ଛତ୍ରପାଳ ସିଂହ ଲୋଧା

ଉଇକିପିଡ଼ିଆ‌ରୁ
ଛତ୍ରପାଳ ସିଂହ ଲୋଧା
ସଦସ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୨୦୦୪[୧] – ଡିସେମ୍ବର ୨୦୦୫
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି

ଛତ୍ରପାଳ ସିଂହ ଲୋଧା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ୨୦୦୪ ମସିହାରେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

୨୦୦୫ ମସିହାରେ ଛତ୍ରପାଳ ସିଂହ ସଂସଦବିରୋଧୀ କାର୍ଯ୍ୟ ପାଇଁ ଟଙ୍କା ନେଉଥିବାବେଳେ ଧରାପଡ଼ିଥିଲେ । ସେତେବେଳେ ଅପରେସନ ଦୂର୍ଯ୍ୟଧନ ନାମକ ଏକ ଷ୍ଟିଂ-ଅପରେସନବେଳ ଶ୍ରୀ ଲୋଧାକୁ ୧.୫ ଲକ୍ଷ ଟଙ୍କା ନେଉଥିବାବେଳେ ଧରାଯାଇଥିଲା । ସେ ସଂସଦରେ ମନଗଢ଼ା ପ୍ରଶ୍ନ ପଚାରିବାପାଇଁ ଏହି ଟଙ୍କା ନେଉଥିଲେ ।[୨]

ଏହି ଅପରେସନ ଏକ ଘରୋଇ ଟିଭି ଚେନାଲଦ୍ୱାରା ହୋଇଥିଲେ, ତେଣୁ ରାଜ୍ୟ ସଭାର ଅଧକ୍ଷ ଭାଇରନ ସିଂହ ଶେଖାୱତ ସତ୍ୟାସତ୍ୟ ଅନୁସନ୍ଧାନ କରିବାପାଇଁ ଏକ ଦଳ ଗଠନ କରି ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରମାଣ କରିବାକୁ ନିର୍ଦ୍ଦେଶନ ଦେଇଥିଲେ ।[୩] ଛତ୍ରପାଳ ସିଂହ ଦୋଷୀ ବୋଲି ଅନୁସନ୍ଧାନକାରୀ ଦଳ ରିପୋର୍ଟ ଦେବାପରେ ତାଙ୍କୁ ରାଜ୍ୟ ସଭାରୁ ବରଖାସ୍ତ କରାଯାଇଥିଲା ।[୪]

ଛତ୍ରପାଳ ସିଂହଙ୍କ ନାମ ମଧ୍ୟ ଅପରେସନ ଚକ୍ରବ୍ୟୁହରେ ଥିଲା, ଯେଉଁଥିରେ ତାଙ୍କ ସହ ସାତଜଣ ସାଂସଦ ସମ୍ପୃକ୍ତ ଥିଲେ । ସେମାନେ ଏମ୍‌ପିଲାଡ୍‌ସ୍ ଯୋଜନରେ ଅନ୍ତର୍ଗତ ପ୍ରକଳ୍ପରୁ ଟଙ୍କା ହଡ଼ପ କରିବାର ଯୋଜନା କରିଥିଲେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Meet 11 people's representatives who are in question". Dnaindia.com. 2005-12-12. Retrieved 2018-05-27.
  2. "It's Question Hour, People". Outlookindia.com. 2005-12-26. Retrieved 2018-05-27.
  3. ୩.୦ ୩.୧ Bhattarcharjya, Satarupa (2006-01-02). "INDIA TODAY - The most widely read newsweekly in South Asia". Archives.digitaltoday.in. Retrieved 2018-05-27.
  4. "Cash-for-query: 11 tainted MPs expelled | India News - Times of India". Timesofindia.indiatimes.com. 2005-12-24. Retrieved 2018-05-27.

ବାହାର ଆଧାର[ସମ୍ପାଦନା]