ତାପସୀ ପନ୍ନୁ

ଉଇକିପିଡ଼ିଆ‌ରୁ
ତାପସୀ ପନ୍ନୁ
Born
ତାପସୀ ପନ୍ନୁ

(1987-08-01) ୧ ଅଗଷ୍ଟ ୧୯୮୭ (ବୟସ ୩୬)
Occupation(s)ଅଭିନେତ୍ରୀ, ମଡେଲ
Years active୨୦୧୦- ଏବେଯାଇଁ
WebsiteTaapsee Pannu

‌ତାପସୀ ପନ୍ନୁ‌ (ଜନ୍ମ: ୧ ଅଗଷ୍ଟ ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ, ଯିଏକି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସ‌ହ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ତାପସୀ ଜନେ ସଫ୍ଟଓୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ଏହା ପରେ ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସେ ମଡେଲିଂରେ ଯୋଗ ଦେଇଥିଲେ ଏବଂ କିଛି ବିଜ୍ଞାପନରେ ମଧ୍ୟ ଅଭିନୟ କରିଥିଲେ । ୨୦୦୮ରେ ତାପସୀ ‌ପାଣ୍ଟାଲୁନ୍‌ସ୍ ଫେମିନା ମିସ୍ ଫ୍ରେସ୍ ଫେସ୍‌ ଏବଂ ‌ସାଫି ଫେମିନା ମିସ୍ ବିଉଟିଫୁଲ ସ୍କିନ୍‌ ପୁରସ୍କାର ମଧ୍ୟ ଜିତିଥିଲେ ।[୨][୩]

ତାପସୀ ମଡେଲିଂରେ ଯୋଗଦେବାପରେ ୨୦୧୦ରେ ତେଲୁଗୁ ଚଳଚ୍ଚିତ୍ର ‌ଝୁମ୍ମାଣ୍ଡି ନାଦମ୍‌ରେ ଅଭିନୟ କରିବାର ପ୍ରଥମ ସୁଯୋଗ ପାଇଥିଲେ । ଏହା ପରେ ସେ ‌ଆଦୁକଲାମ‌, ‌ବାସ୍ତଦୁ ନା ରାଜୁ‌ ଏବଂ ‌ମିଷ୍ଟ ପର୍‌ଫେକ୍ଟ‌ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ‌ଆଦୁକଲମ‌ ୫୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୬ଟି ଜାତୀୟ ପୁରସ୍କାର ପାଇଥିଲା । ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ବ୍ୟତୀତ ତାପସୀ ମାଲାୟଲମ୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ହିନ୍ଦୀ କଥାଚିତ୍ର ‌ଚସ୍‌ମେ ବଦୁର୍‌ ଜରିଆରେ ତାପସୀ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪] ସଫଳତମ ହିନ୍ଦୀ କଥାଚିତ୍ର ‌ବେବି‌ ଏବଂ ‌ପିଙ୍କ୍‌ରେ ତାପସୀ ମଧ୍ୟ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ମଡେଲିଂ[ସମ୍ପାଦନା]

ତାପସୀ ୧ ଅଗଷ୍ଟ ୧୯୮୭ରେ[୫] ନୂଆଦିଲ୍ଲୀରେ ଏକ ଶିଖ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୬][୭][୮] ତାଙ୍କର ଗୋଟିଏ ଭଉଣୀ ଅଛି, ଶାଗୁନ୍ ପନ୍ନୁ, ଯିଏକି ଭବିଷ୍ୟତରେ ଅଭିନୟ ଦୁନିଆରେ ପ୍ରବେଶ କରିବାର ଲକ୍ଷ୍ୟ ରଖିଛନ୍ତି ।[୯] ତାପସୀ ନୂଆଦିଲ୍ଲୀର ମାତା ଜୟ କୌର ପବ୍ଲିକ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ କମ୍ପ୍ୟୁଟର ବିଜ୍ଞାନରେ ଗୁରୁ ତେଗ୍ ବାହାଦୁର୍ ଇନିଷ୍ଟିଚିଉଟ୍ ଅଫ୍ ଟେକ୍ନୋଲୋଜିରୁ ପ୍ରଯୁକ୍ତିବିଦ୍ୟାରେ ସ୍ନାତକ ହାସଲ କରିଥିଲେ ।[୧୦] ଏହାପରେ ସେ ଜଣେ ସଫ୍ଟଓୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ ।[୨][୧୧] ‌ଚେନାଲ ଭି‌ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ତାପସୀ ମନୋନୀତ ହେବା ପରେ ସମ୍ପୂର୍ଣ୍ଣରୂପେ ମଡେଲିଂରେ ଯୋଗଦେଇଥିଲେ ଏବଂ ଧିରେଧିରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ ।[୧୨]

