ମାଧବପୁର ହ୍ରଦ

ଉଇକିପିଡ଼ିଆ‌ରୁ
ମାଧବପୁର ହ୍ରଦ
ଅବସ୍ଥାନକମଲଗଞ୍ଜ ଉପଜିଲ୍ଲା
ଦିଗବାରେଣି24°28′12″N 91°21′18″E / 24.47000°N 91.35500°E / 24.47000; 91.35500
TypeInterconnected lakes
ନିଷ୍କାସନ କ୍ଷେତ୍ରସ୍ଥ  ଦେଶବଙ୍ଗଳାଦେଶ

ମାଧବପୁର ହ୍ରଦ ବଙ୍ଗଳାଦେଶର ସିଲେଟେର ମୌଲଭୀବାଜାର ଜିଲ୍ଲାର କମଲଗଞ୍ଜ ଉପଜିଲ୍ଲାରେ ଅବସ୍ଥିତ ଏକଟି କୃତ୍ରିମ ହ୍ରଦ ବା ଜଳଧାରା ।[୧] ବାଂଲାଦେଶେର ପର୍ଯ୍ୟଟନ ଆକର୍ଷଣଗୁଡ଼ିକ ମଧ୍ୟରୁ ଏଇ ହ୍ରଦଟି ଅନ୍ୟତମ ।[୨][୩]

ଅବସ୍ଥିତି[ସମ୍ପାଦନା]

ଏହି ହ୍ରଦଟି ବାଂଲାଦେଶେର ଉତ୍ତର-ପୂର୍ବ କୋଣରେ ଅବସ୍ଥିତ ସିଲେଟ ବିଭାଗର ମୌଲଭୀବାଜାର ଜିଲ୍ଲାର କମଲଗଞ୍ଜ ଉପଜିଲ୍ଲାର ମାଧବପୁର ଇଉନିୟନର ପାତ୍ରଖଲା ଅଞ୍ଚଳରେ ଅବସ୍ଥିତ । କମଲଗଞ୍ଜ ଉପଜିଲ୍ଲା ସଦରରୁ ୫ କିଲୋମିଟାର ଦୂରର ଥିବା ନ୍ୟାଶନାଲଟି କମ୍ପାନୀ (Nationa Tea Compaty- NTC) ବା ଜାତୀୟ ଚାହା ଉଦ୍ୟୋଗର ଅଧୀନ ମାଧବପୁର ଚା-ବାଗାନର ୧୧ ନମ୍ବର ସେକସନ୍ ବା ଅଞ୍ଚଳରେ (ପାତ୍ରଖଲା) ଏହି ହଦ୍ରଦଟି ରହିଛି । ଏହି ସ୍ଥାନଟି ଜିଲ୍ଲ ସଦରମହକୁମା ମୌଲଭୀବାଜାରଠାରୁ ୪୦ କିଲୋମିଟାର ଦକ୍ଷିଣରେ ଅବସ୍ଥିତି ଓ ବାଂଲାଦେଶର ଅନ୍ୟତମ ପ୍ରଧାନ ପର୍ଯ୍ୟଟନ ସ୍ଥଳ ଶ୍ରୀମଙ୍ଗଲଠାରୁ ମାତ୍ର ୧୦ କିଲୋମିଟାର ପୂର୍ବରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଚାହା ବାଗାନ ଚାଷ ଓ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ପ୍ରଚୁର ପାଣିର ଆବଶ୍ୟକ ହେତୁ ପାର୍ବତ୍ୟ ଅଞ୍ଚଳଗୁଡ଼ିକ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର କରେ । କିନ୍ତୁ ଏହିସବୁ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ହୋଇଥିଲେ ମଧ୍ୟ ଉଚ୍ଚା ଭୂମି ହୋଇଥିବାରୁ ଏଠାରେ ପାଣି ଅଧିକ ସମୟ ରହିପାରେନାହିଁ । ପାଣିକୁ ବାନ୍ଧି ରଖିବାପାଇଁ ଏହି ଚାହା ବାଗାନର କର୍ତୃପକ୍ଷ ଏକାଧିକ ଜଳଧାରା ତିଆରି କରିଥିଲେ, ଯାହା ପ୍ରାୟ ପ୍ରତିଟି ଚାହା ବାଗାନ କ୍ଷେତ୍ରରେ ଦେଖିବା ଅତି ସ୍ୱଭାବିକ । ସ୍ଥାନୀୟ ଅଞ୍ଚଳରେ ଏହି ହ୍ରଦଗୁଡ଼ିକୁ ଡାମ୍ପ ବୋଲି କୁହନ୍ତି । ଏହି ଧାରାରେ ମାଧବପୁର ଚାହା ବାଗାନର କର୍ତୃପକ୍ଷ ୧୯୬୫ ମସିହାରେ ବାଗାନ ମଧ୍ୟରେ ତିନୋଟି ସ୍ଥାନରେ ପାଣି ଦେବାପାଇଁ ମାଧବପୁର ହ୍ରଦର ନିର୍ମାଣ କରିଥିଲେ ।[୪]

ବର୍ଣ୍ଣନା[ସମ୍ପାଦନା]

