ଏନୋକ୍ସାପାରିନ ସୋଡ଼ିଅମ

ଉଇକିପିଡ଼ିଆ‌ରୁ
ଏନୋକ୍ସାପାରିନ ସୋଡ଼ିଅମ
Clinical data
Trade namesLovenox, Clexane, Xaparin, others
AHFS/Drugs.commonograph
MedlinePlusa696006
data
Pregnancy
category
  • B
Routes of
administration
subcutaneous (SC), intravenous (IV)
ATC code
Legal status
Legal status
Pharmacokinetic data
Elimination half-life4.5 hours
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
  • none
UNII
KEGG
ChEMBL
ECHA InfoCard100.029.698 Edit this at Wikidata
Chemical and physical data
Formula(C26H40N2O36S5)n
Molar mass4500 g/mol (average)
 ☒NcheckY (what is this?)  (verify)

ଏନୋକ୍ସାପାରିନ ସୋଡ଼ିଅମ (ଇଂରାଜୀ ଭାଷାରେ Enoxaparin sodium, ବିକ୍ରୟ ନାମ ଲୋଭେନ‌କ୍ସ) ଏକ ଆଣ୍ଟିକୋଆଗୁଲାଣ୍ଟ (blood thinner) ବା ସ୍କନ୍ଧନରୋଧୀ ଔଷଧ । ଏହା ଡିପ ଭେନ ଥ୍ରମ୍ବୋସିସ (deep vein thrombosis) ଓ ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ରୋଗମାନଙ୍କର ଚିକିତ୍ସା ଓ ପ୍ରତିଷେଧକ ଭାବରେ ଗର୍ଭାବସ୍ଥାରେ ଦିଆଯାଇପାରେ; କେତେକ ଅପରେଶନ କଲାବେଳେ ମଧ୍ୟ ଦିଆଯାଏ । ହୃଦ୍‌ଘାତଆକ୍ୟୁଟ କରୋନାରି ସିଣ୍ଡ୍ରୋମରେ (acute coronary syndrome ବା ACS) ମଧ୍ୟ ଦିଆଯାଏ । ଏହା ଚର୍ମତଳ ଇଞ୍ଜେକସନ (injection just under the skin) ବା ଶିରାଭ୍ୟନ୍ତର ଇଞ୍ଜେକସନ (into a vein) ଆକାରରେ ଦିଆଯାଏ ।[୧] ବୃକ୍‌କ ଡାଏଲିସିସ (kidney dialysis machines) ବ୍ୟବ‌ହାର କଲାବେଳେ ମଧ୍ୟ ଦିଆଯାଏ ।[୨]

ଏନୋକ୍ସାପାରିନ ସୋଡ଼ିଅମର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଜ୍ୱର ଓ ଗୋଡ଼ଫୁଲା (swelling of the legs) ଆଦି ଲକ୍ଷଣ ଦେଖାଯାଇପାରେ । ଲମ୍ବର ପଙ୍କଚର (spinal tap) କରାଯାଇଥିଲେ ରକ୍ତସ୍ରାବ ଅତ୍ୟଧିକ ହୋଇପାରେ । ଗର୍ଭାବସ୍ଥାରେ ଏହି ଔଷଧ ଶିଶୁପ୍ରତି ନିରାପଦ ରହେ । ଏହା ଅଳ୍ପ ମଲିକୁଲାର ୱେଟ (low molecular weight heparin ) ଶ୍ରେଣୀର ଏକ ଔଷଧ ।[୧]

ସନ ୧୯୮୧ରେ ଏନୋକ୍ସାପାରିନ ପ୍ରଥମେ ତିଆରି ହୋଇ ସନ ୧୯୯୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩][୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୧.୯୦ରୁ ୧୦.୮୦ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୪.୧୩ ଆମେରିକୀୟ ଡଲାର । [୬] ହେପାରିନରୁ ଏନୋକ୍ସାପାରିନ ପ୍ରସ୍ତୁତ କରାଯାଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Enoxaparin Sodium". The American Society of Health-System Pharmacists. Retrieved 8 December 2016.
  2. "Clexane Forte Syringes - Summary of Product Characteristics (SPC) - (eMC)". www.medicines.org.uk. 6 August 2015. Retrieved 15 December 2016.
  3. ୩.୦ ୩.୧ Network, Northern Neonatal (2008). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ). John Wiley & Sons. p. 96. ISBN 9780470750353.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Enoxaparin". International Drug Price Indicator Guide. Retrieved 8 December 2016.[permanent dead link]
  6. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 15 December 2016.