ବୀର ହନୁମାନ ମନ୍ଦିର, ରାୟଗଡ଼

ଉଇକିପିଡ଼ିଆ‌ରୁ
Hanuman Temple, Rayagada-1

ରାୟଗଡ଼ା ସହର ସଂଲଗ୍ନ ତଥା ଝଞ୍ଜାବତୀ ନଦୀ କୂଳ ଏକ ମୁଣ୍ଡିଆ ପାହାଡ(ସ୍ଥାନୀୟ ଅଞ୍ଚଳରେ ଖିନ୍‌ଖିନା ପାହାଡ ନାମରେ ନାମିତ) ଉପରେ ଏହି ମନ୍ଦିର ଅବସ୍ଥିତ । ଏଠାରେ ହନୁମାନଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ।

ରାୟଗଡ଼ାସହରର ବସଷ୍ଟାଣ୍ଡରୁ ପ୍ରାୟ ୨ କିମି ଗଲେ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ । ମନ୍ଦିରଟି ସହରର ଉଚ୍ଚତମ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ମନ୍ଦିର ପାଖରୁ ସାରା ସହରର ଦୃଶ୍ୟ ଦେଖିହୁଏ ।[୧] ମନ୍ଦିରଟିର ଅବସ୍ଥିତି ତଥା ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।

ପ୍ରତିଷ୍ଠା[ସମ୍ପାଦନା]

୧୯୮୮ ମସିହା ମାଘମାସ(ଫେବୃଆରୀ) ଶୁକ୍ଳପକ୍ଷ ପଞ୍ଚମୀ ଦିନ ସ୍ଥାନୀୟ ଜନୈକ ବ୍ୟକ୍ତି ଶ୍ରୀ ଶତ୍ରୁଘନ ନାୟକଙ୍କ ପ୍ରଚେଷ୍ଟାରେଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । କଥିତ ଅଛି, ସ୍ୱପ୍ନାଦେଶ ପାଇ ସେ ମନ୍ଦିର ପ୍ରତିଷ୍ଠା କରାଇଥିଲେ । ତେବେ ଦୀର୍ଘ ପାଞ୍ଚ ବର୍ଷ ପରେ (ଅର୍ଥାତ୍‌ ୧.୬.୧୯୯୩ ଦିନ) ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଥିଲା ।

ପୂଜା[ସମ୍ପାଦନା]

ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ । ଏଠରେ ଶ୍ରୀରାମ ନବମୀ, ମେଷ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଆଦି ଉତ୍ସବ ପାଳନ କରାଯାଇଥାଏ । ମନ୍ଦିର ପରିଚାଳନା ନିମିତ୍ତ ୨୦୦୧ ମସିହାରୁ ଏକ କମିଟି ପ୍ରତିଷ୍ଠିତ ।

ଆଧାର[ସମ୍ପାଦନା]

  1. "Temple of Rayagada". Retrieved 22 May 2017.