ରିୟା ସେନ

ଉଇକିପିଡ଼ିଆ‌ରୁ
ରିୟା ସେନ
Born
ରିୟା ଦେବ ବର୍ମା

(1980-01-24) ୨୪ ଜାନୁଆରୀ ୧୯୮୦ (ବୟସ ୪୪)
Occupation(s)ଅଭିନେତ୍ରୀ
ମଡେଲ
Years active୨୦୦୩-ଏବେଯାଏଁ
Spouse
ଶିବମ୍ ତିୱାରି
(m. ୨୦୧୭)
Parent(s)ଭରତ ଦେବ ବର୍ମା (ବାପା)[୧]
ମୁନ୍‌ମୁନ୍ ସେନ (ମାଆ)
Relativesରାଇମା ସେନ (ଭଉଣୀ)
ସୁଚିତ୍ରା ସେନ (ଆଇ)
Websiteriyasenworld.com

ରିୟା ସେନ (ଜନ୍ମ: ରିୟା ଦେବ ବର୍ମା; ୨୪ ଜାନୁଆରୀ ୧୯୮୦)[୨] ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ମଡେଲ । ରିୟାଙ୍କର ପରିବାର ଚଳଚ୍ଚିତ୍ର ଦୁନିଆ ସ‌ହ ଜଡ଼ିତ । ତାଙ୍କର ଆଇ ସୁଚିତ୍ରା ସେନ[୩], ମାଆ ମୁନ୍‌ମୁନ୍ ସେନ ଓ ଭଉଣୀ ରାଇମା ସେନ ସମସ୍ତେ ଅଭିନେତ୍ରୀ ।[୪][୫] ରିୟା ୧୯୯୧ ମସିହାରେ ଜଣେ ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ହିନ୍ଦୀ କଥାଚିତ୍ର ବିଷକନ୍ୟା ଜରିଆରେ ସେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ରିୟା ଏହାପରେ ରିୟା ନାୟିକା ଭାବରେ ତାମିଲ କଥାଚିତ୍ର ଜଗତରୁ ଆମ୍ଭର କରିଥିଲେ । ୧୯୯୯ ମସିହାରେ ସେ ତାମିଲ କଥାଚିତ୍ର ତାଜ ମ‌ହଲରେ ପ୍ରଥମଥର ପାଇଁ ନାୟିକା ଭୂମିକାରେ ଅଭିନୟ କରିଥିଲେ । ୨୦୦୧ ମସିହାରେ ରିୟାଙ୍କୁ ହିନ୍ଦୀ କଥାଚିତ୍ର ଷ୍ଟାଇଲରେ ନାୟିକା ଭୂମିକାରେ କାମ ମିଳିଥିଲା । ସ୍ୱଳ୍ପ ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା । ଏହାପରେ ରିୟାଙ୍କୁ କିଛି ସଫଳ ଚଳଚ୍ଚିତ୍ର ଝଙ୍କାର ବିଟ୍‌ସ୍, ହିଙ୍ଗ୍‌ଲିସ୍, ସାଦି ନଂ ୱାନ୍ ଓ ଭୂତ କାହାଣୀ ଉପରେ ଆଧାରିତ ମାଲାୟଲମ ଚଳଚ୍ଚିତ୍ର ଅନନ୍ତଭଦ୍ରମ୍‌ ଆଦିରେ କାମ ମିଳିଥିଲା ।

ରିୟା କଲିକତାର ରାଣୀ ବିର୍ଲା ଗାର୍ଲସ୍ କଲେଜରୁ ପାଠପଢ଼ା ଶେଷ କରି ନ୍ୟାସନାଲ ଇନିଷ୍ଟିଚିଉଟ୍ ଅଫ୍ ଫ୍ୟାସନ ଟକ୍ନୋଲୋଜିରେ ପଢ଼ିଥିଲେ ।[୬] ଏହାପରେ ସେ ଗ‌ହଣାନିର୍ମାଣକୁ ନିଜର ଏକ ପସନ୍ଦର କାର୍ଯ୍ୟ ଭାବରେ ଗ୍ରହଣ କରିଥିଲେ ।[୭] ଏପରିକି ରିୟା ତାଙ୍କର ଅଧିକାଂଶ ପୋଷାକ ଏବଂ ଗ‌ହଣା ନିଜେ ତିଆରି କରିଥାନ୍ତି ।[୮] ବିଜୟଶ୍ରୀ ଚୌଧୁରୀଙ୍କ ତ‌ତ୍ୱାବଧାନରେ ରିୟା କଥକ ନୃତ୍ୟ ଶିକ୍ଷା କରିଥିଲେ ।[୯] ରିୟା ୧୯୯୮ ମସିହାରେ ମାତ୍ର ୧୬ ବର୍ଷ ବୟସରେ ଫାଲଗୁନି ପାଠକଙ୍କର ଆଲବମ ଭିଡ଼ିଓ ୟାଦ୍ ପିୟା କି ଆନେ ଲଗିରେ କାର୍ଯ୍ୟ କରିଥିଲେ ।[୧୦] ଏହି ଗୀତ ପରେ ସେ ଅଧିକ ଲୋକପ୍ରିୟତା ଅର୍ଜନ କରିବା ସ‌ହ ସେବେଠାରୁ ଆଲବମ ଗୀତ, ଦୂରଦର୍ଶନ ବିଜ୍ଞାପନ, ଫ୍ୟାସନ ସୋ ଏବଂ ପତ୍ରପତ୍ରିକାର ମୁଖପୃଷ୍ଠାରେ ନଜର ଆସୁଛନ୍ତି । ରିୟା ତେଲୁଗୁ, ତାମିଲ, ହିନ୍ଦୀ, ବଙ୍ଗାଳୀ ଆଦି ଚଳଚ୍ଚିତ୍ରରେ ଅଭିନୟ କରିବାସ‌ହ କିଛି ଚଳଚ୍ଚିତ୍ରର ଆଇଟମ ଗୀତରେ ମଧ୍ୟ ନୃତ୍ୟ କରିଛନ୍ତି । ସେ ଓଡ଼ିଆ କଥାଚିତ୍ର ମାଇଁ ଲଭ୍ ଷ୍ଟୋରିରେ ମଧ୍ୟ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ ।

