ଗ୍ରାମ ପଞ୍ଚାୟତ

ଉଇକିପିଡ଼ିଆ‌ରୁ

ଗ୍ରାମ ପଞ୍ଚାୟତ ପଞ୍ଚାୟତ ରାଜର ପ୍ରଥମ ସ୍ତର ଗ୍ରାମ ପଞ୍ଚାୟତ ଏକ ବା ଏକାଧିକ ଗ୍ରାମକୁ ନେଇ ଗଠନ କରାଯାଇଥାଏ । ପ୍ରତି ଗ୍ରାମ ପଞ୍ଚାୟତକୁ କେତେଗୋଟି ୱାର୍ଡ ବା ଭାଗରେ ବିଭକ୍ତ କରାଯାଇଥାଏ । ଗୋଟିଏ ଗ୍ରାମ ପଞ୍ଛାୟତରେ ୧୧ରୁ ୨୫ଜଣ ପଞ୍ଚ ରହିଥାଆନ୍ତି । ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ୫ବର୍ଷ । ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟରେ ଆୟ-ବ୍ୟୟର ହିସାବ ରଖିବା ଓ ବିଭିନ୍ନ ପ୍ରକାର ଟିକସ ଆଦାୟ କରିବା ପାଇଁ ଜଣେ ବେତନପ୍ରାପ୍ତ ସମ୍ପାଦକ (ପି ଓ) ନିଯୁକ୍ତ ହୋଇଥାଆନ୍ତି ।

ଗ୍ରାମ ପଞ୍ଚାୟତର ସଭ୍ୟ ପଞ୍ଚ: ସିଧାସଳଖ ଭାବେ ଗୋଟିଏ ଭାଗ (ୱାର୍ଡ)ର ସମସ୍ତ ସାବାଳକ ଭୋଟଦାତାଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ସରପଞ୍ଚ: ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ । ସେ ସିଧାସଳଖ ଭାବେ ଗ୍ରାମ ପଞ୍ଚାୟତର ସମସ୍ତ ସାବାଳକ ଭୋଟଦାତାଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ପଞ୍ଚାୟତର ଅଧିବେଶନରେ ସଭପତିତ୍ୱ କରନ୍ତି । ନାଏବ ସରପଞ୍ଚ: ସରପଞ୍ଚଙ୍କୁ ସାହାଯ୍ୟ କରିବା ପାଇଁ ପଞ୍ଚମାନଙ୍କ ମଧ୍ୟରୁ ପଞ୍ଚମାନଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ସରପଞ୍ଚଙ୍କ ଅନୁପସ୍ଥିତିରେ ପଞ୍ଚାୟତର ଅଧିବେଶନରେ ସଭପତିତ୍ୱ କରନ୍ତି । ଗ୍ରାମ ପଞ୍ଚାୟତର କାର୍ଯ୍ୟ ବାଧ୍ୟତାମୂଳକ କାର୍ଯ୍ୟ ପ୍ରାଥମିକ ଶିକ୍ଷା ରାସ୍ତାଘାଟ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ ସ୍ୱାସ୍ଥ୍ୟ ଓ ପରିସ୍କାର ପରିଚ୍ଛନ୍ନତା ପାନୀୟ ଜଳଯୋଗାଣ ପାଇଁ କୂପ, ନଳକୂପ ଓ ପୁଷ୍କରିଣୀ ଖନନ ଜନ୍ମ ମୃତ୍ୟୁ ତାଲିକା ପ୍ରସ୍ତୁତି ମେଳା ଓ ଯାତ୍ରା ପ୍ରଭୃତିର ନିୟନ୍ତ୍ରଣ ସଂକ୍ରାମକ ରୋଗର ପ୍ରତିଷେଧ କୃଷିର ଉନ୍ନତି ଗୋଚର ଭୂମିର ସଂରକ୍ଷଣ ଇଚ୍ଛାଧୀନ କାର୍ଯ୍ୟ ସମବାୟ ସମିତି ଗଠନ ପାଠାଗାର ସ୍ଥାପନ ଶିଶୁ ଓ ମାତୃମଙ୍ଗଳ କେନ୍ଦ୍ର ସ୍ଥାପନ ଦାତବ୍ୟ ଚିକିତ୍ସା ଅନୁଷ୍ଠାନ ସ୍ଥାପନ ପ୍ରୌଢ଼ଶିକ୍ଷା କେନ୍ଦ୍ର ସ୍ଥାପନ ଓ ପରିଚାଳନା ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କଦଳୀ ଚାଷ ମାଛଚାଷ କୁକୁଡ଼ା ପାଳନ