ବଲବୀର ପୁଞ୍ଜ

ଉଇକିପିଡ଼ିଆ‌ରୁ
ବଲବୀର ପୁଞ୍ଜ
ସଦସ୍ୟ: ରାଜ୍ୟ ସଭା
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-10-02) ୨ ଅକ୍ଟୋବର ୧୯୪୯ (ବୟସ ୭୪)
ଲାଲୋୱାଲା, ଗୁରୁଦାସପୁର ଜିଲ୍ଲା, ପଞ୍ଜାବ
ରାଜନୀତିକ ଦଳଭାଜପା
ଜୀବନ ସାଥୀଶଶୀବାଳା ପୁଞ୍ଜ
ସନ୍ତାନ୨ ଝିଅ
ଘରନୋଇଡ଼ା
୨୨ ନଭେମ୍ବର, ୨୦୧୦ ସୁଦ୍ଧା
ଆଧାର: [୧]

ବଲବୀର ପୁଞ୍ଜ (ଜନ୍ମ: ୨ ଅକ୍ଟୋବର ୧୯୪୯) ଜଣେ ଭାରତୀୟ ପତ୍ରକାର ଏବଂ ସ୍ତମ୍ଭକାର । ସେ ଜଣେ ରାଜନେତା ଭାବରେ ମଧ୍ୟ ଭାରତୀୟ ଜନତା ପାର୍ଟି ସହ ଯୋଡ଼ି ହୋଇଛନ୍ତି । ୦୩ ଅପ୍ରେଲ ୨୦୦୮ରେ ତାଙ୍କୁ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାକୁ ଓଡ଼ିଶାରର ପ୍ରତିନିଧି ଭାବରେ ପଠାଯାଇଥିଲା ଏବଂ ସେ ୦୨ ଅପ୍ରେଲ ୨୦୧୪ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ୬ବର୍ଷ ଧରି ସେଠାରେ କାର୍ଯ୍ୟ କରିଥିଲେ । ୩୧ ମାର୍ଚ୍ଚ ୨୦୧୩ରେ ବଲବୀରଙ୍କୁ ଭାରତୀୟ ଜନତା ପାର୍ଟିର ଉପ-ଅଧକ୍ଷ ଭାବରେ ଦାୟିତ୍ୱ ଦିଆଯାଇଥିଲା ।[୧]

ପ୍ରାରମ୍ଭିକ ଜୀବନ ଏବଂ ସାମ୍ବାଦିକତା[ସମ୍ପାଦନା]

ବଲବୀର ପୁଞ୍ଜ ୨ ଅକ୍ଟୋବର ୧୯୪୯ରେ ଭାରତରେ ଥିବା ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ଲାଲୋୱାଲା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୧ ମସିହାରେ ସାମ୍ବାଦିକତା ଆରମ୍ଭ କରିଥିଲେ । ପ୍ରଥମେ ସେ ମଦର୍‌ଲ୍ୟାଣ୍ଡ ପବ୍ଲିକେସନ୍ ପାଇଁ ସାମ୍ବାଦିକତା ଆରମ୍ଭ କରିଥିଲେ । ଏହାପରେ ସେ ଫାଇନାନ୍ସିଆଲ ଏକ୍‌ପ୍ରେସ ପାଇଁ ୧୯୭୪ରୁ ୧୯୯୬ ଯାଏଁ କାର୍ଯ୍ୟ କରିଥିଲେ । ସେ ଆର୍.ଏସ୍.ଏସ୍‌ର ଜଣେ ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲେ । ସେ ମୁଖ୍ୟତଃ ଭାରତୀୟ ଅର୍ଥନୀତି ଉପରେ ସ୍ତମ୍ଭ ରଚନା କରନ୍ତି ଏବଂ ଏହି ଉପରେ ଦୂରଦର୍ଶନରେ ପ୍ରସାରିତ ବିଭିନ୍ନ ତର୍କରେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି ।

ଏବେକାର କାମ[ସମ୍ପାଦନା]

ସେ ଦୈନିକ ପ୍ରକାଶିତ ସମ୍ବାଦପତ୍ର ଡେଲି ପଞ୍ଜାବ କେଶରୀ ଏବଂ ଭାରତୀୟ ସାପ୍ତାହିକ ପତ୍ରିକା ଆଉଟ୍‌ଲୁକ୍ ପାଇଁ ସ୍ତମ୍ଭ ରଚନା କରୁଛନ୍ତି । ପରବର୍ତ୍ତୀ ସମୟରେ ସେ ଆଉଟ୍‌ଲୁକ୍ ପାଇଁ ଲେଖିବା କମ କରିଦେଇଥିଲେ ଏବଂ ବର୍ତ୍ତମାନ ଦୈନିକ ଖବରକାଗଜ ଦ ପିଓନୀର୍ ପାଇଁ ସ୍ତମ୍ଭ ଲେଖୁଛନ୍ତି ।[୨]

ଆଧାର[ସମ୍ପାଦନା]

  1. bjp announce core team, bjp announce core team. "bjp announce core team". ibnlive. Archived from the original on 2 April 2013. Retrieved 31 March 2013.
  2. "Columns by Balbir Punj", The Pioneer

ବାହାର ଆଧାର[ସମ୍ପାଦନା]