ବ୍ୟବହାରକାରୀ:Pkp05/ଘରୋଇ ଚିକିତ୍ସା

ଉଇକିପିଡ଼ିଆ‌ରୁ

୧) ସର୍ଦ୍ଦି[ସମ୍ପାଦନା]

  • ଦୁଇ ତୋଳା ହରିଡା ଚୁର୍ଣ୍ଣକୁ ମହୁ ସାଙ୍ଗେ ଖାଇଲେ ସର୍ଦ୍ଦି ଭଲ ହୁଏ।
  • ସୋରିଷ ତେଲ ଓ ରସୁଣକୁ ଫୁଟାଇ ତଳି ପାଦରେ ମାଲିସ କଲେ ସର୍ଦ୍ଦି ଦୂର ହୁଏ ଓ ବ୍ୟଥା କମିଯାଏ।
  • ତୁଳସୀ ପତ୍ରର ରସ ସହିତ ମହୁ ମିଶାଇ ପିଇଲେ ସର୍ଦ୍ଦି ଏକବାର କମିଯାଏ।
  • ସୋରିଷ ତେଲ ନାକ ଉପରେ, ତଳି ପାଦରେ ଲଗାଇଲେ ପିଲାଙ୍କ ସର୍ଦ୍ଦି ଭଲ ହୁଏ।

୨)କଫ[ସମ୍ପାଦନା]

  • ପିଲାଙ୍କ ଛାତିରେ କଫ ଜମି ରହି ନିଶ୍ୱାସ ନେବାରେ କଷ୍ଟ ହେଲେ:-

ଗୋଟିଏ ପାନପତ୍ର ଉପରେ ଉଷୁମ ଘିଅ ମାଲିସ କରି ରାତିରେ ଶୋଇବା ସମୟରେ ଛାତି ଉପରେ ପଟି ଭଳି ଲଗାଇଲେ ସୁଫଳ ମିଳିଥାଏ।[୧]

  • ଅଦା ରସକୁ ମହୁ ସାଙ୍ଗେ ମିଶାଇ ପିଆଇଲେ ପିଲାଙ୍କର କଫ ଓ କାଶ ଆଦି ରୋଗ ଭଲ ହେଇଯାଏ।
  • ବଇଞ୍ଚି କୋଳି ଗଛର ଚେର ଅଧତୋଳାରେ ୨୭ଟି ଗୋଲମରିଚ ସହ ବାଟି ଖାଇବା କିମ୍ବା ଜୟନ୍ତୀ ପତ୍ରକୁ ଶାଗ କରି ଖାଇଲେ ସୁଫଳ ମିଳିଥାଏ।
  • ବାସଙ୍ଗ ଗଛର ରସ ସହିତ ମହୁ ମିଶାଇ ପିଇଲେ କଫ ରୋଗ ଭଲହୁଏ।

୩) କାଶ[ସମ୍ପାଦନା]

  • ବାସଙ୍ଗ ପତ୍ର ରସ ଏକ ତୋଳା ଓ ସାମାନ୍ୟ ମହୁ ମିଶାଇ ଖାଇବେ କିମ୍ବା ତୁଳସୀ ପତ୍ର ରସ, ଅଦା ଓ ମହୁ ମିଶାଇ ଖାଇଲେ କାଶ ଭଲ ହୁଏ।
  • ଅଙ୍କରାନ୍ତି କ୍ୱାଥରେ ଚାରିଅଣା ପରିମାଣ ପିପ୍ପଳୀ ଚୂର୍ଣ୍ଣ ମିଶାଇ ଖାଇଲେ ନାନା ପ୍ରକାର କାଶ ଭଲ ହୁଏ।
  • ବାସଙ୍ଗ ପତ୍ର ରସ ୧ଭରି ପିପ୍ପଳୀ ଚୂର୍ଣ୍ଣ ମିଶାଇ ଖାଇଲେ କାଶ ଭଲ ହୁଏ।
  • ପାଟିରେ କିଛି ତୁଳସୀ ପତ୍ର ବା ଗୋଲମରିଚ ରଖିଲେ କାଶ ଭଲ ହୁଏ।

୪)କଫ ଓ ଶ୍ୱାସ[ସମ୍ପାଦନା]

  • କଫ ଓ ଶ୍ୱାସ ରୋଗର ଉପଶମ ପାଇଁ ବାସଙ୍ଗ ପତ୍ର ରସ ମହୁ ବା ଅଦାରସ ସେବନ କଲେ ରୋଗ ଆରୋଗ୍ୟ ହୁଏ।

୫)ଶ୍ୱାସ ଓ କାଶ[ସମ୍ପାଦନା]

  • ଶ୍ଵେତ ପୁରୁଣି ମୂଳ ଦୁଇ ତୋଳା ଓ ଆଠଟି ଗୋଲମରିଚ, ଏକତ୍ର ବାଟି ଖାଇଲେ ରୋଗ ଭଲ ହୋଇଥାଏ।
  • ବେଗୁନିଆ ଗଛ ମୂଳର ଛେଲି, ଦୁଇଗଣ୍ଡା ଅରୁଆ ଚାଉଳରେ ବାଟି ଖାଇଲେ ରୋଗ ଭଲ ହୋଇଥାଏ।
  • ଶୁଣ୍ଠି ଓ ପିପ୍ପଳୀ ଚୂର୍ଣ୍ଣ ପ୍ରତ୍ୟକରୁ ୩ ଗ୍ରାମ ଚୂର୍ଣ୍ଣକୁ ବାସଙ୍ଗ ପତ୍ର ରସ ରସ ମିଶାଇ ଛ୧ ଚାମୁଚ ମହୁ ସହିତ ଦିନକୁ ୩ଥର ଲେଖାଏଁ ୧ ମାସ ଖାଇଲେ ପୁରୁଣା ଶ୍ୱାସ ଓ କାଶ ଭଲହୁଏ।
  • ଶ୍ୱାସ ରୋଗୀ ମାନଙ୍କ ପାଇଁ ବାସଙ୍ଗ ପତ୍ର ରସ, ମହୁ ସହିତ ଖାଇଲେ ଖୁବ୍ ଉପକାର ହୋଇଥାଏ।
  • ପିପ୍ପଳୀ ଚୂର୍ଣ୍ଣ ୧ଚାମୁଚ ଓ ମହୁ ୨ଚାମୁଚ ମିଶାଇ ଦିନକୁ ୨ଥର ଖାଇଲେ ରୋଗ ଭଲ ହୋଇଥାଏ।
  • ପୁରୁଣା ଗୁଆ ଘିଅ ୨ଚାମୁଚ ସହିତ ଅଳ୍ପ ଲୁଣ ମିଶାଇ ଛାତିରେ ଘଷିଲେ ରୋଗ ଭଲ ହୋଇଥାଏ।

୬)ଥଣ୍ଡା ଓ କାଶ[ସମ୍ପାଦନା]

  • ପ୍ରତିଦିନ ଚା'ରେ ୨କିମ୍ବା ୩ଟି ତୁଳସୀ ପତ୍ର ପକାଇ ପିଇଲେ ଥଣ୍ଡା ଓ କାଶ ଶରୀରରେ ରହିବ ନାହିଁ।

୭)ଥଣ୍ଡା ଯୋଗୁଁ କାଶ, ଜ୍ଵର ଓ ଦେହ ହାତ ଘୋଳା ବିନ୍ଧା ହେଲେ[ସମ୍ପାଦନା]

