ସୁପରଭାଇଜଡ ଲର୍ଣ୍ଣିଙ୍ଗ୍

ଉଇକିପିଡ଼ିଆ‌ରୁ
(ସୁପରଭାଇଜଡ ଲର୍ଣିଂରୁ ଲେଉଟି ଆସିଛି)

ଏହା ହେଉଛି ଏକ ମେସିନ ଲର୍ଣ୍ଣିଙ୍ଗ୍ ଆଲଗୋରିଦମ ଯେଉଁଥିରେ ପୂର୍ବରୁ ଦିଆଯାଇଥିବା ଇନପୁଟ ଏବଂ ଆଉଟପୁଟ ଯୋଡ଼ି ହିସାବରେ ଏହା ଦିଆଯାଇଥିବା ଇନପୁଟର ଆଉଟପୁଟ ପ୍ରଦାନ କରିଥାଏ ।[୧]

ଜାଣିବା କଥା[ସମ୍ପାଦନା]

ସୁପରଭାଇଜଡ ଲର୍ଣ୍ଣିଙ୍ଗ୍ରେ ବିଷୟରେ ଅଧିକ ଜାଣିବା ପୂର୍ବରୁ ମନୁଷ୍ୟର ଦୁଇଟି ମୁଖ୍ୟ ସମସ୍ୟା ବିଷୟରେ ଜାଣିବା ଜରୁରୀ । ମୁଖ୍ୟ ମାନବ ସମସ୍ୟାଗୁଡ଼ିକୁ ମୌଳିକରୂପେ ଦୁଇ ଭାଗରେ ବିଭକ୍ତ କରାହୋଇଛି, ସେଗୁଡ଼ିକ ହେଲା କ୍ଲାସିଫିକେସନ ଏବଂ ରିଗ୍ରେସନ ।

କ୍ଲାସିଫିକେସନ୍[ସମ୍ପାଦନା]

କ୍ଲାସିଫିକେସନ୍ ଅର୍ଥାତ ବର୍ଗୀକରଣ ହେଉଛି ସେହି ସମସ୍ୟାଗୁଡ଼ିକ ଯାହାକୁ ଆମେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ଶ୍ରେଣୀରେ ବିଭକ୍ତ କରାଯାଇପାରୁ । କିଛି ବର୍ଗୀକରଣ ସମସ୍ୟାର ଉଦାହରଣ ନିମ୍ନରେ ଦିଆଗଲା ।

  • ଇ-ମେଲଗୁଡ଼ିକୁ ନେଇ ସେଥିରୁ ଭଲ ଏବଂ ଖରାପ ଇ-ମେଲ ବାହାର କରିବା ।
  • ମନୁଷ୍ୟମାନଙ୍କର ଏକ ଜିନିଷ ଉପରେ ମତାମତନେଇ ସେଥିରୁ ଭାବ ଉଦ୍ଧାରଣ କରିବା, ଯେପରିକି ଭଲ, ଅତି ଭଲ, ଚଳିବ, ଖରାପ ଏବଂ ଅତି ଖରାପ । ଏହାକୁ ସେଣ୍ଟିମେଣ୍ଟ୍ ଆନାଲିସିସ କୁହାଯାଇଥାଏ ।
  • ପୁଞ୍ଜି ବଜାରରେ କୌଣସି ଏକ ସେୟାରର ମୂଲ୍ୟ ବଢିବ ବା କମିବ ।

ନିମ୍ନରେ କ୍ଲାସିଫିକେସନର କିଛି ଆଲଗୋରିଦମ ଲେଖାଯାଇଛି ।

  • ଡିସିସନ ଟ୍ରି
  • ଲଜିସ୍ଟିକ୍ ରିଗ୍ରେସନ୍
  • ନାଇଭ ବାଏସ
  • କେ ନିଅରେଷ୍ଟ୍ ନେହିବୋରସ୍
  • ଲିନିଅର୍ ସପୋର୍ଟ ଭେକ୍ଟର୍ କ୍ଲାସିଫାୟାର୍

ରିଗ୍ରେସନ୍[ସମ୍ପାଦନା]

