ଆତିୟା ସେଟ୍ଟି

ଉଇକିପିଡ଼ିଆ‌ରୁ
ଆତିୟା ସେଟ୍ଟି
Born
ଆତିୟା ସେଟ୍ଟି

(1992-11-05) ୫ ନଭେମ୍ବର ୧୯୯୨ (ବୟସ ୩୧)
Nationalityଭାରତୀୟ
Occupationଅଭିନେତ୍ରୀ
Years active୨୦୧୫–ଏବେଯାଏଁ
Parent(s)ସୁନୀଲ ସେଟ୍ଟି (ବାପା)
ମାନା ସେଟ୍ଟି (ମାଆ)
Relativesଆହାନ ସେଟ୍ଟି (ଭାଇ)
Websitewww.athiyashetty.com

‌ଆତିୟା ସେଟ୍ଟି‌ (ଜନ୍ମ: ୫ ନଭେମ୍ବର ୧୯୯୨)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ଅଭିନେତା ସଲମାନ ଖାଁଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ‌ହିରୋ‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ୨୦୧୫ରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଆତିୟା ‌ଦାଦାସାହେବ ଫଲକ‌ ପୁରସ୍କାର ପାଇବା ସ‌ହ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ ହୋଇଥିଲେ ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଆତିୟା ୫ ନଭେମ୍ବର ୧୯୯୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସୁନୀଲ ସେଟ୍ଟି ଜଣେ ଭାରତୀୟ କଥାଚିତ୍ର ଅଭିନେତା ଏବଂ ମାଆ ମାନା ସେଟ୍ଟି ଜଣେ ନିର୍ଦ୍ଦେଶିକା ।[୩] ସେ ପଞ୍ଜାବୀ, ଗୁଜୁରାତି ଏବଂ ତୁଲୁ ବଂଶଧର । ତାଙ୍କ ବାପା ତୁଲୁ ବଂଶରୁ[୪] ଏବଂ ମାଆ ପଞ୍ଜାବୀ ଏବଂ ଗୁଜରାଟ ବଂଶଧର ।[୫]

ଆତିୟା ପ୍ରଥମେ କାଥେଡ୍ରାଲ୍ ଏଣ୍ଡ ଜନ୍ କୋନୋନ୍ ସ୍କୁଲରେ ପଢ଼ୁଥିଲେ ଏବଂ ପରେ ଆମେରିକାନ୍ ସ୍କୁଲ ଓଫ୍ ବମ୍ବେକୁ ସ୍ଥାନାନ୍ତରିତ ହୋଇଥିଲେ ।[୬] ସେହି ସ୍କୁଲରେ ଆତିୟାଙ୍କ ସ‌ହ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା ଟାଇଗର ଶ୍ରଫ୍ ପଢ଼ୁଥିଲେ ।[୭] ଚଳଚ୍ଚିତ୍ରରେ ଅଭିନୟ କରିବାର ଇଚ୍ଛା ପାଇଁ ସେ ୧୮ ବର୍ଷ ବୟସରେ ‌ନିଉ ୟର୍କ ଫିଲ୍ମ ଆକାଡେମି‌ରେ ପଢ଼ିବାକୁ ଏକୁଟିଆ ନିଉ ୟର୍କ ଯାଇଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

