ଆଭାସ୍କୁଲାର ନେକ୍ରୋସିସ
ଆଭାସ୍କୁଲାର ନେକ୍ରୋସିସ (Avascular necrosis) | |
---|---|
ଓଷ୍ଟିଓନେକ୍ରୋସିସ (Osteonecrosis),[୧] ବୋନ ଇନଫାର୍କସନ (bone infarction),[୨] ଆସେପ୍ଟିକ ନେକ୍ରୋସିସ (aseptic necrosis),[୧] ଇସକେମିକ ବୋନ ନେକ୍ରୋସିସ (ischemic bone necrosis)[୧] | |
ବିଭାଗ | ଅସ୍ଥି ଶଲ୍ୟ ବିଭାଗ (Orthopedics) |
ଲକ୍ଷଣ | ଗଣ୍ଠି ଯନ୍ତ୍ରଣା (Joint pain), କମ୍ ଗଣ୍ଠି ଚଳନ । [୧] |
ଆକ୍ରାନ୍ତ ସମୟ | ଧୀରେ[୧] |
ବିପଦ କାରକ | ଅସ୍ଥି ଭଗ୍ନ, ଗଣ୍ଠି ବିଚ୍ୟୁତ (joint dislocation), ମଦ୍ୟାତ୍ୟୟ, ଅତ୍ୟଧିକ କର୍ଟିକୋସ୍ଟିରଏଡ (steroids)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ମେଡିକାଲ ଇମେଜିଙ୍ଗ (Medical imaging), ତନ୍ତୁ ବାୟୋପ୍ସି (biopsy)[୧] |
ସଠିକ ରୋଗ ନିର୍ଣ୍ଣୟ | ଓଷ୍ଟିଓପେଟ୍ରୋସିସ (Osteopetrosis), ରିଉମାଟଏଡ ଆର୍ଥ୍ରାଇଟିସ, ଲେଗ-କାଭ-ପର୍ଥେସ ସିଣ୍ଡ୍ରୋମ (Legg-Calve-Perthes syndrome), ସିକ୍ଲ ସେଲ୍ ରୋଗ[୩] |
ଚିକିତ୍ସା | ଔଷଧ, ପ୍ରଭାବିତ ଗୋଡ଼ରେ ଚାଲିବା ବନ୍ଦ, ସ୍ଟ୍ରେଚିଙ୍ଗ (stretching), ଅପରେଶନ[୧] |
ପୁନଃପୌନିକ | ~ ବର୍ଷକୁ ୧୫,୦୦୦ (ଯୁକ୍ତରାଷ୍ଟ୍ର ଆମେରିକା)[୪] |
ଆଭାସ୍କୁଲାର ନେକ୍ରୋସିସ ବା ଏଭିଏନ (ଇଂରାଜୀ ଭାଷାରେ Avascular necrosis or AVN, also called osteonecrosis or bone infarction) ଏକ ରୋଗ ଯେଉଁଥିରେ ରକ୍ତ ସରବରାହ (blood supply) ବନ୍ଦ ହୋଇଯିବା କାରଣରୁ ନେକ୍ରୋସିସ (death) ବା ତନ୍ତୁ ମୃତ୍ୟୁ ହୋଇଯାଏ ।[୧] ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାନଯାଇପାରେ ।[୧] ସମୟ କ୍ରମେ ଗଣ୍ଠିରେ ଯନ୍ତ୍ରଣା ଆରମ୍ଭ ହେବା ଫଳରେ ଚଳପ୍ରଚଳ ଶକ୍ତି କମିଯାଏ ।[୧] ରୋଗ ଜଟିଳ ହେଲେ ହାଡ଼ ବା ଗଣ୍ଠିର (joint) ପୃଷ୍ଟ ଭାଗ ଭାଙ୍ଗିଯାଇ ଭିତରକୁ ପଶିଯାଏ । [୧]
ଏହି ରୋଗ ସଙ୍କଟ ହେବା ନିମନ୍ତେ ଅସ୍ଥି ଭଗ୍ନ, ଗଣ୍ଠି ବିଚ୍ୟୁତ (joint dislocation), ମଦ୍ୟାତ୍ୟୟ, ଅତ୍ୟଧିକ କର୍ଟିକୋସ୍ଟିରଏଡ (steroids) ଦାୟୀ ହୋଇପାରନ୍ତି ।[୧] କୌଣସି ସ୍ପଷ୍ଟ କାରଣ ନଥାଇ ମଧ୍ୟ ଏହି ରୋଗ ହୋଇପାରେ ।[୧] ଫିମର ଅସ୍ଥିର ଉପର ମୁଣ୍ଡ ସର୍ବାଧିକ ପ୍ରଭାବିତ ହୁଏ ।[୧] ଏହା ବ୍ୟତୀତ ବାହୁ, ଆଣ୍ଠୁ, କାନ୍ଧ ଓ ବଳାଗଣ୍ଠିରେ ମଧ୍ୟ ହୋଇପାରେ ।[୧] (MRI), (CT scan) ଓ ଏକ୍ସ-ର (X-ray) ଭଳି ମେଡିକାଲ ଇମେଜିଙ୍ଗ (Medical imaging) କରି ରୋଗ ନିର୍ଣ୍ଣୟ କରାଯାଏ । [୧] କ୍ୱଚିତ୍ ତନ୍ତୁ ବାୟୋପ୍ସି (biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।[୧]
