ରାଲି ନନ୍ଦ

ଉଇକିପିଡ଼ିଆ‌ରୁ
ରାଲି ନନ୍ଦ
ଜନ୍ମ
ରାଲି ନନ୍ଦ

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮ରୁ-୨୦୧୪

ରାଲି ନନ୍ଦ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧] ତୁ ଥିଲେ ମୋ ଡର କାହାକୁ, ଓମ୍ ନମଃ ଶିବାୟ, ଟଙ୍କା ତତେ ସଲାମ, ସୁପରଷ୍ଟାର ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଓମ୍ ନମଃ ଶିବାୟ ଚଳଚ୍ଚିତ୍ରରେ ରାଲି ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଭିନୟ ଜୀବନ[ସମ୍ପାଦନା]

ରାଲି ନନ୍ଦ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୩] ଏହାପରେ ସେ ଆକାଶେ କି ରଙ୍ଗ ଲାଗିଲା[୪], ତୁ ଥିଲେ ମୋ ଡର କାହାକୁ, ॐ ନମଃ ଶିବାୟ, ନଈ ସେପାରୀ କନକ ଗୋରୀ, ସୁପରଷ୍ଟାର, ଟଙ୍କା ତତେ ସଲାମ, ପୁଣି ଦେଖା ହବ ଆର ଜନମରେ, ମା' ଖୋଜେ ମମତା, ଅଭିମାନୀ ପ୍ରିୟା ମୋର ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୫] ରାଲି ବିବାହ କରିବା ପରେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।[୬]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୮ କଳିଙ୍ଗ ପୁତ୍ର ବାସନ୍ତି ପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୯ ଆକାଶେ କି ରଙ୍ଗ ଲାଗିଲା ଚୁଟ୍‌କି ସ‌ହକାରୀ ଅଭିନେତ୍ରୀ
୨୦୧୦ ତୁ ଥିଲେ ମୋ ଡର କାହାକୁ ସୀତା
ॐ ନମଃ ଶିବାୟ ଗଙ୍ଗା/ଯମୁନା ଦ୍ୱେତ ଭୂମିକା
୨୦୧୧ ମା' ଖୋଜେ ମମତା
୨୦୧୦ ନଈ ସେପାରୀ କନକ ଗୋରୀ କନକ
ସୁପରଷ୍ଟାର
ଟଙ୍କା ତତେ ସଲାମ ଚାନ୍ଦିନୀ
୨୦୧୪ ପୁଣି ଦେଖା ହବ ଆର ଜନମରେ ସୁକନ୍ୟା

ଆଧାର[ସମ୍ପାଦନା]

  1. "ଥରଟିଏ ଆସିଛନ୍ତି ଆକାଶ- ରାଲି ଯୋଡି". sambad.in. 24 january 2018. Retrieved 2 February 2018. {{cite news}}: Check date values in: |date= (help)
  2. ୨.୦ ୨.୧ "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 26 March 2018.
  3. "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.
  4. "ଅର୍ଚ୍ଚିତା ଓ ରାଲି କାମ କରିଛନ୍ତି ଏହି ଓଡ଼ିଆ ଛବିରେ". ସମ୍ବାଦ. 4 August 2017. Retrieved 2 February 2018.
  5. "ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି ଓଲିଉଡ ନାୟିକା". Odisha.Iive. 17 April 2018. Retrieved 8 May 2018.
  6. "ସବୁ ନାୟକଙ୍କ ସହ ଥରଟିଏ ସୁଯୋଗ ପାଇଛନ୍ତି ଏହି ଓଲିଉଡ ନାୟିକା !". sambad.in. 21 October 2017. Retrieved 2 February 2018.

ବାହାର ଆଧାର[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ରାଲି ନନ୍ଦ