କ୍ଲୋରାମ୍ବୁସିଲ

ଉଇକିପିଡ଼ିଆ‌ରୁ
କ୍ଲୋରାମ୍ବୁସିଲ
Clinical data
Trade namesLeukeran, others
AHFS/Drugs.commonograph
MedlinePlusa682899
Pregnancy
category
  • US: D (Evidence of risk)
Routes of
administration
by mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability?
MetabolismLiver
Elimination half-life1.5 hours
ExcretionN/A
Identifiers
  • 4-[bis(2-chlorethyl)amino]benzenebutanoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.603 Edit this at Wikidata
Chemical and physical data
FormulaC14H19Cl2NO2
Molar mass304.212 g/mol
3D model (JSmol)
  • c1cc(ccc1CCCC(=O)O)N(CCCl)CCCl
  • InChI=1S/C14H19Cl2NO2/c15-8-10-17(11-9-16)13-6-4-12(5-7-13)2-1-3-14(18)19/h4-7H,1-3,8-11H2,(H,18,19) checkY
  • Key:JCKYGMPEJWAADB-UHFFFAOYSA-N checkY
  (verify)

କ୍ଲୋରାମ୍ବୁସିଲ (ଇଂରାଜୀ ଭାଷାରେ Chlorambucil, ବିକ୍ରୟ ନାମ ଲିଉକେରାନ) ଏକ କେମୋଥେରାପି ଔଷଧ (chemotherapy medication) ଯାହା କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (chronic lymphocytic leukemia ବା ସିଏଲଏଲ), ହଜକିନସ ଲିମ୍ଫୋମାନନ୍-ହଜକିନସ ଲିମ୍ପୋମା (non-Hodgkin lymphoma) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ । [୧] ସିଏଲଏଲ ରୋଗରେ ଏହା ପସନ୍ଦ‌ଯୋଗ୍ୟ ଔଷଧ । ଏହା ପାଟିରେ ଦିଆଯାଏ ।[୨]

କ୍ଲୋରାମ୍ବୁସିଲର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression) ହୋଇପାରେ । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଅଧିକ କର୍କଟ ରୋଗ ସଙ୍କଟ, ବନ୍ଧ୍ୟାତ୍ୱ (infertility) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ । ଗର୍ଭାବସ୍ଥାରେ ଶିଶୁର ହାନୀ ହୁଏ । କ୍ଲୋରାମ୍ବୁସିଲ ଏକ ଆଲକିଲେଟିଙ୍ଗ ଏଜେଣ୍ଟ (alkylating agent) ଶ୍ରେଣୀର ଏକ ଔଷଧ । ଏହା ଡିଏନଏ (DNA) ଓ ଆରଏନଏ (RNA) ପ୍ରସ୍ତୁତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

କ୍ଲୋରାମ୍ବୁସିଲ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ପ୍ରାୟ ୧୧୧.୮୭ ଆମେରିକୀୟ ଡଲାର ।[୪] ଇଂଲଣ୍ଡରେ ଏହାର ଏକ ମାସ ଡୋଜର କ୍ରୟ ମୂଲ୍ୟ ପ୍ରାୟ ୧୪୫.୮୪ ପାଉଣ୍ଡ ।[୫] ଏହା ପ୍ରଥମେ ନାଇଟ୍ରୋଜେନ ମସ୍ଟାର୍ଡ଼ରୁ (nitrogen mustard) ପ୍ରସ୍ତୁତ କରାଯାଇଥିଲା ।[୨]

ଆଧାର[ସମ୍ପାଦନା]

  1. "Chlorambucil". National Cancer Institute. 17 September 2014. Retrieved 19 December 2016.
  2. ୨.୦ ୨.୧ ୨.୨ ୨.୩ "Chlorambucil". The American Society of Health-System Pharmacists. Retrieved 8 December 2016.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Chlorambucil". International Drug Price Indicator Guide. Retrieved 8 December 2016.[permanent dead link]
  5. British national formulary : BNF 69 (69 ed.). British Medical Association. 2015. p. 580. ISBN 9780857111562.