ବାଲି ଦ୍ୱୀପ

ଉଇକିପିଡ଼ିଆ‌ରୁ


ବାଲି ଇଣ୍ଡୋନେସିଆର ଏକ ରାଜ୍ୟ ତଥା ଦ୍ୱୀପ ଅଟେ । ଏହି ରାଜ୍ୟରେ ବାଲି ସମେତ ଆଉ କେତେକ ଦ୍ୱୀପ ରହିଛି । ଏହା ଛୋଟ ସୁନ୍ଦର ଦ୍ୱୀପ ସମୂହର ପଶ୍ଚିମତମ ଅଂଶରେ ରହିଛି । ଏହାର ରାଜଧାନୀ ଏହି ଦ୍ୱୀପର ଦକ୍ଷିଣ ଅଂଶରେ ଅବସ୍ଥିତ ।

୨୦୧୪ ମସିହା ସୁଦ୍ଧା ୪୨,୨୫,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପ ଅଧିକାଂଶ ଭାବେ ଇଣ୍ଡୋନେସିଆର ସଂଖ୍ୟାଲଘୁ ହିନ୍ଦୁମାନଙ୍କ ବାସସ୍ଥଳୀ । ୨୦୧୦ ଜଣ ଗଣନା ଅନୁଯାୟୀ, ଏହି ଦ୍ୱୀପର ୮୩.୫% ବାଲିୟ ହିନ୍ଦୁ ହୋଇଥିବା ବେଳେ, ୧୩.୪% ମୁସଲିମ, ୨.୫% ଖ୍ରୀଷ୍ଟିୟାନ ଓ ୦.୫% ବୌଦ୍ଧ ଧର୍ମାବଲମ୍ବୀ ଅଟନ୍ତି । [୧]

ବାଲି ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ, ଏବଂ ୧୯୮୦ ମସିହା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି । ଏହା ଏଠାର ଉଚ୍ଚକୋଟୀର କଳା, ଯଥା ପାରମ୍ପରିକ ଓ ଆଧୁନିକ ନୃତ୍ୟ, ମୂର୍ତ୍ତି ଗଠନ, ଚିତ୍ର, ଚମଡା ଶିଳ୍ପ, ଧାତୁ କାମ, ସଙ୍ଗୀତ ଆଦି ପାଇଁ ପ୍ରସିଦ୍ଧ । ଇଣ୍ଡୋନେସିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ପ୍ରତିବର୍ଷ ବାଲିରେ ଅନୁଷ୍ଠିତ ହୁଏ । ୨୦୧୭ ମାର୍ଚ୍ଚରେ ଟ୍ରିପ ଆଡ଼ଭାଇଜର (Trip Advisor) ବାଲିକୁ ପୃଥିବୀର ଶୀର୍ଷ ପର୍ଯ୍ୟଟନ ସ୍ଥଳୀ ଭାବେ ନାମିତ କରିଥିଲା [୨]

ବାଲି ପ୍ରବାଳ ତ୍ରିଭୁଜର ଏକ ଅଂଶ ଅଟେ ।ଏହି ତ୍ରିଭୁଜର ବିଶେଷତ୍ୱ ହେଲା ଯେ, ଏଠାରେ ସମୁଦ୍ର ଜୀବଙ୍କ ପ୍ରଚୁର ଜୈବ ବିବିଧତା ପରିଲକ୍ଷିତ ହୁଏ । କେବଳ ଏହି ଅଞ୍ଚଳରେ ୫୦୦ରୁ ଅଧିକ ପ୍ରଜାତିର ପ୍ରବାଳ ଦେଖିବାକୁ ମିଳିଥାଏ । ଏହା କାରବିଆନ ସାଗର ତୁଳନାରେ ପାଖାପାଖି ୭ ଗୁଣ ଅଧିକ ଅଟେ ।

ନିକଟରେ ବାଲିରେ ୨୦୧୧ ଏସିଆନ ସମ୍ମିଳନୀ, ୨୦୧୩ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ଏଠାରେ ୟୁନେସ୍କୋଦ୍ୱାରା ବିଶ୍ୱ ଐତିହ ସ୍ଥଳୀର ମାନ୍ୟତା ପାଇଥିବା ସୁବାକ ଜଳସେଚନ ପ୍ରଣାଳୀ ରହିଛି । ଏଠାରେ ମଧ୍ୟ ୧୦ଟି ପାରମ୍ପରିକ ବାଲୀୟ ରାଜ ପରିବାରକୁ ନେଇ ଗଠିତ ଏକ ମହାସଂଘ ରହିଛି । ପ୍ରତି ପରିବାର ଏକ ନିର୍ଦିଷ୍ଟ ଅଞ୍ଚଳଉପରେ ଶାସନ କରୁଥିଲେ ।

ଆଧାର[ସମ୍ପାଦନା]

  1. Penduduk Menurut Wilayah dan Agama yang Dianut (2010 Census). bps.go.id
  2. Desperately Seeking Survival Archived 2013-08-27 at the Wayback Machine. Time. 25 November 2002.