ରିଗ୍ରେସନ୍ ବା ପ୍ରତିପଗମନ ହେଉଛି ସେହି ସମସ୍ୟାଗୁଡ଼ିକ ଯାହାକୁ ଆମେ ଏକ ପୂର୍ବନିର୍ଦ୍ଧିଷ୍ଟ ଶ୍ରେଣୀମାନଙ୍କରେ ବର୍ଗୀକରଣ କରିପାରିବାନି । ଦିଆଯାଇଥିବା କିଛି ତଥ୍ୟରେ ଫଳର ମୂଲ୍ୟ କିଛି ମଧ୍ୟ ହୋଇପାରେ । ବୁଝିବା ନିମିତ୍ତ କେତେକ ଉଦାହରଣ ନିମ୍ନରେ ଦର୍ଶାଯାଇଛି ।

  • ଭୁବନେଶ୍ୱର-ପୁରୀ ରାସ୍ତାକଡ଼ରେ ଥିବା ଜମିର ମୂଲ୍ୟ କେତେ ? ଧରାଯାଉ ଏହାର ମୂଲ୍ୟ ୧,୦୦,୦୦୦ରୁ ଆରମ୍ଭ ଏବଂ ୧,୦୦,୦୦,୦୦୦ରେ ଶେଷ । ଏହି କ୍ଷେତ୍ରରେ ମେସିନ ଯେଉଁ ଫଳ ପ୍ରଦାନ କରିବ ତାହାକୁ ଏକ ନିର୍ଦ୍ଧିଷ୍ଟ ବର୍ଗରେ ଶ୍ରେଣୀଭୁକ୍ତ କରିବା କଷ୍ଟ । ହେଲେ ଯଦି ଆମେ ପଚାରିବା "ଭୁବନେଶ୍ୱର-ପୁରୀ ରାସ୍ତା କଡ଼ରେ ଥିବା ଜମିର ମୂଲ୍ୟ ୫୦,୦୦,୦୦୦ ଉପରେ ନା ତଳେ ? " ଏଠାରେ ଆମେ ଆଶାକରାଯାଉଥିବା ଫଳକୁ ବର୍ଗୀକରଣ କରିଛୁ ତେଣୁ ଏହା କ୍ଲାସିଫିକେସନ୍ ସମସ୍ୟା ଅଟେ, କିନ୍ତୁ ପ୍ରଥମ ପ୍ରଶ୍ନଟି ରିଗ୍ରେସନ୍ ସମସ୍ୟା ଅଟେ ।
  • ପୁଞ୍ଜି ବଜାରରେ କୌଣସି ଏକ ସେୟାରର ମୂଲ୍ୟ କେତେ ବଢିବ ବା କେତେ କମିବ ।

ନିମ୍ନରେ ରିଗ୍ରେସନର କିଛି ଆଲଗୋରିଦମ ଲେଖାଯାଇଛି ।

  • ଲିନିୟର ରିଗ୍ରେସନ୍
  • ରିଗ୍ରେସନ୍ ଟ୍ରିଜ୍
  • ସପୋର୍ଟ ଭେକ୍ଟର୍ ରିଗ୍ରେସନ୍

ବିଭିନ୍ନ ଆଲଗୋରିଦମ[ସମ୍ପାଦନା]

  • ଡିସିସନ ଟ୍ରି
  • ଲଜିସ୍ଟିକ୍ ରିଗ୍ରେସନ୍
  • ନାଇଭ ବାଏସ
  • କେ ନିଅରେଷ୍ଟ୍ ନେହିବୋରସ୍
  • ଲିନିଅର୍ ସପୋର୍ଟ ଭେକ୍ଟର୍ କ୍ଲାସିଫାୟାର୍
  • ଲିନିୟର ରିଗ୍ରେସନ୍
  • ରିଗ୍ରେସନ୍ ଟ୍ରିଜ୍
  • ସପୋର୍ଟ ଭେକ୍ଟର୍ ରିଗ୍ରେସନ

ଅନସୁପରଭାଇଜଡ ଲର୍ଣ୍ଣିଙ୍ଗ୍ ମଧ୍ୟରେ ଥିବା ତଫାତ[ସମ୍ପାଦନା]

ସୁପରଭାଇଜଡ ଲର୍ଣ୍ଣିଙ୍ଗ୍ରେ ଚିହ୍ନିତ ତଥ୍ୟ ଆବଶ୍ୟକ ହେଉଥିଲାବେଳେ, ଅନସୁପରଭାଇଜଡ ଲର୍ଣ୍ଣିଙ୍ଗ୍ରେ କୌଣସି ଚିହ୍ନିତ ତଥ୍ୟ ଆବଶ୍ୟକ ନୁହେଁ ।

ବାହାର ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2018-07-09. Retrieved 2018-08-31. {{cite web}}: Cite has empty unknown parameter: |1= (help)