ଆଣ୍ଟିଟେଟାନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ

ଉଇକିପିଡ଼ିଆ‌ରୁ
ଆଣ୍ଟିଟେଟାନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ
Clinical data
Trade namesHyperTET S/D, others
Synonymstetanus immune globulin, tetanus antitoxin
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
IM
Identifiers
ChemSpider
  • none

ଆଣ୍ଟିଟେଟାନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (ଇଂରାଜୀ ଭାଷାରେ Anti-tetanus immunoglobulin, ଅନ୍ୟ ନାମ tetanus immune globulin (TIG) ଓ tetanus antitoxin) ଏକ ଔଷଧ ଯାହା ଟେଟାନସ ଟକ୍ସିନ (tetanus toxin) ନିମନ୍ତେ ଏକ ଆଣ୍ଟବଡି (antibodies) ଭାବରେ କାମକରେ । ସମ୍ପୁର୍ଣ୍ଣ ଭାବରେ ଟେଟାନସ ଟକ୍ସଏଡ (tetanus toxoid) ଟିକା ନେଇନଥିଲେ ଓ କ୍ଷତ ଥିବା ଉଚ୍ଚ ସଙ୍କଟାପନ୍ନ କେଶମାନଙ୍କୁ ଏହି ଔଷଧ ଧନୁଷ୍ଟଙ୍କାର ରୋଗ ପ୍ରତିଷେଧକ ଭାବରେ ଦିଆଯାଏ । ଟେଟାନସ ରୋଗ ଚିକିତ୍ସାରେ ଏହା ଆଣ୍ଟିବାୟୋଟିକ (antibiotics) ଓ ମାଂସପେଶୀ ଶିଥିଳକାରୀ (muscle relaxants) ଔଷଧମାନଙ୍କ ସ‌ହିତ ଦିଆଯାଏ । ଏହା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୧]

ଏହାର ପ୍ରତିକ୍ରିୟାରେ ସାଧାରଣତଃ ଇଞ୍ଜେକସନ ନେଇଥିବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା ଓ ଜ୍ୱର ହୋଇପାରେ । ଆଲର୍ଜି ପ୍ରତିକ୍ରିୟା ସ‌ହିତ ଆନାଫାଇଲାକ୍‌ସିସ ମଧ୍ୟ କ୍ୱଚିତ ହୋଇପାରେ । ଏହାର ମାନବ ସଂସ୍କରଣ ଟିକାଦ୍ୱାରା ଭୁତାଣୁ ସଂକ୍ରମଣ (viral hepatitis) ଓ ଏଚଆଇଭି/ଏଡସ ମଧ୍ୟ ହୋଇପାରେ । [୧] ଗର୍ଭାବସ୍ଥାରେ ଏହା ଦିଆଯାଇପାରେ ।[୨] ଏହା ମାନବ ବା ଘୋଡ଼ାର ରକ୍ତ ପ୍ଲାଜମାରୁ (blood plasma) ପ୍ରସ୍ତୁତ କରାଯାଏ ।[୧][୩]

ଏହାର ଘୋଡ଼ା ସଂସ୍କରଣ ସନ ୧୯୧୦ରୁ ଓ ମାନବ ସଂସ୍କରଣ ସନ ୧୯୬୦ରୁ ସାଧାରଣତଃ ପ୍ରଚଳିତ ହୋଇଆସୁଛି ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୫୦୦ଆଇୟୁ ଘୋଡ଼ା ସଂସ୍କରଣ ଭାଏଲର ମୂଲ୍ୟ ୦.୯୦ରୁ ୩.୬୦ ଆମେରିକୀୟ ଡଲାର ଓ ମାନବ ସଂସ୍କରଣର ୧୫୦ଆଇୟୁର ମୂଲ୍ୟ ୧୦.୦୦ରୁ ୪୬.୮୬ ଆମେରିକୀୟ ଡଲାର ।[୬][୭][୮] ବିକାଶଶୀଳ ଦେଶମାନଙ୍କରେ ମାନବ ସଂସ୍କରଣ ଔଷଧ ମିଳିନପାରେ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ କୋର୍ଷର ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୯] ଘୋଡ଼ା ସଂସ୍କରଣ ବ୍ୟବ‌ହାରଦ୍ୱାରା ସେରମ ସିକନେସ (serum sickness) ହେବା ଭୟ ଥିବାରୁ ବିକଶିତ ଦେଶମାନଙ୍କରେ (developed world) ଏହା ବ୍ୟବ‌ହାର କରାଯାଏନାହିଁଁ ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Tetanus Immune Globulin". The American Society of Health-System Pharmacists. Retrieved 8 January 2017.
  2. "Tetanus immune globulin Use During Pregnancy | Drugs.com". www.drugs.com. Retrieved 8 January 2017.
  3. ୩.୦ ୩.୧ International Encyclopedia of Public Health (in ଇଂରାଜୀ) (2 ed.). Academic Press. 2016. p. 161. ISBN 9780128037089.
  4. Plotkin, Stanley A.; Orenstein, Walter A.; Offit, Paul A. (2012). Vaccines (in ଇଂରାଜୀ). Elsevier Health Sciences. pp. 103, 757. ISBN 1455700908.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Tetanus Antitoxin". International Drug Price Indicator Guide. Archived from the original on 11 May 2020. Retrieved 8 December 2016.
  7. "Immunoglobulin Prices 2013 - PAHO/WHO". PAHO. Retrieved 8 January 2017.
  8. "Immunoglobulin, Anti-Tetanus". International Drug Price Indicator Guide. Archived from the original on 16 December 2019. Retrieved 8 December 2016.
  9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 320. ISBN 9781284057560.
  10. Fauci, Anthony S.; Braunwald, Eugene; Kasper, Dennis L.; Hauser, Stephen; Longo, Dan; Jameson, J. Larry; Loscalzo, Joseph (2008). Harrison's Principles of Internal Medicine, 17th Edition (in ଇଂରାଜୀ). McGraw Hill Professional. p. 773. ISBN 9780071641142.