ତୁ ଯେ ସେଇ

ଉଇକିପିଡ଼ିଆ‌ରୁ
ତୁ ଯେ ସେଇ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକସୀତାରାମ ଅଗ୍ର‌ୱାଲ
ସଂଳାପରଣଜିତ ପଟ୍ଟନାୟକ
ମୂଳ ଆଧାରରାଜାରାଣୀ (ତାମିଲ କଥାଚିତ୍ର)
କଳାକାରବାବୁଶାନ୍, ଶୀତଲ ପାତ୍ର, ରିୟା ଦେ, ଦେବାଶିଷ
ସଙ୍ଗୀତବିକାଶ ଦାସ
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ତୁ ଯେ ସେଇ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ । ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା ଏହି କଥାଚିତ୍ରଟି । ଏହା ସାର୍ଥକର ୧୬ତମ ଚଳଚ୍ଚିତ୍ର ଥିଲା ।[୧] ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି । ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ନମିତା ଅଗ୍ରୱାଲ, ସୌରିନ୍ ଭଟ୍ଟ, ବାବୁଶାନ୍ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ତାମିଲ କଥାଚିତ୍ର ରାଜାରାଣୀ ଚଳଚ୍ଚିତ୍ରର କାହାଣୀ ଉପରେ ଏହି ଚଳଚ୍ଚିତ୍ର କାହାଣୀ ପର୍ଯ୍ୟବସିତ ।[୨]

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍[୩] ଏବଂ ତାଙ୍କ ସ‌ହ ନାୟିକ ଶୀତଲ ପାତ୍ର ଏବଂ ରିୟା ଦେ[୪] ନାୟିକା ଭାବରେ ଅଭିନୟ କରିଥିଲେ । ଅଭିନେତା ଦେବାଶିଷ ଏହି ଚଳଚ୍ଚିତ୍ରରେ ଏକ ସ‌ହକାରୀ ଅଭିନେତା ଭାବରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍ ପ୍ରମୁଖ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୁ ଯେ ସେଇ" 
2."କି କଲୁ କି କଲୁ ସତିଆ" 
3."କି ହେଲା ଆଜି ମୁଁ ଜାଣେନା" 
4."ଓ ବେବି" 
5."ଶୁଖା ଶୁଖା" 

ଆଧାର[ସମ୍ପାଦନା]

  1. "Tu Je Sei (ତୁ ଯେ ସେଇ) - 2016 Odia Romantic Film". ଓଡ଼ିଆପୋର୍ଟଲ.ଇନ୍. Retrieved 30 July 2017.
  2. "Tu Je Sei". Odia Movie Database. Archived from the original on 2 August 2017. Retrieved 30 July 2017.
  3. "ବାବୁସାନ୍‌ଙ୍କୁ ୨୯ ଚାଲିଲା,ଏବର୍ଷ ଅଭିନୀତ ଓଡ଼ିଆ ସିନେମା ସଂଖ୍ୟା ବି ହେବ ୨୯!". ସମ୍ବାଦ. 30 July 2017. Archived from the original on 2 August 2017. Retrieved 30 July 2017.
  4. "ରୀୟା: ୭ ବର୍ଷରେ ୧୭ ସିନେମା". ସମ୍ବାଦ. 26 July 2017. Archived from the original on 2 August 2017. Retrieved 30 July 2017.
  5. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  6. "ନିରାଶ ହେଲେ ରୀୟା". ସମ୍ବାଦ. 16 October 2016. Archived from the original on 2 August 2017. Retrieved 30 July 2017.

ବାହାର ଆଧାର[ସମ୍ପାଦନା]