  • ଅଳ୍ପ ଶୁଣ୍ଠି ଓ ଅଳ୍ପ ସୈଦ୍ଧବ ଲୁଣ ଦୁଇ ଗ୍ଲାସ ଜଳରେ ସିଝାଇ ଅଧ ଗ୍ଲାସ ରହିଲେ ସେଥିରେ ୨୫ ଗ୍ରାମ ମିଶ୍ରି ମିଶାଇ ପାନ କଲେ ଉପକାର ମିଳିଥାଏ।

୮)ଶ୍ୱାସ, କାଶ ଓ କ୍ଷୁଧା ନିବାରଣ[ସମ୍ପାଦନା]

  • ଶ୍ୱାସ, କାଶ ଓ କ୍ଷୁଧା ନିବାରଣ ପାଇଁ ଡାଲଚିନିକୁ ବ୍ୟବହାର କରାଯାଏ।

୯)ଜ୍ଵର[ସମ୍ପାଦନା]

  • ଫାଳେ ଲେମ୍ବୁରସ ସହିତ ବଡ଼ ଚାମୁଚରେ ଏକ ଚାମୁଚ ମହୁ ମିଶାଇ ଅଳ୍ପ ଉଷୁମ ପାଣି ସହିତ ଖାଇଲେ ଜ୍ଵର ଭଲ ହୁଏ।
  • ତେନ୍ତୁଳି ପତ୍ର ରସ ଜ୍ଵର ସମୟରେ ରୋଗୀକୁ ଏକ ଚାମୁଚ ପିଆଇଲେ ଜ୍ଵର ଭଲ ହୁଏ।
  • ପୋଟଳ ପତ୍ର, ହରିଡା, ଚିତେଇବା, ବାସଙ୍ଗ ପତ୍ର ଓ ଗୁଳଚି, ଏମାନଙ୍କର କ୍ୱାଥ ସେବନ କଲେ କଫ ଜନିତ ଜ୍ଵର ଭଲ ହୁଏ।
  • ରସ ସିନ୍ଦୁର, ରସ କର୍ପୁର, ଶୋଧିତ ମହୁରା, ପିପ୍ପଳା, ସମଭାଗ ଅଦାରସ ଏବଂ ଲେମ୍ବୁରସରେ ମର୍ଦ୍ଦନ କରି ସୋରିଷ ପରି ବଟିକା କରିବ।ଦିନକୁ ଦୁଇପାନ ମହୁ କିମ୍ବା ତୁଳସୀ ରସରେ ଖାଇଲେ ସମସ୍ତ ଜ୍ଵର ଭଲ ହେବ।
  • ଗଙ୍ଗଶିଉଳି ଛାଲି କିମ୍ବା ପତ୍ରକୁ ସିଝାଇ ତା'ର ରସକୁ ମହୁ କିମ୍ବା ଦୁଧରେ ମିଶାଇ କିଛି ଦିନ ଖାଇଲେ ମ୍ୟାଲେରିଆ ଜ୍ଵର ଭଲ ହୋଇଥାଏ।
  • ଋତୁ ବଦଳିବା ସଙ୍ଗେ ସଙ୍ଗେ ଜ୍ଵର ହେଲେ ଅଧଚାମୁଚ ମହୁକୁ ଉଷୁମ ପାଣିରେ ପକାନ୍ତୁ ଓ ୪/୫ ବୁନ୍ଦା ଲେମ୍ବୁରସ ସହିତ ପିଅନ୍ତୁ।୨/୪ଦିନ ମଧ୍ୟରେ ଉପକାର ପାଇବେ।

୧୦)କଫ ସଂଯୁକ୍ତ ଜ୍ଵର ନିବାରଣ[ସମ୍ପାଦନା]

  • ଦଶମୂଳ ସିଝା ପାଣିରେ ମହୁ ଅଳ୍ପ ଦେଇ ସେବନ କଲେ ରୋଗ ଆରୋଗ୍ୟ ହୋଇଥାଏ।
  • ବାସଙ୍ଗ ପତ୍ର ରସ ୨ଚାମୁଚ,କଳା ତୁଳସୀ ପତ୍ର ରସ ୨ ଚାମୁଚ ଓ ମହୁ ୪ ଚାମୁଚ ମିଶାଇ ସକାଳେ ଓ ସଂଧ୍ୟାରେ ଦୁଇଥର ଖାଇଲେ ସୁଫଳ ମିଳିଥାଏ।

୧୧)ସର୍ବ ପ୍ରକାର ଜ୍ଵର ନିବାରଣ[ସମ୍ପାଦନା]

  • ଚିତେଇବା, ଗୁଳୁଚି, ପିପ୍ପଳୀ,ଗିଲଶଶ୍, ଅତୁଶି ଓ ଭୂଇଁ ନିମ୍ବ ପ୍ରତ୍ୟକ ସମାନ ଭାଗରେ ନେଇ ଚୂର୍ଣ୍ଣ କରି ଏହି ଚୂର୍ଣ୍ଣରୁ ଚାରି ଅଣା ଓଜନରେ ସେବନ କଲେ ସର୍ବ ପ୍ରକାର ରୋଗ ଭଲ ହୋଇଥାଏ।

୧୨)ପାଳିଜ୍ୱର[ସମ୍ପାଦନା]

  • ଶନିବାର ଦିନ ବିଛୁଆତି ଚେରକୁ ଆଣି କଳା ସୂତାରେ ରୋଗୀର ଡ଼ାହାଣ ହାତରେ ବାନ୍ଧିଲେ ପାଳିଜ୍ୱର ଓ ରାତିଜ୍ୱର ଭଲ ହୁଏ।

୧୩)ପୁରାତନ ଜ୍ଵର ନିବାରଣ[ସମ୍ପାଦନା]

  • କ୍ଷତ ପାମ୍ପଡ଼ା, ସିଂହାରହାର ପତ୍ରରସ ଦୁଇତୋଳା ମହୁ ସହିତ ସେବନ କଲେ ପୁରାତନ ଜ୍ଵର ଓ ପିତ୍ତଜ୍ୱର ମଧ୍ୟ ଭଲ ହୁଏ।

୧୪)ଜଣ୍ଡିସ ବା କାମଳ ରୋଗ[ସମ୍ପାଦନା]

  • ଦୁଇଟି ହରିଡା ଚୋପା ଛଡାଇ ତାକୁ ଗୋ-ମୁତ୍ରରେ ବାଟି ଦିନକୁ ୧ ପାନ କରି ୭ ଦିନରେ ୭ ପାନ ଖାଇଲେ ଜଣ୍ଡିସ ବା କାମଳ ରୋଗ ଭଲ ହୁଏ।
  • ଗୋଟିଏ ପାଚିଲା କଦଳୀ ସହିତ ୧ ଚାମୁଚ ମହୁ ମିଶାଇ ଦିନକୁ ୧ ପାନ କରି ୭ ଦିନ ଖାଇଲେ ରୋଗ ଭଲ ହୁଏ।
  • ଵଣ ଗଞ୍ଜାଇ ଗଛ ପତ୍ରର ରସକୁ ବଡ଼ ଲୋକଙ୍କୁ ୨ ତୋଳା ଓ ସାନ ପିଲାଙ୍କୁ ୧ ତୋଳା କରି ଦେଲେ ରୋଗ ଭଲ ହୁଏ।
  • ଅନନ୍ତ କ୍ୱାଥରେ ୮/୧୦ ରାତି ନିଶାଦଳ ମିଶାଇ ପାନ କଲେ ପାଣ୍ଡୁ ବା କାମଳ ରୋଗ ଭଲ ହୁଏ।
  • ଏକ ଗ୍ଲାସ ବିଲାତି ବାଇଗଣ ରସରେ ଅଳ୍ପ ଲୁଣ ଓ ପିପ୍ପଳୀ ଗୁଣ୍ଡ ପକାଇ ଏକ ମାସ ପିଇଲେ ରୋଗ ଭଲ ହୋଇଥାଏ।
  • ନିୟମିତ ମୂଳାରସରେ ଚିନି ପକାଇ ଏକ ମାସ ପାନ କଲେ ରୋଗ ଭଲ ହୁଏ।
  • ୭ଟି ବେଲପତ୍ର ସହିତ ୪ଟି ଗୋଲମରିଚ ସକାଳେ ଖାଳିପେଟରେ ବାଟି ୨୧ ଦିନ ସେବନ କଲେ ରୋଗ ଆରୋଗ୍ୟ ହୁଏ।

