ଅରୁଣାଚଳୀ ମାଙ୍କଡ଼

ଉଇକିପିଡ଼ିଆ‌ରୁ

ଅରୁଣାଚଳୀ ମାଙ୍କଡ଼ (Arunachal Macaque) [୧]
ବୁଗୁନ୍ ଓ ଶେର୍ଟୁକ୍‍ପେନ୍ ଅଞ୍ଚଳର ଅରୁଣାଚଳୀ ମାଙ୍କଡ଼
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Order: Primates
Suborder: Haplorhini
ଲଘୁବର୍ଗ: Simiiformes
Family: Cercopithecidae
Genus: Macaca
ଜାତି: M. munzala
ବାଇନୋମିଆଲ ନାମ
Macaca munzala
Sinha et al., 2005[୧]
ଅରୁଣାଚଳୀ ମାଙ୍କଡ଼ର ବସବାସ ସ୍ଥାନ

ଅରୁଣାଚଳୀ ମାଙ୍କଡ଼ (ଜୀବବିଜ୍ଞାନ ନାମ ମକାକା ମୁଞ୍ଜାଲା (Macaca Munzala)) ଉତ୍ତର-ପୂର୍ବ ଭାରତର ଅରୁଣାଚଳ ପ୍ରଦେଶ ଅଞ୍ଚଳରେ ଦୃଶ୍ୟମାନ ହୁଅନ୍ତି । ଏହି ପ୍ରଜାତିର ଆଦି ବାନରମାନଙ୍କ ଆକାର ବଡ଼ ଓ ଲାଞ୍ଜଟି ଅପେକ୍ଷାକୃତ ଛୋଟ । ଏହି ମାଙ୍କଡ଼ର ଜୀବବିଜ୍ଞାନ ନାମରେ ବ୍ୟବହୃତ “ମୁଞ୍ଜାଲା” ଶବ୍ଦର ଦିରାଂଗ୍ ମୋଂପା ଜାତିର ଲୋକମାନଙ୍କ ଭାଷାରେ ଅର୍ଥ ହେଲା “ଘଞ୍ଚ ଜଙ୍ଗଲର ମାଙ୍କଡ଼” । [୩] ଭାରତର ଆଦି ବାନର ବିଶେଷଜ୍ଞ ଅନୱରୁଦ୍ଦିନ ଚୌଧୁରୀ ୧୯୯୭ ମସିହାରେ ଏହାର ଆବିଷ୍କାର କରିଥିଲେ କିନ୍ତୁ ସେତେବେଳେ ଏହାକୁ ଏକ ନୂତନ ପ୍ରଜାତି ବୋଲି ଅଭିହିତ କରାଯାଇନଥିଲା । [୪] କାରଣ ପ୍ରଥମେ ସେ ଏହି ମାଙ୍କଡ଼କୁ ତିବ୍ୱତୀୟ ମାଙ୍କଡ଼ (ବା ପେରେ ଡେଭିଡ୍‍ସ୍ ମକାକ୍)ର ଏକ ଉପପ୍ରଜାତି ବୋଲି ଭାବିଥିଲେ । ପରେ ୨୦୦୪ ମସିହାରେ ଭାରତର ପ୍ରକୃତି ସଂରକ୍ଷଣ ସଂଘର କେତେକ ବୈଜ୍ଞାନିକ ଏହାକୁ ଏକ ନୂତନ ପ୍ରଜାତି ଭାବେ ଚିହ୍ନଟ କରିଥିଲେ । [୧] ୧୯୦୩ ମସିହାରେ ଇଣ୍ଡୋନେସିଆର ପାଗାଇ ଦ୍ୱୀପର ମାଙ୍କଡ଼ ଆବିଷ୍କୃତ ହେବାପରେ ଏହା “ମକାକ୍” ଶ୍ରେଣୀର ଆବିଷ୍କୃତ ପରବର୍ତ୍ତୀ ମାଙ୍କଡ଼ । ଉନ୍ନତ ମାନର ଫଟୋଚିତ୍ର ଯୋଗୁଁ ଏହି ମାଙ୍କଡ଼ ସ୍ୱତନ୍ତ୍ର ପ୍ରଜାତି ଭାବେ ଗୃହୀତ ହେଲା । ୨୦୧୧ ମସିହାରେ କେତେକ ବୈଜ୍ଞାନିକ ଏହାକୁ ଆସାମୀୟ ମାଙ୍କଡ଼ର ଏକ ଭିନ୍ନ ରୂପ ଓ ଏହାକୁ ଏକ ଉପ-ପ୍ରଜାତି ରୂପେ ଅଭିହିତ କରାଯିବା ଉଚିତ ବୋଲି ମତ ରଖିଥିଲେ । [୫] ପରବର୍ତ୍ତୀ ୨୦୦୬ ମସିହାରେ କାଳରେ ଭୁଟାନର ତ୍ରାଶି ୟାଂଶି ଅଞ୍ଚଳରେ ମଧ୍ୟ ଏହି ପ୍ରଜାତିର ମାଙ୍କଡ଼ ଆବିଷ୍କୃତ ହୋଇଥିଲେ ଓ ଏହାର ଫଟୋଚିତ୍ର ଉଠାଯାଇଥିଲା । [୬]

