ମେନିଞ୍ଜିଓମା

ଉଇକିପିଡ଼ିଆ‌ରୁ
ମେନିଞ୍ଜିଓମା (Meningioma)
ମେନିଞ୍ଜିଆଲ ଟ୍ୟୁମର (Meningeal tumor)
A contrast-enhanced CT scan of the brain, demonstrating the appearance of a meningioma
ବିଭାଗସ୍ନାୟୁଶଲ୍ୟ ବିଭାଗ (Neurosurgery)
ଲକ୍ଷଣNone, ବାତ (seizures), ଡିମେନ୍ସିଆ, କ‌ହିବା ସମସ୍ୟା, ଦୃଷ୍ଟି ସମସ୍ୟା, ଏକ ପାଖିଆ ଦୁର୍ବଳତା [୧]
ଆକ୍ରାନ୍ତ ସମୟଯୁବାବସ୍ଥା
ବିପଦ କାରକଆୟୋନାଇଜିଙ୍ଗ ରାଡିଏସନ (Ionizing radiation), ପାରିବାରିକ ଇତିହାସ [୨]
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ (Medical imaging)[୧]
ସଠିକ ରୋଗ ନିର୍ଣ୍ଣୟହେମାଞ୍ଜିଓପେରିସାଇଟୋମା (Haemangiopericytoma), ଲିମ୍ଫୋମା, ସ୍ୱାନୋମା (schwannoma), ସଲିଟାରି ଫାଇବ୍ରସ ଟ୍ୟୁମର (solitary fibrous tumour), ମେଟାସ୍ଟାସିସ (metastasis)[୩]
ଔଷଧଆଣ୍ଟିକନଭଲସାଣ୍ଟ (Anticonvulsants), କର୍ଟିକୋସ୍ଟିରଏଡ (corticosteroids‌)[୧]
ଚିକିତ୍ସାପର୍ଯ୍ୟବେକ୍ଷଣ, ଅପରେଶନ, ରାଡିଏସନ ଥେରାପି (radiation therapy)[୧]
Prognosisସମ୍ପୁର୍ଣ୍ଣ ବ‌ହିଷ୍କାର କଲେ ପ୍ରାୟ ୯୫% ରୋଗୀଙ୍କର ୧୦ ବର୍ଷ ଆୟୁଷ ରହେ । [୪]
ପୁନଃପୌନିକପ୍ରତି ଏକ ହଜାର ଲୋକରେ ଜଣେ (ଯୁକ୍ତରାଷ୍ଟ୍ର ଆମେରିକା)[୨]

ମେନିଞ୍ଜିଓମା ବା ମେନିଞ୍ଜିଆଲ ଟ୍ୟୁମର (ଇଂରାଜୀ ଭାଷାରେ Meningioma, also known as meningeal tumor) ଏକ ଧୀର ବୃଦ୍ଧି ପ୍ରାପ୍ତ ଅର୍ବୁଦ ଯାହା ମସ୍ତିଷ୍କ ଓ ମେରୁଦଣ୍ଡ ଚାରିପାଖେ ଥିବା ପରଦା ବା ମେନିଞ୍ଜେସରୁ ବାହାରିଥାଏ । ଅର୍ବୁଦର ସ୍ଥାନ ଅନୁଯାୟୀ ପାର୍ଶ୍ୱବର୍ତ୍ତୀ ସ୍ଥାନ ଉପରେ ଚାପ ପଡ଼ିବା ଯୋଗୁ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ ।[୨][୫] ଅନେକ ଅର୍ବୁଦ କୌଣସି ଲକ୍ଷଣ ପ୍ରକାଶ କରନ୍ତିନାହିଁ ।[୧] ବେଳେ ବେଳେ ବାତ (seizures), ଡିମେନ୍ସିଆ, କ‌ହିବା ସମସ୍ୟା, ଦୃଷ୍ଟି ସମସ୍ୟା, ଏକ ପାଖିଆ ଦୁର୍ବଳତା ଓ ମୂତ୍ରାଶୟ ଅଣନିୟନ୍ତ୍ରଣ (loss of bladder control) ଇତ୍ୟାଦି ଜଟିଳତା ସୃଷ୍ଟି ହୋଇପାରେ । [୧]