୧୫)ମୁଣ୍ଡ ବିନ୍ଧା[ସମ୍ପାଦନା]

  • ଗରମ ଜଳ ବାୟୁରେ ମୁଣ୍ଡ ବିନ୍ଧିଲେ ଲାଉର ଏକ ଛୋଟ ଖଣ୍ଡ ମୁଣ୍ଡରେ ଘଷିଲେ ମୁଣ୍ଡ ବିନ୍ଧା ଭଲ ହୁଏ।
  • ଶୀତ ଦିନେ ଗରମ ପାଣିରେ ମୁଣ୍ଡ ଧୋଇଲେ ମୁଣ୍ଡ ବ୍ୟଥାରୁ ଆରାମ ମିଳିଥାଏ।
  • ପ୍ରତିଦିନ ସକାଳେ ବସି ମୁହଁରେ ଗୋଟିଏ କିମ୍ବା ଦୁଇଟି ସେଓ କାଟି କିଛି ଲୁଣ ମିଶାଇ ଖାଇଲେ ମୁଣ୍ଡ ବିନ୍ଧା ଭଲ ହୁଏ।
  • ଅଦାରସ ସହିତ ଡାଲଚିନିକୁ ଘୋରି ମୁଣ୍ଡରେ ମାଲିସ କଲେ ସୁଫଳ ମିଳିଥାଏ।
  • ଅପାମାରଙ୍ଗ ମଞ୍ଜି, ସଜନା ମଞ୍ଜି ସମ ଭାଗ ଓ ବଚଚୂର୍ଣ୍ଣ ଅଧ ଭାଗ ଏକତ୍ର କରି ଅରଖ କ୍ଷୀରରେ ୩ଥର ଭାବନା ଦେଇ ଚୂର୍ଣ୍ଣ କରି ଶିଶିରେ ରଖିବେ।ଏହାର ନସ୍ୟ ହେଲେ ମୁଣ୍ଡ ବ୍ୟଥା,ଅଧା କପାଳି ଓ ମୁଣ୍ଡ ଭାରି ଭାରି ରୋଗ୍ୟ ଆରୋଗ୍ୟ ହୋଇଥାଏ।
  • ଅଁଳାକୁ କ୍ୱାଥ କରି କନ୍ଦ ମିଶାଇ ପିଇଲେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ।
  • ୧୦ ଗ୍ରାମ ଗୋଲାପ ପତ୍ର ସହିତ ଏକ ଚାମୁଚ ମିଶ୍ରି ଗୁଣ୍ଡ ଓ ୨ଟି ଗୁଜୁରାତି ବାଟି ସକାଳେ ଓ ସଂଧ୍ୟାରେ ଖାଇଲେ ପୁରୁଣା ମୁଣ୍ଡ ବିନ୍ଧା ମଧ୍ୟ ଭଲ ହୋଇଥାଏ।

୧୬)ପେଟ ଫମ୍ପା[ସମ୍ପାଦନା]

  • କଦମ ପତ୍ର ରସ ଏକ ତୋଳା ଖାଇଲେ ପେଟ ଫମ୍ପା ଭଲ ହୋଇଥାଏ।
  • ପ୍ରତିଦିନ କିଛି ବେଲପତ୍ର ସହିତ ଗୋଲମରିଚ ମିଶାଇ ସେବନ କଲେ ହଜମ ଶକ୍ତି ବୃଦ୍ଧି ସହିତ, ପେଟ ରୋଗ ଭଲ ହୁଏ।
  • ଶୁଣ୍ଠି, ପାନମଧୁରୀ, ପୋଦିନା ପତ୍ର ଓ ଜୁଆଣୀ ସମାନ ସମାନ ଦେଇ ଏକ ପାଆ ପାଣିରେ ସିଝାଇ ଦିନ ମଧ୍ୟରେ ୨/୩ ଥର ସେବନ କଲେ ରୋଗ ଆରୋଗ୍ୟ ହୋଇଥାଏ।
  • କଳାଜିରା, ଜିରା, ଶୁଣ୍ଠି, ପାନ ମଧୁରୀ, ଜୁଆଣୀ ଓ ହେଙ୍ଗୁ ଏକତ୍ର ଚୂର୍ଣ୍ଣକରି ମସା ମାତ୍ରାରେ ଗରମ ଜଳ ଅନୁମାନରେ ଖାଇଲେ ପେଟ ଫମ୍ପା ଭଲ ହୁଏ।

୧୭)ଅଜୀର୍ଣ୍ଣ[ସମ୍ପାଦନା]

  • ସୈନ୍ଧବ ଲବଣ, ଗୋଲମରିଚ ଓ ଭଜା ଜିରା ସମ ଭାଗରେ ଏକତ୍ର ଚୂର୍ଣ୍ଣ କରି ଦୁଇ ଅଣା ମାତ୍ରାରେ ଘୋଳ ଦହି ସହିତ ଖାଇବେ କିମ୍ବା ଖାଦ୍ୟ ଖାଇ ସାରିବା ପରେ ଏହାକୁ ଉଷୁମ ପାଣିରେ ୨ଗ୍ରାମ ଲେଖାଏଁ ଖାଇଲେ ହଜମ ଭଲ ହେବା ସହିତ ପେଟ ଗୋଳମାଳ ଭଲ ହୋଇଥାଏ।
  • ଉଷୁମ ପାଣିରେ ଲୁଣ ଓ ଲେମ୍ବୁରସ ମିଶାଇ ପିଇବେ।
  • ଗୋଲମରିଚ ସହିତ ସହିତ ଲୁଣ ଚୂର୍ଣ୍ଣକରି ଖାଇ ଗରମ ପାଣି ପିଇବେ।
  • ବିରି ପିଠା ଖାଇ ଅଜୀର୍ଣ୍ଣ ହେଲେ ପ୍ରତି ଅଧ ଘଣ୍ଟାରେ ଏକ ଗ୍ଲାସ ଥଣ୍ଡା ପାଣି ପିଇବେ।
  • ହରିଡା, ଶୁଣ୍ଠି, ପୁରୁଣା ଗୁଡ଼ ବା ସୈନ୍ଧବ ଲବଣ ସହିତ ନିୟମିତ ଖାଇଲେ ଅଜୀର୍ଣ୍ଣ ରୋଗ ଭଲ ହୁଏ।
  • କଞ୍ଚା ଅମୃତଭଣ୍ଡା ଲୁଣ ସହିତ ଚୋବାଇ ଖାଇଲେ ଯେତିକି ଓଜନରେ ଅମୃତଭଣ୍ଡା ତା'ର ୨ ଗୁଣ ଓଜନର ତୈଳାକ୍ତ ଖାଦ୍ୟ ହଜମ ହୋଇଥାଏ।