ଭାରତର ଇଗଲ୍‍ନେଷ୍ଟ୍ ବନ୍ୟଜୀବ ଅଭୟାରଣ୍ୟରେ କ୍ୟାମେରା ଟ୍ରାପ୍ ସହାୟତାରେ ଉତ୍ତୋଳନ କରାଯାଇଥିବା ଅରୁଣାଚଳୀ ମାଙ୍କଡ଼ର ଏକ ଚିତ୍ର

ଅରୁଣାଚଳୀ ମାଙ୍କଡ଼ର ଶରୀର ଅତ୍ୟନ୍ତ ସୁଗଠିତ ଓ ଏହାର ମୁହଁ କଳା ରଙ୍ଗର । ଏମାନେ ବହୁ ଉଚ୍ଚ ଇଲାକାରେ (ସମୁଦ୍ର ପତନରୁ ପ୍ରାୟ ୨୦୦୦-୩୫୦୦ ମିଟର୍ ଉଚ୍ଚତାରେ) ବସବାସ କରନ୍ତି ଓ ଉଚ୍ଚଭୂମିରେ ବସବାସ କରୁଥିବା ଆଦିବାନରମାନଙ୍କ ମଧ୍ୟରେ ଅନ୍ୟତମ । ଆସାମୀୟ ମାଙ୍କଡ଼ (M. assamensis), ତିବ୍ୱତୀୟ ମାଙ୍କଡ଼ (M. thibetana), ଦକ୍ଷିଣ ଭାରତରେ ଦେଖାଯାଉଥିବା ବୋନ୍ନେଟ୍ ମାଙ୍କଡ଼ (M. radiata), ଶ୍ରୀଲଙ୍କାର ଟୋକ୍ ମାଙ୍କଡ଼ (M. sinica) ଇତ୍ୟାଦିଙ୍କ ସହିତ ଅରୁଣାଚଳୀ ମାଙ୍କଡ଼ ମକାକା ସିନିକା (M. sinica) ଶ୍ରେଣୀର ମାଙ୍କଡ଼ ଭାବେ ପରିଗଣିତ ହୋଇଥାଏ ।

