ପାରାସେଟାମୋଲ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
ପାରାସେଟାମୋଲ ବିଷକ୍ରିୟା (Paracetamol poisoning)
ଆସେଟାମିନୋଫରନ ବିଷକ୍ରିୟା (Acetaminophen toxicity), ମାତ୍ରାଧିକ ଆସେଟାମିନୋଫେନ (acetaminophen overdose), ଟାଇଲେନୋଲ ବିଷକ୍ରିୟା (Tylenol toxicity)
ବିଭାଗବିଷ ବିଜ୍ଞାନ (Toxicology)
ଲକ୍ଷଣପ୍ରଥମରୁ: ଅନିର୍ଦ୍ଦିଷ୍ଟ (Non specific), ଥକ୍କାଣ, ଉଦର ଯନ୍ତ୍ରଣା abdominal pain, ଅଇ (nausea)[୧]
ପରବର୍ତ୍ତୀ: ହଳଦିଆ ଚମ, ରକ୍ତ ଜମାଟ ସମସ୍ୟା (blood clotting problems), ହେପାଟିକ ଏନ‌କେଫାଲୋପାଥି (confusion)[୧]
ଆକ୍ରାନ୍ତ ସମୟ୨୪ ଘଣ୍ଟା ପରେ [୨]
କାରଣପାରାସେଟାମୋଲ (acetaminophen) ସାଧାରଣତଃ ୭ ଗ୍ରା:ରୁ ଅଧିକ[୩][୨]
ବିପଦ କାରକମଦ୍ୟାତ୍ୟୟ, କୁପୋଷଣ, ଅନ୍ୟ କେତେକ ଔଷଧ [୨]
ରୋଗ ନିର୍ଣ୍ଣୟ ପଦ୍ଧତିଔଷଧ ବ୍ୟବ‌ହାର କରିବାର ନିର୍ଦ୍ଦିଷ୍ଟ ସମୟ ପରେ ରକ୍ତରେ ଏହାର ସ୍ତର [୨]
ସଠିକ ରୋଗ ନିର୍ଣ୍ଣୟମଦ୍ୟାତ୍ୟୟ, ଭୁତାଣୁ ଯକୃତ ପ୍ରଦାହ (viral hepatitis), ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍[୨]
ଚିକିତ୍ସାଆକ୍ଟିଭେଟେଡ ଚାରକୋଲ, ଆସେଟାଇଲ ସିସ୍ଟିନ (acetylcysteine), ଯକୃତ ପ୍ରତିରୋପଣ (liver transplant)[୨][୧]
Prognosisମୃତ୍ୟୁ ~୦.୧%[୨]
ପୁନଃପୌନିକଯୁକ୍ତରାଷ୍ଟ୍ରରେ ବାର୍ଷିକ >୧୦୦,୦୦୦[୨]

ପାରାସେଟାମୋଲ ବିଷକ୍ରିୟା ବା ଆସେଟାମିନୋଫେନ ବିଷକ୍ରିୟା (ଇଂରାଜୀ ଭାଷାରେ Paracetamol poisoning, also known as acetaminophen poisoning) ଅତ୍ୟଧିକ ପାରାସେଟାମୋଲ (ଆସେଟାମିନୋଫେନ) ବ୍ୟବ‌ହାର କଲେ ସଂଘଟିତ ହୁଏ ।[୩] ଅତ୍ୟଧିକ ପାରାସେଟାମୋଲ ସେବନର ପ୍ରଥମ ୨୪ଘଣ୍ଟା ମଧ୍ୟରେ ସ୍ୱଳ୍ପ ବା ଅନିର୍ଦ୍ଦିଷ୍ଟ ଲକ୍ଷଣ ପ୍ରକାଶ ପାଏ ।[୧] ପ୍ରଥମେ ଅନିର୍ଦ୍ଦିଷ୍ଟ (Non specific) ଥକ୍କାଣ, ଉଦର ଯନ୍ତ୍ରଣା (abdominal pain), ଅଇ (nausea) ଆଦି ଲକ୍ଷଣ ଦେଖାଯାଏ ।[୧]
ଏହାର ଦୁଇ ଦିନ ପରେ ହଳଦିଆ ଚମ, ରକ୍ତ ଜମାଟ ସମସ୍ୟା (blood clotting problems), ହେପାଟିକ ଏନ‌କେଫାଲୋପାଥି (confusion) ଲକ୍ଷଣମାନ ପ୍ରକାଶ ପାଏ ।[୧] ଅଧିକ ଜଟିଳ ହେଲେ ବୃକ୍‌କ ଫେଲ (Kidney failure), ଅଗ୍ନାଶୟ ପ୍ରଦାହ, ହାଇପୋଗ୍ଲାଏସେମିଆ (low blood sugar), ଲାକଟିକ ଏସିଡୋସିସ (lactic acidosis) ବେମାରୀ ହୋଇପାରେ ।[୧] ମୃତ୍ୟୁ ନହେଲେ ପ୍ରାୟ ୨ସପ୍ତାହ ପରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଏ ।[୧] ଚିକିତ୍ସା ନ ପାଇଲେ ଅଳ୍ପ କେତେକ ରୋଗୀ ଭଲ ହୁଅନ୍ତି ଓ ଅବଶିଷ୍ଟ ରୋଗୀଙ୍କର ମୃତ୍ୟୁ ହୁଏ । [୧]

