ସ୍ଟ୍ରେପ୍ଟୋକାଇନେଜ

ଉଇକିପିଡ଼ିଆ‌ରୁ
ସ୍ଟ୍ରେପ୍ଟୋକାଇନେଜ
Complex of catalytic domain of human plasmin and streptokinase
Clinical data
AHFS/Drugs.com
Pregnancy
category
  • US: C (Risk not ruled out)
Routes of
administration
intravenous
ATC code
Identifiers
CAS Number
DrugBank
ECHA InfoCard100.029.667 Edit this at Wikidata
Chemical and physical data
FormulaC2100H3278N566O669S4
Molar mass47,286.7

ସ୍ଟ୍ରେପ୍ଟୋକାଇନେଜ (ଇଂରାଜୀ ଭାଷାରେ Streptokinase ବା SK) ଏକ ଥ୍ରୋମ୍ବୋଲାଇଟିକ ଔଷଧ (thrombolytic) ଓ ଏଞ୍ଜାଇମ (enzyme) ।[୧] ହୃଦ୍‌ଘାତ, ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ଆର୍ଟେରିଆଲ ଥ୍ରୋମ୍ବୋଏମ୍ବୋଲିଜ୍ମ (arterial thromboembolism) ରୋଗମାନଙ୍କରେ ଜମାଟ ହୋଇଥିବା ରକ୍ତ (ଆରଞ୍ଚ ବା କ୍ଲଟ) ନଷ୍ଟ ବା ଥ୍ରୋମ୍ବୋଲାଇସିସ (break down clots) କରିବା ନିମନ୍ତେ ଏହି ଔଷଧ ବ୍ୟବ‌ହାର କରାଯାଏ ।[୨] ଏସଟି ଏଲିଭେସନ ମାୟୋକାର୍ଡ଼ିଆଲ ଇନଫାର୍କସନ (ST elevation myocardial infarction ବା STEMI) , ଏକ ପ୍ରକାର ହୃଦ୍‌ଘାତରେ ଏହି ଔଷଧ ଦିଆଯାଏ ।[୩] ଶିରାଭ୍ୟନ୍ତରରେ ଇଞ୍ଜେକସନ (injection into a vein) ଆକାରରେ ଏହି ଔଷଧ ଦିଆଯାଏ ।[୨]

ସ୍ଟ୍ରେପ୍ଟୋକାଇନେଜର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ରକ୍ତସ୍ରାବ, ନିମ୍ନ ରକ୍ତଚାପ (low blood pressure) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଆଦି ଦେଖାଯାଏ ।[୨] ଜଣେ ମଣିଷର ଜୀବନ‌କାଳ ମଧ୍ୟରେ ଏହା ଦ୍ୱିତୀୟ ବାର ଦେବାକୁ ସୁପାରିସ କରାଯାଏନାହିଁ ।[୨] ଗର୍ଭାବସ୍ଥାରେ ଏହି ଔଷଧ କୌଣସି କ୍ଷତି କରିବା ଇତିହାସ ନ ଥିଲେ ମଧ୍ୟ ଏହା ଉପରେ ଯଥେଷ୍ଟ ଅନୁଶୀଳନ ହୋଇନାହିଁ ।[୪] ସ୍ଟ୍ରେପ୍ଟୋକାଇନେଜ ଏକ ଆଣ୍ଟିଥ୍ରୋମ୍ବୋଟିକ (antithrombotic) ଶ୍ରେଣୀର ଔଷଧ ଯାହା ଫିବ୍ରିନୋଲାଇଟିକ ସିସ୍ଟମକୁ (fibrinolytic system) ସକ୍ରିୟ କରିଦିଏ ।[୩]

ସନ ୧୯୩୩ରେ ସ୍ଟ୍ରେପ୍ଟୋକାଇନେଜ ବିଟା ହେମୋଲାଇଟିକ ସ୍ଟ୍ରେପ୍ଟୋକୋକସ (Beta hemolytic streptococci) ଜୀବାଣୁରୁ ଆବିଷ୍କୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୩୦ରୁ ୧୩୮ ଆମେରିକୀୟ ଡଲାର ଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅଧୁନା ବ୍ୟବସାୟିକ ସୂତ୍ରରେ ମିଳୁନାହିଁ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ Sikri N, Bardia A (2007). "A history of streptokinase use in acute myocardial infarction". Texas Heart Institute Journal. 34 (3): 318–27. PMC 1995058. PMID 17948083.
  2. ୨.୦ ୨.୧ ୨.୨ ୨.୩ WHO Model Formulary 2008 (PDF). World Health Organization. 2009. p. 291-292. ISBN 9789241547659. Retrieved 8 December 2016.
  3. ୩.୦ ୩.୧ "Streptokinase 1,500,000 iu - Summary of Product Characteristics (SPC) - (eMC)". www.medicines.org.uk. 1 July 2015. Archived from the original on 20 December 2016. Retrieved 14 December 2016.
  4. "Streptokinase Use During Pregnancy | Drugs.com". www.drugs.com. Retrieved 14 December 2016.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Streptokinase". International Drug Price Indicator Guide. Archived from the original on 8 January 2016. Retrieved 28 November 2015.
  7. "streptokinase (Intravenous route, Intracoronary route)". Truven Health Analytics. Retrieved 28 November 2015.