ଗୋପୀକୃଷ୍ଣ ବେହେରା

ଉଇକିପିଡ଼ିଆ‌ରୁ
ଗୋପୀକୃଷ୍ଣ ବେହେରା
ଜନ୍ମ(1930-10-10)ଅକ୍ଟୋବର ୧୦, ୧୯୩୦
ଚର୍ଚ୍ଚିକା, ବାଙ୍କୀ
ମୃତ୍ୟୁନଭେମ୍ବର ୭, ୨୦୧୭(2017-11-07) (ବୟସ ୮୭)
ବୃତ୍ତି(ସମୂହ)ଓଡ଼ିଶୀଗୋଟିପୁଅ ନୃତ୍ୟଶିଳ୍ପୀ, ଗୁରୁ

ଗୋପୀକୃଷ୍ଣ ବେହେରା(୧୦/୧୦/୧୯୩୦-୦୭/୧୧/୨୦୧୭), ଜଣେ ଗୋଟିପୁଅ ଏବଂ ଓଡ଼ିଶୀ ନୃତ୍ୟଗୁରୁ ଥିଲେ ।[୧] ଗୋଟିପୁଅ ନୃତ୍ୟପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ନୃତ୍ୟର ପ୍ରବାଦ ପୁରୁଷ ମଧ୍ୟ କୁହାଯାଏ । ନୃତ୍ୟ କ୍ଷେତ୍ରରେ ସେ ବହୁ ରାଜ୍ୟ ଓ ଜାତୀୟସ୍ତରୀୟ ପୁରସ୍କାରପ୍ରାପ୍ତ ହୋଇଥିଲେ ।[୨] ନୃତ୍ୟ ସହିତ ସଙ୍ଗୀତ ଓ ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ।

ଗୋପୀକୃଷ୍ଣ ୧୯୩୦ମସିହା ଅକ୍ଟୋବର ୩୦ତାରିଖରେ ବାଙ୍କୀର ଚର୍ଚ୍ଚିକା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୩] କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ତାଙ୍କର ଆଦର୍ଶ ଥିଲେ । କଟକର କଳା ବିକାଶ କେନ୍ଦ୍ରରେ ସେ ଜଣେ ନୃତ୍ୟ ପ୍ରଶିକ୍ଷକ ଭାବରେ ନିଜ କର୍ମଜୀବନ ଆରମ୍ଭ କରିଥିଲେ । ପରେ ସେ ଅନ୍ନପୂର୍ଣ୍ଣା-ଏ ଦଳରେ ସେ ଅଭିନୟ, ନୃତ୍ୟ ଓ ସଙ୍ଗୀତ ନିର୍ଦ୍ଦେଶନା, ଗୀତ ରଚନା ଆଦି କରି ପ୍ରସିଦ୍ଧି ଲାଭ କରିଥିଲେ । ଯାତ୍ରା ଓ ଚଳଚ୍ଚିତ୍ରରେ ମଧ୍ୟ ସେ ନୃତ୍ୟ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । "ଅତିବଡ଼ୀ ଜଗନ୍ନାଥ ଦାସ" ନାଟକରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟଗୁରୁ ସମ୍ମାନ ମିଳିଥିଲା । ତ୍ରିନାଥ ମେଳା ଚଳଚ୍ଚିତ୍ରରେ ସେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।

ନୃତ୍ୟ ନିର୍ଦ୍ଦେଶନା[ସମ୍ପାଦନା]

ଓଡ଼ିଶା ଚଳଚ୍ଚିତ୍ର[ସମ୍ପାଦନା]

ନାଟକ[ସମ୍ପାଦନା]

  • ଅତିବଡ଼ୀ ଜଗନ୍ନାଥ ଦାସ

ଅଭିନୟ ଓ ନିର୍ଦ୍ଦେଶନା[ସମ୍ପାଦନା]

ନାଟକ[ସମ୍ପାଦନା]

  • ଅନ୍ଧ ଦେଶେ ଗଲି ଦର୍ପଣ ବିକି(ସାତଶଙ୍ଖ ଅପେରା)
  • ମା ମୋ ବ୍ରାହ୍ମଣୀ ସତ
  • ଚିଡ଼ିଆ ଖାନା
  • କଂସା କବାଟ
  • ଖଇ କଉଡି
  • ତୀକା ଗୋବିନ୍ଦଚନ୍ଦ୍ର[୪]

ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୧
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୪
  • ଶାରଳା ପୁରସ୍କାର
  • ମହିମାମଣି ସମ୍ମାନ(ରଗଡ଼ି ମହୋତ୍ସବ) - ୨୦୧୭[୫]

ଆଧାର[ସମ୍ପାଦନା]

  1. https://www.telegraphindia.com/1151001/jsp/odisha/story_45421.jsp
  2. http://archive.sambad.in/news/metro/60378.html[permanent dead link]
  3. ସମାଜ ୦୮/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ https://samajaepaper.in/pagezoomsinwindows.php?img=https://samajaepaper.in/epaperimages//08112017//08112017-md-ct-1.jpg&id=19374&boxid=81120172655747&cid=4&mod=1&pagenum=0. Retrieved 8 November 2017. {{cite news}}: Missing or empty |title= (help)
  4. http://www.sambadepaper.com/epaperpdf/18112017/18-md-bam1-9.pdf[permanent dead link]
  5. "ଆର୍କାଇଭ୍ କପି". ସମ୍ବାଦ ୦୮/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Archived from the original on 12 November 2017. Retrieved 8 November 2017. {{cite news}}: Cite has empty unknown parameter: |1= (help)