ଏଚଆଇଭି/ଏଡସ ବିରୁଦ୍ଧରେ ଜନ‌ଜାଗରଣ ସୃଷ୍ଟି କରିବା ପାଇଁ ରିୟା ଅନେକ ଭିଡ଼ିଓରେ କାର୍ଯ୍ୟ କରିଥିଲେ । ସର୍ବସାଧାରଣଙ୍କ ପାଖରେ ଏହି ରୋଗ ବିଷୟରେ ପ‌ହଞ୍ଚାଇବା ପାଇଁ ରିୟା ଏହିସବୁଥିରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଚକ୍ଷୁରୋଗରେ ପଡ଼ୀତ ବ୍ୟକ୍ତିବିଶେଷଙ୍କର ଚିକିତ୍ସା ପାଇଁ ରିୟା ଟଙ୍କା ଯୋଗାଡ଼ କରୁଥିବା ସେବାସଂସ୍ଥା ସ‌ହ ମିଶି କାର୍ଯ୍ୟ କରୁଥିଲେ । ରିୟାଙ୍କୁ ଚଳଚ୍ଚିତ୍ର ଜଗତରେ ସେତେଟା ଆଖିଦୃଶିଆ ସଫଳତା ମିଳନଥିଲେ ମଧ୍ୟ ସେ ତାଙ୍କର ପୋଷାକ ପରିଧାନ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ୨୦୦୭ରେ ଏକ ପତ୍ରିକାରେ ସର୍ଭେ ଅନୁସାରେ ରିୟା ଭାରତର ୫୦ଜଣ ସୁନ୍ଦର ମ‌ହିଳାଙ୍କ ମଧ୍ୟରେ ୯ମ ସ୍ଥାନରେ ଥିଲେ । ୨୦୦୮ର ମିଷ୍ଟର ଇଣ୍ଡିଆ ପ୍ରତିଯୋଗୀତାରେ ରିୟା ଜୁରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧୧] ଅଗଷ୍ଟ ୨୦୧୭ରେ ରିୟା ତାଙ୍କର ପ୍ରେମୀ ଶିବମ ତିୱାରୀଙ୍କୁ ବଙ୍ଗୀୟ ପରମ୍ପରା ଅନୁସାରେ ଗୁପ୍ତରେ ବିବାହ କରିଥିଲେ ।[୧୨][୧୩]

ଆଧାର[ସମ୍ପାଦନା]

  1. Buyers, Christopher. "The Manikya Dynasty: Genealogy". Royal Ark India. Retrieved 31 May 2008.
  2. IBNS (24 January 2013). "Riya Sen Sen turns 32". Sify. Archived from the original on 7 August 2016. Retrieved 2016-06-20.
  3. Chatterji, Shoma A. (2002). Suchitra Sen : A Legend in Her Lifetime. New Delhi: Rupa & Co. ISBN 81-7167-998-6.
  4. Vasisht, Divya (7 ନଭେମ୍ବର 2002). "Straight Answers". Times of India. Archived from the original on 27 ଡିସେମ୍ବର 2008. Retrieved 31 ମଇ 2008.
  5. Jha, Subhash K (28 ମାର୍ଚ୍ଚ 2008). "Riya and Raima Sen to act together". Mid-Day. Archived from the original on 30 ଅପ୍ରେଲ 2008. Retrieved 10 ଜୁନ 2008.
  6. George, Vijay (18 ଜୁନ 2006). "Acting is a serious profession". Chennai, India: The Hindu. Archived from the original on 14 ଅକ୍ଟୋବର 2007. Retrieved 31 ମଇ 2008.
  7. "Rich dividends for celebrity interests?". Times of India. 11 ଅପ୍ରେଲ 2007. Archived from the original on 5 ଡିସେମ୍ବର 2008. Retrieved 31 ମଇ 2008.
  8. Sharma, Smriti (18 ଅଗଷ୍ଟ 2007). "Limca girl loses her F.I.Z.Z." The Tribune. Archived from the original on 11 ଜୁନ 2008. Retrieved 31 ମଇ 2008.
  9. Geeta, Smilee, Gayatri Take KATHAK Lessons – Bollywood Hindi Tamil Telugu Indian Music Videos and Archived 16 July 2011 at the Wayback Machine.
  10. "More than oomph". Archived from the original on 21 November 2006.
  11. Kkomal Seth, Gautam Seth (11 February 2008). "Mr. India World 2008 Finale". SmashHits News. SmashHits. Archived from the original on 23 December 2008. Retrieved 31 May 2008.
  12. "Archived copy". Archived from the original on 21 August 2017. Retrieved 2017-08-19.{{cite web}}: CS1 maint: archived copy as title (link)
  13. "Archived copy". Archived from the original on 19 August 2017. Retrieved 2017-08-19.{{cite web}}: CS1 maint: archived copy as title (link)

ବାହାର ଆଧାର[ସମ୍ପାଦନା]