ମେଘା ଘୋଷ

ଉଇକିପିଡ଼ିଆ‌ରୁ
ମେଘା ଘୋଷ
ଜନ୍ମ
ମେଘା ଘୋଷ

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ

ମେଘା ଘୋଷ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ମେଘା ପଶ୍ଚିମ ବଙ୍ଗରେ ଜନ୍ମିତା ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଲଭ୍ ଡଟ୍ କମ୍ ଜରିଆରେ ୨୦୦୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଶଶୁରଘର ଜିନ୍ଦାବାଦ, ମୋଷ୍ଟ ୱାଣ୍ଟେଡ଼, ଦୋସ୍ତି, ଚାନ୍ଦିନୀ ଆଇ ମିସ ୟୁ, ଲୁଚକାଳି, ମୁଁ ଆଶିକ୍ ମୁଁ ଆୱାରା, ହରି ଓମ ହରି[୧] ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବା ପୂର୍ବରୁ ମେଘାଙ୍କର ଗୋଟିଏ କନ୍ନଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମେଘା ଘୋଷ ପଶ୍ଚିମ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

୨୦୦୮ରେ ମେଘା ଏକ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ ଏବଂ ଏହି ଚଳଚ୍ଚିତ୍ରଟିରେ ମେଘାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ୟଶ୍ ।[୨]

ମେଘା ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଅଭିନୟ ଜୀବନ କଥାଚିତ୍ର ଲଭ୍ ଡଟ୍ କମ୍‌ରୁ ଆରମ୍ଭ କରିଥିଲେ । ୨୦୦୯ ମସିହାରେ ରାହତ୍‌ କୁଦ୍ଦୁଶୀଙ୍କଦ୍ୱାରା ନିର୍ଦ୍ଦେଶିତ ଏହି ଓଡ଼ିଆ ଚଳଚ୍ଚିତ୍ର ଜରିଆରେ ମେଘା ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିରେ ମେଘାଙ୍କ ସ‌ହ ସବ୍ୟସାଚୀ ମିଶ୍ର ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ପୁପିନ୍ଦର ସିଂହ, ବିଜୟ ମହାନ୍ତି, ହରିହର ମହାପାତ୍ର, ସ୍ନିଗ୍ଧା ମହାନ୍ତି, କୁନା ତ୍ରିପାଠୀ, ତନ୍ଦ୍ରା ରାୟ, ରତନ ମେହେର ଆଦି କଳାକାରମାନେ ଅଭିନୟ କରିଥିଲେ ।

ଏହାପରେ ମେଘା ଶଶୁରଘର ଜିନ୍ଦାବାଦ ଚଳଚ୍ଚିତ୍ରରେ ପୁଣିଥରେ ସବ୍ୟସାଚୀଙ୍କର ନାୟିକା ଭାବରେ ଅଭିନୟ କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ମୀନକେତନ, ସ୍ନିଗ୍ଧା ମହାନ୍ତି, ବିଜୟ ମହାନ୍ତି, ପୁଷ୍ପା ପଣ୍ଡା, ବିରେନ ମିଶ୍ର, ହାଡ଼ୁ, ବାବୁ ପ୍ରଧାନ, ଜୟୀରାମ ସାମଲ ଆଦି କଳାକାରମାନେ ଅଭିନୟ କରିଥିଲେ ।

୨୦୧୧ରେ ମେଘା ୩ଟି କଥାଚିତ୍ରଟିରେ ଅଭିନୟ କରିଥିଲେ । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ମୋଷ୍ଟ ୱାଣ୍ଟେଡ଼ରେ ମେଘା ଅନୁଭବ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମୀନ‌କେତନ, ଚୌଧୁରୀ ବିକାଶ ଦାସ, ସମରେଶ ରାଉତରାୟ, ହର ରଥ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ଅସୀତ ପତି, ପପୁ ପମ ପମ ଆଦି କଳାକାରମାନେ ଅଭିନୟ କରିଥିଲେ । ଅଶୋକ ପତିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୋସ୍ତିରେ ମେଘା ପୁଣିଥରେ ସବ୍ୟସାଚୀଙ୍କ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସେ ବାବୁଶାନ୍‌ଙ୍କର ଭଉଣୀ ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ପିଣ୍ଟୁ ନନ୍ଦ, ପ୍ରିୟା ଚୌଧୁରୀ, ପ୍ରିତୀରାଜ, ବିଦୁସ୍ମିତା, ଦେବୁ ବୋଷ, ହରିହର ମହାପାତ୍ର, ତୃପ୍ତି ସିହ୍ନା, ଗ୍ଲୋରିଆ ମହାନ୍ତି, କୁନା ତ୍ରିପାଠୀ, ଉତ୍ତମ ମହାନ୍ତି ଆଦି କଳାକାରମାନେ ଅଭିନୟ କରିଥିଲେ । ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ କଥାଚିତ୍ର ଚାନ୍ଦିନୀ ଆଇ ମିସ ୟୁ କଥାଚିତ୍ରରେ ମେଘା ପୁଣିଥରେ ସବ୍ୟସାଚୀଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ପ୍ରିୟା ଚୌଧୁରୀ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ । ଦେବାଶିଷ ପାତ୍ର, ରାଇଚରଣ ଦାସ, ବିଦ୍ୟୁତଲତା ଦେବୀ, ସଲିଲ ମିତ୍ର, ସରୋଜ ଦାସ, କୁସୁମ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୨ରେ ମେଘା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଲୁଚକାଳିରେ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ବାବୁଶାନ୍ ଓ ଶ୍ରେୟା ଝା ଅଭିନୟ କରିଥିଲେ ଏବଂ ସମରେଶ ରାଉତରାୟ ଏହି କଥାଚିତ୍ରଟିର ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଅଜିତ ଦାସ, ଚୌଧୁରୀ ବିକାଶ ଦାଶ, ଶ୍ୱେତା ଆଚାର୍ଯ୍ୟ ଆଦି କଳାକାରମାନେ ଅଭିନୟ କରିଥିଲେ ।

