ଟେରାଟୋମା

ଉଇକିପିଡ଼ିଆ‌ରୁ
ଟେରାଟୋମା (Teratoma)
ସିଜରିଆନ ସେକସନ (Cesarean section) ଅପରେଶନ ସମୟରେ ଓଭାରିରୁ ଏକ ୪ସେ:ମି: ଆକାରର ଡର୍ମଏଡ ସିସ୍ଟ (dermoid cyst) ବାହାରିଛି ।
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Gynecology), କର୍କଟ ରୋଗ ବିଜ୍ଞାନ (oncology)
ଲକ୍ଷଣନାମ ମାତ୍ର, କଷ୍ଟ ବିହୀନ ଗୋଲି [୧][୨]
କାରଣଅଜ୍ଞାତ[୨]
ରୋଗ ନିର୍ଣ୍ଣୟ ପଦ୍ଧତିତନ୍ତୁ ବାୟୋପ୍ସି (Tissue biopsy)[୨]
ସଠିକ ରୋଗ ନିର୍ଣ୍ଣୟଲାଇପୋମା (Lipoma, ଡର୍ମଏଡ (dermoid), ମେନିଙ୍ଗୋମାୟେଲୋସିଲ (myelomeningocele)[୩]
ଚିକିତ୍ସାଅପରେଶନ, କେମୋଥେରାପି (chemotherapy)[୩][୪]
ପୁନଃପୌନିକ୩୦,୦୦୦ ନବଜାତ ମଧ୍ୟରୁ ଜଣେ (ଲାଞ୍ଜ ଅସ୍ଥି)[୫]

ଟେରାଟୋମା (ଇଂରାଜୀ ଭାଷାରେ teratoma) ଏକ ଅର୍ବୁଦ (tumor) ରୋଗ ଯାହା ବାଳ (hair), ମାଂସପେଶୀ (muscle) ବା ହାଡ଼ (bone) ଭଳି ଅନେକ ପ୍ରକାରର ତନ୍ତୁମାନଙ୍କୁ ନେଇ ତିଆରି ହୋଇଥାଏ ।[୬] ସାଧାରଣତଃ ଓଭାରି (ovaries) ବା ଡିମ୍ବ ଗ୍ରନ୍ଥି, ଟେସ୍ଟିକ୍ଲ (testicles) ଓ ଲାଞ୍ଜ ଅସ୍ଥିରୁ (tailbone) ବାହାରିଥାଏ ଓ ଅନ୍ୟ ସ୍ଥାନମାନଙ୍କରୁ କ୍ୱଚିତ ବାହାରେ ।[୬] ଅର୍ବୁଦ ଆକାର ଛୋଟ ଥିଲେ କମ୍ ଲକ୍ଷଣ ବାହାରେ ।[୨] ଟେସ୍ଟିକ୍ଲରୁ ବାହାରିଥିବା ଟେରାଟୋମା ଏକ ଲକ୍ଷଣ ବିହୀନ ଗୁଳା ବା ଗୋଟାଳି ଆକାର ଧାରଣ କରେ । [୧] ରୋଗ ଜଟିଳ ହେଲେ ଓଭାରିଆନ ଟର୍‌ସନ (ovarian torsion),ଟେଷ୍ଟିକୁଲାର ଟର୍ସନ ବା ହାଇଡ୍ରପ୍ସ ଫିଟାଲିସ (hydrops fetalis) ରୋଗ ହୁଏ ।[୧][୨][୭]

ଏହା ଏକ ଅର୍ବୁଦ ଯାହା ଶୁକ୍ରାଣୁ (sperm) ବା ଡିମ୍ବାଣୁ (eggs)) ସୃଷ୍ଟି କରୁଥିବା ଜର୍ମ ସେଲରୁ (germ cell tumor) ବାହାରେ ।[୬][୮] ଏହା ଦୁଇ ପ୍ରକାର ଦେଖାଯାଏ ଯଥା:- ପକ୍ୱ (mature) ଓ ଅପକ୍ୱ (immature) ।[୬] ଡର୍ମଏଡ ସିସ୍ଟ (dermoid cyst) ପକ୍ୱ ଶ୍ରେଣୀରେ ଥାଏ ଓ ଏହା ଏକ ବିନାଇନ (benign) ଅର୍ବୁଦ ।[୮] ଅପକ୍ୱ ଶ୍ରେଣୀର ଅର୍ବୁଦ କର୍କଟ ରୋଗ ଶ୍ରେଣୀର ହୋଇପାରେ ।[୬][୯] ଅଧିକାଂଶ ଓଭାରିଆନ ଟେରାଟୋମା ପକ୍ୱ ଶ୍ରେଣୀର ଅର୍ବୁଦ । [୧୦] ଟେସ୍ଟିକ୍ଲ ଟେରାଟୋମା ସାଧାରଣତଃ କର୍କଟ ଶ୍ରେଣୀର ଅର୍ବୁଦ ।[୧୧] ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।[୨]

ସାଧାରଣତଃ ଉପର ଲିଖିତ ସମସ୍ତ ଟେରାଟୋମା ଅପରେଶନ କରି ଚିକିତ୍ସା କରାଯାଏ ।[୩][୪][୧୨] ଟେସ୍ଟିକୁଲାର ଓ ଅପକ୍ୱ ଓଭାରିଆନ ଟେରାଟୋମା ଅନେକ ସମୟରେ କେମୋଥେରାପି (chemotherapy) ସାହାଯ୍ୟରେ ଚିକିତ୍ସା କରାଯାଏ ।[୪][୧୦]

