ନର୍‌ଏପିନେଫ୍ରିନ

ଉଇକିପିଡ଼ିଆ‌ରୁ


Norepinephrine
Clinical data
Synonyms
  • NE, NA,
  • Noradrenaline,
  • (R)-(–)-Norepinephrine,
  • l-1-(3,4-Dihydroxyphenyl)-2-aminoethanol
Physiological data
Source tissueslocus coeruleus; sympathetic nervous system; adrenal medulla
Target tissuessystem-wide
Receptorsα1, α2, β1, β3
Agonistssympathomimetic drugs, clonidine, isoprenaline
AntagonistsTricyclic antidepressants, beta blockers, antipsychotics
Precursordopamine
Biosynthesisdopamine β-monooxygenase
MetabolismMAO-A; COMT
Identifiers
  • (R)-4-(2-amino-1-hydroxyethyl)benzene-1,2-diol
CAS Number
PubChem CID
IUPHAR/BPS
DrugBank
ChemSpider
KEGG
ECHA InfoCard100.000.088 Edit this at Wikidata

ନର୍‌ଏପିନେଫ୍ରିନ ବା ଏନଇ (Norepinephrine (NE), ଅନ୍ୟ ନାମ ନରଆଡ୍ରେନାଲିନ/ noradrenaline (NA), କାଟେକୋଲାମିନ (catecholamine) ପରିବାରର ଏକ ଜୈବିକ ରାସାୟନିକ ପଦାର୍ଥ ଯାହା ମସ୍ତିଷ୍କ ଓ ଶରୀରରେ ଏକ ହରମୋନ (hormone) ଓ ନିଉରୋଟ୍ରାନ୍ସମିଟର (neurotransmitter) କାମ କରେ । ନରଆଡ୍ରେନାଲିନ ନାମଟି ଲାଟିନ ଭାଷାରୁ ନିଆଯାଇଛି ଯାହାର ଅର୍ଥ ବୃକ୍‌କ ପାଖରେ, ଓ ଏହା ସାଧାରଣତଃ ସଂଯୁକ୍ତ ରାଷ୍ଟ୍ରରେ ବ୍ୟବ‌ହୃତ ହୁଏ; ଯୁକ୍ତରାଷ୍ଟ ଆମେରିକାରେ ତାହାକୁ ନର୍‌ଏପିନେଫ୍ରିନ କୁହାଯାଏ ଓ ସେହି ଶବ୍ଦ ଗ୍ରୀକ୍ ଭାଷାରୁ ନିଆଯାଇଛି ଓ ସମାନ ଅର୍ଥବୋଧକ ଅଛି ।[୧] "ନର୍‌ଏପିନେଫ୍ରିନ" ନାମଟି ସମାନ ନାମରେ ନର୍‌ଏପିନେଫ୍ରିନ (ଔଷଧ) ଭାବରେ ମଧ୍ୟ ପ୍ରସ୍ତୁତ ହେଉଛି ।[୨] ନାମ ନିର୍ବିଶେଷରେ ଏହା ଶରୀରରେ ପ୍ରସ୍ତୁତ ହୁଏ ଓ ଏହାଦ୍ୱାରା ପ୍ରଭାବିତ ହୁଏ, ତେଣୁ ଏହାକୁ ନରଆଡ୍ରେନର୍ଜିକ (noradrenergic) ନାମ ଦିଆଯାଇଛି ।

