ଲିଉକୋପ୍ଲାକିଆ

ଉଇକିପିଡ଼ିଆ‌ରୁ
ଲିଉକୋପ୍ଲାକିଆ
ଲିଉକୋପ୍ଲାକିଆ, ଲିଉଲୋକେରାଟୋସିସ ଲିଉକୋପ୍ଲାସିଆ,[୧] ଇଡିଓପାଥିକ ଲିଉକୋପ୍ଲାକିଆ[୨] ଇଡିଓପାଥିକ କେରାଟୋସିସ ଓ ଇଡିଓପାଥିକ ଧଳା ପ୍ୟାଚ୍ ।[୩]
ଗାଲର ଭିତର ପାଖରେ ଲିଉକୋପ୍ଲାକିଆ ହୋଇଛି ।
ବିଭାଗକର୍ଣ୍ଣ-ନାସା-ଗଳା ବିଜ୍ଞାନ Otolaryngology, ଦନ୍ତ ବିଜ୍ଞାନ dentistry
ଲକ୍ଷଣମ୍ୟୁକସ ଝିଲ୍ଲିରେ (mucous membrane) ସମୟକ୍ରମେ ପରିବର୍ତ୍ତିତ ହେଇପାରୁଥିବା ଏକ ଧଳା ପ୍ୟାଚ୍ ବା ଦାଗ ।[୪][୫][୬]
ଆକ୍ରାନ୍ତ ସମୟ୩୦ ବର୍ଷ ବୟସ ପରେ ଆରମ୍ଭ ହୁଏ ।[୪]
କାରଣଅଜ୍ଞାତ[୬]
ବିପଦ କାରକଧୁମ୍ରପାନ, ଟୋବାକୋ ବା ଧୁଆଁପତ୍ର ଚୋବେଇବା chewing tobacco, ଅତ୍ୟଧିକ ମଦ୍ୟପାନ (alcohol) ଓ ଗୁଆ (betel nut) ।[୪][୭]
ରୋଗ ନିର୍ଣ୍ଣୟ ପଦ୍ଧତିଅନ୍ୟ ସମ୍ଭାବ୍ୟ କାରଣମାନ ବିଦାୟ କଲାପରେ ଟିସୁ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।[୬]
ସଠିକ ରୋଗ ନିର୍ଣ୍ଣୟବିଭେଦାତ୍ମକ ରୋଗ ଭାବରେ ଓରାଲ କାଣ୍ଡିଡିଆସିସ (Yeast infection), ଲାଇଚେନ ପ୍ଲାନସ (lichen planus), ବାରମ୍ବାର ଆଘାତ (trauma) ପରେ ହେଥିବା କେରାଟୋସିସ (keratosis) । [୪]
ଚିକିତ୍ସାନିୟମିତ ଯାଞ୍ଚ, ଧୁମ୍ରପାନ ବନ୍ଦ, ଅଳ୍ପ ମଦ୍ୟପାନ ଇ ଅପରେଶନ କରି କାଢ଼ିଦିଆଯାଏ । [୪]
ପୁନଃପୌନିକ୭୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକମାନଙ୍କ ମଧ୍ୟରୁ ୮% ଲୋକଙ୍କୁ ଏହା ହୁଏ । [୬]

ଲିଉକୋପ୍ଲାକିଆ (ଇଂରାଜୀ ଭାଷାରେLeukoplakia) ରୋଗରେ ଗୋଟିଏ ଧଳା ଚକଡ଼ା ଦାଗ ମ୍ୟୁକସ ଝିଲ୍ଲି (mucous membrane) ସ‌ହ ଶକ୍ତ ଭାବରେ ଲାଗିରହିଥାଏ ଓ ଏହା କର୍କଟ ରୋଗରେ ପରିବର୍ତ୍ତିତ ହେବା ସମ୍ଭାବନା ଅଧିକ ଥାଏ ।[୪][୫] ଏହି ଦାଗର ଧାର ସ୍ପଷ୍ଟ ଦେଖାଯାଏ ଯାହା ସମୟକ୍ରମେ ପରିବର୍ତ୍ତିତ ହୁଏ ।[୪][୬] ରୋଗ ଆଗେଇ ଗଲେ ରଙ୍ଗ ଲାଲ ହୋଇଯାଇପାରେ ।[୬] ଅନ୍ୟ କୌଣସି ଲକ୍ଷଣ ନଥାଏ । [୮] ଅଧିକାଂଶ ସମୟରେ ଏହା ପାଟିରେ (mouth) ହେଉଥିଲେ ମଧ୍ୟ ଯଠରାନ୍ତ୍ରନଳୀରେ (gastrointestinal tract) ମୂତ୍ର ନଳୀରେ (urinary tract) ବା ଯୌନାଙ୍ଗରେ (genitals) ଏହା ହୋଇପାରେ ।[୯][୧୦][୧୧]

