ମାଧବୀ ମୁଦଗଲ

ଉଇକିପିଡ଼ିଆ‌ରୁ
ମାଧବୀ ମୁଦଗଲ
Born (1951-10-04) ୪ ଅକ୍ଟୋବର ୧୯୫୧ (ବୟସ ୭୨)
ଓଡ଼ିଶା, ଭାରତ
Occupationଓଡ଼ିଶୀ ନର୍ତ୍ତକୀ ଓ ଗୁରୁ
Current groupଗନ୍ଧର୍ବ ମହାବିଦ୍ୟାଳୟ, ନୂଆ ଦିଲ୍ଲୀ
Dancesଓଡ଼ିଶୀ, ଭାରତନାଟ୍ୟମ, କଥକ

ମାଧବୀ ମୁଦଗଲ ଓଡ଼ିଶୀ ନୃତ୍ୟ ପାଇଁ ଜଣେ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ । ସେ ୧୯୮୪ରେ ସଂସ୍କୃତି ସମ୍ମାନ, ୧୯୯୦ରେ ପଦ୍ମଶ୍ରୀ ସମ୍ମାନ,[୧] ୧୯୯୬ରେ ଓଡ଼ିଶା ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୭ରେ ଫ୍ରାନ୍ସ ସରକାରଙ୍କଦ୍ୱାରା ଗ୍ରାଣ୍ଡେ ମେଡ଼ାଇଲେ ଦି ଲା ଭିଲେ ସମ୍ମାନ, ୨୦୦୦ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ୨୦୦୨ରେ ଦିଲ୍ଲୀ ରାଜ୍ୟ ପରିଷଦ ସମ୍ମାନ, ଓ ୨୦୦୪ରେ ନୃତ୍ୟ ଚୂଡ଼ାମଣି ସମ୍ମାନ ପାଇଥିଲେ ।[୨]

ଆଦ୍ୟ ଜୀବନ ଓ ପ୍ରଶିକ୍ଷଣ[ସମ୍ପାଦନା]

ମାଧବୀ ମୁଦଗଲ ଦିଲ୍ଲୀସ୍ଥିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପାଇଁ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ବିନୟ ଚନ୍ଦ୍ର ମୌଦଗଲ୍ୟଙ୍କ କନ୍ୟା । ବିନୟ ଚନ୍ଦ୍ର ଜାତୀୟ ଚଳଚ୍ଚିତ୍ର ସମ୍ମାନ ଜିତିଥିବା ଆନିମେଟେଡ ଚଳଚ୍ଚିତ୍ର ଏକ ଅନେକ ଔର୍ ଏକତାର ଗୀତ ହିନ୍ଦ୍ ଦେଶ କେ ନିବାସୀର ଗୀତିକାର ଥିଲେ ।[୩] ପରିବାରରୁ ହିଁ ତାଙ୍କର କଳା ଓ ନୃତ୍ୟ ପ୍ରତି ଆଗ୍ରହ ବଢ଼ିଥିଲା ଓ ଗୁରୁ ଶ୍ରୀ ହରେକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ତାଙ୍କ ପ୍ରତିଭା ବିକଶିତ ହୋଇଥିଲା । ମାତ୍ର ୪ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ମଞ୍ଚ ପ୍ରଦର୍ଶନ କରିଥିଲେ [୪] ସେ ଓଡ଼ିଶୀ ଶିଖିବା ପୂର୍ବରୁ ଭରତନାଟ୍ୟମକଥକ ଶିଖିଥିଲେ । ପରେ ସେ ଓଡ଼ିଶୀକୁ ଚୟନ କରିଥିଲେ । କିମ୍ବଦନ୍ତୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅଧୀନରେ ତାଙ୍କ ଓଡ଼ିଶୀ ଦକ୍ଷତା ଅଧିକ ବଢ଼ିଥିଲା ।

ଅନ୍ୟ ସବୁ ନୃତ୍ୟ ଶିଖି ମଧ୍ୟ ଓଡ଼ିଶୀ ଚୟନ କରିବା ପଛରେ କାରଣ ପ୍ରଶ୍ନର ଉତ୍ତରରେ ସେ କୁହନ୍ତି,

ଏହି ନୃତ୍ୟକଳାର ପଦଲାଳିତ୍ୟ ଓ ସୂକ୍ଷ୍ମତା ମୋତେ ଆକର୍ଷିତ କରିଥିଲା । ମୋ ବାଲ୍ୟକାଳରେ ମୁଁ ଯେତେବେଳେ ନୃତ୍ୟ ସହ ପରିଚିତ ହେଲି, ସେତେବେଳେ ଶାସ୍ତ୍ରୀୟ ଶୈଳୀରେ କେବଳ ଭରତନାଟ୍ୟମ ଓ କଥକ ବିକଳ୍ପ ଉପଲବ୍‌ଧ ଥିଲା । କିଶୋରାବସ୍ଥାରେ ଭାଷାଗତ ବାଧା ଯୋଗୁଁ ଭରତନାଟ୍ୟମ ଓ ପ୍ରଦର୍ଶନବାହୁଲ୍ୟ ଯୋଗୁଁ କଥକଠାରୁ ଦୂରେଇ ଯାଇ ମୁଁ ଓଡ଼ିଶୀ ଶିଖିବା ଆରମ୍ଭ କଲି, ଯାହାର ପ୍ରଶିକ୍ଷଣ ସେତେବେଳକୁ ଦିଲ୍ଲୀରେ ଆରମ୍ଭ ହୋଇ ସାରିଥିଲା । ପୁଣି ଏକ ନୂତନ ନୃତ୍ୟକଳା ଶିଖିବାର ଆଗ୍ରହ ମଧ୍ୟ ରହିଥିଲା ।[୨]

ସେ ଆର୍କିଟେକ୍ଚରରେ ଡିପ୍ଲୋମା କରିଛନ୍ତି ଓ ବିଭିନ୍ନ ପତ୍ରିକା ଓ ବହି ପାଇଁ ଲେଖନ୍ତି ।[୫]

ବୃତ୍ତି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on November 15, 2014. Retrieved July 21, 2015.
  2. ୨.୦ ୨.୧ Madhavi, Mudgal (November 15, 2004). "-'surprised and glad' to be chosen for Nritya Choodamani 2004 -Madhavi" (Interview). Interviewed by narthaki.com. {{cite interview}}: |access-date= requires |url= (help); Unknown parameter |subjectlink= ignored (|subject-link= suggested) (help)
  3. http://www.awardsandshows.com/features/best-educational-film-545.html
  4. "Madhavi Mudgal". Per Diem Co. Retrieved June 4, 2012.
  5. "International Dance Festival - VISTAAR". Retrieved June 4, 2012.