ଆଲମୋଡ଼ା

Coordinates: 29°35′50″N 79°39′33″E / 29.5971°N 79.6591°E / 29.5971; 79.6591
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆଲମୋଡ଼ା
अल्मोड़ा
ଶୈଳନିବାଶ
Almora City
View of Almora City in 2013
Nickname: 
ସାଂସ୍କୃତିକ ନଗର
ଆଲମୋଡ଼ା is located in India
ଆଲମୋଡ଼ା
ଆଲମୋଡ଼ା
ଅବସ୍ଥିତି
ଆଲମୋଡ଼ା is located in Uttarakhand
ଆଲମୋଡ଼ା
ଆଲମୋଡ଼ା
ଆଲମୋଡ଼ା (Uttarakhand)
Coordinates: 29°35′50″N 79°39′33″E / 29.5971°N 79.6591°E / 29.5971; 79.6591
ଦେଶଭାରତ
ରାଜ୍ୟଉତ୍ତରାଖଣ୍ଡ
ଅଞ୍ଛଳ କୁମାୟୁନ
ଜିଲ୍ଲାଆଲମୋଡ଼ା
ସ୍ଥାପିତ1568
Founded byରାଜା କଲ୍ୟାଣ ଚାନ୍ଦ
Government
 • Typeମେୟର-କାଉନସିଲ
 • ମେୟରPrakash Joshi[୧]
Elevation
1,642 m (5,387 ft)
Population
 (2011)[୨]
 • Total୩୫,୫୧୩
 • Rank14th (in Uttarakhand)
ଭାଷା
 • ସରକାରୀହିନ୍ଦୀ
ସଂସ୍କୃତ
 • କଥିତ ଭାଷାକୁମାୟୁନୀ
Time zoneUTC+5:30 (IST)
PIN
263601
ଟେଲିଫୋନ କୋଡ଼91-5962
ଯାନବାହାନ ପଞ୍ଚୀକରଣUK-01
ଲିଙ୍ଗ ଅନୁପାତ1142 /
ଜଳବାୟୁAlpine (BSh) and Humid subtropical(Cwb) (Köppen)
ହାରାହାରି ବାର୍ଷିକ ତାପମାତ୍ରା−3 to 28 °C (27 to 82 °F)
ହାରାହାରି ଗ୍ରୀଷ୍ମକାଳୀନ ତାପମାତ୍ରା12 to 28 °C (54 to 82 °F)
ହାରାହାରି ଶୀତକାଳୀନ ତାପମାତ୍ରା−3 to 15 °C (27 to 59 °F)
Websitealmora.nic.in

ଆଲମୋଡ଼ା ଉତ୍ତରାଖଣ୍ଡ ରାଜ୍ୟର ଆଲମୋଡ଼ା ଜିଲ୍ଲାର ଏକ ସହର । ଏହା ଆଲମୋଡ଼ା ଜିଲ୍ଲାର ସଦରମହକୁମା ଅଟେ । [୩] ଏଠାରେ ଏକ ସୈନ୍ୟ ଛାଉଣୀ ମଧ୍ୟ ରହିଛି । ଏହି ସହରଟି ହିମାଳୟର କୁମାୟୁନ ପର୍ବତମାଳାର ଦକ୍ଷିଣ ଅଂଶରେ ଅବସ୍ଥିତ । ଏହା ଦିଲ୍ଲୀରୁ ୩୬୫ କି.ମି. ଦୂରରେ ଏବଂ ଉତ୍ତରାଖଣ୍ଡର ରାଜଧାନୀ ଡେରାଡ଼ୁନଠାରୁ ୪୧୫ କି.ମି. ଦୂରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁଜାୟୀ ଏହି ସହରର ଲୋକସଂଖ୍ୟା ୩୫,୫୧୩ ଅଟେ ।