୩୦,୦୦୦ ନବଜାତ ମଧ୍ୟରୁ ଜଣେ ଲାଞ୍ଜ ଅସ୍ଥି ଟେରାଟୋମାରେ ପୀଡ଼ିତ ହୁଏ ଓ ଏହା ସେହି ବୟସରେ ସର୍ବାଧିକ ସାଧାରଣ ଅର୍ବୁଦ ରୂପେ ଗଣ୍ୟ ହୁଏ ।[୩][୫] ଝିଅମାନେ ପୁଅଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହେବା ଦେଖାଯାଏ ।[୩] ସମସ୍ତ ଓଭାରି ଅର୍ବୁଦଙ୍କ (ovarian tumors) ମଧ୍ୟରୁ ଏକ ଚତୁର୍ଥାଂଶ ଟେରାଟୋମା ଥାଏ ଓ ଏହା ମଧ୍ୟ ବୟସରେ ନ‌ଜରକୁ ଆସେ । [୧୦] ସମସ୍ତ ଟେସ୍ଟିକୁଲାର କର୍କଟ (testicular cancers) ରୋଗ ମଧ୍ୟରୁ ପ୍ରାୟ ଅଧା ଅଂଶ ଏହି ଟେରାଟୋମାରୁ ସୃଷ୍ଟି ହୁଏ ।[୧୩] ସେଗୁଡ଼ିକ ଉଭୟ ପିଲା ଓ ଯୁବାବସ୍ଥାରେ ଦେଖାଯାଏ । [୧୪] ଗ୍ରୀକ ଶବ୍ଦର ରାକ୍ଷସ ଓ ଅର୍ବୁଦରୁ ଏହି ଟେରାଟୋମା ଶବ୍ଦ ସୃଷ୍ଟି ହୋଇଛି । [୧୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Raja, Shahzad G. (2007). Access to Surgery: 500 single best answer questions in general and systematic pathology (in ଇଂରାଜୀ). PasTest Ltd. p. 508. ISBN 9781905635368.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Sacrococcygeal Teratoma". NORD (National Organization for Rare Disorders). 2007. Retrieved 20 December 2017.
  3. ୩.୦ ୩.୧ ୩.୨ ୩.୩ ୩.୪ Davies, Mark; Inglis, Garry; Jardine, Luke; Koorts, Pieter (2012). Antenatal Consults: A Guide for Neonatologists and Paediatricians - E-Book (in ଇଂରାଜୀ). Elsevier Health Sciences. p. 298. ISBN 072958108X.
  4. ୪.୦ ୪.୧ ୪.୨ Price, Pat; Sikora, Karol; Illidge, Tim (2008). Treatment of Cancer Fifth Edition (in ଇଂରାଜୀ). CRC Press. p. 713. ISBN 9780340912218.
  5. ୫.୦ ୫.୧ Corton, Marlene M; Leveno, Kenneth J; Bloom, Steven L; Hoffman, Barbara L (2014). Williams Obstetrics 24/E (EBOOK) (in ଇଂରାଜୀ). McGraw Hill Professional. p. Chapter 16. ISBN 9780071798945.
  6. ୬.୦ ୬.୧ ୬.୨ ୬.୩ ୬.୪ "NCI Dictionary of Cancer Terms". National Cancer Institute. Retrieved 20 December 2017.
  7. Saba, Luca; Acharya, U. Rajendra; Guerriero, Stefano; Suri, Jasjit S. (2014). Ovarian Neoplasm Imaging (in ଇଂରାଜୀ). Springer Science & Business Media. p. 165. ISBN 9781461486336.
  8. ୮.୦ ୮.୧ "Mature teratoma". National Cancer Institute. Retrieved 20 December 2017.
  9. Noor, Mohd Rushdan Md; Hseon, Tay Eng; Jeffrey, Low Jen Hui (2014). Gynaecologic Cancer: A Handbook for Students and Practitioners (in ଇଂରାଜୀ). CRC Press. p. 446. ISBN 9789814463065.
  10. ୧୦.୦ ୧୦.୧ ୧୦.୨ Falcone, Tommaso; Hurd, William W. (2007). Clinical Reproductive Medicine and Surgery (in ଇଂରାଜୀ). Elsevier Health Sciences. p. 749. ISBN 0323033091.
  11. Oyasu, Ryoichi; Yang, Ximing J; Yoshida, Osamu (2009). Questions in Daily Urologic Practice: Updates for Urologists and Diagnostic Pathologists (in ଇଂରାଜୀ). Springer Science & Business Media. p. 253. ISBN 9784431728191.
  12. Hillard, Paula J Adams; Hillard, Paula Adams (2008). The 5-minute Obstetrics and Gynecology Consult (in ଇଂରାଜୀ). Lippincott Williams & Wilkins. p. 140. ISBN 9780781769426.
  13. Hart, I; Newton, RW (2012). Endocrinology (in ଇଂରାଜୀ). Springer Science & Business Media. p. 157. ISBN 9789401092982.
  14. McDougal, W Scott; Wein, Alan J; Kavoussi, Louis R; Novick, Andrew C; Partin, Alan W; Peters, Craig A.; Ramchandani, Parvati (2011). Campbell-Walsh Urology 10th Edition Review E-Book (in ଇଂରାଜୀ). Elsevier Health Sciences. p. 663. ISBN 1455723177.
  15. Chang, Alfred E; Ganz, Patricia A; Hayes, Daniel F; Kinsella, Timothy; Pass, Harvey I; Schiller, Joan H; Stone, Richard M; Strecher, Victor (2007). Oncology: An Evidence-Based Approach (in ଇଂରାଜୀ). Springer Science & Business Media. p. 848. ISBN 9780387310565.