ପରିଣୀତି ଚୋପ୍ରା

ଉଇକିପିଡ଼ିଆ‌ରୁ
ପରିଣୀତି ଚୋପ୍ରା
Chopra looking towards the camera
୨୦୧୬ରେ ଏକ କାର୍ଯ୍ୟକ୍ରମରେ ପରିଣୀତି
ଜନ୍ମ (1988-10-22) ୨୨ ଅକ୍ଟୋବର ୧୯୮୮ (ବୟସ ୩୫)
ଅମ୍ବଳା, ହରିୟାଣା, ଭାରତ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ
ସମ୍ପର୍କୀୟ[୧]

‌ପରିଣୀତି ଚୋପ୍ରା‌ (ଜନ୍ମ: ୨୨ ଅକ୍ଟୋବର ୧୯୮୮) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି ।[୨] ସେ ତାଙ୍କର ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସ‌ହ ଫିଲ୍ମ‌ଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି । ପରିଣୀତି ଅଭିନୟ ବ୍ୟତୀତ କିଛି ଉତ୍ପାଦର ବିଜ୍ଞାପନରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପରିଣୀତି ୨୦୧୧ ମସିହାରେ ୟସ୍‌ରାଜ୍ ଫିଲ୍ମସ୍‌ରେ ‌ଲେଡିଜ୍ ଭର୍ସେସ୍ ରିକି ବ‌ହଳ‌ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ପରିଣୀତିଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ସମ୍ମାନ ପାଇଥିଲେ ଏବଂ ଶ୍ରେଷ୍ଠ ସ‌ହ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ । ୨୦୧୨ ମସିହାରେ ‌ଇସକ୍‌ଜାଦେ‌ରେ ପରିଣୀତିଙ୍କର ଅଭିନୟ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସ‌ହ ଅନେକ କିଛି ପୁରସ୍କାର ଆଣିଦେଇଥିଲା । ପରିଣୀତିଙ୍କ ଅଭିନୟ ଅନ୍ୟାନ୍ୟ ଚଳଚ୍ଚିତ୍ର ହେଲା: ‌ଶୁଦ୍ଧ ଦେଶୀ ରୋମାନ୍ସ‌ ଏବଂ ‌ହସି ତୋ ଫସି‌ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପରିଣୀତି ୨୨ ଅକ୍ଟୋବର ୧୯୮୮ରେ ହରିୟାଣାର ଅମ୍ବଳାଠାରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩][୪][୫] ତାଙ୍କର ପିତା, ପବନ ଚୋପ୍ରା ଜଣେ ବ୍ୟବସାୟୀ ଏବଂ ଭାରତୀୟ ସେନାରକୁ ସାମଗ୍ରୀ ଯୋଗାଣକାରୀ ଥିଲେ ଏବଂ ମାଆ ହେଉଛନ୍ତି ରୀନା ଚୋପ୍ରା । ପରିଣୀତିଙ୍କର ଦୁଇଗୋଟି ଭାଇ ଅଛନ୍ତି: ଶିବାଙ୍ଗ ଏବଂ ସାରାଜ । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ମୀରା ଚୋପ୍ରା ଏବଂ ମନାରା ଚୋପ୍ରା ତାଙ୍କର ସମ୍ପର୍କୀୟ ଭଉଣୀ । [୫][୬][୭][୮][୯]

ଅଭିନୟ ଜୀବନ[ସମ୍ପାଦନା]

୨୦୧୧ରେ ପରିଣୀତି ଅଭିନେତା ରଣବୀର ସିଂ ଏବଂ ଅନୁଷ୍କା ଶର୍ମାଙ୍କ ସ‌ହ ‌ଲେଡିଜ୍ ଭର୍ସେସ୍ ରିକି ବ‌ହଳ‌ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।[୧୦][୧୧] ଏହା ପରେ ପରିଣୀତି ‌ଇସକ୍‌ଜାଦେ‌, ‌ଶୁଦ୍ଧ ଦେଶୀ ରୋମାନ୍ସ‌, ‌ହସି ତୋ ଫସି‌, ‌ଦାବତ-ଏ-ଇସ୍କ‌, ‌କିଲ୍-ଦିଲ୍‌ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୬ରେ ପରିଣୀତି ‌ଢିସୁମ୍‌ ଚଳଚ୍ଚିତ୍ରରେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୧: ଲେଡିଜ୍ ଭର୍ସେସ୍ ରିକି ବ‌ହଳ
  • ୨୦୧୨: ଇସକ୍‌ଜାଦେ
  • ୨୦୧୩: ଶୁଦ୍ଧା ଦେଶୀ ରୋମାନ୍ସ
  • ୨୦୧୪: ହସୀ ତୋ ଫସି
  • ୨୦୧୪: ଦାବତ-ଏ-ଇସ୍କ
  • ୨୦୧୪ : କିଲ୍ ଦିଲ୍
  • ୨୦୧୫: ମ୍ୟାନ୍ସ ୱାରଲ୍ଡ
  • ୨୦୧୬: ଢିସୁମ୍
  • ୨୦୧୭: ମେରି ପ୍ୟାରୀ ବିନ୍ଦୁ
  • ୨୦୧୭: ଗୋଲ୍‌ମାଲ୍ ଏଗେନ୍
  • ୨୦୧୮: ନମସ୍ତେ ଇଂଲଣ୍ଡ
  • ୨୦୧୯: ସନ୍ଦୀପ ୱର୍ ପିଙ୍କି ଫରାର୍
  • ୨୦୧୯: କେଶରୀ

ଦୂରଦର୍ଶନ[ସମ୍ପାଦନା]

୨୦୧୪: ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର କି ଖୋଜ୍ (Mentor)

ଆଧାର[ସମ୍ପାଦନା]

  1. Coutinho, Natasha (2 September 2013). "Chopra family thrilled". Deccan Chronicle. Retrieved 3 April 2017.
  2. "Parineeti Chopra has made her name in Bollywood doing author-backed roles. Now, she is focussing on changing her image".
  3. "Birthday Bells". Dainik Bhaskar. Retrieved 3 April 2017.
  4. Bhattacharya, Budhaditya (22 June 2012). "Films for real!". The Hindu. Archived from the original on 27 August 2012. Retrieved 3 April 2017.
  5. ୫.୦ ୫.୧ "Parineeti Chopra: Who is she?". India Today. 11 April 2012. Archived from the original on 15 April 2016. Retrieved 3 April 2017.
  6. "Here's Priyanka Chopra's another cousin on the block!". India Today. 5 June 2012. Retrieved 3 April 2017.
  7. Sharma, Amrapali (10 February 2012). "Parineeti Chopra blindly follows Priyanka". The Times Of India. Archived from the original on 13 February 2012. Retrieved 3 April 2017.
  8. "Priyanka's family thrilled". The Tribune. 1 December 2000. Archived from the original on 21 November 2013. Retrieved 3 April 2017.
  9. "Here's Priyanka Chopra's another cousin on the block!". India Today. 5 June 2012. Retrieved 3 April 2017.
  10. "Ladies vs Ricky Bahl gets mixed reviews from film critics". Oneindia. 10 December 2011. Archived from the original on 22 February 2014. Retrieved 3 April 2017.
  11. "New Releases Poor Opening Ladies V Ricky Bahl Decent First Week". Box Office India. 17 December 2011. Archived from the original on 3 April 2017. Retrieved 3 April 2017. {{cite web}}: |archive-date= / |archive-url= timestamp mismatch; 25 ଅପ୍ରେଲ 2012 suggested (help)

ଅଧିକ ତ‌ଥ୍ୟ[ସମ୍ପାଦନା]