ଅମ୍ଳାନ ଦାସ

ଉଇକିପିଡ଼ିଆ‌ରୁ
ଅମ୍ଳାନ ଦାସ
Born
ଅମ୍ଳାନ ଦାସ

୯ ମାର୍ଚ୍ଚ
Occupation(ଓଡ଼ିଆ) ଅଭିନେତ୍ରା
Years active୨୦୧୩ରୁ-ଏବେଯାଏଁ
Parent(s)ମିହିର ଦାସ (ବାପା)[୧]
ସଙ୍ଗୀତ ଦାସ (ମାଆ)

ଅମ୍ଳାନ ଦାସ ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ।[୨] ସେ ଓଡ଼ିଆ କଥାଚିତ୍ର ଟାର୍ଗେଟ୍ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩][୪] ଏହାପରେ ଅମ୍ଳାନ ତୁ ମୋ ଦେହର ଛାଇ, ଗୋଲାପି ଗୋଲାପି, ପାଗଳ କରିଚୁ ତୁ, କଲେଜ ଟାଇମ, ନୂଆ ନୂଆ ପ୍ରେମରେ, ତୁ କହିବୁ ନା ମୁଁ, ଟାଇଗର, ତୋର ଦିନେକୁ ମୋର ଦିନେ, ଚିନି, ବଜରଙ୍ଗୀ, ସପନର ପଥେ ପଥେ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅମ୍ଳାନ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସ ଏବଂ ସଙ୍ଗୀତା ଦାସଙ୍କର ପୁଅ ।[୧] ଅମ୍ଳାନ ୨୦୦୮ରେ କଟକର ସିଡିଏ ସେକ୍ଟରର ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ଦଶମ ଏବଂ ୨୦୧୨ରେ ଦ୍ୱାଦଶ ଶ୍ରେଣୀ ପାଶ୍ କରିବା ପରେ ଚେନ୍ନାଇର ଏସ୍.ଆର୍.ଏନ୍. ଶିବାଜୀ ଗଣେଶାନ୍‌ରୁ ଚଳଚ୍ଚିତ୍ର ପ୍ରଯୁକ୍ତିବିଦ୍ୟାରେ ସ୍ନାତକ ପାଇଁ ଯୋଗ ଦେଇଥିଲେ । ସେ ୨୦୧୩ରେ ସେଠାରୁ ସ୍ନାତକ ହାସଲ କରି ଓଡ଼ିଶା ଆସିଯାଇଥିଲେ । ସେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅନେକ ଡ୍ରାମରେ ଅଭିନୟ କରିଥିଲେ ।[୫]

ଅଭିନୟ ଜୀବନ[ସମ୍ପାଦନା]

ଅମ୍ଳାନ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଟାର୍ଗେଟ୍ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ଏହି କଥାଚିତ୍ରରେ ତାଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ନବାଗତା ଝିଲିକ୍ ଭଟ୍ଟାଚାର୍ଯ୍ୟ । ନିରଞ୍ଜନ ରଣା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍.କେ. ମୂରଲୀଧରନ୍ ।[୬] ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅପରାଜିତା ମହାନ୍ତି, ମିହିର ଦାସ, ଆଶୋକ ଦାସ, ମୀନକେତନ, ସୁଭାଶିଷ ଶର୍ମା, ମହାଶ୍ୱେତା ରାୟ, ନମ୍ରତା ଦାସ ଆଦି କଳାକାରମାନେ ଅଭିନୟ କରିଥିଲେ ।

୨୦୧୩ରେ ଅମ୍ଳାନ ଅନ୍ୟ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ହେଉଛି ତୁ ମୋ ଦେହର ଛାଇ[୭] ଏହି ଚଳଚ୍ଚିତ୍ରରେ ଅମ୍ଳାନ ଦ୍ୱେତ ଭୂମିକା ଅଭିନୟ କରିଥିଲେ ।[୮] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚଣ୍ଡି ପରିଜା ।[୯] ରିୟା ଦେ, ଶିଳ୍ପା ଦେ, ମିହିର ଦାସ, ରୁନୁ ପରିଜା, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ନମ୍ରତା ଦାସ, ମୀନକେତନ, ସରୋଜ ଦାସ, ସଲିଲ ମିତ୍ର, ଜୀବନ ପଣ୍ଡା, ବ୍ରଜ ସିଂହ ପ୍ରଭୃତି କଳାକାରମାନେ ଅଭିନୟ କରିଥିଲେ ।[୧୦]

