ଉଇକିପିଡ଼ିଆ:ଜନ୍ମତିଥି/୧୬/ସୋସିଆଲ ମିଡ଼ିଆ

ଉଇକିପିଡ଼ିଆ‌ରୁ

ଏହି ଟୁଲକିଟଟି ସୋସିଆଲ ମିଡ଼ିଆରେ ସକ୍ରିୟ ଥିବା ଉଇକିଆଳିଙ୍କ ବ୍ୟବହାର ପାଇଁ । ଏଥିରେ ବିଭିନ୍ନ ଉଦାହରଣ ଜରିଆରେ କିପରି ଅଧିକ ପ୍ରଭାବଶାଳୀ ସୋସିଆଲ ମିଡ଼ିଆ ପୋଷ୍ଟ ତିଆରି କରିପାରିବେ ତାହା ଶିଖିପାରିବେ । କିଛି ନୂଆ ଆଇଡ଼ିଆ ଥିଲେ ଏଥିରେ ଯୋଡ଼ନ୍ତୁ ।

ଲେଖାର କ୍ରମ ।

ସୋସିଆଲ ମିଡ଼ିଆରେ ଲେଖିବା ବେଳେ ସବୁବେଳେ ଏକ କ୍ରମରେ ତଥ୍ୟ ରଖନ୍ତୁ । କ୍ରମଟି ହେଲା:

  1. ଉଦ୍ଦେଶ୍ୟ: କଣ ପାଇଁ ଆପଣ ପୋଷ୍ଟ କରୁଛନ୍ତି । ତାହା କି ଅସୁବିଧାର ସମାଧାନ କରିବ ବୋଲି ଆଶା?
  2. ବିଷୟବସ୍ତୁ: ଆପଣ ଯେଉଁ ବିଷୟରେ ଲେଖୁଛନ୍ତି ତାକୁ ଟିକେ ବିଶଦ ଭାବେ ଲେଖନ୍ତୁ । କିନ୍ତୁ ଖୁବ ବେଶୀ ତଥ୍ୟ ନ ଦେଇ କେବଳ ମୋଟାମୋଟି ସମାଧାନ ବାବଦରେ ଲେଖିବେ ।
  3. ତଥ୍ୟ: ସାଂଖିକ ଓ ଅନ୍ୟାନ୍ୟ ତଥ୍ୟ । ଏଠି ପହଞ୍ଚିଲା ବେଳକୁ ପାଠକ ଜଣକ ଲେଖାଟି ପୂରା ପଢ଼ିବ କି ନ ପଢ଼ିବ ସେ ବାବଦରେ ସିଦ୍ଧାନ୍ତ ନେଇସାରିଥିବ । ତେଣୁ ବେଶୀ ପଢ଼ିବାକୁ ଇଚ୍ଛୁକ ଥିଲେ ତଥ୍ୟ ସାହାଯ୍ୟ କରିବ । ଇଚ୍ଛୁକ ନ ଥିଲେ ସେ ଲେଖାଟିକୁ ସେଇଠି ଛାଡ଼ିଦେବ ।
  4. ପାଠକଠୁ କଣ ଚାହୁଁଛନ୍ତି: ଏହାକୁ ଇଂରାଜୀରେ "call to action" କହାଯାଏ । ଏହାର ଅର୍ଥ ହେଲା ଆପଣଙ୍କ ପୋଷ୍ଟ ପଢ଼ିସାରି ପାଠକ କଣ କରିବ? ଯଦି ସେ ଏକ ଲିଙ୍କରେ କ୍ଲିକ କରିବ ତାହେଲେ ଲିଙ୍କଟି ଦିଅନ୍ତୁ । ପାଠକଠୁ ଆଉ କିଛି ଆଶା କରୁଥିଲେ ତା'ର ଲିଙ୍କ ବି ଏଠି ଦିଅନ୍ତୁ ।

ଆଡ଼ ହୁକ (ad hook)[ସମ୍ପାଦନା]

ଏକ ଟୁଇଟର ସଂରଚନା ।

ଯାହା ପାଠକକୁ ଏକ ବିଜ୍ଞାପନ ସହ ବାନ୍ଧି ରଖିବ । ଯେତେ ସଂକ୍ଷିପ୍ତ ହେବ ସେତେ ଭଲ । ଇଣ୍ଟରନେଟରେ ପାଠକେ କମ ସମୟରେ ବେଶୀ ପାଇବାକୁ ଚେଷ୍ଟାକରନ୍ତି । ତେଣୁ ଖୁବ ଅଧିକ ତଥ୍ୟ ବା ଖୁବ ଛୋଟ ଅକ୍ଷରରେ ବିଶେଷ ପ୍ରଭାବ ପକାଏ ନାହିଁ ।

