ଓପିଅଏଡ ମାତ୍ରାଧିକ

ଉଇକିପିଡ଼ିଆ‌ରୁ
ଓପିଅଏଡ ମାତ୍ରାଧିକ (Opioid overdose)
ନାର୍କୋଟିକ ମାତ୍ରାଧିକ (Narcotic overdose), ଓପିଅଏଡ ବିଷକ୍ରିୟା (opioid poisoning)
ବ୍ରିଟଶ କଲମ୍ବିଆ ଓ କାନାଡ଼ାରେ ବଣ୍ଟନ ହେଉଥିବା ନାଲୋକ୍ସୋନ କିଟ
ବିଭାଗଆଶୁ ଚିକିତ୍ସା (Emergency medicine)
ଲକ୍ଷଣଶ୍ୱାସକ୍ରିୟା ଅବସାଦ (Insufficient breathing), ଛୋଟ ଆଖି ପିତୁଳା (small pupils), ଚେତାଶୂନ୍ୟ (unconsciousness)[୧]
କାରଣଓପିଅଏଡ (Opioids) ମର୍ଫିନ, ହିରୋଇନ, ଫେଣ୍ଟାନିଲ (fentanyl), ଟ୍ରାମାଡୋଲ (tramadol), ମେଥାଡନ[୧][୨]
ବିପଦ କାରକଓପିଅଏଡ ନିର୍ଭର (Opioid dependence), ଓପିଅଏଡ ଇଞ୍ଜେକସନ, ଇଥାନଲ (alcohol) ବା ବେଞ୍ଜୋଡାଏଜେପିନ (benzodiazepines) ବ୍ୟବ‌ହାର ସ‌ହିତ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ[୩]
ସଠିକ ରୋଗ ନିର୍ଣ୍ଣୟହାଇପୋଗ୍ଲାଇସେମିଆ ବା କମ ରକ୍ତ ଶର୍କରା (Low blood sugar, ଆଲକୋହୋଲ ଇଣ୍ଡକ୍ସିକେସନ (alcohol intoxication), ମୁଣ୍ଡ ଆଘାତ (head trauma), ଷ୍ଟ୍ରୋକ[୪]
ପ୍ରତିକାରImproved access to naloxone, treatment of opioid dependence[୧]
ଚିକିତ୍ସାଶ୍ୱାସକ୍ରିୟା ସାହାଯ୍ୟ, ନାଲୋକ୍ସୋନ[୫]
ମୃତ୍ୟୁ ସାନ୍ଦ୍ରତା୧୨୨,୧୦୦ (୨୦୧୫)[୬]

ଓପିଅଏଡ ମାତ୍ରାଧିକ ଏକ ବିଷକ୍ରିୟା (toxicity) ଯାହା ଦେହରେ ଅତ୍ୟଧିକ ଓପିଅଏଡ (opioids) ଯୋଗୁ ହୁଏ ।[୭][୩] ମର୍ଫିନ, ହିରୋଇନ, ଫେଣ୍ଟାନିଲ (fentanyl), ଟ୍ରାମାଡୋଲ (tramadol), ମେଥାଡନ ଇତ୍ୟାଦି ଓପିଅଏଡ (Opioids) ମଧ୍ୟରେ ଗଣାହୁଅନ୍ତି ।[୧][୨] ଶ୍ୱାସକ୍ରିୟା ଅବସାଦ (Insufficient breathing), ଛୋଟ ଆଖି ପିତୁଳା (small pupils), ଚେତାଶୂନ୍ୟ (unconsciousness) ଆଦି ଲକ୍ଷଣ ଏହି ଅବସ୍ଥାରେ ଦେଖାଯାଏ ।[୧] ଲକ୍ଷଣର ଆରମ୍ଭ କି ଉପାୟରେ ଓପିଅଏଡ ସେବନ ହେଉଛି ତାହା ଉପରେ ନିର୍ଭର କରେ ।[୮] ଆରମ୍ଭରୁ ବଞ୍ଚିଗଲେ ମଧ୍ୟ ରାବଡୋମାୟୋଲାଇସିସ, ପଲମୋନାରି ଇଡିମା (pulmonary edema), କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ, ସ୍ଥାୟୀ ମସ୍ତିଷ୍କ କ୍ଷତି (permanent brain damage) ଭଳି ଜଟିଳ ସମସ୍ୟା ଦେଖାଯାଏ ।[୯][୩]

