ଉଇକିପିଡ଼ିଆ:ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮

ଉଇକିପିଡ଼ିଆ‌ରୁ
 ମୁଖ୍ୟପୃଷ୍ଠା ଆଲୋଚନା ସୂଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି 

ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮

ମୋଟ ୧୯ ପୃଷ୍ଠାରେ ସମ୍ପାଦନା କରାଯାଇଛି

ମହିଳା ସ୍ୱାସ୍ଥ୍ୟ ଗଣ ସମ୍ପାଦନା ୧ ଅକ୍ଟୋବର ରୁ ୨୪ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଦରକାରୀ ପ୍ରସଙ୍ଗ ରୂପେ ପାଖାପାଖି ୨୨୯ଟି ପ୍ରସଙ୍ଗ ଗଢ଼ିବାକୁ/ଉନ୍ନତି କରିବାକୁ ଉଇକିମିଡ଼ିଆ ତରଫରୁ ପ୍ରଦାନ କରାଯାଇଥିଲା ।

ଏହା ଅତି ଗର୍ବର କଥା ଯେ ଓଡ଼ିଆ ଉଇକିପିଡ଼ିଆରେ ୨୨୯ରୁ ୧୭୦ଟି ପୃଷ୍ଠା (ପାଖାପାଖି ୭୫ ଶତକଡ଼ା ଭାଗ) ବର୍ତ୍ତମାନ ଗଢ଼ା ହୋଇସାରିଛି । ଏହାର ମୁଖ୍ୟ ଶ୍ରେୟ ଯାଉଛି ସୁବାସ ସାରଙ୍କୁ ଯିଏକି ଏହି ଗଣସମ୍ପାଦନା ପୂର୍ବରୁ ହିଁ ଅଧିକାଂଶ ପୃଷ୍ଠା ଆଗରୁ ଗଢ଼ିସାରିଥିଲେ ।

ଗଣ-ସମ୍ପାଦନାରେ ହୋଇଥିବା ପୃଷ୍ଠାଗୁଡ଼ିକ ବିଷୟରେ ପରିସଂଖ୍ୟାନ:

ଗଣସମ୍ପାଦନା ପରିସଂଖ୍ୟାନ
କ୍ରମାଙ୍କ ଶ୍ରେଣୀ
ମୋଟ ନୂତନ ଗଢ଼ା ହୋଇଥିବା ପୃଷ୍ଠା ୧୭
ମୋଟ ବଦଳ କରାଯାଇଥିବା ପ୍ରସଙ୍ଗ
ମୋଟ ଉନ୍ନତ କରାଯାଇଥିବା ପ୍ରସଙ୍ଗ ୨୦
ସକ୍ରିୟତାର ସହ ଅଂଶ ଗ୍ରହଣ କରିଥିବା ମୋଟ ଉଇକିଆଳି
ବାଇଟ ଯୋଗ ୩୫୯,୦୦୦
ପୃଷ୍ଠାଗୁଡ଼ିକୁ ସେହି ସମୟରେ ଦେଖାଯାଇଛି (୩୧ ଅକ୍ଟୋବର ଯାଏଁ ) ୮୭୫ ଥର
ବ୍ୟକ୍ତିଗତ ସମ୍ପାଦନା
କ୍ରମାଙ୍କ ନାମ ନୂତନ ପ୍ରସଙ୍ଗ ସଂଖ୍ୟା ଉନ୍ନତ୍ତି କରିଥିବା ପ୍ରସଙ୍ଗ ସଂଖ୍ୟା
ସୌମେନ୍ଦ୍ର ୧୨
ସୁବାସ
ହରିହର ପ୍ରସାଦ
ଗାୟତ୍ରୀ
ସଂଗ୍ରାମ



