରିକୀୟ ଇଂରାଜୀ). 2 October 2018. Retrieved 26 October 2018.
  6. Nathanson, Neal; Wilesmith, John; Griot, Christian (1997). "Bovine Spongiform Encephalopathy (BSE): Causes and Consequences of a Common Source Epidemic" (PDF). American Journal of Epidemiology. 145: 959–69. doi:10.1093/oxfordjournals.aje.a009064. PMID 9169904.
  7. "Feed Bans BSE (Bovine Spongiform Encephalopathy) | Prion Diseases". CDC (in ଆମେରିକୀୟ ଇଂରାଜୀ). 2 October 2018. Retrieved 27 October 2018.
  8. "'All steps taken' after BSE diagnosis". BBC News. 23 October 2018. Retrieved 27 October 2018.

ବାହ୍ୟ ଲିଙ୍କ[ସମ୍ପାଦନା]