ମମତା ଦଳେଇ

ଉଇକିପିଡ଼ିଆ‌ରୁ
ମମତା ଦଳେଇ
Born
ବଙ୍କୁଆଳ ଗ୍ରାମ, କେନ୍ଦ୍ରାପଡ଼ା, ଭାରତ
Nationalityଭାରତୀୟ
Educationକଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ[୧], ଭୁବନେଶ୍ୱର
Occupationଛାତ୍ରୀ
Known forଜତୀୟ ସାହସିକତା ପୁରସ୍କାର ୨୦୧୭

ଛଅ ବର୍ଷୀୟ ମମତା ଦଳେଇ ୨୦୧୭ ଅପ୍ରେଲ ୬ରେ ତାଙ୍କ ସାତ ବର୍ଷ ବୟସ୍କ ଭଉଣୀ ଅଶାନ୍ତି ଦଳେଇଙ୍କୁ କୁମ୍ଭୀରଠାରୁ ରକ୍ଷା କରିଥିଲେ ।

ଆଦ୍ୟ ଜୀବନ[ସମ୍ପାଦନା]

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲ୍ ଅନ୍ତର୍ଗତ ବଙ୍କୁଆଳ ଗ୍ରାମରେ ମମତା ଦଳେଇ ଜନ୍ମ ହୋଇଥିଲେ । ସେ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ କିସ୍ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀ ।

ସାହସିକ କାର୍ଯ୍ୟ[ସମ୍ପାଦନା]

ଅପ୍ରେଲ୍ ୬, ୨୦୧୭ରେ ପୋଖରୀରେ ଗାଧୋଉଥିବା ସମୟରେ ଛଅ ବର୍ଷୀୟ ମମତା ଅସୀମ ସାହସିକତାର ପ୍ରଦର୍ଶନ ସହ ଏକ ୫ ଫୁଟ୍ କୁମ୍ଭୀର ସହ ଲଢେଇ କରି ନିଜ ବଡ଼ ଭଉଣୀଙ୍କୁ ଉଦ୍ଧାର କରିଥିଲେ । ଅଳ୍ପ ବୟସ ସତ୍ତ୍ୱେ, ସେ ଏକ ବାଉଁଶ ସହାୟତାରେ କୁମ୍ଭୀର ଆଖିକୁ ଆଘାତ ଦେଇ ଅଶାନ୍ତିଙ୍କୁ ରକ୍ଷା କରିଥିଲେ । ଭାରତୀୟ ଶିଶୁ କଲ୍ୟାଣ ସଂଘ ଅନୁସାରେ,"ମମତା, ଅଶାନ୍ତିଙ୍କର ବାମ ହାତକୁ ବଳ ପ୍ରୟୋଗ ପୂର୍ବକ ଧରି ଟାଣିଥିଲେ । ତାଙ୍କର କଠିନ ପ୍ରତିରୋଧ ଓ ଚିତ୍କାର ହେତୁ କୁମ୍ଭୀର, ଅଶାନ୍ତିଙ୍କୁ ଛାଡି ଦେଇଥିଲେ । ପରେ ମମତା ତାଙ୍କୁ ପାଣିରୁ ଟାଣି ଆଣିଥିଲେ ।" ପରେ ଭିତରକନିକା ଜାତୀୟ ଉଦ୍ୟାନର ବନ ବିଭାଗ କର୍ମଚାରୀ, କୁମ୍ଭୀରଟିକୁ ନଦୀରେ ଛାଡି ଦେଇଥିଲେ ।[୨]

ପୁରସ୍କାର[ସମ୍ପାଦନା]

  • ୨୦୧୭ ଜାତୀୟ ସାହସିକତା ପୁରସ୍କାର ପାଇଁ ଚୟନ ହୋଇଥିବା ୧୮ ଜଣ (୭ ବାଳିକା) ପିଲାଙ୍କ ମଧ୍ଧ୍ୟରୁ ମମତା ଅନ୍ୟତମ । ସେ ଜାନୁଆରୀ ୨୪, ୨୦୧୮ ତାରିଖରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କଦ୍ୱାରା ସମ୍ମାନିତ ହୋଇଥିଲେ ।
  • ଜାନୁଆରୀ ୨୬, ୨୦୧୮ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ସମ୍ମାନିତ ହୋଇଥିଲେ ଓ ଏହି ସାହସୀ ପିଲାମାନେ ପ୍ୟାରେଡର ମୁଖ୍ୟ ଆକର୍ଷଣ ଥିଲେ ।[୩]
  • ୨୦୧୭ ଅକ୍ଟୋବରରେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ତାଙ୍କୁ ୧୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଦେବା ସହ, ତାଙ୍କ ଶିକ୍ଷା ପାଇଁ ଉଚିତ୍ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।[୪]

ଆଧାର[ସମ୍ପାଦନା]

  1. "KISS student Mamata Dalai to get National Bravery Award". Retrieved 25 January 2018.[permanent dead link]
  2. "Amazing! Six-year-old Odisha girl Mamata Dalai defeats crocodile, to get award from PM Narendra Modi". Retrieved 25 January 2018.
  3. "PM Narendra Modi presents National Bravery Awards, Odisha's Pankaj Mahanta, Mamata Dalai get National Bravery Award 2017". Retrieved 25 January 2018.
  4. "Seven year old Mamata Dalai chosen for National Bravery Award". Retrieved 25 January 2018.[permanent dead link]