ଅଭିନୟ ଜୀବନ[ସମ୍ପାଦନା]

ତାପସୀ ୨୦୧୦ରେ ତେଲୁଗୁ ଚଳଚ୍ଚିତ୍ର ‌ଝୁମ୍ମାଣ୍ଡି ନାଦମ୍‌ରେ ଅଭିନୟ ଆରମ୍ଭ କରିଥିଲେ ।[୧୩] ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ପରେ ତାପସୀ ତିନୋଟି ତେଲୁଗୁ ଚଳଚ୍ଚିତ୍ର ପାଇଁ କାର୍ଯ୍ୟ ପାଇଥିଲେ ।[୧୪] ଏହାପରେ ସେ ‌ଆଦୁକଲାମ‌[୧୫], ‌ବାସ୍ତଦୁ ନା ରାଜୁ‌[୧୬], ‌ମିଷ୍ଟ ପର୍‌ଫେକ୍ଟ‌[୧୭] ଏବଂ ‌ବୀରା‌[୧୮] ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ତାପସୀ ୨୦୧୩ରେ ହିନ୍ଦୀ ଚଳଚ୍ଚିତ୍ର ‌ଚସ୍‌ମେ ବଦୁର୍‌‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୧୯][୨୦] ଏହା ପରେ ସଫଳତମ ହିନ୍ଦୀ କଥାଚିତ୍ର ‌ବେବି‌ରେ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୟ କରିଥିଲେ ।[୨୧] ବେବି ଚଳଚ୍ଚିତ୍ରର ସଫଳତା ପରେ[୨୨] ତାପସୀ ଅଭିନେତା ଅମିତାଭ ବଚ୍ଚନଙ୍କ ସ‌ହ ‌ପିଙ୍କ୍‌ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୩]

ଆଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୦: ଝୁମ୍ମାଣ୍ଡି ନାଦମ୍ (ତେଲୁଗୁ)
  • ୨୦୧୧: ଆଦୁକଲାମ (ତାମିଲ)
  • ୨୦୧୧: ବାସ୍ତୁଡ଼ୁ ନା ରାଜୁ (ତେଲୁଗୁ)
  • ୨୦୧୧: ମିଷ୍ଟର ପର୍‌ଫେକ୍ଟ (ତେଲୁଗୁ)
  • ୨୦୧୧: ବୀରା (ତେଲୁଗୁ)
  • ୨୦୧୧: ବନ୍ଧନ ବେନ୍ଦ୍ରାନ୍ (ତାମିଲ)
  • ୨୦୧୧: ମୋଗୁଡ଼ୁ (ତେଲୁଗୁ)
  • ୨୦୧୧: ଡବଲ୍‌ସ୍ (ମାଲାୟଲମ୍)
  • ୨୦୧୨: ଦାରୁଭୁ (ତେଲୁଗୁ)
  • ୨୦୧୩: ଗୁଣ୍ଡେଲୋ ଗୋଦାରୀ (ତେଲୁଗୁ)
  • ୨୦୧୩: ଚସ୍‌ମେ ବଦୁର୍ (ହିନ୍ଦୀ)
  • ୨୦୧୩: ସ୍ୟାଡୋ (ତେଲୁଗୁ)
  • ୨୦୧୩: ସାହାସମ୍ (ତେଲୁଗୁ)
  • ୨୦୧୩: ଆରମ୍ଭମ୍ (ତାମିଲ)
  • ୨୦୧୪: କତାଇ ତିରାଇକଥାଇ ବାସନମ୍ ଇୟାକମ୍ (ତାମିଲ)
  • ୨୦୧୫: ବେବି (ହିନ୍ଦୀ)
  • ୨୦୧୫: କାଞ୍ଚା ୨ (ତାମିଲ)
  • ୨୦୧୫: ଭାଇ ରାଜା ଭାଇ (ତାମିଲ)
  • ୨୦୧୫: ଡୋଙ୍ଗାତା (ତେଲୁଗୁ)
  • ୨୦୧୬: ପିଙ୍କ୍ (ହିନ୍ଦୀ)
  • ୨୦୧୭: ରନିଙ୍ଗ୍ ସାଦି (ହିନ୍ଦୀ‌)
  • ୨୦୧୭: ଦ ଗାଜି ଆଟାକ୍ (ହିନ୍ଦୀ/ତେଲୁଗୁ)
  • ୨୦୧୭: ନାମ୍ ସବାନା (ହିନ୍ଦୀ)
  • ୨୦୧୭: ତଡ଼୍‌କା (ହିନ୍ଦୀ)
  • ୨୦୧୭: ଜୁଡ଼ୁଆ ୨ (ହିନ୍ଦୀ)

