ପଥ ଓ ପୃଥିବୀ

ଉଇକିପିଡ଼ିଆ‌ରୁ

"ପଥ ଓ ପୃଥିବୀ" ହେଉଛି ପ୍ରସିଦ୍ଧ ଓଡ଼ିଆ ସାମ୍ବାଦିକ, ରାଜନୀତିଜ୍ଞ, ସାସଂଦ ତଥା ସାହିତ୍ୟିକ ସ୍ୱର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ଆତ୍ମଜୀବନୀ[୧] ପୁସ୍ତକ[୨][୩]

ପ୍ରକାଶନ[ସମ୍ପାଦନା]

୧୯୮୬ମସିହାରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା ।[୪] ପ୍ରକାଶକ ଥିଲେ "ଇଷ୍ଟର୍ଣ୍ଣ ମିଡ଼ିଆ", ଭୁବନେଶ୍ୱର ।[୫] ଏହାର ତୃତୀୟ ପୁନଃ ମୁଦ୍ରଣ ୨୦୧୭ ମସିହାରେ ଫ୍ରେ‍ଣ୍ଡ୍‍ସ ପବ୍ଲିଶର୍ସ ବିନୋଦ ବିହାରୀ- କଟକଂକଦ୍ୱାରା ହୋଇଛି[୬]


ବିଷୟବସ୍ତୁ[ସମ୍ପାଦନା]

ଏହି ପୁସ୍ତକଟିକୁ ଲେଖକ ସୁରେନ୍ଦ୍ର ମହାନ୍ତି ତାଙ୍କ ଆତ୍ମଜୀବନୀ ରୂପେ ଅଭିହିତ କରିନାହାଂତି, ସେ ଲେଖିଛଂତି ଏହା ହେଉଛି ତାଙ୍କ ଜୀବନସ୍ମୃତି । ତାଙ୍କ ମତରେ ଜୀବନସ୍ମୃତି ଓ ଆତ୍ମଜୀବନୀ ଭିତରେ ସ୍ପଷ୍ଟ ପାର୍ଥକ୍ୟ ଏହି ଯେ ପ୍ରଥମଟି ମନରେ ଛାପ ରଖିଯାଇଥିବା କେତେକ ଘଟଣା ଓ ଚରିତ୍ରର "ଇମ୍ପ୍ରେସନିଷ୍ଟିକ୍‍" ଆଲେଖ୍ୟ, ଦ୍ୱିତୀୟଟି ହେଉଛି ଘଟଣା ପ୍ରବାହର ସ୍ଥୂଳ, ପ୍ରାମାଣିକ ବିବରଣୀ[୭]

ସେ ପୁସ୍ତକଟିକୁ ତିନି ଭାଗରେ ବିଭକ୍ତ କରିଛଂତି । ପ୍ରଥମ ଭାଗଟି ହେଲା - "ଆଦି" । ଏଥିରେ ତାଙ୍କ ଜନ୍ମ କାଳ (୨୧ ଜୁନ୍‍ ୧୯୨୨)ଠାରୁ ଆଦ୍ୟ ସାମ୍ବାଦିକ ଜୀବନ ଯାଁଏ ବର୍ଣ୍ଣିତ ହୋଇଛି । ତାପରେ ହେଉଛି - "ମଧ୍ୟ' ଭାଗ ଯେଉଁଠି ସେ ୧୯୪୯ ମସିହା (ରାଜନୀତି ସହ ସଂଶ୍ଲିଷ୍ଟ ଆରମ୍ଭ)ରୁ ୧୯୭୬ ଯାଏଁ ତାଙ୍କ ସ୍ମୃତି ଚାରଣ କରିଛଂତି । ଶେଷ ଭାଗଟି ହେଲା "ଉତ୍ତର" ଯେଉଁଥିରେ ସେ ୧୯୭୭ରୁ ୧୯୮୪ ଯାଏଁ ତାଙ୍କ ଜୀବନର କିଛି ବର୍ଣ୍ଣନା କରିଛଂତି ।

ଆଧାର[ସମ୍ପାଦନା]

  1. Orissa reference: glimpses of Orissa. TechnoCAD Systems. 2001.
  2. http://www.odiasahitya.com/members/memberprofile/?member=surendra+mohanty
  3. ମହାନ୍ତି, ସୁରେ‍ନ୍ଦ୍ର (1986). ପଥ ଓ ପୃଥିବୀ. ବିନୋଦ ବିହାରୀ କଟକ: ଫ୍ରେ‍ଣ୍ଡ୍‍ସ ପବ୍ଲିଶର୍ସ. ISBN 81-7401-221-4.
  4. J. K. Nayak; Subha Chakraborty Dasgupta (2004). Reminiscences: Excerpts from Oriya and Bangla Autobiographies. DSA Publication, Department of Comparative Literature, Jadavpur University.
  5. Udaya Narayana Singh (2004). Language, society and culture: ZICR. Central Institute of Indian Languages. ISBN 978-81-7342-130-3.
  6. ମହାନ୍ତି, ସୁରେ‍ନ୍ଦ୍ର (1986). ପଥ ଓ ପୃଥିବୀ. ବିନୋଦ ବିହାରୀ କଟକ: ଫ୍ରେ‍ଣ୍ଡ୍‍ସ ପବ୍ଲିଶର୍ସ. ISBN 81-7401-221-4.
  7. ମହାନ୍ତି, ସୁରେନ୍ଦ୍ର (1986). ପଥ ଓ ପୃଥିବୀ. କଟକ: ଫ୍ରେଣ୍ଡ୍‍ସ୍‍ ପବ୍ଲିଶର୍ସ. p. ଙ.