୨୦୧୪ରେ ଅମ୍ଳାନ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୪ର ରଜ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗୋଲାପି ଗୋଲାପିରେ ଅମ୍ଳାନ ପ୍ରଥମଥର ପାଇଁ ସାର୍ଥକ ମୁଭିଜ୍‌ରେ ଅଭିନୟ କରିଥିଲେ ।[୧୧] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି[୧୨] ରିୟା ଦେ, ମିହିର ଦାସ, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର,[୧୨] ପୃଥିରାଜ ନାୟକ, ମିନାକ୍ଷୀ, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ୨୦୧୪ରେ ଅମ୍ଳାନଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ଥିଲା ପାଗଳ କରିଚୁ ତୁ । ଏହି ଚଳଚ୍ଚିତ୍ରରେ ମଧ୍ୟ ଅମ୍ଳାନ ଅଭିନେତ୍ରୀ ରିୟା ଦେଙ୍କ ସ‌ହ ଅଭିନୟ କରିଥିଲେ ।[୧୩] ଏହି ଚଳଚ୍ଚିତ୍ରଟିର ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିଲା ଏବଂ ରଜର ସେହି ସମାନ ପ୍ରଡକ୍ସନ ଏବଂ ସମାନ ନିର୍ଦ୍ଦେଶକ ସୁଶାନ୍ତ ମଣି ଥିଲେ । ଏହି କଥାଚିତ୍ରଟିରେ ବିଜୟ ମହାନ୍ତି, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ସିଦ୍ଧାନ୍ତ ମହାପାତ୍ର, ସାତ୍ୟକି ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।

୨୦୧୫ରେ ମଧ୍ୟ ଅମ୍ଳାନ ୨ଟି ଚଳଚ୍ଚିତ୍ର କଲେଜ ଟାଇମ ଏବଂ ନୂଆ ନୂଆ ପ୍ରେମରେରେ ଅଭିନୟ କରିଥିଲେ । କଲେଜ ଟାଇମ୍‌ରେ ରିୟା ଦେ ପୁଣିଥରେ ନାୟିକା ଭାବରେ ଅଭିନୟ କରିଥିଲେ ।[୧୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ[୧୫] ଅନ୍ୟ ଚଳଚ୍ଚିତ୍ରଟି ଥିଲା ନୂଆ ନୂଆ ପ୍ରେମରେ[୧୬] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍‌କେ ମୂରଲୀଧରନ୍ । ପତ୍ରାଳୀ ଚଟ୍ଟୋପାଧ୍ୟାୟ ଏହି କଥାଚିତ୍ରଟିର ନାୟିକ ଭାବରେ ଅଭିନୟ କରିଥିଲେ । ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଜ୍ଞା ଖଟୁଆ, ବ୍ରଜ ସିଂ, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥିରାଜ ନାୟକ, ସୁଭାଶିଷ ଶର୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଦୂରଦର୍ଶନ[ସମ୍ପାଦନା]

