ଜୟଦେବ
ଜୟଦେବ ନାମକ ଓଡ଼ିଆ କଥାଚିତ୍ର ପାଇଁ ଜୟଦେବ (ଚଳଚ୍ଚିତ୍ର) ଓ ଜୟଦେବ (ଚଳଚ୍ଚିତ୍ର-୧୯୮୭) ପୃଷ୍ଠାଦୁଇଟି ଦେଖନ୍ତୁ ।
ଜୟଦେବ | |
---|---|
ଜନ୍ମ | ୧୫ଶ ଶତାବ୍ଦୀ |
ବୃତ୍ତି | ପୌରାଣିକ କବି |
ଉଲ୍ଲେଖନୀୟ କୃତି | ଗୀତ ଗୋବିନ୍ଦ |
ବୈବାହିକ-ସାଥୀ | ପଦ୍ମାବତୀ |
ଜୟଦେବ ଓଡ଼ିଶାରେ ଜନ୍ମିତ ଜଣେ କବି ଥିଲେ । ସେ ତାହାଙ୍କର ଭକ୍ତି କାବ୍ୟ ଗୀତ ଗୋବିନ୍ଦ ପାଇଁ ଜଣାଶୁଣା । ଗୀତ ଗୋବିନ୍ଦରେ ହରି(କୃଷ୍ଣ) ଓ ରାଧାଙ୍କର ପ୍ରେମଗାଥା ବର୍ଣ୍ଣିତ ଯେଉଁ ଥିରେ ସେ ରାଧାଙ୍କୁ ହରିଙ୍କଠାରୁ ଅଧିକ ମାନ୍ୟତା ଦେଇଅଛନ୍ତି । ଏହାକୁ ହିନ୍ଦୁ ଧର୍ମର ବୈଷ୍ଣବ ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ ।[୧] କେତେକ ଗବେଷକଙ୍କ ମତରେ ସେ ଜଣେ ସହଜଯାନୀ ବୌଦ୍ଧ ଥିଲେ। [୨]
ଜୀବନୀ
[ସମ୍ପାଦନା]ଜୟଦେବ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁଲି ଶାସନରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ନେଇଥିଲେ । ତାଙ୍କର ପିତାଙ୍କ ନାମ ଥିଲା "ଭୋଜଦେବ" ଓ ମାତାଙ୍କର ନାମ ଥିଲା "ବାମାଦେବୀ", ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା କୋଣାର୍କ ନିକଟରେ ଥିବା "କୂର୍ମପଟକ"ଠାରେ ହୋଇଥିଲା ।
ସାହିତ୍ୟ କୃତି
[ସମ୍ପାଦନା]ଜୟଦେବ ହରିଙ୍କର ଦଶାବତାର, ଦଶକୃତିକୃତେ ଆଦିର ବର୍ଣ୍ଣନା କରିଛନ୍ତି । ଆହୁରି ମଧ୍ୟ ଓଡ଼ିଶୀରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ ।
ଜୟଦେବଙ୍କ ରଚିତ ପଦାବଳୀ ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ ଗୁରୁ ନାନକଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦେଇ "ଗୁରୁ ଗ୍ରନ୍ଥ ସାହେବ"ରେ ରଖାଯାଇଅଛି ।[୩]
ଆଧାର
[ସମ୍ପାଦନା]- ↑ Jayadev at britannica.com
- ↑ "Sri Jaya Debanka Baaisi Pahacha, Page No. 6". Archived from the original on 2011-08-30. Retrieved 2011-05-26.
- ↑ Visit of Guru Nanak