ଅରୁଣାଚଳୀ ମାଙ୍କଡ଼ ଦୈହିକ ଗଠନରେ ଆସାମୀୟ ଓ ତିବ୍ୱତୀୟ ମାଙ୍କଡ଼ ପରି କିନ୍ତୁ ଜେନେଟିକ୍ ଦୃଷ୍ଟିକୋଣରୁ ଏମାନେ ଦକ୍ଷିଣ ଭାରତୀୟ ବୋନ୍ନେଟ୍ ମାଙ୍କଡ଼ର ନିକଟତର । [୭] ଅଭିସୃତ କ୍ରମବିବର୍ତ୍ତନ ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଏ । ଏପରି କ୍ଷେତ୍ରରେ କିଛି ପ୍ରଜାତି ଜେନେଟିକ୍ ଦୃଷ୍ଟିକୋଣରୁ ଏକ ପ୍ରଜାତିର ହୋଇଥିଲେ ମଧ୍ୟ ପରିବେଶ ଯୋଗୁଁ କ୍ରମଶଃ ଭିନ୍ନ ପ୍ରଜାତି ପରି ଶାରୀରିକ ଗଠନ ପ୍ରାପ୍ତ କରିଥାନ୍ତି । ଅରୁଣାଚଳୀ ମାଙ୍କଡ଼ ଉପରେ ବର୍ତ୍ତମାନ ସୁଦ୍ଧା ଗବେଷଣା ଚାଲିଥିବାରୁ ଏହା ଆସାମୀୟ ଓ ତିବ୍ୱତୀୟ ମାଙ୍କଡ଼ମାନଙ୍କ ସମ୍ପର୍କୀୟ ନା ନୁହଁ ତାହା ପୂର୍ଣ୍ଣାଙ୍ଗ ଭାବେ ଜ୍ଞାତ ହୋଇପାରିନାହିଁ ।

ଚାଷ ପରିବା ଓ ଫସଲ ଖାଇ ଦେଉଥିବାରୁ ଏହି ମାଙ୍କଡ଼ମାନଙ୍କୁ ସ୍ଥାନୀୟ ଲୋକେ ହତ୍ୟା କରିଥାନ୍ତି । ସଦ୍ୟ ଗବେଷଣାରୁ ଜଣା ପଡ଼ିଛି ଯେ ଅରୁଣାଚଳ ପ୍ରଦେଶର କିଛି ଭାଗରେ ଏମାନଙ୍କ ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ହୋଇସାରିଲାଣି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Sinha, A.; Datta, A.; Madhusudan, M. D.; Mishra, C. (2005). "Macaca munzala: a new species from western Arunachal Pradesh, northeastern India". International Journal of Primatology. 26 (977): 989. doi:10.1007/s10764-005-5333-3. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  2. Kumar, A.; Sinha, A.; Kumar, S. (2008). "Macaca munzala": e.T136569A4311929. {{cite journal}}: Cite journal requires |journal= (help); Unknown parameter |last-author-amp= ignored (|name-list-style= suggested) (help)
  3. Press release issued jointly by NCF, WCS, New York, International Snow Leopard Trust & NIAS, Bangalore  PDF Archived December 30, 2006, at the Wayback Machine.
  4. Choudhury, Anwaruddin (2004). "The mystery macaques of Arunachal Pradesh". Rhino Foundation Newsletter. 6: 21–25.
  5. Biswas J; DK Borah; A Das; J Das; PC Bhattacharjee; SM Mohnot; RH Horwich (2011). "The Enigmatic Arunachal Macaque: Its Biogeography, Biology and Taxonomy in Northeastern India". American Journal of Primatology. 73: 458–73. doi:10.1002/ajp.20924. PMID 21246593. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  6. Choudhury A.U. (2008). "Primates of Bhutan and observations of hybrid langurs". Primate Conservation. 23: 65–73.
  7. Chakraborty, D.; Ramakrishnan, U.; Panor, J.; Mishra, C.; Sinha, A. (2007). "Phylogenetic relationships and morphometric affinities of the Arunachal macaque Macaca munzala, a newly described primate from Arunachal Pradesh, northeastern India". Molecular Phylogenetics and Evolution. 44 (2): 838–49. doi:10.1016/j.ympev.2007.04.007. PMID 17548213.

ଅଧିକ ତଥ୍ୟ[ସମ୍ପାଦନା]