ଆଲମୋଡ଼ା ଖ୍ରୀ ଅ ୧୫୬୮ରେ [୪] ରାଜା କଲ୍ୟାଣ ଚାନ୍ଦଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ।[୫][୬][୭] ମାତ୍ର ମହାଭାରତରେ ମଧ୍ୟ ଏହି ଅଞ୍ଚଳ ସମ୍ପର୍କରେ ବିବରଣୀ ମିଳିଥାଏ । [୮] ଏହି ସହର କୁମାୟୁନର ଶାସକ ଚାନ୍ଦ ବଂଶୀୟ ରାଜାମାନଙ୍କର ମୁଖ୍ୟ ସ୍ଥାନ ଥିଲା । ଏହା କୁମାୟୁନର ପ୍ରଧାନ ସାଂସ୍କୃତିକ କେନ୍ଦ୍ର ରୂପେ ପରିଚିତ ।

ଇତିହାସ[ସମ୍ପାଦନା]

ଆଲମୋଡାର ସ୍ଥାପନା ୧୫୬୮[୯] ମସିହାରେ ଚାନ୍ଦ ବଂଶୀୟ ରାଜା କଲ୍ୟାଣ ଚାନ୍ଦଙ୍କଦ୍ୱାରା ହୋଇଥିଲା[୧୦] । ଚାନ୍ଦ ବଂଶର ପୂର୍ବତନ ରାଜଧାନୀ ଚମ୍ପାୱତରେ ଥିଲା ।

Almora in the 1860s

୧୫୬୩ ମସିହାରୁ ୧୭୯୦ ମସିହା ପର୍ଯ୍ୟନ୍ତ ଆଲମୋଡ଼ା ଧର୍ମୀୟ ଓ ଐତିହାସିକ କ୍ଷେତ୍ରରେ ଅନେକ ପ୍ରକାରରେ ଅଗ୍ରଗଣ୍ୟ ରହିଥିଲା । ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ମଧ୍ୟ ଘଟିଥିଲା । ୧୭ଶ ଶତାବ୍ଦୀ ଶେଷ ଆଡ଼କୁ ଚାନ୍ଦ ବଂଶୀୟ ରାଜାମାନେ ଗଡ଼ୱ।ଲ ରାଜ୍ୟ ଆକ୍ରମଣ କଲେ । ଗଡ଼ୱ।ଲ ବିଜୟର ସ୍ମାରକୀ ସ୍ୱରୂପ ୧୬୮୮ ମସିହାରେ ଆଲମୋଡରେ ଅନେକ ମନ୍ଦିର ନିର୍ମାଣ କରାଇଥିଲେ, ଯାହା ମଧ୍ୟରେ ପ୍ରସିଦ୍ଧ ତ୍ରିପୁର ସୁନ୍ଦରୀ, ଉଦ୍ୟୋତଶ୍ୱର ଓ ପର୍ବତେଶ୍ୱର ମନ୍ଦିର ଅନ୍ୟତମ । ସାହିତ୍ୟ ତଥା ସଂସ୍କୃତି କ୍ଷେତ୍ରରେ ଆଲମୋଡା ସମଗ୍ର କୁମାୟୁନ ଅଞ୍ଚଳର ପ୍ରତିନିଧିତ୍ୱ କରି ଆସିଛି ।

୧୭୯୦ ମସିହାରେ ଗୋର୍ଖାମାନେ କୁମାୟୁନ ଆକ୍ରମଣ କଲେ ଏବଂ ଏହି ଅଞ୍ଚଳରେ ନିଜ ରାଜ୍ୟ ସ୍ଥାପନ କଲେ [୨][୧୧] । ସେମାନେ ୨୪ ବର୍ଷ ଧରି ଏ ଅଞ୍ଚଳକୁ ତାଙ୍କ ଅଧୀନରେ ରଖିଥିଲେ । ୧୮୧୬ ମସିହାରେ ଇଂରେଜ ମାନଙ୍କଦ୍ୱାରା ଗୋର୍ଖାମାନେ ପରାସ୍ତ ହେଲେ ଓ ଏହି ଅଞ୍ଚଳ ଇଂରେଜ ଅଧୀନକୁ ଗଲା । [୧୨] [୧୩][୧୪]