୧୮)ପେଟ କାଟି ହେବା[ସମ୍ପାଦନା]

  • ଥାଳକୁଡ଼ି ଓ ଅଫିମ ଏକତ୍ର ମିଶାଇ ନାଭି ଚାରିପଟେ ଲେପ ଦେଲେ ପେଟ କାଟି ହେବା ରୋଗ ଭଲ ହୁଏ।

୧୯)ପେଟ ପରାସ୍[ସମ୍ପାଦନା]

  • ଜୁଆଣୀ ଓ ସୈନ୍ଧବ ଲୁଣକୁ ଚୂର୍ଣ୍ଣକରି ଗରମ ପାଣିରେ ଖାଇଲେ ପେଟ ପରାସ୍ ଭଲ ହୁଏ।

୨୦)ପେଟ ରୋଗରୁ ମୁକ୍ତି[ସମ୍ପାଦନା]

  • ଖାଇବା ପୂର୍ବରୁ ଅଳ୍ପ ହେଙ୍ଗୁ ଗରମ ପାଣି ସହିତ ଖାଇଲେ ଅଜୀର୍ଣ୍ଣ ଓ ପେଟ ଫମ୍ପା ରୋଗ ଭଲ ହୁଏ।
  • ପୋଦିନା ପତ୍ର ରସ ସହିତ କଳା ପିପ୍ପଳୀ ଚୂର୍ଣ୍ଣ ଅଳ୍ପ ମିଶାଇ ଖାଇଲେ ଅଜୀର୍ଣ୍ଣ ଦୂର ହୁଏ।ପୋଦିନା ପତ୍ରକୁ ବାଟି ରସରେ କଳା ଲୁଣ ମିଶାଇ ଦିନକୁ ୩/୪ ଥର ପିଇଲେ ପେଟ ଯନ୍ତ୍ରଣା ଭଲ ହୁଏ।
  • ଖାଇବା ପୂର୍ବରୁ ୧ ଗ୍ଲାସ ଗରମ ଜଳ ପାନ କଲେ ଅଜୀର୍ଣ୍ଣ ଦୂର ହୁଏ।
  • ଖାଦ୍ୟ ଖାଇବା ପରେ ଖଣ୍ଡେ ଅଦା ଚୋବାଇ ଖାଇଲେ ପେଟର ବାୟୁ, ଅଜୀର୍ଣ୍ଣ, ବାନ୍ତି ଓ ନାଳ ଝାଡା ଆଦି ଭଲ ହୋଇଥାଏ।
  • ପ୍ରତିଦିନ ପାନ ମଧୁରୀ ଚୋବାଇ ଖାଇଲେ ପେଟର ବାୟୁ ଦୋଷ ଭଲ ହୁଏ।
  • ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ଚା'ଭଳି ଧୀରେ ଧୀରେ ପିଇଲେ ଭଲ କାର୍ଯ୍ୟ କରିଥାଏ।ପ୍ରତ୍ୟକ ଢ଼ୋକ ଏକ ମିନିଟ୍ ପାଟିରେ ରଖି ତା'ପରେ ଗିଳିବା ଉଚିତ୍।
  • ଅଜୀର୍ଣ୍ଣ ଓ ଯକୃତ ରୋଗରେ ମେଥି ଶାଗ ଖାଇଲେ ରୋଗ ଭଲ ହୁଏ।
  • ଝାଡ଼ା ଯିବାପରେ ପେଟରେ ଯନ୍ତ୍ରଣା ହେଲେ ଗୋଟିଏ ଗ୍ଲାସ ଦହିରେ ଫାଳେ ଲେମ୍ବୁ ରସ ମିଶାଇ ଦିନକୁ ୩ଥର ଦୁଇଦିନ ପିଇଲେ ରୋଗ ଭଲ ହୁଏ।
  • ତିନି ଚାରୋଟି ରସୁଣ କୋଲାକୁ ରାଶିରେ ବାଟି ଖାଇଲେ ପେଟ ରୋଗ ଭଲ ହୁଏ।
  • ଡାଇରିଆ, ବାନ୍ତି ଓ ଅଜୀର୍ଣ୍ଣ ରୋଗରେ ତଟକା ଘୋଳ ଦହି ସହିତ ଦୁଇ ଚାମୁଚ ଧନିଆ ରସ ମିଶାଇ ଖାଇଲେ ରୋଗ ଭଲ ହୁଏ।
  • ୩୦ଗ୍ରାମ ପିଆଜ, ୭ଟି ଗୋଲମରିଚ ଅଧା ଚାମୁଚ ଚିନି ମିଶାଇ ବାଟି , ସେଇ ବଟାକୁ ଖାଇଲେ ତରଳ ଝାଡା ଓ ବାନ୍ତି ଭଲ ହୁଏ।
  • ପୁରାତନ ଝାଡା ଓ ପେଟ ଫମ୍ପା ରୋଗରେ ଏକ ଗ୍ଲାସ ଦହିରେ ୧ଚାମୁଚ ହଳଦୀ ଗୁଣ୍ଡ ମିଶାଇ ପିଇଲେ ଉପକାର ମିଳିଥାଏ।
  • ପିତ୍ତ ଦୋଷ, ଅଜୀର୍ଣ୍ଣ ବାନ୍ତି ଓ ଡାଇରିଆ ରୋଗରେ ଏକ ଗ୍ଲାସ ପାଣିରେ ଚାମୁଚେ ଜିରା ପକାଇ ଅଧ ଗ୍ଲାସ ପାଣି ରହିବା ପର୍ଯ୍ୟନ୍ତ ତାକୁ ଫୁଟାଇ ଥଣ୍ଡା କରି ଛାଣି ସେଥିରେ ଚାମୁଚେ ଧନିଆ ପତ୍ର ରସ ଓ ଟିକେ ଲୁଣ ମିଶାଇ ଦୁଇଥର ଖାଦ୍ୟ ଖାଇ ସାରିବା ପରେ ପିଇଲେ ରୋଗ ଭଲ ହୁଏ।
  • ପ୍ରାତଃ କାଳରେ ୧କପ ଲାଉରସ ପିଇବାଦ୍ୱାରା ପେଟର ସମସ୍ତ ବିକାର ଦୂର ହୋଇଥାଏ ଓ ଭବିଷ୍ୟତରେ ମଧ୍ୟ ହୁଏ ନାହିଁ।

୨୧)ବାନ୍ତି[ସମ୍ପାଦନା]

  • ହରିଡା ଚୂର୍ଣ୍ଣ ମହୁ ସହିତ ଚାଟି ଖାଇଲେ ବାନ୍ତି ଭଲ ହୁଏ।
  • ଲେମ୍ବୁ ଓ ମିଶ୍ରି ସରଵତ ପାନ କରିଲେ ବାନ୍ତି ଭଲ ହୁଏ।
  • ଅଳେଇଚକୁ ପୋଡ଼ି ଗୁଣ୍ଡ କରି ମହୁ ସହିତ ଚାଟି ଖାଇବେ।
  • ପାଟି ଭିତରେ ବରଫ ଖଣ୍ଡ ରଖିଲେ ବାନ୍ତି ବାନ୍ତି ଲାଗିବ ବା ବାନ୍ତି ଭଲ ହେବ।
  • ଏକ ଛଟାଙ୍କି ଚିନି ସରଵତରେ ୧୦/୧୨ଟି କଷି ଆମ୍ବ ପତ୍ର ଚକଟି ଛାଣି ସେହି ସର୍ବତ ପିଇଲେ ବାନ୍ତି ଭଲ ହୁଏ।
  • ଚା'ରେ କିଛି ଜୁଆଣୀ ଫୁଟାଇ ପିଇଲେ ବାନ୍ତି ଭଲ ହୁଏ।
  • ବସ୍ ବା ଟ୍ରେନ୍ ଯାତ୍ରା ସମୟରେ ପାଦ ତଳେ ଅରଖ ପତ୍ର ରଖିଲେ ବାନ୍ତି ହୁଏ ନାହିଁ। ଲେମ୍ବୁକୁ ଶୁଙ୍ଘିଲେ ବାନ୍ତି ମଧ୍ୟ ହୁଏ ନାହିଁ।
  • ଅଶ୍ଵସ୍ତ ଛେଳିର ପାଉଁଶକୁ ଜଳରେ ଗୋଳାଇ ପିଇଲେ ଓକାର ବନ୍ଦ ହୁଏ।
  • ପିଜୁଳି ପତ୍ରର କ୍ୱାଥ ୧୦ଗ୍ରାମ ମାତ୍ରାରେ ପିଆଇବାଦ୍ୱାରା ବାନ୍ତି ଭଲ ହୋଇଥାଏ।