ଦୁର୍ଘଟଣା ବା ଅତ୍ମହତ୍ୟା (attempt to end one's life) କାରଣରୁ ଏହି ବିଷକ୍ରିୟା ହୁଏ ।[୧] ମଦ୍ୟାତ୍ୟୟ, କୁପୋଷଣ, ଅନ୍ୟ କେତେକ ଔଷଧ ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇପାରେ ।[୨] ପାରାସେଟାମୋଲ ଯୋଗୁ ଯକୃତ ବିଷାକ୍ତ (Liver damage) ନହୋଇ ଏହାର ଏକ ମେଟାବୋଲାଇଟ (metabolite), ଏନଏପିକ୍ୟୁଆଇ (N-acetyl-p-benzoquinone imine ବା NAPQI) ଯୋଗୁ ହୁଏ ।[୪] ଏନଏପିକ୍ୟୁଆଇ ଯକୃତର ଗ୍ଲୁଟାଥାୟୋନ (glutathione) କମେଇ ଯକୃତ ଜୀବକୋଷଗୁଡ଼ିକ ନଷ୍ଟ କରିଦିଏ ।[୫] ରକ୍ତରେ ପାରାସେଟାମୋଲ ସ୍ତର ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୨] ଏହାର ଫଳକୁ ରୁମାକ-ମାଥିଉ ନର୍ମୋଗ୍ରାମରେ (Rumack-Matthew nomogram) ଅଙ୍କିତ କରି ଦେଖାଯାଏ ।[୨]

ବିଷକ୍ରିୟାର ପ୍ରଥମ ଅବସ୍ଥାରେ ଆସିଲେ ଆକ୍ଟିଭେଟେଡ ଚାରକୋଲ ଦେଇ ଚିକିତ୍ସା କରାଯାଏ । activated charcoal [୨] ବାନ୍ତି (vomit) କରେଇବା ପଦ୍ଧତି ସୁପାରିସ କରାଯାଏ ନାହିଁ ।[୪] ଏହାର ସମ୍ଭାବନା ଥିଲେ ଆଣ୍ଟିଡୋତ ଆସେଟାଇଲସିସ୍ଟିନ (acetylcysteine) ଦିଆଯାଏ ।[୨] ଅତି କମ୍‌ରେ ୨୪ଘଣ୍ଟା ପର୍ଯ୍ୟନ୍ତ ଔଷଧ ଦିଆଯାଏ ।[୪] ସ୍ୱାସ୍ଥ୍ୟ ଲାଭ କଲାପରେ ମାନସିକ (Psychiatric) ଯତ୍ନ ଆବଶ୍ୟକ ହୁଏ ।[୨] ଯକୃତ ସାଂଘାତିକ ମାତ୍ରାରେ ନଷ୍ଟ ହୋଇଥିଲେ ଯକୃତ ପ୍ରତିରୋପଣ (liver transplant) କରାଯାଏ । [୧] ଏସିଡୋସିସ (low blood pH) ଓ ରକ୍ତ ଲାକ୍ଟେଟ (blood lactate) ମାତ୍ରା ଅଧିକ ହେଲେ, ରକ୍ତ ଜମାଟ ଅସୁବିଧା ହେଲେ, ବା ହେପାଟିକ ଏନ‌କେଫାଲୋପାଥି (hepatic encephalopathy) ହେଲେ ଟ୍ରାନ୍ସପ୍ଲାଣ୍ଟ ବା ପ୍ରତିରୋପଣ କରାଯାଏ ।[୧] ପ୍ରରମ୍ଭରୁ ଚିକିତ୍ସା କଲେ କ୍ୱଚିତ ଯକୃତ ନଷ୍ଟ ହୁଏ ।[୪] ଏହା ଯୋଗୁ ୦.୧% କେଶ୍‌ର ମୃତ୍ୟୁ ହୁଏ । [୨]

