ରାମହରି ଦାସ

ଉଇକିପିଡ଼ିଆ‌ରୁ
ରାମହରି ଦାସ
Born (1953-02-01) ୧ ଫେବୃଆରୀ ୧୯୫୩ (ବୟସ ୭୧)
Nationalityଭାରତୀୟ
Alma materଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ,
ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ
Occupation(s)ଓଡ଼ିଶୀ ସଙ୍ଗୀତ ଗୁରୁ, ଗବେଷକ
Organizationଓଡ଼ିଶୀ ଗୁରୁକୂଳ[୧]
Styleଓଡ଼ିଶୀ ସଙ୍ଗୀତ
Parent(s)ଦୀନବନ୍ଧୁ ଦାସ, କ୍ଷେତ୍ରମଣି ଦାସ

ରାମହରି ଦାସ (ଜନ୍ମ: ୧ ଫେବୃଆରୀ ୧୯୫୩)[୨] ଜଣେ ଓଡ଼ିଶୀ ସଙ୍ଗୀତ ବିଶାରଦ ।[୩] ୩୦ ବର୍ଷରୁ ଅଧିକ ସମୟ ଧରି, ସେ ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶନା, ପରିବେଷଣ, ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ବ୍ରତୀ ଅଟନ୍ତି ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ରାମହରି ଦାସ, ୧୯୫୩ ମସିହା ଫେବୃଆରୀ ୧ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଳକ ଅନ୍ତର୍ଗତ କାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୀନବନ୍ଧୁ ଦାସ ଓ ମାତାଙ୍କ ନାମ କ୍ଷେତ୍ରମଣି ଦାସ ଅଟେ । ପିଲାଦିନରୁ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ରହିଥିଲା । ମାଟ୍ରିକ ପାସ କରିବା ପରେ, ସେ ଭୁବନେଶ୍ୱରର ବିଜେବି ଜୁନିୟର କଲେଜର ଯୁକ୍ତ ଦୁଇ ପଢ଼ିବା ସହ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଉଭୟ ସଙ୍ଗୀତ ପରିବେଷଣ ଓ ଶିକ୍ଷାଦାନକୁ ବୃତ୍ତି କରିଥିବା ରାମହରି, ଓଡ଼ିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କାର୍ଯ୍ୟରତ । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ସଙ୍ଗୀତର ଗୁରୁ ଭାବରେ କାର୍ଯ୍ୟ କରିସାରି, ସେହି ଅନୁଷ୍ଠାନର ଅଧ୍ୟକ୍ଷ ଭାବରେ ସେବାନିବୃତ ହୋଇସାରିଛନ୍ତି । ଏହା ବ୍ୟତୀତ, ସେ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ[୪]ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର[୫] ଅଧ୍ୟକ୍ଷ ଭାବରେ କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି । ସେବା ନିବୃତ ହେବା ପରେ, ସେ ବହୁ ବେସରକାରୀ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି ଓ ସାକ୍ଷୀଗୋପାଳଠାରେ ନିଜର ଏକ ଗୁରୁକୁଳ ପ୍ରତିଷ୍ଠା କରି, ସଙ୍ଗୀତ ଶିକ୍ଷାଦାନ କରୁଛନ୍ତି ।[୬] ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟତା ପ୍ରଦାନ କରାଯିବା ପାଇଁ ଗଠିତ କମିଟିରେ, ସେ ଜଣେ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟରତ ।[୭]

ରଚିତ ପୁସ୍ତକ[ସମ୍ପାଦନା]

  • ଅଳଙ୍କାର ରତ୍ନାବଳୀ
  • ସଙ୍ଗୀତ ସଂଜ୍ଞା - ୧୯୮୯
  • ଓଡ଼ିଶୀ ସଙ୍ଗୀତର ପରମ୍ପରା ଓ ପ୍ରୟୋଗ - ୨୦୦୪

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୮-୨୦୦୯[୮]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୮[୯]
  • ଯଦୁମଣି ଦାଶ ସାରସ୍ୱତ ପ୍ରତିଭା ସମ୍ମାନ, ୨୦୧୭[୧୦]

ଆଧାର[ସମ୍ପାଦନା]

  1. http://www.odissigurukul.org/about-gurugi.html
  2. ପଣ୍ଡା, ହରିହର. "ଦିନେ ନା ଦିନେ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବ". ନିତିଦିନ. Archived from the original on 2018-12-15. Retrieved 13 May 2017.
  3. Dinanath Pathy; Orissa Media Centre (Bhubaneswar, India); Working Artists' Association of Orissa (1999). The continuity in the flux, Orissa. Harman Pub. House in collaboration with Working Artists Association of Orissa and Orissa Media Centre, Bhubaneswar. ISBN 978-81-86622-31-5.
  4. http://spicmacay.nitrkl.ac.in/index.php/events/upcoming-events/16-prof-ramahari-das
  5. "ଆର୍କାଇଭ୍ କପି". Archived from the original on 2016-03-11. Retrieved 2014-08-20. {{cite web}}: Cite has empty unknown parameter: |1= (help)
  6. ପାଣି, କେଶବ (20 August 2014). "ଗୁରୁ-ଶିଷ୍ୟ ପରମ୍ପରା ରହିଲେ ସଙ୍ଗୀତ ଧାରାଅ ଅତୁଟ ରହିବ". Retrieved 13 May 2017.
  7. http://timesofindia.indiatimes.com/city/bhubaneswar/Odissi-music-must-get-classical-tag-Ramahari-Das/articleshow/21539294.cms
  8. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  9. http://www.thehindu.com/todays-paper/tp-national/tp-otherstates/award-for-3-orissa-artistes/article372916.ece
  10. "ଗୁରୁ ରାମହରି ଦାସ ଓ ଗଜେନ୍ଦ୍ର ପଣ୍ଡାଙ୍କୁ 'ଯଦୁମଣି ଦାଶ ସାରସ୍ୱତ ପ୍ରତିଭା ସମ୍ମାନ'". ଧରିତ୍ରୀ. 19 May 2017. Retrieved 19 May 2017.