୨୨)ନାଳରକ୍ତ ଝାଡା[ସମ୍ପାଦନା]

  • ଆମ୍ବ ଗଛ ଛେଳିର ରସକୁ ପିଇଲେ ନାଳରକ୍ତ ଝାଡା ଭଲ ହୁଏ।
  • କଞ୍ଚା ବେଲକୁ ପୋଡ଼ି ସେହି ରସକୁ ଚିନି ସହିତ ମିଶାଇ ପିଇଲେ ଉପକାର ମିଳିଥାଏ।

୨୩)ପତଳା ଝାଡା[ସମ୍ପାଦନା]

  • ଖାଲି ପାଣି ପିଇଲେ ପତଳା ଝାଡା ଭଲ ହୁଏ।
  • ପୋଡା ବେଲ ଖାଇଲେ ପତଳା ଝାଡା ଭଲ ହୁଏ।
  • ଏକ ଲିଟର ପାଣିରେ ୫୦ଗ୍ରାମ ଚିନି, ୫ଗ୍ରାମ ଲୁଣ ଓ ୨ଗ୍ରାମ ଖାଇବା ସୋଡ଼ା ମିଶାଇ ଚୁଳ୍ଲିରେ ଅଧ ଘଣ୍ଟା ଫୁଟାଇ ଛାଣି ରଖିବେ।ଏହା ଶୀତଳ ହେଲେ ସେଥିରେ ଲେମ୍ବୁରସ ମିଶାଇ ରୋଗୀକୁ ପିଇବାକୁ ଦେବେ।
  • ଜାଇଫଳ, ଜିରା ଓ ବେଲ ଶୁଣ୍ଠାକୁ ସମାନ ଭାବରେ ଚୂର୍ଣ୍ଣକରି ଦିନକୁ ତିନି ଥର ୧ ଚାମୁଚ ଲେଖାଏଁ ଖାଇବାକୁ ଦେବେ।
  • ୨୧ଟି ଗୋଲମରିଚ ସହିତ ୩ଟି ଅମରପୋଇ ପତ୍ରକୁ ବାଟି ପିଇବାକୁ ଦେଲେ ତରଳ ଝାଡା ଭଲ ହୁଏ।

୨୪)ଝାଡା ନିବାରଣ[ସମ୍ପାଦନା]

  • ଡାଳିମ୍ବ ଭିତରୁ ମୁଦା କାଢି ସେଥିରେ ଅଫିମ ଦୁଇ ମସା, ଲୋବାନ ୪ ମସା ପୁରାଇ ମାଟି ଓ କନାଦ୍ୱାରା ଏକ ଲେପ ଦେଇ ପାଉଁଶ ନିଆଁରେ ପୋଡ଼ି କରି ପୁଣି ତାହାର ମାଟି ବାହାର କରି ଶିଳରେ ବାଟି ଭୂଇଁ ବରକୋଳି ଆକାରର ବଟିକା କରି ଚାଉଳ ଧୁଆ ପାଣିରେ ଖାଇଲେ ଝାଡା ଭଲ ହୁଏ।

୨୫)ମଳକଣ୍ଟକ[ସମ୍ପାଦନା]

  • ବର ଓହଳ ଆଗ ୪ଖଣ୍ଡ ସେଥିରେ ଗୋଟିଏ ଲବଙ୍ଗ ମିଶାଇ ଦୁଧରେ ବାଟି ୭ ଦିନ ଔଷଧ କରି ପିଇଲେ ମଳକଣ୍ଟକ ଭଲ ହୁଏ।

୨୬)ଅର୍ଶ[ସମ୍ପାଦନା]

  • ଗୋଲମରିଚ ୭ଟା ଓ ମହା ଲିମ୍ବ ଛାଲି ୫ଗ୍ରାମ ସହିତ ବାଟି ଚଲ୍ଲା ଦହିରେ ମିଶାଇ ୭ ଦିନ ଖାଲି ପେଟରେ ଖାଆନ୍ତୁ।
  • ଯଦି ରକ୍ତସ୍ରାବ ହେଉଥାଏ ତେବେ ବାସଙ୍ଗ ପତ୍ର ରସରେ ଶ୍ଵେତ ଚନ୍ଦନକୁ ବାଟି ପିଇଲେ ସୁଫଳ ମିଳିଥାଏ।
  • ନିମ ତେଲ ତିନି ମସା ମିଶ୍ରି ସଙ୍ଗେ ଖାଇଲେ ଅର୍ଶ ଭଲ ହୁଏ।

୨୭)ଝାଡ଼ା ସଫା ନହେଲେ[ସମ୍ପାଦନା]

  • ରାତ୍ରି ଭୋଜନରେ ରୁଟି ସହିତ ଉଷୁମ କ୍ଷୀର ଖାଇଲେ ଝାଡ଼ା ସଫା ହୋଇଥାଏ।
  • ଅମୃତ ଭଣ୍ଡା ସିଝା ଓ ପାଚିଲା ପିଜୁଳି ସବୁଦିନ ଖାଇଲେ ଝାଡ଼ା ସଫା ହୋଇଥାଏ।
  • ରାତ୍ରିରେ ଖାଇ ସାରିବା ପରେ ଦୁଇ ଚାମୁଚ ତ୍ରିଫଳା ଚୂର୍ଣ୍ଣ (ହରିଡା, ବାହାଡ଼ା ଓ ଅଁଳା) ୫ଗ୍ରାମ ଖାଇଲେ ଝାଡ଼ା ପରିଷ୍କାର ହୋଇଥାଏ।
  • ହରିଡା ଫଳ ଚୋପା ପୂର୍ଣ୍ଣ ଚୂର୍ଣ୍ଣ କରି ୫ ଗ୍ରାମ ଉଷୁମ ପାଣିରେ ପ୍ରତ୍ୟେକ ଦିନ ଖାଇଲେ ଝାଡ଼ା ସଫା ହୋଇଥାଏ।

୨୮)ପେଟ କାମୁଡ଼ିଲେ[ସମ୍ପାଦନା]

  • ଅଦା ସହିତ ଲୁଣ ମିଶାଇ ଚୋବାଇଲେ ପେଟ କାମୁଡିବା ଭଲ ହେବା ସହିତ କ୍ଷୁଧା ବୃଦ୍ଧି ହୋଇଥାଏ।
  • ଶୁଣ୍ଠିକୁ ପୋଡ଼ି ଗୁଣ୍ଡ କରି ଏକ କପ ଉଷୁମ ପାଣି ସହିତ ୨ ଚାମୁଚ ଚିନି ମିଶାଇ ଖାଇଲେ ପେଟ ଟଣା ଭଲ ହୁଏ।

