ଅନିକା କବୀର ଶୋକ

ଉଇକିପିଡ଼ିଆ‌ରୁ
ଅନିକା କବୀର ଶକ
আনিকা কবির শখ
୨୦୧୪ରେ ଅନିକା
ଜନ୍ମ
ଅନିକା କବୀର ଶକ

(1993-10-25) ୨୫ ଅକ୍ଟୋବର ୧୯୯୩ (ବୟସ ୩୦)
ମୁନସୀଗଞ୍ଜ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ
ସକ୍ରିୟ ବର୍ଷ୨୦୦୨–ଏବେଯାଏଁ
ବୈବାହିକ-ସାଥୀ
ନିଳୟ ଆଲମଗୀର
(m. ୨୦୧୬; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ପିତାମାତା(s)ଶମିମ କବୀର (ବାପା)
ଶାହିଦା କବୀର (ମାଆ)

ଅନିକା କବୀର ଶକ, (ଜନ୍ମ:(1993-10-25)ଅକ୍ଟୋବର ୨୫, ୧୯୯୩


ଜନ୍ମସ୍ଥାନ
ମୁନସୀଗଞ୍ଜ, ବଙ୍ଗଳାଦେଶ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ନର୍ତ୍ତକୀ ଏବଂ ମଡେଲ । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତ ଏବଂ ଦୂରଦର୍ଶନରେ ଅଭିନୟ କରନ୍ତି । ଅନିକା ୨୦୦୨ ମସିହାରେ ମଡେଲିଂରେ ତାଙ୍କର ପେଶେ ଶକ୍କର ଜରିଆରେ ଆରମ୍ଭ କରିଥିଲେ ।[୧] ୨୦୦୮ ମସିହାରେ ଅନିକା ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ରେଡୋୟାନ ରୋନୀଙ୍କ ଦୂରଦର୍ଶନ ଦାହାରାବାହିକ ଏଫ୍ଏନ୍ଏଫ୍: ଫ୍ରେଣ୍ଡ୍ସ ଆଣ୍ଡ ଫେମିଲି ଜରିଆରେ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହାପରେ ୨୦୧୦ ମସିହାରେ ସେ ବଙ୍ଗଳାଦେଶର କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଅନିକାଙ୍କର ପ୍ରଥମ କଥାଚିତ୍ର ଥିଲା ବୋଲୋ ନା ତୁମି ଆମାର୍ । ଏମ୍‌.ବି. ମାଣିକଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରଟିରେ ଅନିକାଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଶକିବ ଖାନ । ଏହାପରେ ୨୦୧୪ରେ ତାଙ୍କର ୨ୟ କଥାଚିତ୍ର ଅଳ୍ପ ଅଳ୍ପ ପ୍ରେମର ଗଳ୍ପ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଅନିକାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ନିଳୟ ଆଲମଗୀର ।[୩] ଅନିକା ବଙ୍ଗଳାଦେଶର ଟେଲିକମୁନିକେସନ ସେବା ବାଂଲାଲିଙ୍କର ଜଣେ ବ୍ରାଣ୍ଡ ଆମ୍ବାସଡର ଭାବରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।[୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅନିକା କବୀର ଶୋକ ୨୫ ଅକ୍ଟୋବର ୧୯୯୩ରେ ବଙ୍ଗଳାଦେଶର ଢାକାର ଜାତୀୟ ହସ୍ପାତାଳରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପା ଶମିମ କବୀର ଓ ମାଆ ଶାହିଦା କବୀର । ଅନିକାଙ୍କର ଘର ହେଉଛି ବିକ୍ରମପୁରର ମୁନସୀଗଞ୍ଜ । ସେ ୨୦୦୯ ମସିହାରେ ସ୍କୁଲ ଶିକ୍ଷା ଶେଷ କରିଥିଲେ ।[୫]

ଅଭିନୟ ଜୀବନ[ସମ୍ପାଦନା]

