ଇମ୍‌ଜା ହ୍ରଦ

Coordinates: 27°53′53″N 86°55′41″E / 27.898°N 86.928°E / 27.898; 86.928
ଉଇକିପିଡ଼ିଆ‌ରୁ
ଇମ୍‌ଜା ହ୍ରଦ
ଅବସ୍ଥାନନେପାଳ
ଦିଗବାରେଣି27°53′53″N 86°55′41″E / 27.898°N 86.928°E / 27.898; 86.928
Typeଗ୍ଲେସିକାଲ ହ୍ରଦ
ପ୍ରାଥମିକ ଭିତରଧାରାଇମ୍‌ଜା ଗ୍ଲାସିଅର
ପ୍ରାଥମିକ ବାହାରଧାରାଗ୍ୟାଙ୍ଗସ୍ ନଦୀ
ନିଷ୍କାସନ କ୍ଷେତ୍ରସ୍ଥ  ଦେଶନେପାଳ
ସର୍ବାଧିକ ଲମ୍ବ2,000 m (6,600 ft)[୧]
ସର୍ବାଧିକ ଓସାର650 m (2,130 ft)[୧]
କ୍ଷେତ୍ରଫଳ1.3 km2 (0.50 sq mi)[୧]
ହାରାହାରି ଗଭୀରତା41.6 m (136 ft)[୧]
ସର୍ବାଧିକ ଗଭୀରତା90.5 m (297 ft)[୧]
ପାଣିର ଆୟତନ0.0358 km3 (0.0086 cu mi)[୧]
ଭୂମି ଉଚ୍ଚତା5,004 m (16,417 ft) [୧]
ଆଧାର[୧][୨]

ଇମ୍‌ଜା ହ୍ରଦ ନେପାଳରେ ଅବସ୍ଥିତ ଏକ ହ୍ରଦ, ଯାହାକି ବରଫ ତରଳି ସୃଷ୍ଟି ହୋଇଥିଲା । ଏହି ହ୍ରଦଟି ୧୯୫୦ ମସିହାରେ ସୃଷ୍ଟି ହୋଇଥିଲା । ଏକ ବରଫ ପାହାଡ଼ର ପାଦ ଦେଶରେ ଥିବା ଇମ୍‌ଜା ଗ୍ଲେସିଅର ପାଖରେ ପାଣି ଜମିବା ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ଏହାର ଆକାର ବଢ଼ି ଏକ ହ୍ରଦର ସୃଷ୍ଟି ହୋଇଥିଲା ।[୨] ୨୦୦୯ ମସିହାରେ ପ୍ରକାଶିତ ହୋଇଥିବା ଏକ ଅନୁଧ୍ୟାନର ଫଳାଫଳ ଅନୁସାରେ ହିମାଳୟର ବରଫ ପାହାଡ଼ରୁ ସୃଷ୍ଟି ହୋଇଥିବା ଏହି ହ୍ରଦଟି ସବୁଠାରୁ ଶୀଘ୍ର ବଢ଼ୁଥିବା ହ୍ରଦ ।[୨] ଏହି ହ୍ରଦରୁ ସୃଷ୍ଟି ହେଇଥିବା ଜଳଧାରା ଏହାର ତଳ ଅଞ୍ଚଳରେ ବସବାସ କରୁଥିବା ଜନଜାତି ପାଇଁ ଭବିଷ୍ୟତରେ ବଡ଼ ଧରଣର ବନ୍ୟା ସୃଷ୍ଟି କରିବ ବୋଲି ଆଶା କରାଯାଏ ।[୨]

ଇମ୍‌ଜା ହ୍ରଦ ହିମାଳୟରେ ଥିବ ସାମ୍ଭାବ୍ୟ ବିପଦ ଜନକ ହ୍ରଦ ବୋଲି ଚିହ୍ନଟ କରାଯାଇଛି । ଏହାର ଏଭେରେଷ୍ଟ ଗିରିଶୃଙ୍ଗର ନେପାଳରେ ୫୦୧୦ ମିଟର ଉଚ୍ଚତାରେ ୨୭° ୫୩' ୫୫" ଉତ୍ତର ଅକ୍ଷାଂଶ, ୮୬° ୫୫' ୨୦" ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଏହି ହ୍ରଦଟି ଦୁଧ କୋଶି ଅଞ୍ଚଳର ଉତ୍ତର-ପୂର୍ବ ଭାଗକୁ ଅକ୍ତିଆର କରି ରଖିଛି । ଏହି ହ୍ରଦଟି ମୂଳ ବରଫ ପାହାଡ଼ର ନୀଚା ଅଞ୍ଚଳରେ ଏବଂ ଇମଜ୍ ଅଞ୍ଚଳର ଶୃଙ୍ଗ ଓ ଲୋଟସ ଶାର ଗ୍ଲାସିଅରର ପାଦଦେଶରେ ଅବସ୍ଥିତ । ଲୋଟସ ଶାର ଗ୍ଲାସିଅରଟି ଦକ୍ଷିଣ-ପଶ୍ଚିମ ଦିଗରେ ବହି ଚାଲିଛି । ଅନ୍ୟପକ୍ଷରେ ଇମ୍‌ଜା ଗ୍ଲାସିଅର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏବଂ ଏହା ପାଖାପାଖି ୫୧୦୦ ମିଟରର । ଏହି ଦୁଇଟି ଗ୍ଲାସିଅର ପାଖାପାଖି ୩.୫ କିଲୋମିଟର ଅତିକ୍ରମ କରେ ଏବଂ ଇମ୍‌ଜା ଟିଏସ୍‌ର ପଥରେ ହିଁ ପଶ୍ଚିମ ଆଡ଼କୁ ଗତି କରୁଛି ।