ଆୟୋନାଇଜିଙ୍ଗ ରାଡିଏସନ (Ionizing radiation) ସଂସ୍ପର୍ଶ, ରୋଗର ପାରିବାରିକ ଇତିହାସ ଓ ନିଉରୋଫାଇବ୍ରୋମାଟିସିସ ଟାଇପ ୨ (neurofibromatosis type 2) ରୋଗ ଥିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[୨][୧] ସନ ୨୦୧୪ ସୁଦ୍ଧା ସେଲ ଫୋନ (cell phone) ଯୋଗୁ ହେଉଥିବାର ଜଣାଯାଇନାହିଁ ।[୫] ଅନେକ ରକମର ଜୀବକୋଷ (cells) ସୃଷ୍ଟି କରିବାକୁ ଏହି ରୋଗ ସକ୍ଷମ ।[୬][୧] ମେଡିକାଲ ଇମେଜିଙ୍ଗ (Medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୧]

ଲକ୍ଷଣ ବିହୀନ କେଶ୍‌ରେ ସାମୟିକ ପର୍ଯ୍ୟବେକ୍ଷଣ ଯଥେଷ୍ଟ ।[୧] ଅଧିକାଂଶ କେଶ୍‌ରେ ଅପରେଶନ କଲେ ଆରୋଗ୍ୟ ହୋଇଯାଏ । [୬] ଅର୍ବୁଦ ସମ୍ପୁର୍ଣ୍ଣ ଅପସାରଣ କଲେ ମଧ୍ୟ ୨୦% କେଶ୍‌ରେ ଆଉଥରେ ରୋଗ ହୁଏ ।[୧] ଅପରେଶନ ଅସମ୍ଭବ ହେଲେ ବା ସମସ୍ତ ଅର୍ବୁଦ ଅପସାରଣ ନହୋଇପାରିଲେ ରେଡିଓସର୍ଜରି (radiosurgery) କରାଯାଇପାରେ । [୧] କେମୋଥେରାପି Chemotherapy ସାହାଯ୍ୟ କରେନାହିଁ ।[୧] ଅଳ୍ପ ସଂଖ୍ୟକ ରୋଗ ଦୃତ ଗତିରେ ବୃଦ୍ଧି ପ୍ରାପ୍ତ ହୁଏ ଓ ଫଳାଫଳ ବ‌ହୁତ ଖରାପ ହୁଏ । [୬]

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଏକ ହଜାର ଲୋକରେ ଜଣେ ଲୋକ‌କୁ ଏହି ରୋଗ ହୁଏ ।[୨] ଯୁବକମାନଙ୍କୁ ପ୍ରାୟ ଏହି ରୋଗ ହୁଏ । [୬] ସମୁଦାୟ ମସ୍ତିଷ୍କ ଅର୍ବୁଦ (brain tumors) ରୋଗୀଙ୍କ ମଧ୍ୟରୁ ୩୦% ଲୋକଙ୍କୁ ଏହି ରୋଗ ହୁଏ ।[୩] ପୁରୁଷଙ୍କ ଅପେକ୍ଷା ୨ ଗୁଣ ଅଧିକ ମହିଳାମାନଙ୍କୁ ଏହି ରୋଗ ହୁଏ ।[୨] ସନ ୧୬୧୪ରେ ଫେଲିକ୍ସ ପ୍ଲାଟର (Felix Plater ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[୭]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 809. ISBN 9780323529570. Archived from the original on 2017-09-10.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Wiemels, J; Wrensch, M; Claus, EB (September 2010). "Epidemiology and etiology of meningioma". Journal of neuro-oncology. 99 (3): 307–14. doi:10.1007/s11060-010-0386-3. PMC 2945461. PMID 20821343.
  3. ୩.୦ ୩.୧ Starr, CJ; Cha, S (26 May 2017). "Meningioma mimics: five key imaging features to differentiate them from meningiomas". Clinical radiology. 72: 722–728. doi:10.1016/j.crad.2017.05.002. PMID 28554578.
  4. Goodman, Catherine C.; Fuller, Kenda S. (2011). Pathology for the Physical Therapist Assistant – E-Book (in ଇଂରାଜୀ). Elsevier Health Sciences. p. 192. ISBN 1437708935. Archived from the original on 2017-09-10.
  5. ୫.୦ ୫.୧ World Cancer Report 2014. World Health Organization. 2014. pp. Chapter 5.16. ISBN 9283204298.
  6. ୬.୦ ୬.୧ ୬.୨ ୬.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; NCI2016 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. Joung H. Lee (2008-12-11). Meningiomas: Diagnosis, Treatment, and Outcome. Springer Science & Business Media. pp. 3–13. ISBN 978-1-84628-784-8.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