ଶରୀର ଓ ମସ୍ତିଷ୍କ‌କୁ ନର୍‌ଏପିନେଫ୍ରିନ କ୍ରିୟାଶୀଳ କରିଦିଏ । ଶୟନ ସମୟରେ ନର୍‌ଏପିନେଫ୍ରିନ ସବୁଠାରୁ କମ୍ ନିର୍ଗତ ହୁଏ ଓ ଶୟନରୁ ଜାଗିଲା ବେଳେ, ଚାପ ଓ ବିପଦ ସମୟରେ ସର୍ବାଧିକ ନିର୍ଗତ ହୁଏ ଯାହାକୁ 'ପଳାୟନ-ଯୁଦ୍ଧ ପ୍ରତିକ୍ରିୟା' କୁହାଯାଏ । ନର୍‌ଏପିନେଫ୍ରିନ ମସ୍ତିଷ୍କରେ କାମ ଉତ୍ତେଜନା ଓ ଜାଗରୁକତା ବୃଦ୍ଧି କରେ, ସତର୍କତା ସୃଷ୍ଟି କରେ, ସ୍ମରଣଶକ୍ତି ଅଧିକ ଓ ପୁନସ୍ଥାପନ କରେ, ଧ୍ୟାନ କେନ୍ଦ୍ରିଭୂତ କରେ ଓ ତାହା ସ‌ହିତ ଅସ୍ଥିରତା ଓ ଉତ୍କଣ୍ଠା ମଧ୍ୟ ଅଧିକ କରାଏ । ଦେହାର ଅନ୍ୟାନ୍ୟ ସ୍ଥାନରେ ନର୍‌ଏପିନେଫ୍ରିନ ଯୋଗୁ ହୃତ୍‌ପିଣ୍ଡ ଗତିହାର, ରକ୍ତ ଚାପ ଅଧିକ ହୁଏ, ଶକ୍ତି ଭଣ୍ଡାରରୁ ଗ୍ଲୁକୋଜ ନିର୍ଗତ ହୁଏ, ସ୍କେଲିଟାଲ ପେଶୀକୁ ରକ୍ତ ସରବରାହ ଅଧିକ ହୁଏ, ପାକଅନ୍ତନାଳୀ ପ୍ରଣାଳୀକୁ ରକ୍ତ ସ୍ରୋତ କମିଯାଏ ଓ ତାହାର ଚଳନ କ୍ରିୟା ମଧ୍ୟ କମିଯାଏ, ମୂତ୍ରାଶ‌ୟରୁ ମୂତ୍ର ନିଷ୍କାସନ ପରିମାଣ କମିଯାଏ ।

ମସ୍ତିଷ୍କରେ ଥିବା ନିଉକ୍ଲିଅସରୁ ନରଆଡ୍ରେନାଲିନ ପ୍ରସ୍ତୁତ ହୁଏ, ଯାହାର ମସ୍ତିଷ୍କର ଅନ୍ୟାନ୍ୟ ସ୍ଥାନମାନଙ୍କରେ ଶକ୍ତିଶାଳୀ ପ୍ରଭାବ ପଡ଼ିଥାଏ । ଏହିଭଳି ନିଉକ୍ଲିଅସମାନଙ୍କ ମଧ୍ୟରୁ 'ଲୋକସ ସେରୁଲିଅସ' ଏକ ଗୁରୁତ୍ତ୍ୱପୁର୍ଣ୍ଣ ନିଉକ୍ଲିଅସ ଯାହା ପନ୍‌ସରେ ଥାଏ । ମସ୍ତିଷ୍କ ବାହାରେ ମେରୁଦଣ୍ଡ ପାଖରେ ସିମ୍ପାଥେଟିକ ଗାଙ୍ଗ୍ଲିଅନରୁ ଏକ ନିଉରୋଟ୍ରାନ୍ସମିଟର ଭାବରେ ନର୍‌ଏପିନେଫ୍ରିନ କାମ କରିଥାଏ । ଏହା ଆବଡୋମେନରେ ଥିବା ଆଡ୍ରେନାଲିନ ଗ୍ରନ୍ଥିରୁ ନିର୍ଗତ ହୋଇ ରକ୍ତସ୍ରୋତରେ ମିଶିଯାଏ । ଜୀବକୋଷର ପୃସ୍ଠଦେଶରେ ଥିବା ଆଡ୍ରେନର୍ଜିକ ରିସେପ୍ଟର ସ‌ହିତ ନର୍‌ଏପିନେଫ୍ରିନ ସଂଯୁକ୍ତ ହୋଇଯାଏ ଅଥବା ତାହାକୁ ସକ୍ରିୟ କରିଦିଏ ।
ଆଡ୍ରେନାଲିନ ପ୍ରଣାଳୀକୁ ପରିବର୍ତ୍ତନ କରି ବିଭିନ୍ନ ଧରଣର ବିଶିଷ୍ଟ ଔଷଧ ପ୍ରସ୍ତୁତ କରାଯାଉଛି । ଗମ୍ଭୀର ରୂପରେ ନିମ୍ନ ରକ୍ତଚାପ ଥିଲେ ନର୍‌ଏପିନେଫ୍ରିନ (ଔଷଧ) ଔଷଧ ଦିଆଯାଏ । ରିସେପ୍ଟର ଉପରେ ନରାଆଡ୍ରେନାଲିନର ପ୍ରଭାବକୁ ବିଟା ବ୍ଲକର (Beta blockers) ଅବରୋଧ କରିଦିଏ ଓ ସେଥିନିମନ୍ତେ ଗ୍ଲକୋମା, ଅଧକପାଳି ଓ ଅନେକ ଗୁଡ଼ିଏ ହୃତ୍‌ପିଣ୍ଡ-ରକ୍ତନାଳୀ ସମସ୍ୟାଗୁଡ଼ିକରେ ଏହା ଦିଆଯାଏ । ଆଲଫାବ୍ଲକର (Alpha blockers) ଏକ ଭିନ୍ନ ଦଳର ନରଆଡ୍ରନାଲିନ ପ୍ରଭାବକୁ ଅବରୋଧ କରେ ଯାହା ଯୋଗୁ କେତେକ ମାନସିକ ରୋଗ ଓ ହୃତ୍‌ପିଣ୍ଡ-ରକ୍ତନାଳୀ ରୋଗମାନଙ୍କର ଚିକିତ୍ସା ସମ୍ଭବ ହୁଏ । ଅନେକ ମହତ୍ତ୍ୱପୂର୍ଣ୍ଣ ମନରୋଗ ଔଷଧମାନଙ୍କର ନରଆଡ୍ରେନାଲିନ ପ୍ରଣାଳୀ ଉପରେ ଗମ୍ଭୀର ପ୍ରଭାବ ରହୁଥିବା ଫଳରେ ଅନେକ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହୁଏ ଯାହା ଯୋଗୁ ଉପକାର ବା ବିପତ୍ତି ମଧ୍ୟ ମିଳିପାରେ ।

