ଟ୍ୟୁବରକୁଲିନ

ଉଇକିପିଡ଼ିଆ‌ରୁ
ଟ୍ୟୁବରକୁଲିନ
Administration of tuberculin
Clinical data
Trade namesAplisol, Mantoux, PPD, others
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
intradermal
ATC code
Legal status
Legal status
Identifiers
ChemSpider
  • none

ଟ୍ୟୁବରକୁଲିନ (ଇଂରାଜୀ ଭାଷାରେ Tuberculin, ଅନ୍ୟ ନାମ ପ୍ୟୁରିଫାଏଡ ପ୍ରୋଟିନ ଡେରିଭେଟିଭ) ଏକ ପୁଷ୍ଟିସାର ମିଶ୍ରଣ ଯାହା ଯକ୍ଷ୍ମା ରୋଗ ନିର୍ଣ୍ଣୟରେ ସ‌ହାୟକ ହୁଏ ।[୧] ଏହାକୁ ଟ୍ୟବରକୁଲିନ ସ୍କିନ ଟେଷ୍ଟ (tuberculin skin test) କୁହାଯାଏ ଓ ଅଧିକ ସଙ୍କଟାପନ୍ନ ଲୋକଙ୍କ ନିମନ୍ତେ ବ୍ୟବ‌ହାର କରିବାକୁ ସୁପାରିସ କରାଯାଏ । ଏହାକୁ ଇଞ୍ଜେକସନ ଆକାରରେ ଚର୍ମରେ (skin) ଦିଆଯାଏ । ଏହି ଇଞ୍ଜେକସନ ଦେବାର ୪୮ ବା ୭୨ଘଣ୍ଟା ପରେ ଇଞ୍ଜେକସନ ଦେଇଥିବା ସ୍ଥାନରେ ୫ରୁ ୧୦ମିମି ଫୁଲା ହୋଇଥିଲେ ଯୁକ୍ତାତ୍ମକ ଫଳ ବୋଲି ଧରାଯାଏ ।[୨]

ଟ୍ୟୁବରକୁଲିନ ଇଞ୍ଜେକସନ ଦେଇଥିବା ସ୍ଥାନ ଲାଲ ଦେଖାଯାଏ, ଗଲୁ କରେ ଓ ଯନ୍ତ୍ରଣା ହୋଇପାରେ । ଆଲର୍ଜି ପ୍ରତିକ୍ରିୟା ବେଳେ ବେଳେ ଦେଖାଯାଏ ।[୧] ପୂର୍ବରୁ ବିସିଜି ଟିକା ନେଇଥିବା ଲୋକର ଓ ଅନ୍ୟ ମାଇକୋବ୍ୟାକ୍ଟେରିଆ ସଂକ୍ରମଣ ହୋଇଥିଲେ ଏହି ଟ୍ୟୁବରକୁଲିନ ପରୀକ୍ଷାରେ ମିଛ ଯୁକ୍ତାତ୍ମକ ଫଳ ବା ଫଲ୍ସ ପଜିଟିଭ ଫଳ ଦେଖାଯାଇପାରେ । ସଂକ୍ରମଣର ୧୦ ସପ୍ତାହ ମଧ୍ୟରେ, ୬ମାସରୁ କମ ବୟସରେ ଓ ଅନେକ ବର୍ଷ ଧରି ସଂକ୍ରମିତ ହେଉଥିବା ଲୋକଙ୍କର ମିଛ ବିଯୁକ୍ତାତ୍ମକ ବା ଫଲ୍ସ ନେଗେଟିଭ ଫଳ ବାହାରିପାରେ । ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[୨] ମାଇକୋବ୍ୟାକ୍ଟେରିଅମ ଟ୍ୟୁବରକୁଲୋସିସ (Mycobacterium tuberculosis) ଏକ୍ସଟ୍ରାକ୍ଟରୁ ଏହି ଟ୍ୟୁବରକୁଲିନ ପ୍ରସ୍ତୁତ କରାଯାଏ ।[୧]

ସନ ୧୮୯୦ରେ ରବର୍ଟ କ‌କ୍ ଟ୍ୟୁବରକ୍ୟୁଲିନ ଆବିଷ୍କାର କରିଥିଲେ । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୨ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Tuberculin". The American Society of Health-System Pharmacists. Retrieved 8 January 2017.
  2. ୨.୦ ୨.୧ "CDC | TB | Fact Sheets - Tuberculin Skin Testing for TB". www.cdc.gov. Retrieved 8 January 2017.
  3. Evans, Alfred S. (2013). Bacterial Infections of Humans: Epidemiology and Control (in ଇଂରାଜୀ). Springer. p. 605. ISBN 9781475711400.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Tuberculin". International Drug Price Indicator Guide. Retrieved 8 December 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 323. ISBN 9781284057560.