Almora in the 1777 map of Delhi and Agra


ହିମାଳୟର ଏ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଶୈଳନିବାସ ନୈନିତାଲ ଓ ଶିମଲା ପରି ଆଲମୋଡା ଇଂରେଜ ମାନଙ୍କଦ୍ୱାରା ସ୍ଥାପିତ ହୋଇନାହିଁ ବରଂ ବହୁତ ପୂର୍ବରୁ ଏ ସହରର ସ୍ଥାପନା ହୋଇଛି । [୧୫][୧୬][୧୭] [୧୮]

ଭୂଗୋଳ[ସମ୍ପାଦନା]

ଆଲମୋଡା ସହର ଉତ୍ତରାଖଣ୍ଡର କୁମାୟୁନ ଅଞ୍ଚଳରେ ଅବସ୍ଥିତ । ଏହା ୨୯.୫୯୭୧° ଉ. ଅକ୍ଷାଂଶ ଓ ୭୯.୬୫୯୧° ପୂ. ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନରୁ ଏହି ସ୍ଥାନର ଉଚ୍ଚତା ପ୍ରାୟ ୧୮୬୧ ମି. ଅଟେ । କୋଶି ଓ ସୂୟାଲ ନଦୀ ଏହି ସହର ନିକଟରେ ପ୍ରବାହିତ ।

ଏହି ସ୍ଥାନଟି ହିମାଳୟର କୁମାୟୁନ ପର୍ବତ ମାଳାର ଦକ୍ଷିଣ ପ୍ରାନ୍ତରେ ଏକ ଅଶ୍ୱ-କ୍ଷୁରାକୃତିରେ ରହିଛି । ଏହାର ପୂର୍ବ ପ୍ରାନ୍ତକୁ ତାଲିଫାତ ଓ ପଶ୍ଚିମ ପ୍ରାନ୍ତକୁ ସେଲିଫାତ କୁହାଯାଏ । ଯେଉଁଠାରେ ଏହି ଦୁଇ ପ୍ରାନ୍ତ ମିଶିଛି, ସେଠାରେ ଆଲମୋଡାର ବଜାର ଅବସ୍ଥିତ । ଏହା ଗହଳ ପାଇନ ଓ ଫିର ବଣଦ୍ୱାରା ପରିବେଷ୍ଟିତ । ଏଠାରୁ ହିମାଳୟର ତୁଷାରାବୃତ ଶୃଙ୍ଗ ସବୁ ଦେଖାଯାଏ ।

ଏହି ସ୍ଥାନର ଜଳବାୟୁ ଅପେକ୍ଷାକୃତ ଭାବେ ଗରମ । ଏଠାରେ ବର୍ଷ ସାରା ପ୍ରାୟତଃ ସମାନ ଭାବେ ବର୍ଷା ହେଉଥାଏ । ଏଠାରେ ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ଗ୍ରୀଷ୍ମ, ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ଓ ଡିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଶୀତ ହୁଏ । ଗ୍ରୀଷ୍ମ କାଳରେ ଶୀତ ଋତୁ ଅପେକ୍ଷା ଅଧିକ ବର୍ଷା ହୁଏ ।

ଆଲମୋଡାର ହାରାହାରି ବାର୍ଷିକ ତାପମାତ୍ରା 23.5 ℃ । ଜୁନ ମାସ ସବୁଠାରୁ ଉଷ୍ମ ସମୟ ତଥା ଜାନୁଆରୀ ସବୁଠାରୁ ଥଣ୍ଡାର ସମୟ । ଏଠାରେ ବର୍ଷକୁ ହାରାହାରି ୧୧୩୨.୫ ମି.ଲି. ବର୍ଷା ହୋଇଥାଏ । ଅଗଷ୍ଟ ମାସରେ ସବୁଠୁ ଅଧିକ ବର୍ଷା ଓ ନଭେମ୍ବର ମାସରେ ସବୁଠାରୁ କମ ବର୍ଷା ହୋଇଥାଏ ।