ଲିଉକୋପ୍ଲାକିଆ ରୋଗର କାରଣ ଅଧ୍ୟବଧି ଅଜ୍ଞାତ ଅଛି ।[୬] ଧୁମ୍ରପାନ, ଟୋବାକୋ ବା ଧୁଆଁପତ୍ର ଚୋବେଇବା chewing tobacco, ଅତ୍ୟଧିକ ମଦ୍ୟପାନ (alcohol) ଓ ଗୁଆ (betel nut) ଖାଇଲେ ଏହି ରୋଗ ସଙ୍କଟ ବଢ଼ିଯାଏ । [୪][୭] ଏହାକୁ ଏକ ପ୍ରାକ୍‌-କର୍କଟ (precancerous) ରୋଗ ରୂପରେ ଅଭିହିତ କରାଯାଇଛି କାରଣ ଏହି ତନ୍ତୁ ପରିବର୍ତ୍ତନ ଯୋଗୁ କର୍କଟ ରୋଗ ହେବା ସମ୍ଭାବନା ବଢ଼ିଯାଏ । ଏହାର ପ୍ରକାର ଉପରେ କର୍କଟ ସମ୍ଭାବନା ନିର୍ଭର କରେ; ୩-୧୫% ସ୍ଥାନୀୟ ଲିଉକୋପ୍ଲାକିଆ ଓ ୭୦ରୁ ୧୦୦% ପ୍ରୋଲିଫରେଟିଭ ଲିଉକୋପ୍ଲାକିଆରେ ପରିବର୍ତ୍ତିତ ହୁଏ ।[୪]

ଅନ୍ୟ ସମସ୍ତ ସମ୍ଭାବ୍ୟ କାରଣ ଦୂରୀଭୁତ କରିବା (other possible causes are ruled out) ପରେ ଏହି ବର୍ଣ୍ଣନାତ୍ମକ ଲିଉକୋପ୍ଲାକିଆ ନାମଟି ନିର୍ଣ୍ଣୟ କରାଯାଏ ।[୬] ତନ୍ତୁ ବାୟୋପ୍ସିରେ (Tissue biopsy) ଅଧିକ କେରାଟିନ (keratin) ଥିବା ଦେଖାଯାଏ ଯାହା ଅସାମାନ୍ୟ ଜୀବକୋଷ (abnormal cells) ବା ସାମାନ୍ୟ ସ‌ହିତ ଥାଇପାରେ କିନ୍ତୁ ଏହା ନିର୍ଣ୍ଣୟାତ୍ମକ ନୁହେଁ ।[୪][୬] ଏକାଭଳି ଲକ୍ଷଣ ଓ ଚିହ୍ନ ଓରାଲ କାଣ୍ଡିଡିଆସିସ (Yeast infection), ଲାଇଚେନ ପ୍ଲାନସ (lichen planus), ବାରମ୍ବାର ଆଘାତ (trauma) ପରେ ହେଉଥିବା କେରାଟୋସିସ (keratosis) ରୋଗମାନଙ୍କରେ ମଧ୍ୟ ଦେଖାଯାଏ ।[୪] ଇଷ୍ଟ ଯୋଗୁ ଏଭଳି ଦାଗ ଥିଲେ ତାହାକୁ ଘସିଦେଲେ ଛାଡ଼ିଯାଏ କିନ୍ତୁ ଲିଉକୋପ୍ଲାକିଆ ଛାଡ଼େନାହିଁ ।[୪][୧୨]

ଏହି ରୋଗର ଅବସ୍ଥା ଉପରେ ଚିକିତ୍ସା ନିର୍ଭର କରେ । ଅସାଧାରଣ ଜୀବକୋଷ ଥିଲେ ଓ ଆକାର ଛୋଟ ଥିଲେ ଅପରେଶନ କରି କାଢ଼ିଦିଆଯାଏ, ନ‌ଚେତ୍ ଅଳ୍ପ ଦିନ ଅନ୍ତରରେ ୩ରୁ ୬ମାସ ପର୍ଯ୍ୟନ୍ତ ଅବଲୋକନ କରାଯାଏ ।[୪] ରୋଗୀମାନଙ୍କୁ ମଦ୍ୟପାନ ଓ ଧୂମ୍ରପାନ କରିବାକୁ ମନାକରାଯାଏ । [୩] ଧୂମ୍ରପାନ ବନ୍ଦ କଲେ ଅର୍ଦ୍ଧେକ ସଂଖ୍ୟକ ଲୋକଙ୍କର ରୋଗ ଆକାର କମିଯାଏ;[୫] କିନ୍ତୁ ବନ୍ଦ ନ କଲେ ୬୬% ରୋଗୀଙ୍କର ଦାଗ ଅଧିକ ଧଳା ଓ ମୋଟା ହୋଇଯାଏ ।[୬] ପ୍ରାୟ ୧ରୁ ୩% ଲୋକଙ୍କର ଏହି ରୋଗ ହୁଏ । ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଏ ରୋଗ ହୁଏନି ଓ ବୟସ ବୃଦ୍ଧି ସଙ୍ଗ ସଙ୍ଗେ ଏହା ସାଧାରଣ ହୋଇଯାଏ ।[୪] ୭୦ ବର୍ଷ ବୟସରୁ ଅଧିକ ଲୋକ ସଂଖ୍ୟାର ପ୍ରାୟ ୮% ଲୋକଙ୍କୁ ଏ ରୋଗ ହୁଏ ।[୬]