ଅମ୍ଳାନ ତରଙ୍ଗ ଟିଭିରେ ପ୍ରାସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନ୍‌ର ୨ୟ ସଂସ୍କରଣରେ ବିଚାରକ ତ‌ଥା ଆବାହକ ଭାବରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରୁ ବଛାଯାଇଥିବା ନାୟିକା ନିହାରୀକା ଦାଶଙ୍କ ସ‌ହ ସେ ତୁ କହିବୁ ନା ମୁଁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୩ ଟାର୍ଗେଟ୍ ବିବେକ ପ୍ରଥମ ଓଡ଼ିଆ କଥାଚିତ୍ର
ତୁ ମୋ ଦେହର ଛାଇ ଦେବ୍/ଜିତ୍ ଦ୍ୱେତ ଭୂମିକା
୨୦୧୪ ଗୋଲାପି ଗୋଲାପି ଆଦିତ୍ୟ
ପାଗଳ କରିଚୁ ତୁ ଶିବା
୨୦୧୫ କଲେଜ ଟାଇମ
ନୂଆ ନୂଆ ପ୍ରେମରେ ବନୁ ବିଶ୍ୱାଳ
୨୦୧୬ ତୁ କହିବୁ ନା ମୁଁ ଜାନୁ/ଏମ୍2
ଟାଇଗର
ତୋର ଦିନେକୁ ମୋର ଦିନେ
ଚିନି
୨୦୧୭ ସପନର ପଥେ ପଥେ
ବଜରଙ୍ଗୀ

ଆଧାର[ସମ୍ପାଦନା]

  1. ୧.୦ ୧.୧ "ପାଞ୍ଚ ବର୍ଷପରେ ଓଲିଉଡକୁ ଫେରିଲେ ଏହି ନାୟିକା". sambad.in. 5 Febaruary 2018. Retrieved 26 February 2018. {{cite news}}: Check date values in: |date= (help)
  2. "ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା !". sambad.in. 2 March 2018. Retrieved 5 March 2018.
  3. ୩.୦ ୩.୧ "Target oriya movie mahurat". Incredible Odisha. Retrieved 23 August 2016.
  4. "ଅମ୍ଳାନଙ୍କ ଏହି ସିନେମାରେ ସ୍ପେସିଆଲ୍‌ ଆପିଅରାନ୍ସରେ ଥିଲେ ଆକାଶ". sambad.in. 25 February 2018. Retrieved 26 February 2018.
  5. "Everyone's Favourite". The New Indian Express. 28 May 2015. Retrieved 26 February 2018.
  6. "Amlan's debut released allover odisha". Odia Live. 12 April 2013. Retrieved 23 August 2016.
  7. "Oriya Films 2013". Incredible Orissa. 28 January 2013. Retrieved 10 November 2017.
  8. "Tu Mo Dehara Chhai". www.nuaodisha.com. Retrieved 10 November 2017.
  9. "ପ୍ରଥମେ ଏହି ଓଡ଼ିଆ ଫିଲ୍ମର ଟାଇଟଲ୍‌ ବି ଥିଲା 'ଗଡ଼ଫାଦର୍‌'!". sambad.in. 4 January 2017. Archived from the original on 13 November 2017. Retrieved 10 November 2017.
  10. Mohapatra, Mrudu M. (29 September 2013). "Tu Mo Dehara Chai Poster Released by Odisha Graphic". Odia Live. Retrieved 10 November 2017.
  11. "Ten big-budget Odia movies announced last year yet to make it to silver screens". The Telgraph. 2 June 2014. Retrieved 26 Febaruary 2018. {{cite news}}: Check date values in: |accessdate= (help)
  12. ୧୨.୦ ୧୨.୧ "Filmmakers worry as stars play politics - Slowdown-hit Odia movie industry stares at difficult times ahead". The Telgraph. 30 March 2014. Retrieved 26 Febaruary 2018. {{cite news}}: Check date values in: |accessdate= (help); line feed character in |title= at position 40 (help)
  13. "ଅମ୍ଳାନଙ୍କ ପାଇଁ ଅଗ୍ନିପରୀକ୍ଷା". ସମ୍ବାଦ. 6 September 2016. Archived from the original on 27 September 2017. Retrieved 23 September 2017.
  14. "College Time". Odia Movie Database. Archived from the original on 12 August 2017. Retrieved 9 August 2017.
  15. "College Time (କଲେଜ ଟାଇମ) - 2015 Odia Film". Odia Portal. Retrieved 9 August 2017.
  16. "Ollywood industry unaffected by piracy". DNA Indina. 23 February 2015. Retrieved 26 Febaruary 2017. {{cite news}}: Check date values in: |accessdate= (help)

ବାହାର ଆଧାର[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ଅମ୍ଳାନ ଦାସ