୨୯)କଲେରା[ସମ୍ପାଦନା]

  • ଗନ୍ଧ ଗୁହାରିଆ ମଞ୍ଜି ଗୋଟିଏ ବାଟି ପିଇଲେ ୬ମାସ ଯାଏଁ କଲେରା ହୁଏ ନାହିଁ।ଔଷଧ ଖାଇ ସାରିବା ପରେ ଫୁଟା ପାଣି ପିଇବେ।

୩୦)ପେଟରେ ଗ୍ୟାସ୍ ବା ପେଟ ଫୁଲିଲେ[ସମ୍ପାଦନା]

  • ହେଙ୍ଗୁ ବାଟି ପେଟ ଉପରେ ଲେପ ଦେଲେ , କିଛି ସମୟ ପରେ ପେଟ ଆରମ ଲାଗେ।
  • ପ୍ରାତଃ କାଳରେ ଏକ କପ ଲାଉରସ ପିଇବାଦ୍ୱାରା ପେଟର ସମସ୍ତ ବିକାର ଦୂର ହୋଇଥାଏ ଓ ଭବିଷ୍ୟତରେ ମଧ୍ୟ ହୁଏ ନାହିଁ।
  • ୪,୫ଟି ଗୋଲମରିଚକୁ ଗୁଣ୍ଡ କରି ଖାଇଦିଅନ୍ତୁ।ତା'ପରେ ଉଷୁମ ପାଣିରେ ଫାଳେ ଲେମ୍ବୁ ଚୁପୁଡ଼ି ପିଅନ୍ତୁ।ଦିନକୁ ଦୁଇବେଳା କିଛିଦିନ ଏପରି କଲେ ପେଟର ଗ୍ୟାସ୍ ସମସ୍ୟାର ସମାଧାନ ହୋଇଥାଏ।

୩୧)ପେଟ ପରାସ୍[ସମ୍ପାଦନା]

  • କଳାଜିରା ଓ ସାବୁନ ଏ ଦୁଇଟିକୁ ବାଟି ଲେପ ଦେଲେ ପରାସ୍ ଭଲ ହୁଏ।

୩୨)ଆଣ୍ଠୁ ଗଣ୍ଠି ବାତ[ସମ୍ପାଦନା]

  • ରସୁଣକୁ ବାଟି ସୋରିଷ ତେଲରେ ଫୁଟାଇ ଆଣ୍ଠୁ ଗଣ୍ଠିରେ ମାଲିସ୍ କଲେ ଉତ୍ତମ ଫଳ ମିଳିଥାଏ।
  • ଶୁଣ୍ଠି ୧୨ ଗ୍ରାମ,ରସୁଣ ୧ଗ୍ରାମ ଓ ବେଗୁନିଆ ପତ୍ର ୧୨ ଗ୍ରାମକୁ ଛେଚି ୪ ଗ୍ଲାସ ଜଳରେ ମିଶାଇ ସିଝାଇ ୧ ଗ୍ଲାସ ରହିଲେ ଚୁଲ୍ଳିରୁ ଓହ୍ଲାଇ ଥଣ୍ଡା କରିବେ।ତାହାକୁ ଛାଣି ସେଥିରେ ୨୫ ଗ୍ରାମ ଚିନି ମିଶାଇ ୩ ପାନ କରି ଖାଇଲେ ଆଣ୍ଠୁ ଗଣ୍ଠି ବାତ ରୋଗର ଗଣ୍ଠି ସ୍ଥାନରେ ହେଉଥିବା ଯନ୍ତ୍ରଣା ବା ଫୁଲା ଭଲ ହୁଏ।
  • ବେଗୁନିଆ ପତ୍ର ରସ ୨ ଚାମୁଚ ଅତିକମ୍ରେ ୨୦ ଦିନ ଖାଇଲେ ଓ ମାଲିସ୍ କଲେ ରୋଗ ଭଲ ହୋଇଥାଏ।

୩୩)ବଥ[ସମ୍ପାଦନା]

  • କ୍ଷୀର ଓ ସୋଡ଼ାକୁ ଘିଅରେ ମିଶାଇ ମଲମ କରି ବଥରେ ଦେଲେ ଶୀଘ୍ର ଫାଟି ଯାଏ।
  • ସମାନ ଭାଗ ଅଦାରସରେ ହଳଦୀ ଗୁଣ୍ଡ ଗୋଳି ବଥରେ ଲଗାଇଲେ ବଥ ଫାଟି ଯାଏ ଓ ଶୀଘ୍ର ଶୁଖିଯାଏ।

୩୪)ବହୁ ମୁତ୍ର[ସମ୍ପାଦନା]

  • ପ୍ରତ୍ୟକଦିନ ମେଥିଗୁଣ୍ଡ, ଜାମୁକୋଳି ଗୁଣ୍ଡ ନିୟମିତ ସେବନ କଲେ ଉପକାର ମିଳିଥାଏ।
  • ଜୁଆଣୀ, ଅଦା, ଦହି ଓ ପେଜକୁ ସମ ଭାଗରେ ମିଶାଇ ସେଥିରେ ୫ଗ୍ରାମ ସୈନ୍ଧଵ ଲବଣ ସହିତ ଦିନକୁ ୧ପାନ କରି ୧୫ଦିନ ଖାଇଲେ ରୋଗ ଭଲ ହୋଇଯାଏ।
  • ପ୍ରତ୍ୟକ ଦିନ ଖାଲି ପେଟରେ କଲର ରସ ନିୟମିତ ପିଇଲେ ଉପକାର ମିଳିଥାଏ।
  • ପ୍ରତ୍ୟେକ ଦିନ ସକାଳେ ୨ଟି ବେଲପତ୍ର ଖାଇଲେ ରୋଗୀର ରକ୍ତରୁ ଶର୍କରା ଅଂଶ କମିଯାଏ।
  • ଭୃଷଙ୍ଗ ପତ୍ର ଚଟଣୀ ଖାଆନ୍ତୁ।ଭୃଷଙ୍ଗ ପତ୍ରର ରସ କପେ ବା ଦୁଇ କପ ଦିନରେ ୨/୩ ଥର ପିଇଲେ ଉପକାର ମିଳିଥାଏ।

୩୫)ବ୍ରଣ[ସମ୍ପାଦନା]