ମାଧବପୁର ହ୍ରଦଟିର ଆୟତନ ପ୍ରାୟ ୫୦ ଏକର ଏବଂ ଦୈର୍ଘ୍ୟ ୩ କିଲୋମିଟର; ପ୍ରସ୍ଥ ପାଖାପାଖି ୫୦ ହାତ ୩୦୦ ମିଟର ।[୫] ଚାହା ବାଗାନ କର୍ତୃପକ୍ଷ ଏହି ହ୍ରଦର ଚତୁର୍ପାଶ୍ୱ ବୁଲି ଦେଖିବା ପାଇଁ ଏହାର କଡ଼େ କଡ଼େ ଏକ ଚଲାପଥ ନିର୍ମାଣ କରିଛନ୍ତି । ଏହି ଚଲାପଥଟିର ଉପରେ ଏକ ଟେଣ୍ଟ ନିର୍ମିତ ହୋଇଛି, ଯାହାକି ଛଣ ଓ ନଡ଼ାରେ ତିଆରି ହୋଇଛି । ଏହି ହ୍ରଦର ଦକ୍ଷିଣ ପାଖରେ ଥିବା ପାହାଡ଼ ପାଖରୁ ଭାରତର ସୀମା ଅରମ୍ଭ ହୋଇଥାଏ । ଏହି ପାହାଡ଼ର ଶୃଙ୍ଗରୁ ଭାରତରେ ଅବସ୍ଥିତ ଉଚ୍ଚ ପର୍ବତଶ୍ରେଣୀ ଦୃଶ୍ୟମାନ ହୋଇଥାଏ । ସୁରକ୍ଷା ଦୃଷ୍ଟିରୁ ଏହି ଚାହା ବାଗାନ ଓ ହ୍ରଦ ପରିଦର୍ଶନର ସମୟସୀମା ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରଖାଯାଇଛି । ଏହି ସମୟ ଭିତରେ ହିଁ ପର୍ଯ୍ୟଟକମାନେ ଏହି ହ୍ରଦ ନିକଟରେ ବୁଲିବାକୁ ଓ ବଣଭୋଜି କରିବାକୁ ଆସିଥାନ୍ତି ।

ଉଦ୍ଭିଦ ଓ ପ୍ରାଣୀ[ସମ୍ପାଦନା]

ଏହି ହ୍ରଦର ପାଣିରେ ରହିଛି ନୀଳ ପଦ୍ମ ଏବଂ ବାଇଗଣୀ ଶାପଲା । ଏଥିସହିତ ଗୋଲପାତା ଏବଂ ଶାଲୁକ ଝାଡ଼ ମୁଖ୍ୟତଃ ଏହି ହ୍ରଦର ପାଖାପାଖି ଅଞ୍ଚଳରେ ଦେଖାଯାଏ । ହ୍ରଦ ପାଖାପାଖି ଅଞ୍ଚଳରେ ବିଭିନ୍ନ ପ୍ରକାରର ବନ ଫୁଲ ଦେଖାଯାଏ, ଯାହା ମଧ୍ୟରେ ଭାଁଟ ଫୁଲ (ଏକ ବଙ୍ଗଳାଦେଶୀ ଫୁଲ) ପ୍ରଧାନ । ଚାହା ବାଗାନ ମଧ୍ୟରେ ମଧ୍ୟ ଅଳ୍ପ କିଛି ପ୍ରାକୃତିକ ଗଛ ରହିଛି । ହ୍ରଦ ଜଳ ମଧ୍ୟରେ ବିଭିନ୍ନ ଜାତିର ହଂସ, ସରାଲି, ପାନକୌଡ଼ି, ଜଳପିପି ପ୍ରଭୃତି ଜଳଚର ଓ ସ୍ତନ୍ୟପାୟୀ ପ୍ରାଣୀ ଦେଖାଯାଆନ୍ତି ।

ଯାତାୟତ[ସମ୍ପାଦନା]

ଚାହା ବାଗାନ ମଧ୍ୟରେ ଅବସ୍ଥିତ ହୋଇଥିଲେ ମଧ୍ୟ ଏହି ହ୍ରଦ ନିକଟକୁ ଆସିବା ପାଇଁ ସେମିତି କିଛି ବିଶେଷ ଯୋଗଯୋଗର ବ୍ୟବସ୍ଥା ନାହିଁ । ଏହି ହ୍ରଦ ନିକଟକୁ ଆସିବାକୁ ହେଲେ ପ୍ରଥମେ ଢାକାରୁ ରେଳପଥ କିମ୍ବା ସଡ଼କପଥ ଦେଇ ମୌଲଭୀବାଜାର ଜିଲ୍ଲାର ଶ୍ରୀମଙ୍ଗଳ ଯାଏଁ ଆସିବାକୁ ହୋଇଥାଏ ଏବଂ ସେଠାରୁ ପୁଣି କମଳଗଞ୍ଜ ଯିବାକୁ ପଡ଼ିଥାଏ । ଏହାପରେ କମଳଗଞ୍ଜର ଭାନୁଗଛ ମଧ୍ୟ ଦେଇ ଚାହା ବାଗାନର ମଧ୍ୟରେ ପଶି ମାଧବପୁର ହ୍ରଦ ନିକଟରେ ପହଞ୍ଚିହୁଏ ।

ଫଟୋ ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Five Places to Go this Summer". The Daily Star. Retrieved 14 January 2016.
  2. Haider, M H. "DANGEROUSLY beautiful". The Daily Star. Archived from the original on 4 March 2016. Retrieved 14 January 2016.
  3. Nakshi, Paromita. "Tourism Sector of Bangladesh: Potentials to Bring in Tk. 819 Billion by 2023". Bangladesh News Online (in ଆମେରିକୀୟ ଇଂରାଜୀ). Dhaka Insider. Retrieved 14 January 2016.
  4. আরো মনোহর হচ্ছে মাধবপুর হ্রদ Archived 2020-12-04 at the Wayback Machine. কালের কন্ঠ, Publish Date: 15 October 2011।
  5. 'বৃষ্টিধোয়া হ্রদ পাহাড়ে'; banglapost24.com, Accessdate 17 December 2012

ବାହାର ଆଧାର[ସମ୍ପାଦନା]