ଔଷଧ, ପ୍ରଭାବିତ ଗୋଡ଼ରେ ଚାଲିବା ବନ୍ଦ, ସ୍ଟ୍ରେଚିଙ୍ଗ (stretching) ବ୍ୟାୟାମ ଓ ଅପରେଶନ କରି ଏହାର ଚିକିତ୍ସା କରାଯାଏ ।[୧] ଅଧିକାଂଶ ସମୟରେ କୋର ଡିକମ୍ପ୍ରେସନ (core decompression),ଓଷ୍ଟିଓଟୋମି (osteotomy), ଅସ୍ଥି ଗ୍ରାଫ୍ଟ (bone graft) ବା ଗଣ୍ଠି ପ୍ରତିରୋପଣ (joint replacement) ଭଳି ଅପରେଶନ କରାଯାଏ ।[୧] ଯୁକ୍ତରାଷ୍ଟ୍ରରେ ବାର୍ଷିକ ପ୍ରାୟ ୧୫,୦୦୦ ଲୋକ ଏହି ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି ।[୪] ସାଧାରଣତଃ ୩୦-୫୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ ।[୩] ମହିଳାଙ୍କ ଆପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ "Questions and Answers about Osteonecrosis (Avascular Necrosis)". NIAMS (in ଇଂରାଜୀ). ଅକ୍ଟୋବର 2015. Archived from the original on 9 ଅଗଷ୍ଟ 2017. This article incorporates text from this source, which is in the public domain.
- ↑ eMedicine Specialties > Bone Infarct Archived 4 March 2010 at the Wayback Machine. Author: Ali Nawaz Khan. Coauthors: Mohammed Jassim Al-Salman, Muthusamy Chandramohan, Sumaira MacDonald, Charles Edward Hutchinson
- ↑ ୩.୦ ୩.୧ {{cite web|title=Osteonecrosis|url=https://rarediseases.org/rare-diseases/osteonecrosis/%7Cwebsite=NORD[permanent dead link] (National Organization for Rare Disorders)|accessdate=8 August 2017|date=2009|url-status=live|archiveurl=https://web.archive.org/web/20170219101821/https://rarediseases.org/rare-diseases/osteonecrosis/%7Carchivedate%3D19 February 2017
- ↑ ୪.୦ ୪.୧ ୪.୨ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 166. ISBN 9780323529570. Archived from the original on 9 August 2017.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- Osteonecrosis / Avascular Necrosis at the National Institute of Health
- Osteonecrosis / Avascular necrosis at Merck Manual for patients
- Osteonecrosis / Avascular necrosis at Merck Manual for medical professionals