ଆଧାର[ସମ୍ପାଦନା]

  1. Neville BW; Damm DD; Allen CM; Bouquot JE. (2002). Oral & maxillofacial pathology (2. ed.). Philadelphia: W.B. Saunders. pp. 337–345. ISBN 0-7216-9003-3.
  2. Greenberg MS, Glick M (2003). Burket's oral medicine diagnosis & treatment (10th ed.). Hamilton, Ont.: BC Decker. pp. 87, 88, 90–93, 101–105. ISBN 1-55009-186-7.
  3. ୩.୦ ୩.୧ Odell W (2010). Clinical problem solving in dentistry (3rd ed.). Edinburgh: Churchill Livingstone. pp. 209–217. ISBN 978-0-443-06784-6.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ Villa, A; Woo, SB (26 October 2016). "Leukoplakia-A Diagnostic and Management Algorithm". Journal of oral and maxillofacial surgery : official journal of the American Association of Oral and Maxillofacial Surgeons. PMID 27865803.
  5. ୫.୦ ୫.୧ ୫.୨ Scully, C; Porter, S (Jul 22, 2000). "ABC of oral health. Swellings and red, white, and pigmented lesions". BMJ (Clinical research ed.). 321 (7255): 225–8. doi:10.1136/bmj.321.7255.225. PMC 1118223. PMID 10903660.
  6. ୬.୦୦ ୬.୦୧ ୬.୦୨ ୬.୦୩ ୬.୦୪ ୬.୦୫ ୬.୦୬ ୬.୦୭ ୬.୦୮ ୬.୦୯ ୬.୧୦ Neville, Brad W.; Damm, Douglas D.; Chi, Angela C.; Allen, Carl M. (2015). Oral and Maxillofacial Pathology (in ଇଂରାଜୀ) (4 ed.). Elsevier Health Sciences. pp. 355–358. ISBN 9781455770526.
  7. ୭.୦ ୭.୧ Underner, M; Perriot, J; Peiffer, G (January 2012). "[Smokeless tobacco]". Presse medicale (Paris, France : 1983). 41 (1): 3–9. PMID 21840161.
  8. Lodi, G; Franchini, R; Warnakulasuriya, S; Varoni, EM; Sardella, A; Kerr, AR; Carrassi, A; MacDonald, LC; Worthington, HV (29 July 2016). "Interventions for treating oral leukoplakia to prevent oral cancer". The Cochrane database of systematic reviews. 7: CD001829. PMID 27471845.
  9. Wein, Alan J.; Kavoussi, Louis R.; Novick, Andrew C.; Partin, Alan W.; Peters, Craig A. (2011). Campbell-Walsh Urology: Expert Consult Premium Edition: Enhanced Online Features and Print, 4-Volume Set (in ଇଂରାଜୀ). Elsevier Health Sciences. p. 2309. ISBN 9781416069119.
  10. Banfalvi, Gaspar (2013). Homeostasis - Tumor - Metastasis (in ଇଂରାଜୀ). Springer Science & Business Media. p. 156. ISBN 9789400773356.
  11. Montgomery, Elizabeth A.; Voltaggio, Lysandra (2012). Biopsy Interpretation of the Gastrointestinal Tract Mucosa: Volume 1: Non-Neoplastic (in ଇଂରାଜୀ) (2 ed.). Lippincott Williams & Wilkins. p. 10. ISBN 9781451180589.
  12. Petersen, PE; Bourgeois, D; Ogawa, H; Estupinan-Day, S; Ndiaye, C (September 2005). "The global burden of oral diseases and risks to oral health". Bulletin of the World Health Organization. 83 (9): 661–9. PMC 2626328. PMID 16211157.