ସନ ୧୯୬୦ରେ ପ୍ରଥମ ପାରାସେଟାମୋଲ ବିଷକ୍ରିୟା ବିଷୟ ଲିପିବଦ୍ଧ ହୋଇଥିଲା ।[୪] ବିଷକ୍ରିୟା ହାର ସ୍ଥାନ ଅନୁସାରେ ବଦଳିଯାଏ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ପ୍ରାୟ ୧୦୦,୦୦୦ରୁ ଅଧିକ କେଶ୍ ହୁଏ । [୨] ସଂଯୁକ୍ତରାଷ୍ଟ୍ରରେ ଏହାର ସର୍ବାଧିକ ଅତିମାତ୍ରା ସେବନର କୁଖ୍ୟାତି ଅଛି ।[୫] ବଡ଼ ପିଲାମାନେ ସାଧାରଣତଃ ଏହାର ଶିକାର ହୁଅନ୍ତି ।[୨] ସଂଯୁକ୍ତରାଷ୍ଟ୍ର ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଆକ୍ୟୁଟ ଯକୃତ ନଷ୍ଟ (acute liver failure) ହେବାର ଏହା ସାଧାରଣ କାରଣ ରୂପେ ବିବେଚିତ ହୋଇଛି ।[୭][୨]


ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Yoon, E; Babar, A; Choudhary, M; Kutner, M; Pyrsopoulos, N (28 June 2016). "Acetaminophen-Induced Hepatotoxicity: a Comprehensive Update". Journal of clinical and translational hepatology. 4 (2): 131–42. doi:10.14218/jcth.2015.00052. PMID 27350943.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 11. ISBN 9780323448383. Archived from the original on ସେପ୍ଟେମ୍ବର 10, 2017. Retrieved ଜୁଲାଇ 6, 2017.
  3. ୩.୦ ୩.୧ Woolley, David; Woolley, Adam (2017). Practical Toxicology: Evaluation, Prediction, and Risk, Third Edition (in ଇଂରାଜୀ). CRC Press. p. 330. ISBN 9781498709309. Archived from the original on ସେପ୍ଟେମ୍ବର 10, 2017. Retrieved ଜୁଲାଇ 5, 2017.
  4. ୪.୦ ୪.୧ ୪.୨ ୪.୩ ୪.୪ Webb, Andrew; Gattinoni, Luciano (2016). Oxford Textbook of Critical Care (in ଇଂରାଜୀ). Oxford University Press. p. 1518. ISBN 9780199600830. Archived from the original on ସେପ୍ଟେମ୍ବର 10, 2017. Retrieved ଜୁଲାଇ 6, 2017.
  5. ୫.୦ ୫.୧ Prout, Jeremy; Jones, Tanya; Martin, Daniel (2014). Advanced Training in Anaesthesia (in ଇଂରାଜୀ). OUP Oxford. p. 166. ISBN 9780191511776. Archived from the original on ସେପ୍ଟେମ୍ବର 10, 2017.
  6. Yamada, Tadataka (2011). Textbook of Gastroenterology (in ଇଂରାଜୀ). John Wiley & Sons. p. PT4008. ISBN 9781444359411. Archived from the original on ସେପ୍ଟେମ୍ବର 10, 2017.
  7. Ryder SD, Beckingham IJ (February 2001). "Other causes of parenchymal liver disease". BMJ (Clinical research ed.). 322 (7281): 290–2. doi:10.1136/bmj.322.7281.290. PMC 1119531. PMID 11157536.

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