ଏହି ହ୍ରଦଟି ପ୍ରଥମେ ୧୯୬୨ ମସିହାରେ ଆକାଶମାର୍ଗରୁ କୃତ୍ରିମ ଉପଗ୍ରହଦ୍ୱାରା ପ୍ରେରଣ କରାଯାଇଥିବା ଚିତ୍ରଦ୍ୱାରା କେତେକଟି ଜଳାଶୟ ଆକାରେ ଥିବା ସ୍ଥାନମାନଙ୍କ ମଧ୍ୟରୁ ଚିହ୍ନଟ କରାଯାଇଥିଲା । ଏହି ଛୋଟ ଛୋଟ ଜଳାଶୟ ଗୁଡ଼ିକର ଆକାଶ ସେ ସମୟରେ ପାଖାପାଖି ୦.୦୩ ବର୍ଗ କିଲୋମିଟରରୁ (୨୭୯୧୬ ବର୍ଗ ମିଟର) ଅଧିକ ଥିଲା । ଧୀରେ ଧୀରେ ସମୟାନୁକ୍ରମେ ଏହି ବରଫ ପାହାଡ଼ଟି ତରଳିବାକୁ ଲାଗିଲା ଆଉ ୧୯୭୦ ଦଶକରେ ଏହି ଛୋଟ ଛୋଟ ଜଳାଶୟଗୁଡ଼ିକ ମିଶିବାକୁ ଲାଗିଲା ଆଉ ପରେ ସବୁ ମିଶି ଏକ ବଡ଼ ଜଳାଶୟ ବା ହ୍ରଦ ସୃଷ୍ଟି ହେଲା । ସେବେଠାରୁ ଏହି ହ୍ରଦଟି କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ୨୦୦୦ ମସିହାରେ ଏହି ହ୍ରଦଟିର ଆକାର ପାଖାପାଖି ୦.୮ ବର୍ଗ କିଲୋମିଟର (୭୯୬୬୦୦ ବର୍ଗ ମିଟର) ହୋଇଥିଲା, ଯାହାକି ବାର୍ଷିକ ପାଖାପାଖି ୦.୦୨ ବର୍ଗ କିଲୋମିଟର ଆକାରରେ ବୃଦ୍ଧି ପାଇବାରେ ଲାଗିଥିଲା । ୨୧ ନଭେମ୍ବର ୨୦୦୯ରେ ଗୁଗଲ ଆର୍ଥର ନୂତନ ପ୍ରକାଶିତ ଛବିର ଭିତ୍ତିରେ ଇମ୍‌ଜା ଟିଶୋ ୧.୦୫୫ ବର୍ଗ କିଲୋମିଟରର ସ୍ଥାନ ଅକ୍ତିଆର କରିଥିଲା, ଯାହାକି ୨୦୦୦ ମସିହାରୁ ୨୦୦୯ ମସିହା ମଧ୍ୟରେ ବାର୍ଷିକ ହାରାହାରି ୦.୦୨୫ ବର୍ଗ କିଲୋମିଟାର ଲେଖାଏଁ ବୃଦ୍ଧି ପାଇବାରେ ଲାଗିଥିଲା । ୨୦୦୮ ଅକ୍ଟୋବର ମସିହାରେ ପ୍ରାପ୍ତ ହୋଇଥିବା ଚିତ୍ର ଅନୁସାରେ ହ୍ରଦଟି ୧୧% ବୃଦ୍ଧି ପାଇଥିଲା ବୋଲି ଅନୁମାନ କରାଯାଇଥିଲା ।

୨୦୧୬ ମସିହାରେ ନେପାଳର ସେନାବାହିନୀ ଏକ ଆଉଟଲେଟ ତିଆରି କରିଥିଲା ଏବଂ ହ୍ରଦ ମଧ୍ୟରୁ ୪ ମିଲିୟନ ଘନ ମିଟର ପାଣି ନିଷ୍କାସନ କରିଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Evaluating the growth characteristics of a glacial lake and its degree of danger of outburst flooding". Norwegian Journal of Geography.
  2. ୨.୦ ୨.୧ ୨.୨ ୨.୩ "Imja Tsho, Nepal". NASA.
  3. Khadka, Navin Singh (2016-10-31). "Nepal drains dangerous Everest lake". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved 2016-10-31.

ବାହାର ଆଧାର[ସମ୍ପାଦନା]