୨୦୧୫ରେ ଆତିୟା ସଲମାନ ଖାଁଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‌ହିରୋ‌ ଜରିଆରେ ହିନ୍ଦୀ କାଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିଖିଲ ଆଡ୍‌ଭାନୀ ।[୮] ଏହି ଚଲଚ୍ଚିତ୍ରରେ ଆତିୟାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ପୁଅ ସୂରଜ ପଞ୍ଜୋଲି । ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଥିବା ସୂରଜ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଆତିୟାଙ୍କୁ ‌ଦାଦାସାହେବ ଫଲକ‌ ପୁରସ୍କାର ମିଳିବା ସ‌ହ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା ।[୯] ଏହି ଚଳଚ୍ଚିତ୍ରରେ ଆତିୟାଙ୍କର ଅଭିନୟ ପାଇଁ କିଛି ସମୀକ୍ଷକମାନେ ମଧ୍ୟ ତାଙ୍କୁ ଆହୁରି ଅନେକ କିଛି ଶିଖିବାର ଅଛି ବୋଲି ମନ୍ତବ୍ୟ ଦେଇଥିଲେ ।[୧୦] ତାଙ୍କର ପ୍ରଥମ ଚଳଚ୍ଚିତ୍ରର ମୁକ୍ତିଲାଭ ପରେ ସେ ମେବେଲାଇନ୍ ନିଉ ୟର୍କର ଭାରତୀୟ ମତାଧିକାରର ମୁଖ୍ୟ ବାର୍ତ୍ତାବ‌ହ ଭାବରେ କାର୍ଯ୍ୟ କରିଥିଲେ ।[୧୧] ଏଥିସ‌ହ କିଛି ଭାରତୀୟ ବଡ଼ ବଡ଼ ପତ୍ରିକାର ପ୍ରଥମ ପୃଷ୍ଠାରେ ମଧ୍ୟ ନ‌ଜର ଆସିଥିଲେ ।[୧୨][୧୩][୧୪]

୨୦୧୭ ଜୁଲାଇରେ ଆତିୟାର ୨ୟ ଚଳଚ୍ଚିତ୍ର ‌ମୁବାରକନ୍‌ ମୁକ୍ତିଲାଭ କରିବାର ଅଛି । ଏହି ଚଳଚ୍ଚିତ୍ରରେ ଆତିୟାଙ୍କ ସ‌ହ ଅଭିନେତା ଅନୀଲ କପୁର, ଅର୍ଜୁନ କପୁର, ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍ ପ୍ରମୁଖ ଅଭିନୟ କରିଛନ୍ତି ।[୧୫]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୫: ହିରୋ
  • ୨୦୧୭: ମୁବାରକନ୍

ଆଧାର[ସମ୍ପାଦନା]

  1. KBR, Upala (8 November 2010). "Sunil Shetty had a swell Diwali". Mid-Day. Retrieved 27 April 2017.{{cite web}}: CS1 maint: numeric names: authors list (link)
  2. "Sooraj Pancholi, Athiya Shetty bag best debut at Dada Saheb Phalke awards". mid-day. 29 April 2016. Retrieved 2017-04-27.
  3. "Acting with dad will be weird: Athiya Shetty". indianexpress.com. Retrieved 27 April 2017.
  4. "Tuluvas hardworking: Sunil Shetty". deccanherald.com. Retrieved 27 April 2017.
  5. Gupta, Priya (7 May 2014). "Mumbai girls were safe when Balasaheb was alive: Suniel Shetty". Times of India. Retrieved 27 April 2017.{{cite web}}: CS1 maint: numeric names: authors list (link)
  6. "Athiya Shetty: Lesser known facts". The Times of India. Retrieved 27 April 2017.
  7. "Athiya Shetty: My grandfather is larger than life for me as he has never discriminated between a boy and a girl". timesofindia.com. Retrieved 27 April 2017.
  8. "Hero Second Week Box Office Collection: Huge Crash". bollymoviereviewz.com. Archived from the original on 4 March 2016. Retrieved 27 April 2017.
  9. "Sooraj Pancholi, Athiya Shetty bag best debut at Dada Saheb Phalke awards". mid-day.com. Retrieved 27 April 2017.
  10. "Hero Review". bollywoodhungama.com. Retrieved 27 April 2017.
  11. Marwah, Navdeep Kaur (9 February 2014). "Athiya is definitely debuting opposite Sooraj: Suniel Shetty". Hindustan Times. Retrieved 27 April 2017.
  12. "7 Times Athiya Shetty's Style Was On Point". cosmopolitan. Archived from the original on 30 June 2016. Retrieved 27 April 2017.
  13. "Check out: Athiya Shetty on the cover of Harper's Bazaar India". bollywoodhungama.com. Retrieved 27 April 2017.
  14. "GETTING TO KNOW ATHIYA SHETTY". vervemagazine.in. Retrieved 27 April 2017.
  15. "Arjun Kapoor and Anil Kapoor in Anees Bazmee's Mubaraka". Bollywood Hungama. 13 June 2016. Retrieved 27 April 2017.

ଅଧିକ ତ‌ଥ୍ୟ[ସମ୍ପାଦନା]