  • କମଳା ଚୋପାକୁ ଛାଇରେ ଶୁଖାଇ ସମାନ ପରିମାଣରେ ବେସନ କିମ୍ବା ୨ଗୁଣା ମୁଲତାନି ମାଟି ମିଶାଇ ରାତିରେ ଲେପ ଦେଲେ ମୁହଁରୁ ଦାଗ ଓ ବ୍ରଣ ଦୂର ହୋଇଥାଏ।ଏହି ମିଶ୍ରଣ ଲଗାଇବା ପୂର୍ବରୁ ଉଷୁମ ପାଣିରେ ମୁହଁ ସଫା କରିବା ଉଚିତ୍।
  • କଞ୍ଚା ଗାଈ ଦୁଧରେ ମେଥିଚୁନା ମିଶାଇ ଲଗାଇଲେ ବ୍ରଣ ଭଲ ହୋଇଥାଏ।
  • ଛାଇରେ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ।ଏଥିରେ ଅଳ୍ପ ହଳଦୀ ମିଶାଇ ଲେପ ଦେଲେ ମୁହଁରେ ବ୍ରଣ ଦୂର ହେବା ସହିତ ତ୍ୱଚା ରୋଗ ମଧ୍ୟ ଦୂର ହୁଏ।
  • ଖଣ୍ଡ ହଳଦୀକୁ ବାଟି ସେଥିରେ ଲେମ୍ବୁରସ ମିଶାଇ ମୁହଁରେ ଲଗାଇଲେ ଉପକାର ମିଳିଥାଏ।
  • ଦୁବଘାସ ଉପରେ ସକାଳେ ଯେଉଁ କାକର ପଡ଼ିଥାଏ, ତାକୁ ଆଣି ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ।
  • ଉଷୁମ ପାଣିରେ ମୁହଁ ଧୋଇ ଏକ ଫାଳ ଲେମ୍ବୁରସରେ ବେସନ ମିଶାଇ ମିଶ୍ରଣକୁ ଲଗାଇଲେ ମୁହଁରୁ ସମସ୍ତ ପ୍ରକାର ଦାଗ, ବ୍ରଣ ଇତ୍ୟାଦି ଦୂର ହେବା ସହିତ ତ୍ୱଚା ନରମ ଓ ସୁନ୍ଦର ହୋଇଥାଏ।ଯଦି ତ୍ୱଚା ଶୁଷ୍କ ହୋଇଯାଏ ତେବେ ଦୁଧରେ ଚନ୍ଦନ କାଠ ଘଷି ଲଗାଯାଇଥାଏ।ତ୍ୱଚା ତେଲିଆ ରହୁଥିଲେ ଗୋଲାପ ଜଳରେ ଘଷି ଧୋଇଲେ ତ୍ୱଚା ସୁନ୍ଦର ଦେଖାଯାଏ।

୩୬)ମୁହଁରେ ବ୍ରଣ ଦାଗ ହୋଇଥିଲେ[ସମ୍ପାଦନା]

  • ମୁହଁରେ ବ୍ରଣ ଦାଗ ହୋଇଥିଲେ ଲେମ୍ବୁରସ ବା କାକୁଡ଼ି କିମ୍ବା ବିଲାତି ବାଇଗଣ ରସ ଘଷନ୍ତୁ।କିଛି ସମୟ ପରେ ମୁହଁକୁ ଭଲ ଭାବରେ ସଫା କରନ୍ତୁ।ବ୍ରଣ ଦାଗ ଚାଲିଯିବ।
  • ନିମ୍ବ ପତ୍ର ଓ ହଳଦୀ ସମାନ ଭାବରେ ବାଟି ଲଗାଇଲେ ଉପକାର ମିଳିଥାଏ।

୩୭)କାଠ ବ୍ରଣ[ସମ୍ପାଦନା]

  • ସୁନ୍ଦରୀ ପତ୍ର ଓ ନିମ୍ବ ପତ୍ରକୁ ଏକାଠି ବାଟି ଶରୀରରେ ମାଲିସ୍ କରି ଘଣ୍ଟାଏ ପରେ ସ୍ନାନ କଲେ କାଠ ବ୍ରଣ ଭଲ ହୁଏ।

୩୮)ରକ୍ତ ଚାପ[ସମ୍ପାଦନା]

  • ଖାଲି ପେଟରେ ପିଆଜ ରସ ସହିତ ସମାନ ଭାବରେ ମହୁ ଦିନକୁ ଦୁଇ ଚାମଚ ପାନ କଲେ ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ।

୩୯)ନିମ୍ନ ରକ୍ତ ଚାପ[ସମ୍ପାଦନା]

  • ୩୦ଟି ଖିସମିସ୍କୁ ରାତିରେ ଵତୁରାଇ ସକାଳେ ଗୋଟି ଗୋଟି କରି ଖାଇଲେ ନିମ୍ନ ରକ୍ତ ଚାପ ଭଲ ହୋଇଥାଏ।ଏହା ରକ୍ତକୁ ଲୌହ ବହୁଳ ଭାବେ ଯୋଗାଇଥାଏ।

୪୦)ଉଚ୍ଚ ରକ୍ତ ଚାପ[ସମ୍ପାଦନା]

  • କଞ୍ଚା ପିଆଜ ପ୍ରତ୍ୟକ ଦିନ ଖାଇଲେ ଉଚ୍ଚ ରକ୍ତ ଚାପ ରୋଗରୁ ଉପକାର ମିଳେ।
  • ପ୍ରତ୍ୟକ ଦିନ ଏକ କୋଲା ରସୁଣ ମହୁ କିମ୍ବା ପାଣିରେ ଖାଆନ୍ତୁ।ରକ୍ତ ସଞ୍ଚାଳନ ଠିକ୍ ରହିବ।ଫଳରେ ଉଚ୍ଚ ରକ୍ତ ଚାପ ରୋଗୀ ଏଥିରୁ ଅନେକ ଲାଭ ପାଇବେ।

୪୧)ଅତିସାର ଓ ରକ୍ତ ଅତିସାର ନିବାରଣ[ସମ୍ପାଦନା]

  • କଞ୍ଚା ବେଲ ଅଧ ପାଏ, ଇଷବ ଗୋଲି ଏକ ତୋଳା, ଗାଈ ଦୁଧ ଅଧ ପାଏ, ଚିନି ବା କନ୍ଦ ଏକ ଛଟାଙ୍କେ ଏକତ୍ର ମିଶାଇ ପାନ କରିବେ।ଅଧ ଛଟାଙ୍କି ଅନ୍ଦାଜ ଦିନେ ମଧ୍ୟ ୩/୪ ଥର ଖାଇଲେ ରୋଗ ଭଲ ହୁଏ।
  • କାଗେଜି ଲେମ୍ବୁର୨ରତି ଅଫିମ ପୁରାଇ ମାଟି ଲେପି ପୋଡ଼ିବ।ଏହାକୁ ଥଣ୍ଡା କରି ପଣା ସହିତ ଚକଟି ଦିନକୁ ୩/୪ ଥର ପିଇଲେ ରୋଗ ଭଲ ହୁଏ।

୪୨)ଶରୀରରେ ମାଡ଼ ବାଜି ମକଚି ହୋଇ ଦରଜ ବା ଫୁଲା ହେଲେ[ସମ୍ପାଦନା]

  • ନାଗ ଅଇରୀ ପତ୍ର ଗରମ କରି ବାନ୍ଧି ଦିଅନ୍ତୁ ଅନେକ ମାତ୍ରାରେ ଭଲ ହୋଇଯିବ।
  • ସଦ୍ୟ ଗୋବରକୁ ଫୁଲା ସ୍ଥାନରେ ରଖି ସକାଳୁ ଖୋଲି ଦିଅନ୍ତୁ ଫୁଲା ଭଲ ହୋଇଯିବ।
  • ତେନ୍ତୁଳି ପତ୍ରର ରସ ଓ ବାଇଗବା କ୍ଷୀରକୁ ମିଶାଇ ରାତିରେ ପଟି ବାନ୍ଧି ସକାଳକୁ ଖୋଲି ଦିଅନ୍ତୁ ଆରାମ ଲାଗିବ।

୪୩)ଗାଲୁଆ[ସମ୍ପାଦନା]

  • ଦୁଦୁରା ପତ୍ର ଲଗାଇଲେ ଗାଲୁଆ ଭଲ ହୁଏ କିମ୍ବା ମହାଙ୍କାଳ କଳା ଓ ଗୋଲ ମରିଚକୁ ବାଳକର ମୂତ୍ରରେ ବାଟି ଲଗାଇଲେ ଗାଲୁଆ ଭଲ ହୁଏ।

