ଅଯୁଗ୍ମ ସଂଖ୍ୟା
ଦେଖଣା
ଏକ ପ୍ରାକୃତିକ ସଂଖ୍ୟା ଯାହା ୨ଦ୍ୱାରା ବିଭାଜ୍ୟ ନୁହେଁ ଅର୍ଥାତ ୨ଦ୍ୱାରା ଭାଗ କଲେ ଭାଗଫଳ ଶୁନ (୦) ରହେ ନାହିଁ ସେହି ସବୁ ସଂଖ୍ୟା ହେଉଛି ଅଯୁଗ୍ମ ସଂଖ୍ୟା । ଏହାର ବୀପରିତ ସଜ୍ଞା ହେଉଛି ଯୁଗ୍ମ ସଂଖ୍ୟା । ଗାଣିତିକ ସଂକେତରେ ଅଯୁଗ୍ମ ସଂଖ୍ୟାକୁ ୨n+ ୧ (ଯେଉଁଠି n ହେଉଛି ଏକ ପ୍ରାକୃତିକ ସଂଖ୍ୟା ) ଭାବେ ପ୍ରକାଶ କରାଯାଏ ।
ଉଦାହରଣ ସ୍ୱରୁପ ୧ଠାରୁ ୩୦ ମଧ୍ୟରେ ଥିବା ଅଯୁଗ୍ମ ସଂଖ୍ୟାଗୁଡ଼ିକ ହେଉଛି
- ୧, ୩, ୫, ୭, ୯, ୧୧, ୧୩, ୧୫, ୧୭, ୧୯, ୨୧, ୨୩, ୨୫, ୨୭ ଏବଂ ୨୯ ।
ଅଯୁଗ୍ମ ସଂଖ୍ୟା ସମ୍ପର୍କିତ କିଛି ତଥ୍ୟ
[ସମ୍ପାଦନା]- ଶୁନ (୦ ) ଏକ ଅଯୁଗ୍ମ ସଂଖ୍ୟା ନୁହେଁ, କାରଣ ଏହା ୨ଦ୍ୱାରା ବିଭାଜ୍ୟ ।[୧]
ଅଯୁଗ୍ମ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[୨]
- ଦୁଇଟି ଅଯୁଗ୍ମ ସଂଖ୍ୟାର ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।[୩]
ଗାଣିତିକ ସଂକେତରେ : ଅଯୁଗ୍ମ ± ଅଯୁଗ୍ମ = ଯୁଗ୍ମ
- ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟା ମଧ୍ୟରେ ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଅଯୁଗ୍ମ ସଂଖ୍ୟା ମିଳିଥାଏ ।
ଗାଣିତିକ ସଂକେତରେ : ଯୁଗ୍ମ ± ଅଯୁଗ୍ମ = ଅଯୁଗ୍ମ[୩]
- ଦୁଇଟି ଯୁଗ୍ମ ସଂଖ୍ୟାର ଗୁଣନ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।
ଗାଣିତିକ ସଂକେତରେ : ଅଯୁଗ୍ମ × ଅଯୁଗ୍ମ = ଅଯୁଗ୍ମ[୩]
- ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟା ମଧ୍ୟରେ ଗୁଣନ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।
ଗାଣିତିକ ସଂକେତରେ : ଯୁଗ୍ମ × ଅଯୁଗ୍ମ = ଯୁଗ୍ମ[୩]
ଆଧାର
[ସମ୍ପାଦନା]- ↑ Bóna, Miklós (2011), A Walk Through Combinatorics: An Introduction to Enumeration and Graph Theory, World Scientific, p. 178, ISBN 9789814335232.
- ↑ "Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା" (PDF). Retrieved 10 June 2018.
- ↑ ୩.୦ ୩.୧ ୩.୨ ୩.୩ A.V.Vijaya & Dora Rodriguez, Figuring Out Mathematics, Pearson Education India, pp. 20–21, ISBN 9788131703571.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |