ପୋକେମୋନ କଲୋସେଅମ

ଉଇକିପିଡ଼ିଆ‌ରୁ
ପୋକେମୋନ କଲୋସେଅମ
Developer(s) Genius Sonority
Publisher(s) Nintendo
The Pokémon Company
Director(s) Manabu Yamana
Producer(s) Gakuji Nomoto
Hiroyuki Jinnai
Hiroaki Tsuru
Kenji Miki
Shigeru Miyamoto
Designer(s) Kazunori Orio
Gakuji Nomoto
Akihiko Miura
Sayaka Yamazaki
Ryota Aomi
Chiharu Sugaya
Kōji Ōno
Programmer(s) Masayuki Kawamoto
Artist(s) Sin'Ichi Hiromoto
Writer(s) Kazunori Orio
Composer(s) Tsukasa Tawada
Series Pokémon
Platform(s) GameCube
Release date(s) ଛାଞ୍ଚ:Vgrelease
Genre(s) Role-playing
Mode(s) Single-player, multiplayer

ପୋକେମୋନ କଲୋସେଅମ ହେଉଛି ଜିନିଅସ ସୋନୋରିଟିଦ୍ୱାରା ନିର୍ମାଣ ହୋଇଥିବା ଏକ ଭୂମିକା ଭିତ୍ତିକ ଭିଡିଓ ଗେମ, ଯାହାର ଉନ୍ମୋଚନ ଦ ପୋକେମୋନ କମ୍ପାନି ଏବଂ ପ୍ରସାର ପ୍ରଚାର ନିତେଣ୍ଡୋଦ୍ୱାରା ହୋଇଥିଲା । ଏହାର ଉନ୍ମୋଚନ ପ୍ରଥମେ ନଭେମ୍ବର ୨୧, ୨୦୧୩ରେ ଜାପାନରେ, ମାର୍ଚ୍ଚ ୨୨, ୨୦୦୪ରେ ଉତ୍ତର ଆମେରିକାରେ ଏବଂ ମଇ ୧୪, ୨୦୦୪ରେ ଇଉରୋପରେ ନିତେଣ୍ଡୋର ଗେମ କ୍ୟୁବ ପାଇଁ ହୋଇଥିଲା । ପୋକେମୋନର ପୁର୍ବ ସଙ୍କଳନ ଭଲି, ଏଥିରେ ପୋକେମୋନ ସ‌ହ ଆକସ୍ମିକ ମିଳନର ସମ୍ଭାବନା ନଥିଲା । ବରଂ ଏଥିରେ ଅନ୍ୟ ଖେଲାଲିଙ୍କଠାରୁ ପୋକେମୋନ ଚୋରାଇବାର ବ୍ୟବସ୍ଥା ରହିଥିଲା । ଏହି ଖେଳରେ, ଅଫଲାଇ‌ନ ଏବଂ ଅନଲାଇ‌ନ ଖେଳିବାର ବ୍ୟବସ୍ଥା ମଧ୍ୟ ରହିଥିଲା ।

ଏହି ଖେଳର ଆରମ୍ଭ ଓରେ ନାମକ ଏକ ମରୁଭୂମି ଅଞ୍ଚଳରୁ । ଏବଂ ଏହାର ମୁଖ୍ୟ ଖେଳାଳୀର ନାମ ହେଉଛି ୱେସ, ସ୍ନାଗମ ଦଳର ଏକ ପୂର୍ବତନ ସଦସ୍ୟ । ଏହି ଖେଳ ସାରା, ଖେଳାଳି ଜଣକ ଏକ ଛାୟା ପୋକେମୋନକୁ ବଞ୍ଚାଇବାର ପ୍ରଚେଷ୍ଟା କରିଥାଏ । ଛାୟା ପୋକେମୋନ ହେଉଛନ୍ତି ସେହି ପୋକେମୋନ ଯାହାର ହୃଦୟଟି ସିଫରଦ୍ୱାରା ଏକ ବିରୋଧୀ ଦଳଦ୍ୱାରା ମଇଳା କରିଦିଆ ଯାଇଥାଏ । ଏହି ଖେଳରେ ୱେସକୁ ସାହାଯ୍ୟ କରିବା ପାଇଁ ରୁଇ ନାମକ ଏକ ଅଣଖେଳାଳୀର ବ୍ୟବସ୍ଥା ମଧ୍ୟ ରହିଛି, ଯେ କୋ ଛାୟା ପୋକେମୋନଙ୍କୁ ଖୋଜି ବାହାର କରିଥାଏ ।