ଓପିଅଏଡ ନିର୍ଭର (Opioid dependence), ଓପିଅଏଡ ଇଞ୍ଜେକସନ, ଇଥାନଲ (alcohol) ବା ବେଞ୍ଜୋଡାଏଜେପିନ (benzodiazepines) ବ୍ୟବ‌ହାର କଲେ ଏହି ଓପିଅଏଡ ସଙ୍କଟ ସୃଷ୍ଟି ହୁଏ ।[୧][୧୦] ଡିଟକ୍ସିଫିକେସନ (detoxification) କଲାବେଳେ ଏହି ସଙ୍କଟ ଅଧିକ ରହେ ।[୧] କୌଣସି ବେମାରୀ ନିମନ୍ତେ କ୍ରନିକ ବା ସ୍ଥାୟୀ ଯନ୍ତ୍ରଣା (chronic pain) ନିମନ୍ତେ ରୋଗୀ ଓପିଅଏଡ ନେଉଥିଲେ ଏହା ପ୍ରତି ନିର୍ଭରତା ବଢ଼ିଯାଏ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ ।[୩]

ପ୍ରାରମ୍ଭିକ ଚିକିତ୍ସା ମଧ୍ୟରେ ଉତ୍ତମ ଶ୍ୱାସକ୍ରିୟା ନିମନ୍ତେ ଅମ୍ଳଜାନ ଯୋଗାଇ ଦିଆଯାଏ ।oxygen.[୫] ଶ୍ୱାସକ୍ରିୟା ଚାଲୁ ନ ହେଲେ ନାଲୋକ୍ସୋନ (naloxone) ଦିଆଯାଏ । [୫] ନାଲୋକ୍ସୋନ (naloxone) ନାସା ମଧ୍ୟ ଦେଇ ଦିଆଗଲେ ବା ଇଞ୍ଜେକସନ ଆକାରରେ ଦେଲେ ସମ ଭାବରେ କାମ କରେ ।[୧୧] କିଛି ଉପଶମ ହେବା ପରେ ଡାକ୍ତରଖାନା ନ‌ଗଲେ ସ୍ୱଳ୍ପ କାଳ ପାଇଁ କିଛି ସଙ୍କଟ ନଥାଏ ।[୧୧] ମାତ୍ରାଧିକ ଯୋଗୁ ମୃତ୍ୟୁ ଟାଳିବାକୁ ନାଲୋକ୍ସୋମ ଦିଆଯାଏ ଓ ଓପିଅଏଡ ନିର୍ଭରତାରୁ ଦୂରେଇବାକୁ ଚେଷ୍ଟା କରିବାକୁ ହୁଏ ।[୧]