ପର୍ଯ୍ୟଟନ ସ୍ଥଳୀ[ସମ୍ପାଦନା]

  • ଗରମ ପାଣି
  • ଆଲମୋଡ଼ା ଦୁର୍ଗା
  • ନନ୍ଦା ଦେବୀ ମନ୍ଦିର
  • କସାର ଦେବୀ ମନ୍ଦିର
  • କାଳୀ ମଠ
  • ସିମତୋଲା
  • ମୋହନଜୋଶୀ ପାର୍କ
  • ରାଜକୀୟ ସଙ୍ଗ୍ରହାଳୟ

ଆଧାର[ସମ୍ପାଦନା]

  1. List of Elected Mayor/Chairpersons of Uttarakhand (PDF). Lucknow: RCUES. 2008. Retrieved 31 August 2016.
  2. ୨.୦ ୨.୧ District Census Handbook (PDF). Dehradun: Directorate of Census Operations, Uttarakhand. p. 8. Retrieved 31 August 2016.
  3. Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 174.
  4. Trivedi, Vijaya R. Autonomy of Uttarakhand (in ଇଂରାଜୀ). Mohit Publications. p. 33. ISBN 9788174450081.
  5. Sharma, Man Mohan. Through the valley of gods: travels in the central Himalayas (in ଇଂରାଜୀ). Vision Books. p. 99.
  6. Bhattacherje, S. B. Encyclopaedia of Indian Events & Dates (in ଇଂରାଜୀ). Sterling Publishers Pvt. Ltd. p. 55. ISBN 9788120740747. {{cite book}}: |access-date= requires |url= (help)
  7. Tyagi, Nutan. Hill Resorts of U.P. Himalaya,: A Geographical Study (in ଇଂରାଜୀ). Indus Publishing. p. 76. ISBN 9788185182629. {{cite book}}: |access-date= requires |url= (help)
  8. Debroy, Bibek. The Mahabharata: Volume 3 (in ଇଂରାଜୀ). Penguin Books India. p. 20. ISBN 9780143100157.
  9. "Almora History - kmvn Resources and Information". www.kmvn.org. Retrieved 31 August 2016.
  10. "Almora Travel and Tourism Guide". Travel India. Archived from the original on 11 September 2016. Retrieved 1 September 2016.
  11. Hamilton, Francis; Buchanan, Francis Hamilton. An Account of the Kingdom of Nepal: And of the Territories Annexed to this Dominion by the House of Gorkha (in ଇଂରାଜୀ). A. Constable. Retrieved 2 September 2016.
  12. Cross, John Pemble ; foreword by J.P. (2008). Britain's Gurkha War : the invasion of Nepal, 1814-16 ([Rev. ed.] ed.). London: Frontline. ISBN 978-1-84832-520-3. {{cite book}}: |access-date= requires |url= (help)CS1 maint: multiple names: authors list (link)
  13. Martin, Robert Montgomery. The History of the Indian Empire (in ଇଂରାଜୀ). Mayur Publications.
  14. Summary of the operations in India: with their results : from 30 April 1814 to 31 Jan. 1823. Marquis of Hastings. 1824. {{cite book}}: |access-date= requires |url= (help)
  15. (Pilgrim 1844)
  16. Murphy, C. W. (1906). A guide to Naini Tal and Kumaun, etc. Allahbad, United Provinces. {{cite book}}: |access-date= requires |url= (help)CS1 maint: location missing publisher (link)
  17. Vipin Pubby (1996). Shimla Then and Now. Indus Publishing. ISBN 978-81-7387-046-0. Retrieved 16 August 2013.
  18. Dowling, Julie. Indian Hill Stations: Shimla, Mussoorie and Almora (in ଇଂରାଜୀ). Blurb, Incorporated. ISBN 9781320872096. {{cite book}}: |access-date= requires |url= (help)

ବାହାର ଲିଙ୍କ[ସମ୍ପାଦନା]