କମଳାଦେବୀ ଚଟ୍ଟପାଧ୍ୟାୟ

ଉଇକିପିଡ଼ିଆ‌ରୁ
କମଳାଦେବୀ ଚଟ୍ଟପାଧ୍ୟାୟ
ଜନ୍ମ(1903-04-03)୩ ଅପ୍ରେଲ ୧୯୦୩
ମୃତ୍ୟୁ୨୯ ଅକ୍ଟୋବର ୧୯୮୮(1988-10-29) (ବୟସ ୮୫)
ଶିକ୍ଷାନୁଷ୍ଠାନବେଡ଼ଫୋର୍ଡ଼ କଲେଜ (ଲଣ୍ଡନ)
ବୈବାହିକ-ସାଥୀ(s)
କୃଷ୍ଣ ରାଓ
(m. ୧୯୧୭⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

(m. ୧୯୨୩⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନରାମକୃଷ୍ଣ ଚଟ୍ଟପାଧ୍ୟାୟ
ପୁରସ୍କାରରମଣ ମାଗାସେସେ ପୁରସ୍କାର (୧୯୬୬)
ପଦ୍ମ ଭୂଷଣ (୧୯୫୫)
ପଦ୍ମ ବିଭୂଷଣ (୧୯୮୭)

କମଳାଦେବୀ ଚଟ୍ଟପାଧ୍ୟାୟ (୩ ଏପ୍ରିଲ ୧୯୦୩ – ୨୯ ଅକ୍ଟୋବର ୧୯୮୮) ଜଣେ ଭାରତୀୟ ସମାଜ ସଂସ୍କାରିକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମ କାଳରେ ଭାରତୀୟ ହସ୍ତଶିଳ୍ପ, ହାତବୁଣା ଲୁଗାର ପୁନର୍ଜାଗରଣ ଓ ସହଯୋଗଦ୍ୱାରା ଭାରତୀୟ ନାରୀମାନଙ୍କର ସାମାଜିକ-ଅର୍ଥନୈତିକ ଅବସ୍ଥାର ଉନ୍ନତି ନିମନ୍ତେ ତାଙ୍କ ଅବଦାନ ପାଇଁ ସେ ଜଣା ।

ଜାତୀୟ ନାଟ୍ୟ ବିଦ୍ୟାଳୟ, ସଂଗୀତ ନାଟକ ଏକାଡେମୀ, କେନ୍ଦ୍ରୀୟ କୁଟୀରଶିଳ୍ପ ଏମ୍ପୋରିୟମ, ଏବଂ କ୍ରାଫ୍ଟସ କାଉନସିଲ ଅଫ ଇଣ୍ଡିଆ ସମେତ ଅନେକ ଭାରତର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତାଙ୍କ ଦୂରଦର୍ଶିତା ଯୋଗୁ ଅଧୁନା ସକ୍ରିୟ । ସେ ଭାରତୀୟ ଲୋକଙ୍କ ଭିତରେ ସାମାଜିକ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ହସ୍ତଶିଳ୍ପ ଓ ସମବାୟ ତୃଣମୂଳ ଅଭିଯାନ ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ଏଥି ନିମନ୍ତେ ତାଙ୍କୁ ଶକ୍ତି କେନ୍ଦ୍ରମାନଙ୍କଠାରୁ ଉଭୟ ସ୍ୱାଧୀନତା ଆଗରୁ ଓ ପରେ କଠୋର ବିରୋଧାଭାସ ମିଳିଥିଲା ।

୧୯୭୪ ମସିହାରେ ତାଙ୍କୁ ଭାରତ ଜାତୀୟ ସଂଗୀତ, ନାଚ ଓ ନାଟକ ଏକାଡେମୀ ସଂଗୀତ ନାଟକ ଅକାଦେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସମ୍ମାନ ସଂଗୀତ ନାଟକ ଅକାଦେମୀ ଫେଲୋସିପ ମିଳିଥିଲା ।[୧] ତାଙ୍କୁ ଭାରତ ସରକାରଙ୍କଦ୍ୱାରା ୧୯୫୫ ମସିହାରେ ପଦ୍ମ ଭୂଷଣ ଓ ୧୯୮୭ରେ ପଦ୍ମ ବିଭୂଷଣ ଉପାଧି ମଧ୍ୟ ମିଳିଥିଲା ।

କମଳାଦେବୀ ଚଟ୍ଟପାଧ୍ୟାୟଙ୍କ ବାବଦରେ ବହି[ସମ୍ପାଦନା]

  • The Awakening of Indian women, Everyman's Press, 1939.
  • Japan-its weakness and strength, Padma Publications 1943.
  • Uncle Sam's empire, Padma publications Ltd, 1944.
  • In war-torn China, Padma Publications, 1944.
  • Towards a National theatre, (All India Women's Conference, Cultural Section. Cultural books), Aundh Pub. Trust, 1945.
  • America,: The land of superlatives, Phoenix Publications, 1946.
  • At the Cross Roads, National Information and Publications, 1947.
  • Socialism and Society, Chetana, 1950.
  • Tribalism in India, Brill Academic Pub, 1978, ISBN 0706906527.
  • Handicrafts of India, Indian Council for Cultural Relations & New Age International Pub. Ltd., New Delhi, India, 1995. ISBN 99936-12-78-2.
  • Indian Women's Battle for Freedom. South Asia Books, 1983. ISBN 0-8364-0948-5.
  • Indian Carpets and Floor Coverings, All India Handicrafts Board, 1974.
  • Indian embroidery, Wiley Eastern, 1977.
  • India's Craft Tradition, Publications Division, Ministry of I & B, Govt. of India, 2000. ISBN 81-230-0774-4.
  • Indian Handicrafts, Allied Publishers Pvt. Ltd, Bombay India, 1963.
  • Traditions of Indian Folk Dance.
  • The Glory of Indian Handicrafts, New Delhi, India: Clarion Books, 1985.
  • Inner Recesses, Outer Spaces: Memoirs, 1986. ISBN 81-7013-038-7.

ଆଧାର[ସମ୍ପାଦନା]

ଅଧିକ ପଠନ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]