୨୦୧୩ରେ ମେଘାଙ୍କର ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏସ୍‌. କେ. ମୂରଲୀଧରନଙ୍କ ନିର୍ଦ୍ଦେଶନାରେ ମୁଁ ଆଶିକ୍ ମୁଁ ଆୱାରା ଚଳଚ୍ଚିତ୍ରରେ ମେଘା ସୁନୀଲ କୁମାରଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସମରେଶ ରାଉତାରୟ, ହରିହର ମହାପାତ୍ର, ଜୟୀରାମ ସାମଲ, ସଲିଲ ମିତ୍ର, ବିଜୟ ମହାନ୍ତି, ଜୀବନ ପଣ୍ଡା, ତନ୍ଦ୍ରା ରାୟ ଆଦି କଳାକାରମାନେ ଅଭିନୟ କରିଥିଲେ ।[୩] ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ହରି ଓମ ହରିରେ ମେଘା ସିଦ୍ଧାନ୍ତ ମହାପାତ୍ରଙ୍କ ସ‌ହ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟିରେ ଆକାଶ ଦାସନାୟକ ଏବଂ ରିୟା ଦେ ଅନ୍ୟତମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ମୀନ‌କେତନ, ପ୍ରିୟଙ୍କା ମହାପାତ୍ର, ଜୀବନ ପଣ୍ଡା, ସରୋଜ ଦାସ, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]

୨୦୨୧ ମସିହାରେ ତାଙ୍କ ଅଭିନୀତ ଓଡ଼ିଆ କଥାଚିତ୍ର ହିରୋଗିରି ମୁକ୍ତିଲାଭ କରିଥିଲା ।[୫]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୦୯ ଲଭ୍ ଡଟ୍ କମ୍ ରାହତ୍‌ କୁଦ୍ଦୁଶୀ ଦେବଯାନୀ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୦ ଶଶୁରଘର ଜିନ୍ଦାବାଦ ସଞ୍ଜୟ ନାୟକ ପ୍ରିତୀ
୨୦୧୧ ମୋଷ୍ଟ ୱାଣ୍ଟେଡ଼ ସୁଶାନ୍ତ ମଣି ମୋନିକା ଜେମ୍‌ସ୍
ଦୋସ୍ତି ଅଶୋକ ପତି ଅନ୍ନପୂର୍ଣ୍ଣା
ଚାନ୍ଦିନୀ ଆଇ ମିସ ୟୁ ବସନ୍ତ ସାହୁ ପୂଜା
୨୦୧୨ ଲୁଚକାଳି ସୁଶାନ୍ତ ମଣି ଆଇଟମ୍ ଗୀତରେ ନୃତ୍ୟ
୨୦୧୩ ମୁଁ ଆଶିକ୍ ମୁଁ ଆୱାରା ଏସ୍‌. କେ. ମୂରଲୀଧରନ ସୋମ୍ୟା
ହରି ଓମ ହରି ଦିଲ୍ଲୀପ ପଣ୍ଡା ଶିବାନୀ
୨୦୨୧ ହିରୋଗିରି

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଥରେ ମାତ୍ର ସିଦ୍ଧାନ୍ତଙ୍କ ସହ ରୋମାନସ୍‌ କରିଛନ୍ତି ମେଘା". ସମ୍ବାଦ. 4 September 2017. Archived from the original on 11 September 2017. Retrieved 8 September 2017.
  2. ୨.୦ ୨.୧ "ଓଲିଉଡରେ ଏଣ୍ଟ୍ରି ନେବା ପୂର୍ବରୁ କନ୍ନଡ ଫିଲ୍ମରେ କାମ କରିଥିଲେ ଏହି ନାୟିକା". ସମ୍ବାଦ. 12 August 2017. Retrieved 26 October 2017.
  3. "Mu Aashiq Mu Awara". Incredible Orissa. 18 March 2012. Retrieved 9 October 2017.
  4. "Hari Om Hari". Incredible Orissa. 12 July 2013. Retrieved 26 October 2017.
  5. "ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଥରଟିଏ କାମ କରିଛନ୍ତି ମେଘା". ସମ୍ବାଦ. ଭୁବନେଶ୍ୱର: sambad.in. 8 October 2022. Archived from the original on 12 October 2022. Retrieved 12 October 2022.

ବାହାର ଆଧାର[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ମେଘା ଘୋଷ