ଆଧାର[ସମ୍ପାଦନା]

  1. "Taapsee Pannu buys a new home in Mumbai"
  2. ୨.୦ ୨.୧ ୨.୨ "PIX: The Hottest Southern Heroines — Part II". Rediff. 4 October 2011. Retrieved 16 April 2017.
  3. "SHOOT : Female". India Times. Archived from the original on 27 August 2011. Retrieved 16 April 2017.
  4. Moviebuzz. "Aadukalam-Review". Sify Technologies Ltd. Retrieved 16 April 2017.
  5. "Taapsee Pannu, happy birthday!". Bollywoodlife.com. 1 August 2012. Retrieved 16 April 2017.
  6. "Taapsee Pannu: I have dated a South Indian but can never date a Sikh". The Times of India. Retrieved 16 April 2017.
  7. Moviebuzz. "Happy Birthday to Taapsee". Sify Technologies Ltd. Retrieved 16 April 2017.
  8. "Tapasee denies starring in Tanu Weds Manu remake". Oneindia Entertainment. Greynium Information Technologies Pvt. Ltd. 30 July 2011. Archived from the original on 21 September 2013. Retrieved 16 April 2017.
  9. "Introducing Tapasee's sister". Sify Technologies Ltd. Retrieved 16 April 2017.
  10. "Aadukalam heroine Taapsee chats with fans". Sify Technologies Ltd. 13 January 2011. Retrieved 16 April 2017.
  11. "Aadukalam heroine Tapasee unveiled!". Sify Technologies Ltd. Retrieved 16 April 2017.
  12. Motihar, Jhilmil; Vasisht, Shruti (25 January 2008). "On the rampway : Simply Punjabi: News India Today". India Today. Retrieved 16 April 2017. {{cite journal}}: Cite journal requires |journal= (help)
  13. Rajamani, Radhika (12 April 2011). "Telugu actress Taapsee goes places". Rediff. Retrieved 16 April 2017.
  14. "Jhummandi Naadam – Movie Review". Oneindia Entertainment. Greynium Information Technologies Pvt. Ltd. 1 July 2010. Archived from the original on 29 January 2013. Retrieved 16 April 2017.
  15. "Dhanush gets a Punjabi kudi as heroine". Sify Technologies Ltd. 30 September 2009. Retrieved 16 April 2017.
  16. "Vastadu Naa Raju`s interesting plot". Telugucinema.com. Sify technologies Ltd. Retrieved 16 April 2017.
  17. Kavirayani, Suresh (25 April 2011). "Mr Perfect". The Times of India. Retrieved 16 April 2017.
  18. IANS (22 May 2011). "Ravi Teja's 'Veera' a let down". Sify Technologies Ltd. Retrieved 16 April 2017.
  19. Malini, Shankaran (11 December 2011). "When they encountered Rishi Kapoor". The Times of India. Archived from the original on 29 October 2013. Retrieved 16 April 2017.
  20. Sangeetha, P (13 January 2012). "Tapsee Pannu loves her curls". The Times of India. Archived from the original on 29 October 2013. Retrieved 16 April 2017.
  21. "Neeraj Pandey signs Taapsee Pannu opposite Akshay Kumar?". The Indian Express. 13 April 2014. Retrieved 16 April 2017.
  22. Taapsee Pannu joins Amitabh Bachchan in Delhi for their next film ‘Pink’. The Indian Express (13 March 2016). Retrieved on 16 April 2017.
  23. Director Shoojit Sircar opens up about Amitabh Bachchan, Taapsee Pannu's 'Pink' | Latest News & Updates at Daily News & Analysis. Dnaindia.com (30 March 2016). Retrieved on 16 April 2017.

ଅଧିକ ତ‌ଥ୍ୟ[ସମ୍ପାଦନା]