ଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯

ଉଇକିପିଡ଼ିଆ‌ରୁ
ରାଜପୁତ ମହିଳାମାନେ ଚିତୋର ଦୂର୍ଗର ପତନ ପରେ ଜୌହର କ୍ରିୟାରେ ଆତ୍ମାହୁତି ଦେବାର ଦୃଶ୍ୟ

ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୩୦୯, ଆତ୍ମହତ୍ୟାର ପ୍ରୟାସ ପାଇଁ ଦଣ୍ଡ ବିଧାନ କରିଥାଏ । ଏହି ଦଫା ଅନ୍ତର୍ଗତ ଅପରାଧ ପାଇଁ ଅତି ବେଶୀରେ ୧ ବର୍ଷ ପାଇଁ କାରାଦଣ୍ଡର ବ୍ୟବସ୍ଥା ରହିଛି ।[୧] ଏହି ଦଫାକୁ ହଟାଇ ଦେବାପାଇଁ ଅନେକ ସୂତ୍ରରୁ ଆବେଦନ କରାଯାଇଛି । ୧୯୯୬ ଜ୍ଞାନକୋୖର ମୋକଦ୍ଦମାରେ ଭାରତୀୟ ଉଚ୍ଚତମ ନ୍ୟାୟାଳୟର ଏକ ୫ ଜଣିଆ ଖଣ୍ଡପୀଠ ଘୋଷଣା କରିଥିଲେ ଯେ ଏହି ନିୟମ ସମ୍ବିଧାନର ଧାରା ୨୧କୁ ଉଲ୍ଲଘଂନ କରୁନାହିଁ । ଭାରତର ଆଇନ କମିଶନ ମଧ୍ୟ ଏହି ଧାରାର ଅପସାରଣ ପାଇଁ ପ୍ରସ୍ତାବ ଦେଇଥିଲେ । ଏ ସମ୍ପର୍କରେ ସଂସଦରେ ଏକ ଚିଠା ଆଇନ ଅଣାଯାଇଥିଲା ଯଦିଓ ଏହା ଆଇନରେ ପରିଣତ ହୋଇ ପାରିନଥିଲା । [୨] ୨୦୧୧ରେ ଉଚ୍ଚତମ ନ୍ୟାୟାଳୟ ଏହି ଧାରାର ବିଲୋପ ପାଇଁ ବିଚାର ନିମନ୍ତେ ସଂସଦକୁ ସୁପାରିଶ କରିଥିଲେ ।[୩] ଯଦିଓ ଏପର୍ଯ୍ୟନ୍ତ ଏହି ଧାରା ପୂର୍ବପରି ରହିଛି, ମାନସିକ ସ୍ୱାସ୍ଥ୍ୟର ଯତ୍ନ ଆଇନ,୨୦୧୩ (Mental Healthcare Bill) ଆତ୍ମହତ୍ୟାର ପ୍ରୟାସକୁ ଦଣ୍ଡମୁକ୍ତ କରିଦେଇଚି ।

ଦଫାର ବିଷୟ[ସମ୍ପାଦନା]

{{cquote| 309. Attempt to commit suicide: Whoever attempts to commit suicide and does any act towards the commission of such offence, shall be punished with simple imprisonment for a term which may extend to one year or with fine, or with both.[୪]


ଅନୁବାଦ - "ଦଫା ୩୦୯. ଆତ୍ମହତ୍ୟା ପାଇଁ ପ୍ରୟାସ : ଯେଉଁ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି ଓ ସେଇ ଅପରାଧ କରିବା ପାଇଁ କୋୖଣସି ବି କାର୍ଯ୍ୟ କରନ୍ତି, ତାଙ୍କୁ ସରଳ କାରାଦଣ୍ଡ, ଯାହାର ଅବଧି ଏକ ବର୍ଷ ପର୍ଯ୍ୟନ୍ତ ବଢ଼ା ଯାଇପାରେ, କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ ।"

ଅଣ ଅପରାଧ ଭାବେ ଘୋଷଣା[ସମ୍ପାଦନା]

ମାନସିକ ସ୍ୱାସ୍ଥ୍ୟର ଯତ୍ନ ଆଇନ (Mental Healthcare Bill) ଗୃହୀତ ହେବା ପରେ, ଆତ୍ମହତ୍ୟାର ପ୍ରୟାସ ଆଉ ଅପରାଧ ଭାବେ ପରିଗଣିତ ହେବ ନାହିଁ । ଏହି ଆଇନ ରାଜ୍ୟସଭା ଓ ଲୋକ ସଭାର ଅନୁମୋଦନ ଲାଭ କରି ସାରିଛି । [୫] ଏହି ଆଇନ ଅନୁଯାୟୀ, "ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୦୯ର ବ୍ୟବସ୍ଥା ସତ୍ତ୍ୱେ, ଯେଉଁ ବ୍ୟକ୍ତି ଆତ୍ମହତ୍ୟା ପାଇଁ ଚେଷ୍ଟା କରନ୍ତି, ପ୍ରମାଣ ନହେବା ପର୍ଯ୍ୟନ୍ତ, ତାଙ୍କୁ ଭୀଷଣ ମାନସିକ ଚାପରେ ପୀଡ଼ିତ ହୋଇଥିବା ଗ୍ରହଣ କରାଯିବ ଓ ତାଙ୍କ ବିରୁଦ୍ଧରେ ଉକ୍ତ ଆଇନ ଅନୁଯାୟୀ କୌଣସି ମୋକଦମା କରାଯିବ ନାହିଁ ଓ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ନାହିଁ ।

ଆଧାର[ସମ୍ପାଦନା]

  1. "Section 309 in The Indian Penal Code". Indian Kanoon. Retrieved 15 July 2014.
  2. Jai, Janak Raj (2003). Commissions and Omissions in the Administration of Justice. p. 501. ISBN 8187498870. Retrieved 15 July 2014.
  3. Venkatesan, J. "'Time for Parliament to delete IPC Section on attempt to suicide'". 8 March 2011. Retrieved 15 July 2014.
  4. "Indian Penal Code". India Kanoon. Retrieved 2017-03-28.}}
  5. "Mental health bill decriminalising suicide passed by Parliament". The Indian Express (in ଆମେରିକୀୟ ଇଂରାଜୀ). 2017-03-27. Retrieved 2017-03-27.

ଅଧିକ ଦେଖନ୍ତୁ[ସମ୍ପାଦନା]