କିଛି ଉଦାହରଣ:

  • ଆମେ ଓଡ଼ିଆ ଭାଷାକୁ ଇଣ୍ଟରନେଟକୁ ଆଣୁଛୁ । ଆପଣ ବି ମିଶିବେ କି?
  • ଇଣ୍ଟରନେଟରେ ଓଡ଼ିଆକୁ ବ୍ୟାପକ କରିବା କେମିତି?
  • ଓଡ଼ିଆ ଆଜି ବି ଇଣ୍ଟରନେଟରେ ଅବହେଳିତ । ତାକୁ ବ୍ୟାପକ କରିବା କେମିତି?

ବିଷୟବସ୍ତୁ[ସମ୍ପାଦନା]

ଯଦି କିଛି ତଥ୍ୟ ରଖିବାକୁ ଚାହୁଁଥାନ୍ତି ତାହା "ଆଡ଼ ହୁକ" ପରେ ରହିବ ।

ଉଦାହରଣ: ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ସୁଦ୍ଧା ଏବେ ବି ଇଣ୍ଟରନେଟରେ ଅବହେଳିତ । ଛପା କୌଶଳ ଦିନେ ଯେମିତି ଜ୍ଞାନ ବିତରଣକୁ ସଳଖ କରିଥିଲା ଇଣ୍ଟରନେଟ ସେମିତି ଆଜି ଲୋକଙ୍କୁ ତାଙ୍କ ନିଜ ଭାଷାରେ ଶିକ୍ଷିତ କରିବାର ବାଟ ତିଆରିଛି । ହେଲେ ଆମେ ଇଣ୍ଟରନେଟ ଜରିଆରେ ଆମ ଭାଷାକୁ ବ୍ୟାପକ କରିପାରିବା ତ? ଆମ ଆଗରେ କି କି ଅସୁବିଧା ରହିଛି ଓ ସେସବୁକୁ ସାମ୍ନା କରିବା କେମିତି? ଏ ବାବଦରେ ଆମେ ଏହି ରବିବାର ସନ୍ଧ୍ୟା ୫:୩୦ରେ ଆଲୋଚନା କରୁଛୁ । ଆମ ସହ ଫେସବୁକ ଲାଇଭରେ ଯୋଗଦେଇ ପ୍ରଶ୍ନ ପଚାରନ୍ତୁ ଓ ଏହି ଆଲୋଚନାରେ ଭାଗନିଅନ୍ତୁ ।

ସୁବିଧା ଓ ଲେଖାଟି କେତେ ବଡ଼ ହେବ ସେ ଅନୁସାରେ ଏଇଟି ଲେଖନ୍ତୁ । ଏହି ବିଭାଗରେ ଆବଶ୍ୟକୀୟ ତଥ୍ୟ ବିଶଦ ଭାବେ ଲେଖନ୍ତୁ

ପାଠକଠୁ ଆଶା[ସମ୍ପାଦନା]

ଏଇଟି ପ୍ରଥମ ବିଭାଗ (ଉଦ୍ଦେଶ୍ୟ) ସଙ୍ଗେ ଯୋଡ଼ା । ଯେଉଁ ଉଦ୍ଦେଶ୍ୟରେ ଲେଖାଟି ପାଠକ ସେ କାମ କେମିତି କରିବ ତା ବାବଦରେ ସୂଚନା ଏଇଠି ରହିବ । ଉଦାହରଣ ସ୍ୱରୂପ ଯଦି ଏକ ଆଲୋଚନାରେ ଭାଗ ନେବାପାଇଁ ପାଠକକୁ ଆମନ୍ତ୍ରଣ କରୁଥିବେ ତେବେ ଆଲୋଚନାର ଲିଙ୍କ ବା ସ୍ଥାନ ଆଦି ସୂଚନା ଏଠି ଲେଖିବେ । ଏ ସୂଚନାଟି ଆଖିରେ ପଡ଼ିଲା ଭଳି ବଡ଼ ବଡ଼ କରି ଲେଖିବା ଉଚିତ