ଅନିକା ପ୍ରଥମେ ଜଣେ ମଡେଲ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ବଙ୍ଗଳାଦେଶର ଟେଲି କମୁନିକେସନ ସେବା ସଂସ୍ଥା ବାଂଲାଲିଙ୍କର ଜଣେ ବ୍ରାଣ୍ଡ ଆମ୍ବାସଡର ଭାବରେ କାର୍ଯ୍ୟ କରିଥିଲେ ଏବଂ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ଏହି ବିଜ୍ଞାପନରେ ତାଙ୍କର ଲୋକପ୍ରିୟତା ବଢ଼ିଥିଲା । ଏହାପରେ ଜଣେ ମଡେଲ ଭାବରେ ଅନେକ ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।

୨୦୦୮ ମସିହାରେ ଅନିକା ଅଭିନୟ ଆରମ୍ଭ କରିଥିଲେ । ସେ ରେଡୋୟାନ ରୋନୀଙ୍କ ଦୂରଦର୍ଶନ ଦାହାରାବାହିକ ଏଫ୍ଏନ୍ଏଫ୍: ଫ୍ରେଣ୍ଡ୍ସ ଆଣ୍ଡ ଫେମିଲି ଜରିଆରେ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ବିଭିନ୍ନ ରିୟାଲିଟି ଶୋ ଏବଂ ଦୂରଦର୍ଶନ ଧାରାବାହିକରେ କାମ କରିଥିଲେ । ଅନିକା ଫିପ୍ଟି ଫିପ୍ଟି, ଦିବା ରାତ୍ରି ଖୋଲା ଥାକେ, ରଙ୍ଗ ଏବଂ ପଲ୍ଲବ ବିଶ୍ୱାସଙ୍କ ନିର୍ଦ୍ଦେଶିତ ଧାରାବାହିକ କଲେଜ ଭଳି ଧାରାବାହିକରେ ଅଭିନୟ କରିଥିଲେ । ବଙ୍ଗାଳୀ ଧାରାବାହିକ ବ୍ୟତୀତ ଅନ୍ୟାନ୍ୟ କିଛି ଧାରାବାହିକରେ ମଧ୍ୟ ସେ ଅଭିନୟ କରିଥିଲେ । ବିଡି ଗୁରା ମଶୋଲା, ଉରୋ ଲେମନ, ତୋଶିନ ଫ୍ୟାନ ଆଦି ଅନ୍ଯ ଭାଷାର ଦୂରଦର୍ଶନ ଧାରାବାହିକରେ ମଧ୍ୟ ସେ କାମ କରିଥିଲେ ।

୨୦୧୦ ମସିହାରେ ଅନିକା ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏମ୍‌.ବି. ମାଣିକଙ୍କ ନିର୍ଦ୍ଦେଶିତ କଥାଚିତ୍ର ବୋଲୋ ନା ତୁମି ଆମାର୍ ଜରିଆରେ ସେ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିରେ ଅନିକାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଶକିବ ଖାନ । ଏହାପରେ ୨୦୧୪ରେ ଅନିକାଙ୍କର ୨ୟ କଥାଚିତ୍ର ଅଳ୍ପ ଅଳ୍ପ ପ୍ରେମର ଗଳ୍ପ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ସନୈତ ହୁସେନ । ୨୦୧୭ ମସିହାରେ ନିର୍ଦ୍ଦେଶକ ସାଗରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ନୀଳ ଆକାଶର ନିଚେ ଆମିରେ ଅନିକା ଅଭିନୟ କରିଥିଲେ ।

ଆଧାର[ସମ୍ପାଦନା]

  1. "Bolo Na Tumi Amar".
  2. "AmarNatok.com - FREE Bangla Natoks, Drama Serials, Ittadi, Recipes! - Friends N Family". www.amarnatok.com. Archived from the original on 2018-08-03. Retrieved 2018-05-14.
  3. "Conversation with Shokh". priyo.com. {{cite web}}: Cite has empty unknown parameter: |dead-url= (help)
  4. "Shuvo to appear in new Banglalink TVC". Archived from the original on 5 February 2015.
  5. ୫.୦ ୫.୧ "Shokh Biography, Date of birth, Age, Height, Weight, Bra Size, Pictures and Boyfriend". worldglitzpoint.com. 28 October 2013. Archived from the original on 19 April 2014. Retrieved 15 April 2014.

ବାହାର ଆଧାର[ସମ୍ପାଦନା]