ଓପିଅଏଡ ବ୍ୟବ‌ହାର ବେମାରୀ (Opioid use disorders) ଫଳରେ ସନ ୧୯୯୦ରେ ୧୮,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୫ରେ ଏହା ବୃଦ୍ଧି ପ୍ରାପ୍ତ ହୋଇ ୧୨୨,୦୦୦ ମୃତ୍ୟୁ ହୋଇଥିଲା ।[୬][୧୨] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ଓପିଅଏଡ ଯୋଗୁ ୩୩,୦୦୦ ମୃତ୍ୟୁ, ପ୍ରେସକ୍ରିପସନ (prescription) ନେଇ ୨୦,୧୦୦ ଓ ହିରୋଇନ ଯୋଗୁ ୧୩,୦୦୦ ମୃତ୍ୟୁ ହୋଇଥିଲା ।[୧୩] ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ମାତ୍ରାଧିକ ଔଷଧ (drug overdose) ମୃତ୍ୟୁର ୬୦% ଓପିଅଏଡ ଯୋଗୁ ହୋଇଥାଏ ।[୧୩] ସନ ୧୯୯୦ରେ ଔଷଧ କାରଖାନାର (pharmaceutical industry) ଆଶ୍ୱାସନା ବାଣୀ 'ଓପିଅଏଡ ନିରାପଦ' ଯୋଗୁ ଓପିଅଏଡ ମଡ଼କ ପଡ଼ିଥିଲା ।[୨]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Information sheet on opioid overdose". WHO. November 2014. {{cite web}}: |access-date= requires |url= (help); Missing or empty |url= (help)
  2. ୨.୦ ୨.୧ ୨.୨ "Opioid Overdose Crisis". National Institute on Drug Abuse. 1 June 2017. Retrieved 29 November 2017.
  3. ୩.୦ ୩.୧ ୩.୨ ୩.୩ Boyer, Edward W. (12 July 2012). "Management of Opioid Analgesic Overdose". New England Journal of Medicine. 367 (2): 146–155. doi:10.1056/NEJMra1202561. PMC 3739053.
  4. Adams, James G. (2008). Emergency Medicine: Expert Consult -- Online (in ଇଂରାଜୀ). Elsevier Health Sciences. p. PT4876. ISBN 143772129X.
  5. ୫.୦ ୫.୧ ୫.୨ de Caen, AR; Berg, MD; Chameides, L; Gooden, CK; Hickey, RW; Scott, HF; Sutton, RM; Tijssen, JA; Topjian, A; van der Jagt, ÉW; Schexnayder, SM; Samson, RA (3 November 2015). "Part 12: Pediatric Advanced Life Support: 2015 American Heart Association Guidelines Update for Cardiopulmonary Resuscitation and Emergency Cardiovascular Care". Circulation. 132 (18 Suppl 2): S526-42. doi:10.1161/cir.0000000000000266. PMID 26473000.
  6. ୬.୦ ୬.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  7. "Commonly Used Terms Drug Overdose". www.cdc.gov (in ଆମେରିକୀୟ ଇଂରାଜୀ). 29 August 2017. Retrieved 29 November 2017.
  8. Malamed, Stanley F. (2007). Medical Emergencies in the Dental Office - E-Book (in ଇଂରାଜୀ). Elsevier Health Sciences. p. 387. ISBN 0323075940.
  9. "Heroin". National Institute on Drug Abuse. July 2017. Retrieved 29 November 2017.
  10. Park, TW; Lin, LA; Hosanagar, A; Kogowski, A; Paige, K; Bohnert, AS (2016). "Understanding Risk Factors for Opioid Overdose in Clinical Populations to Inform Treatment and Policy". Journal of addiction medicine. 10 (6): 369–381. doi:10.1097/ADM.0000000000000245. PMID 27525471.
  11. ୧୧.୦ ୧୧.୧ Chou, Roger; Korthuis, P. Todd; McCarty, Dennis; Coffin, Phillip O.; Griffin, Jessica C.; Davis-O'Reilly, Cynthia; Grusing, Sara; Daya, Mohamud (28 November 2017). "Management of Suspected Opioid Overdose With Naloxone in Out-of-Hospital Settings". Annals of Internal Medicine. 167: 867. doi:10.7326/M17-2224.
  12. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–171. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  13. ୧୩.୦ ୧୩.୧ "Opioid Addiction 2016 Facts & Figures" (PDF). American Society of Addiction Medicine. Retrieved 22 March 2017.
ଶ୍ରେଣୀବିଭାଗ
ବାହାର ଉତ୍ସ

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