୪୪)ଆଖି ତଳ କଳା ଓ ଶୁଷ୍କ ତ୍ୱଚା[ସମ୍ପାଦନା]

  • ବାଦାମକୁ ପେଶି ସେଥିରେ ମଲାଇ ବା ଥଣ୍ଡା ଦୁଧ ସର ମିଶାଇ ଫେଣ୍ଟନ୍ତୁ।ଏହାକୁ କ୍ରିମ୍ ଭଳି କରି ମୁହଁରେ ଲଗାନ୍ତୁ।ଆଖି ତଳ କଳା ଓ ଶୁଷ୍କ ତ୍ୱଚା ଭଲ ହୋଇଯିବ।ଏଥିସହ ତ୍ୱଚା ନରମ ଓ ମୁଲାୟମ ରହିବ।

୪୫)ତ୍ୱଚା ଉଜ୍ଜ୍ୱଳ ଦିଶିବ[ସମ୍ପାଦନା]

  • ବନ୍ଧା କୋବି ସିଝା ହେଉଥିବା ସମୟରେ ସିଝା ପାଣିକୁ ଆଣି ସେଥିରେ ମୁହଁ ଧୁଅନ୍ତୁ, ତ୍ୱଚା ଉଜ୍ଜ୍ଵଳ ଦିଶିବ।

୪୬)ଦୃଷ୍ଟି ଶକ୍ତି ବୃଦ୍ଧି[ସମ୍ପାଦନା]

  • ଅଁଳା ୧୦୦ ଗ୍ରାମ, ହରିଡା ୫୦ ଗ୍ରାମ ଓ ବାହାଡ଼ା ୫୦ ଗ୍ରାମ ମିଶାଇ ଥରକେ ୫ ଗ୍ରାମ ରାତିରେ ଭିଜାଇ ସକାଳେ ପିଇଲେ ବା ଆଖିକୁ ଧୋଇଲେ ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।

୪୭)ତ୍ୱଚା କୋମଳ ଦିଶିବ[ସମ୍ପାଦନା]

  • ଥଣ୍ଡା ପାଣିରେ ଶରୀରକୁ ଧୋଇଲେ ତ୍ୱଚା କୋମଳ ଦିଶିବ।

୪୮)ଆଖି ଯନ୍ତ୍ରଣା ଓ ଆଖିରେ ଧୂଳି କଣା ପଡ଼ିଲେ[ସମ୍ପାଦନା]

  • ଦୁଇଟୋପା ଗୋଲାପ ଜଳ ଆଖିରେ ପକାଇଲେ ଆଖି ଯନ୍ତ୍ରଣା ଭଲ ହୁଏ।
  • ମା' କ୍ଷୀର ଆଖିରେ ପକାଇଲେ ଧୂଳି କଣା ବାହାରି ଆସେ।
  • ୧ ଗ୍ଲାସ ଜଳରେ ୫ ଗ୍ରାମ ଫିଟିକିରି ମିଶାଇ ଆଖିରେ ପକାଇଲେ ଭଲ ହୁଏ।
  • ବିଶୁଦ୍ଧ ମହୁ ୨ ବୁନ୍ଦା ଆଖିରେ ପକାଇଲେ ଆଖି ଭଲ ହୁଏ।

୪୯)ଆଖି ଧରା[ସମ୍ପାଦନା]

  • ଖୁବ୍ ଗରମ ଭାତରେ ଘାଣ୍ଟି ଗୁଆଘିଅ ମିଶାଇ ଖଣ୍ଡେ ପରିଷ୍କାର କନାରେ ସେହି ଭାତକୁ ବିଛାଇ ତାହା ଉପରେ ଆଉ ଗୋଟିଏ କନା ପକାଇ ଆଖି ଉପରେ ବାନ୍ଧି ଦିଅନ୍ତୁ।ରୋଗୀ ଆନନ୍ଦରେ ଶୋଇ ପଡ଼ିବା ସହିତ ଆଖି ଭଲ ହୋଇଯିବ।
  • ଆଖି ଧରିବା ଆଗରୁ ନିଜ ପରିସ୍ରାକୁ ଆଖିରେ ପ୍ରତିଦିନ ମାରି ଧୋଇଲେ ଆଖି ଧରିବ ନାହିଁ।
  • ଅଗରା ଗଛର କ୍ଷୀର ଆଖିରେ ଲଗାନ୍ତୁ, ଆଖି ଧରା ଭଲ ହୋଇଯିବ।

୫୦)ଆଖି ଫୁଲା[ସମ୍ପାଦନା]

  • ଅଫିମକୁ କଳା ଦୁଦୁରା ରସରେ ଘୋରି ଆଖିର ଚାରିପଟେ ଲେପ ଦେଲେ ଆଖି ଫୁଲା ଭଲ ହୋଇଥାଏ।

୫୧)ଆଖିରେ ଆଲୁଅ ଉଠିଲେ[ସମ୍ପାଦନା]

  • ଜଳରେ ଗୋଟିଏ ଲବଙ୍ଗ ୧୨ ଘଣ୍ଟା ଵତୁରାଇ ସେହି ଲବଙ୍ଗକୁ ଘୋରି ଆଖିରେ ଲଗାନ୍ତୁ, ସୁଫଳ ମିଳିବ।

୫୨)ଚକ୍ଷୁ ରୋଗର ଉପାୟ[ସମ୍ପାଦନା]

  • ହରିଡା, ସୈନ୍ଧବ ଲବଣ, ଦାରୁ ହରିଦ୍ରା, ଗେରୁମାଟି ଓ ରସଞ୍ଜନକୁ ଏକାଠି ମର୍ଦ୍ଦନ କରି ଆଖିର ଚାରିପଟେ ଲେପ ଦେଲେ ଚକ୍ଷୁ ଫୁଲା ଓ ବିନ୍ଧା ଇତ୍ୟାଦି ରୋଗ ଭଲ ହୋଇଥାଏ।

୫୩)ଆଖି ପରାସ ହେଲେ[ସମ୍ପାଦନା]

  • ହେଙ୍ଗୁର ଟିକିଆ କାଗଜରେ ରଖି ମଳଦ୍ଵାରରେ ଲଗାଇଲେ ଓ ନିଗୋଟରେ ଭିଡି ଦେଲେ ଏହି ରୋଗ ଭଲ ହୁଏ।

୫୪)କର୍ଣ୍ଣଶୂଳ[ସମ୍ପାଦନା]

  • ଛେଳି ମୂତ ଅଳ୍ପ ଉଷୁମ କରି ସେଥିରେ ସାମାନ୍ୟ ମାତ୍ରାରେ ସୈନ୍ଧବ ଲବଣ ମିଶାଇ କାନରେ ପକାନ୍ତୁ, କର୍ଣ୍ଣଶୂଳ ଭଲ ହୋଇଯିବ।[୨]

ଆଧାର[ସମ୍ପାଦନା]

  1. ମିଳିଥାଏ, ପିଲାଙ୍କ (୨୨/୦୮/୨୦୧୬). କଫ. ସାହିତ୍ୟ ପ୍ରସାର ପ୍ରତିଷ୍ଠାନ, ଶେଖବଜାର, ନିଉ କଲୋନୀ, କଟକ-୮. p. ୫. {{cite book}}: Check date values in: |date= (help); More than one of |pages= and |page= specified (help)
  2. http://or.vikaspedia.in/health/b06b5fb41b37/b2fb47b15b23b38b3f-b30b17b30-b18b30b07-b1ab3fb15b3fb24b4db38b3e