Topic on ଉଇକିପିଡ଼ିଆ:ଆଲୋଚନା ସଭା

Saileshpat (ଆଲୋଚନାଅବଦାନ)

ଜୁଲାଇ ମାସରେ ମୁଁ ଆଲୋଚନା ସଭାରେ ଓଡ଼ିଶା ସରକାରଙ୍କ ସହ ସିଆଇଏସର MoU ବିଷୟରେ ଲେଖିଥିଲି । ଆଗାମୀ ୨୬ତାରିଖରେ ଆମେ ଓଡ଼ିଆ ଭର୍ଚୁଆଲ ଏକାଡେମୀ ସହ ଏହି MoU ସ୍ଵାକ୍ଷର କରୁଛୁ ।

ଏଥିରେ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପର ପ୍ରଚାର ପ୍ରସାର ସମେତ, ଗ୍ଲାମ ପ୍ରକଳ୍ପ, ବହି-ତଥ୍ୟ ଡିଜିଟାଇଜେସନ ଓ CC-BY-4.0 କୁ ଏକ ଓପେନ କଣ୍ଟେଣ୍ଟ ପଲିସି ଭାବେ ଆଣିବା ଭଳି ଅନ୍ୟ କିଛି ପ୍ରକଳ୍ପ ପାଇଁ ମଧ୍ୟ କିଛି ଯୋଜନା ଅଛି । ସିଆଇଏସ ସମେତ ଓଡ଼ିଆ ଭର୍ଚୁଆଲ ଏକାଡେମୀ ସିଡାକ ଓ ଶିକାଗୋ ବିଶ୍ୱବିଦ୍ୟାଳୟ ସହ MoU ସ୍ଵାକ୍ଷର କରୁଛି । ସିଆଇଏସ ତରଫରୁ ରିସର୍ଚ ନିର୍ଦେଶକ ସୁମନ୍ଦ୍ରୋ ଚଟ୍ଟପାଧାୟ MoU ସ୍ଵାକ୍ଷର କରିବେ । ଏହି ସଭା ମୂଳତଃ ୪୫ ମିନିଟ ପାଇଁ ଅଛି ଓ ପରେ ଭୁବନେଶ୍ବରରେ ରହୁଥିବା ଉଇକିଆଳିମାନଙ୍କ ସହ ଭେଟିବାର ଯୋଜନା ଅଛି ।

Prateek Pattanaik (ଆଲୋଚନାଅବଦାନ)

ଭର୍ଚୁଆଲ ଏକାଡେମୀ ଏବଂ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପ, ବିଶେଷତଃ ଉଇକିପାଠାଗାରର କଣ ଆଦାନପ୍ରଦାନ ରହିବ? ସେମାନଙ୍କର ଇଉନିକୋଡ଼ କଣ୍ଟେଣ୍ଟ ଉଇକିପାଠାଗାରକୁ ଅଣାଯିବା ପାଇଁ କିଛି ବ୍ୟବସ୍ଥା କରିବା ସମ୍ଭବପର କି?

Hellohappy (ଆଲୋଚନାଅବଦାନ)

ଏଇଟା ହେଇସାରିଲାଣି କି @Saileshpat ?

Saileshpat (ଆଲୋଚନାଅବଦାନ)

@Hellohappyହଁ ଭାଇ, କିଛି ପେପର କାମ ବାକି ଅଛି ବୋଲି ଏବେ ଯାଏଁ ସୂଚନା ଦିଆହେଇନି, ଆଉ ସପ୍ତାହ ଭିତରେ ଲେଖିବି ।

"ଓଡ଼ିଶା ସରକାରଙ୍କ ସହ MoU ବିଷୟରେ ସୂଚନା"ଙ୍କୁ ଉତ୍ତର