ପୋକେମୋନ କଲୋସେଅମ ୨୦୦୩ ମସିହାରେ ହୋଇଥିବା ଇଲେକ୍ଟ୍ରୋନିକ ଏଣ୍ଟରଟେଂମେଣ୍ଟ ଏକ୍ସପୋରେ ପ୍ରଦର୍ଶିତ ହୋଇଥିଲା । ଉତ୍ତର ଆମେରିକାରେ ବିକ୍ରି ହୋଇଥିବା ଖେଳରେ ପ୍ରାରମ୍ଭିକ ଭାବେ ଏକ ଅଲଗା ଡିସ୍କ ମଧ୍ୟ ରହିଥିଲା ଯାହା କି ଖେଳାଳିମାନଙ୍କୁ ପୋକେମୋନ ଜିରଚିକୁ ଡାଉନଲୋଡ କରିବାର ସୁଯୋଗ ମଧ୍ୟ ଦେଉଥିଲା । ଏହି ଖେଳଟି ଉନ୍ମୋଚନ ପରେ ଏହାର ସଙ୍ଗୀତ ଏବଂ ଦୃଶ୍ୟମାନଙ୍କୁ ନେଇ ବିଶ୍ୱ ଦରବାରରେ ପ୍ରଶଂସାର ପାତ୍ର ହୋଇଥିଲା । ଏହାର ବୈଷୟିକ ଉନ୍ମୋଚନ ପରେ ଏହାର ୧.୧୫ ନିୟୁତଟି ସଂସ୍କରଣ ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରୟ ହୋଇଥିଲା ଏବଂ ଜାପାନରେ ୬୫୬,୨୭୦ଟି ବିକ୍ରୀ ହୋଇଥିଲା ।

୨୦୦୪ ମସିହାରେ ୟୁନାଇଟେଡ଼ କିଙ୍ଗଡ଼ମରେ ପୋକେମୋନ କଲୋସେଅମର ଏକ ବଡ଼ ଧରଣର ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏହାକୁ ପୋକେମୋନ କଲୋସେଅମ ବ୍ୟାଟେଲ ମାଷ୍ଟର ୨୦୦୪ ନାମରେ ନାମିତ କରାଯାଇଥିଲା ।

ଖେଳିବା ଶୈଳୀ[ସମ୍ପାଦନା]

ଦେଖିବାକୁ ଗଲେ ପୋକେମୋନ କଲୋସେଅମ ହେଉଛି ଏକ ତିନି ଡାଇମେନସନ ବିଶିଷ୍ଟ ଏକ ଖେଳ । ଏହି ଖେଳର ମୁଖ୍ୟ ଖେଳାଳୀର ନାମ ହେଉଛି ୱେସ, ଯେ କି ଭିନ୍ନ ଭିନ୍ନ ସ‌ହର ବୁଲି ଅନ୍ୟ ଖେଳାଳୀଙ୍କ ସ‌ହିତ ପୋକେମୋନ ଯୁଦ୍ଧ କରିଥାଏ । ଏହି ଖେଳରେ ନୂଆ ବସ୍ଥୁକୁ କିଣିବା ପାଇଁ ପୋକେ ମାର୍ଟର ବ୍ୟବ‌ହାର କରାଯାଏ । ଯେଉଁ ସମୟରେ ପୋକେମୋନ ଯୁଦ୍ଧର ପ୍ରାରମ୍ଭ ହୁଏ, ଖେଳାଳୀମାନେ ଏକା ସମ‌ୟରେ ଆକ୍ରମଣ ନ କରି, ଜଣଙ୍କ ପରେ ଜଣେ ଆକ୍ରମଣ କରିଥାନ୍ତି ।

ଏହାର ଯୁଦ୍ଧଗୁଡ଼ିକ ମୁଖ୍ୟତଃ ଦ୍ୱେତ ଯୁଦ୍ଧ ପରିକା । ଅର୍ଥାତ ଏଥିରେ ଉଭୟ ପଟୁ ଏକ ସମୟରେ ଦୁଇଟି ପୋକେମୋନ ଭାଗ ନେବାର ବ୍ୟବସ୍ଥା ରହିଛି । ଏହି ଖେଳରେ ଅଧିକ ପୋକେମୋନ ପାଇବା ପାଇଁ ହେଲେ, ଖେଳାଳିଙ୍କୁ ଅନ୍ୟ ଖେଳାଳିଙ୍କ ପୋକେମୋନ ଜିତିବାକୁ ପଡିଥାଏ । ଏହି ପଧ୍ଧତିକୁ ସ୍ନାଗିଙ୍ଗ ବୋଲି ମଧ୍ୟ କୁହାଯାଏ । ଏଠାରେ ମନେରଖିବାର କଥା ଏହା ଯେ, କେବଳ ଛାୟା ପୋକେମୋନ, ଯାହାର ହୃଦୟଟିକୁ କୁତ୍ରିମ ଉପାୟରେ ବନ୍ଦ କରି ଦିୟା ଯାଇଥାଏ, ତାହାକୁ ହିଁ ଅନ୍ୟ ଖେଳାଳିଙ୍କଠାରୁ ନେଇ ହୁଏ । ଏହା ସହ, ଏହି ଖେଳରେ ପୋକେମୋନକୁ ଅନ୍ୟ ଖେଳାଳିଙ୍କ ସହ କ୍ରୟ ବିକ୍ରୟ କରିବାର ମଧ୍ୟ ବ୍ୟବସ୍ଥା ରହିଛି ।