ଉଇକିପିଡ଼ିଆ
ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା

ପ୍ରତିବର୍ଷ ଅକ୍ଟୋବର ମାସଟିକୁ ଉଇକି ବିଜ୍ଞାନ ମାସ ରୂପେ ପାଳନ କରାଯାଏ । କୌଣସି ନିର୍ଦ୍ଧିଷ୍ଟ ବିଷୟ ଚୟନ କରାଯାଇ ମାସବ୍ୟାପୀ ଉଇକିପିଡ଼ିଆରେ ସେହି ବିଷୟରେ ନୂତନ ପ୍ରସଙ୍ଗ ତିଆରି, ପୁରୁଣା ପ୍ରସଙ୍ଗଗୁଡ଼ିକର ଉନ୍ନତିକରଣ ସହ ଛବି ଏବଂ ଆଧାର ଆଦି ଯୋଡ଼ିବାରେ ପାଇଁ ଗଣସମ୍ପାଦନାର ଆୟୋଜନ କରାଯାଇଥାଏ ।
ଏବର୍ଷ ଭାରତୀୟ ଉଇକି ବିଜ୍ଞାନ ମାସର ବିଷୟବସ୍ତୁ ହେଉଛି ମହିଳା ସ୍ୱାସ୍ଥ୍ୟ । ବ୍ୟକ୍ତିଗତ ଜୀବନରେ ଆମେ ଦେଖୁ ପରିବାରର ପ୍ରତିପୋଷଣ ଆଢୁଆଳରେ ମହିଳାମାନେ ସବୁବେଳେ ନିଜ ଆବଶ୍ୟକତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତାକୁ ଏଡ଼ାଇ ଆସିଛନ୍ତି । ବିଜ୍ଞାନ ମାସ ଉପଲକ୍ଷେ ବିଭିନ୍ନ ଭାରତୀୟ ଭାଷାରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗମାନଙ୍କ ସଂଖ୍ୟା ଏବଂ ଗୁଣବତ୍ତା ବୃଦ୍ଧି ଦିଗରେ କାର୍ଯ୍ୟ କରିବା ଏହି ଗଣସମ୍ପାଦନାର ଲକ୍ଷ୍ୟ । ଅଧିକନ୍ତୁ ମହିଳା ସ୍ୱାସ୍ଥ୍ୟ ସହିତ ଜଡ଼ିତ ନାନା ଅନ୍ଧବିଶ୍ୱାସର ଦୂରୀକରଣରେ ଯେପରି ଭାଷା ଏକ ପ୍ରତିବନ୍ଧକ ଭାବେ ପରିଗଣିତ ନ ହେଉ ଏହା ସୁନିଶ୍ଚିତ କରିବା ପାଇଁ ବିଶାଳ ଜ୍ଞାନକୋଷ ଉଇକିପିଡ଼ିଆର ଏହି ଉଦ୍ୟମ ।
ଓଡ଼ିଆ ଉଇକିପିଡ଼ିଆ ବ୍ୟତୀତ ଅନ୍ୟ ଦଶଟି ଭାରତୀୟଭାଷୀ ଉଇକିପିଡ଼ିଆ ମଧ୍ୟ ଗଣସମ୍ପାଦନା ଆୟୋଜନ କରିଛନ୍ତି ।

ନିୟମ

  1. ଏହି ଗଣସମ୍ପାଦନା କେବଳ ମହିଳାସ୍ୱାସ୍ଥ୍ୟ ଉପରେ ଆଧାରିତ, ଅଧିକ ଜାଣିବା ପାଇଁ ସହାୟତା ପୃଷ୍ଠା ଦେଖନ୍ତୁ ।
  2. ଗଣସମ୍ପାଦନା ୧ ଅକ୍ଟୋବର ୨୦୧୮ରୁ ୩୧ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ଚାଲିବ । (ବର୍ତ୍ତମାନର ସମୟ : ୧୨:୨୭, ୨୯ ମାର୍ଚ୍ଚ ୨୦୨୪ (UTC))
  3. ନୂତନ ପ୍ରସଙ୍ଗ ତିଆରି ସହିତ ପୁରୁଣା ପ୍ରସଙ୍ଗଗୁଡ଼ିକର ଉନ୍ନତିକରଣ ଏବଂ ସେଥିରେ ଛବି ଓ ଆଧାର ଯୋଡ଼ିବା କାର୍ଯ୍ୟ ମଧ୍ୟ କରାଯିବ ।
  4. ଏହି ଗଣସମ୍ପାଦନାରେ ପ୍ରସ୍ତୁତ ହୋଇଥିବା ପ୍ରସଙ୍ଗ ଉଇକିପିଡ଼ିଆ ନିୟମାବଳୀ ଅନୁସାରେ ହେବା ଆବଶ୍ୟକ ।
  5. ପ୍ରସଙ୍ଗ ଅତିକମରେ ୯୦୦୦ ବାଇଟ ବିଶିଷ୍ଟ ହେବା ଆବଶ୍ୟକ ।

Lorem ipsum dolor sit amet, consectetur adipiscing elit, sed do eiusmod tempor incididunt ut labore et dolore magna aliqua. Ut enim ad minim veniam, quis nostrud exercitation ullamco laboris nisi ut aliquip ex ea commodo consequat. Duis aute irure dolor in reprehenderit in voluptate velit esse cillum dolore eu fugiat nulla pariatur. Excepteur sint occaecat cupidatat non proident, sunt in culpa qui officia deserunt mollit anim id est laborum.