ଅଧଃକ୍ରିୟା[ସମ୍ପାଦନା]

ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଦେହରେ ନର୍‌ଏପିନେଫ୍ରିନର ଅଧଃକ୍ରିୟା ହୋଇ ଅନେକ ମେଟାବୋଲାଇଟରେ (metabolite) ପରିଣତ ହୋଇଯାଏ । ପ୍ରଥମ ସୋପାନରେ ମୋନୋଆମିନୋ ଅକ୍ସିଡଜ (monoamine oxidase) ବା କାଟେକଲ-ଓ-ମିଥାଇଲ ଟ୍ରାନ୍ସଫରେଜ (COMT) ଭଳି ଏଞ୍ଜାଇମଦ୍ୱାରା କାଟାଲାଇଜ ହୁଏ ।[୩] ତାହା ପରେ ଅନେକ ଗୁଡ଼ିଏ ରାସ୍ତା ମାଧ୍ୟମରେ ଭାଙ୍ଗିବା କାମ ଜାରି ରହେ । ଅବଶେଷରେ ଏହା ଭାନିଲିଲମାଣ୍ଡେଲିକ ଏସିଡ (Vanillylmandelic acid) ବା କଞ୍ଜୁଗେଟେଡ ୩-ମେଥୋକ୍ସି-୪-ହାଇଡ୍ରୋକ୍ସିଫିନାଇଲଏଥିଲିନ ଗ୍ଲାଇକଲ (MHPG|) ପ୍ରସ୍ତୁତ ହୁଏ ଯାହା ଏକ ନିଷ୍କ୍ରିୟ ପଦାର୍ଥ ଓ ମୁତ୍ର ସାଥିରେ ଦେହରୁ ନିଷ୍କାସିତ ହୋଇଯାଏ । [୪]

Norepinephrine degradation.[୪] Metabolizing enzymes are shown in boxes.


ଆଧାର[ସମ୍ପାଦନା]

  1. Aronson JK (Feb 2000). "'Where name and image meet'—the argument for 'adrenaline'". British Medical Journal. 320 (7233): 506–9. doi:10.1136/bmj.320.7233.506. PMC 1127537. PMID 10678871.
  2. "(-)-noradrenaline". IUPHAR database. International Union of Basic and Clinical Pharmacology. Retrieved 2 January 2016.
  3. Griffith, Robert K. (2013). "Chapter 10: Adrenergic Receptors and Drugs Affecting Adrenergic Neurotransmission". In Lemke, Thomas L.; Williams, David A.; Zito, S. William; Roche, Victoria F. (eds.). Foye's Principles of Medicinal Chemistry (7th ed.). Philadelphia: Wolters Kluwer Health/Lippincott Williams & Wilkins. p. 343. ISBN 978-1-60913-345-0. {{cite book}}: Unknown parameter |name-list-format= ignored (|name-list-style= suggested) (help)
  4. ୪.୦ ୪.୧ Rang HP, Ritter JM, Flower R, Henderson G (2014). "Chapter 14: Noradrenergic transmission". Rang & Dale's Pharmacology. Elsevier Health Sciences. pp. 177–196. ISBN 978-0-7020-5497-6.