ପୋଟାସିଅମ କ୍ଲୋରାଇଡ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
ପୋଟାସିଅମ କ୍ଲୋରାଇଡ
Clinical data
Trade namesKay-Cee-L, Slow-K, others
AHFS/Drugs.com
Pregnancy
category
  • US: C (Risk not ruled out)
ATC code
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaKCl
Molar mass74.5513
3D model (JSmol)
  • [Cl-].[K+]
  • InChI=1S/ClH.K/h1H;/q;+1/p-1
  • Key:WCUXLLCKKVVCTQ-UHFFFAOYSA-M

ପୋଟାସିଅମ କ୍ଲୋରାଇଡ (ଇଂରାଜୀ ଭାଷାରେ Potassium chloride) ଏକ ଔଷଧ ଯାହା ଅଳ୍ପ ରକ୍ତ ପୋଟାସିଅମ (low blood potassium) ଅବସ୍ଥାର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ଦିଆଯାଏ ।[୧] ବାନ୍ତି (vomiting), ତରଳ ଝାଡ଼ା ଓ କେତେକ ଔଷଧ ଗ୍ରହଣ ଯୋଗୁ ଅଳ୍ପ ରକ୍ତ ପୋଟାସିଅମ ହୋଇପାରେ ।[୨] ଏହା ଗାଢ଼ ଆକାରରେ ଥାଏ ଯାହାକୁ ପାଟିରେ ଦେବା ପୂର୍ବରୁ ପତଳା କରିବାକୁ ହୁଏ ।[୧] ଏହାକୁ ପାଟିରେ ବା ଶିରାଭ୍ୟନ୍ତର ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ । [୩]

ଏହି ଔଷଧ ଅତି ଶୀଘ୍ର ଶିରାଭ୍ୟନ୍ତରରେ ଇଞ୍ଜେକସନ ଆକାରରେ ଦେଲେ ହୃତ୍‌ପିଣ୍ଡ ସମସ୍ୟା ଦେଖାଯାଇପାରେ ।[୩] ପାଟିରେ ଦେଲେ ପେଟ ଯନ୍ତ୍ରଣା, ପେପ୍‌ଟିକ ଅଲସର୍ ରୋଗ (peptic ulcer disease) ବା ପାକଅନ୍ତନଳୀ ରକ୍ତସ୍ରାବ (gastrointestinal bleeding) ହୋଇପାରେ ।[୩] ବୃକ୍‌କ ସମସ୍ୟା (kidney problems) ଥିଲେ ଅଧିକ ଯତ୍ନଶୀଳ ହୋଇ ଔଷଧ ଦେବାକୁ ହୁଏ ।[୧] ଉଚ୍ଚ ରକ୍ତ ପୋଟାସିଅମ (high blood potassium) ନହେବା ପର୍ଯ୍ୟନ୍ତ ଗର୍ଭାବସ୍ଥା ବା ସ୍ତନ୍ୟପାନ ସମୟରେ ଏହା ବ୍ୟବ‌ହାର କଲେ ଶିଶୁପ୍ରତି ନିରାପଦ ରହିବା ବିଶ୍ୱାସ କରାଯାଏ ।[୪] ସାଧାରଣତଃ ଏହାର ଫର୍ମୁଲା ୪୦ ମିମୋଲ/ଲି ଅପେକ୍ଷା ଅଧିକ ହେବା ଉଚିତ ନୁହେଁ ।[୩]

ସନ ୧୮୬୧ରୁ ପୋଟାସିଅମ କ୍ଲୋରାଇଡକୁ (Potassium chloride) ସାର (fertilizer) ଭାବରେ ବ୍ୟବସାୟୀକ ଭିତ୍ତିରେ ବ୍ୟବ‌ହାର କରାଗଲା ଓ ସନ ୧୯୫୦ରୁ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଗଲା ।[୫][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୧୦% ୧୦ମିଲି ସଲ୍ୟୁସନର ହୋଲସେଲ କ୍ରୟ ମୂଲ୍ୟ ୦.୪୪ ଆମେରିକୀୟ ଡଲାର ।[୮] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୫% ୧୦ମିଲି ସଲ୍ୟୁସନର ମୂଲ୍ୟ ୦.୪୮ ପାଉଣ୍ଡ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. 491. ISBN 9789241547659. Retrieved 8 January 2017.
  2. "Potassium chloride medical facts from Drugs.com". www.drugs.com. Retrieved 14 January 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ British national formulary : BNF 69 (69 ed.). British Medical Association. 2015. p. 680, 684. ISBN 9780857111562.
  4. "Klor-Con M - FDA prescribing information, side effects and uses". www.drugs.com. Retrieved 14 January 2017.
  5. Velde, Pierre; Barré, Pierre (2009). Soils, Plants and Clay Minerals: Mineral and Biologic Interactions (in ଇଂରାଜୀ). Springer Science & Business Media. p. 275. ISBN 9783642034992.
  6. BNA's Patent, Trademark & Copyright Journal (in ଇଂରାଜୀ). Bureau of National Affairs, Incorporated. 1991. Potassium chloride, used since the 1950s for the treatment of potassium depletion in humans
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "Potassium Chloride". International Drug Price Indicator Guide. Retrieved 8 December 2016.[permanent dead link]