ଅନ୍ୟ ପୋକେମୋନ ଖେଳ ମାନଙ୍କ ଭଳି ଏଥିରେ ଆକସ୍ମିକ ପୋକେମୋନ ଦେଖା ଦେବାର ସମ୍ଭାବନା ନାହିଁ । ଏଥିସହିତ, ଯେତେ ବେଳେ ପୋକେମୋନର ଜୀବନ ସରି ଆସିଥାଏ, ତାକୁ ସେଲେବି ସ୍ରଇନକୁ ନେଇକି ଯିବାକୁ ପଡିଥାଏ । ମୁଖ୍ୟତଃ ଛାୟା ପୋକେମୋନକୁ ବିଶୁଦ୍ଧିକରଣ କରିବାକୁ ପଡିଥାଏ । ନ ହେଲେ ସେମାନେ ଖେଳାଳୀର ନିର୍ଦ୍ଦେଶକୁ ପାଳନ କରି ନଥାନ୍ତି ଏବଂ ସେମାନଙ୍କର ଉନ୍ନତି ବି ହୋଇ ନଥାଏ ।

ଏହି ପରି କ୍ରମାନ୍ୱୟରେ ଖେଳିବା ସ‌ହିତ କଲୋସେୟମରେ, ଯୁଦ୍ଧ ଭିତ୍ତିକ ଖେଳର ମଧ୍ଯ ବ୍ୟବସ୍ଥା ରହି ଅଛି । "କ୍ୱିକ ବାଟେଲ"ରେ ଖେଳାଳି ଜଣକ, କମ୍ପ୍ୟୁଟର ସ‌ହ କିମ୍ବା ଅନ୍ୟ ଖେଳାଳିଙ୍କ ସ‌ହିତ ଯୁଦ୍ଧ କରିବାର ବ୍ୟବସ୍ଥା ରହି ଅଛି । ଏହି ପ୍ରକାରର ଯୁଦ୍ଧରେ କୌଣସି ଖେଳର ପଇସା କିମ୍ବା ଅନୁଭୁତି ମିଳେ ନାହିଁ ।

ବିକ୍ରୟ[ସମ୍ପାଦନା]

ଖେଳଟି ବଜାରକୁ ଆସିବା ପୂର୍ବରୁ, ଏହା ଅମାଜନ ଡ଼ଟ କମରେ ସବୁଠୁ ବିକ୍ରି ହେବାକୁ ଥିବା ଖେଳ ଭାବେ ପରିଚିତ ହୋଇ ସାରିଥିଲା । ଇଉନାଇଟେଡ଼ କୀଙ୍ଗଡ଼ମରେ ଏହି ଖେଳଟି ଗେମ କ୍ୟୁବ ସଂସ୍ଥାର ବଜାର ଭାଗ ୧୬ ପ୍ରତିଶତରୁ ୩୨ ପ୍ରତିଶତରେ ପହଁଚାଇ ଦେଇ ଥିଲା । ଏବଂ ୨୦୦୪ରେ ଏହା ଗେମକ୍ୟୁବର ସର୍ବଶ୍ରେଷ୍ଠ ଖେଳ ଭାବେ ମଧ୍ୟ ପରିଚିତ ହୋଇଥିଲା । ଏହା ସହିତ, ୨୦୦୫ ମସିହାରେ ନିତେଣ୍ଡୋର ଖେଳାଳିଙ୍କ ପସନ୍ଦ ଖେଳ ଭାବରେ ୨୫୦୦୦୦ଟି ଭାଗ ବିକ୍ରୟ ହୋଇଯାଇଥିଲା । ୨୦୦୭ ମସିହା ଶେଷ ସୁଦ୍ଧା ଏହି ଖେଳର ବିକ୍ରୟ ୧ ନିୟୁତ ଉପରେ ପହଞ୍ଚି ଯାଇଥିଲା ।