ପେନିସିଲାମିନ

ଉଇକିପିଡ଼ିଆ‌ରୁ
ପେନିସିଲାମିନ
Clinical data
Trade namesCuprimine, Cuprenyl, Depen, others
AHFS/Drugs.commonograph
Pregnancy
category
  • AU: D
  • US: D (Evidence of risk)
Routes of
administration
by mouth (capsules)
ATC code
Legal status
Legal status
Pharmacokinetic data
BioavailabilityVariable
Metabolismliver
Elimination half-life1 hour
Excretionkidney
Identifiers
  • (2S)-2-amino-3-methyl-3-sulfanylbutanoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.136 Edit this at Wikidata
Chemical and physical data
FormulaC5H11NO2S
Molar mass149.212 g/mol
3D model (JSmol)
  • CC(C)([C@H](C(=O)O)N)S
  • InChI=1S/C5H11NO2S/c1-5(2,9)3(6)4(7)8/h3,9H,6H2,1-2H3,(H,7,8)/t3-/m0/s1 checkY
  • Key:VVNCNSJFMMFHPL-VKHMYHEASA-N checkY
  (verify)

ପେନିସିଲାମିନ (ଇଂରାଜୀ ଭାଷାରେ Penicillamine, ବିକ୍ରୟ ନାମ କୁପ୍ରିମିନ/Cuprimine) ଏକ ଔଷଧ ଯାହା ଉଇଲସନ ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ ।[୧] ସିସ୍ଟିନୁରିଆ (high urine cystine levels) ଥିବା ରୋଗୀର ବୃକ୍‌କାସ୍ମରୀ (ବୃକ୍‌କରେ ପଥର ରୋଗ) (kidney stones), ରିଉମାଟଏଡ ଆର୍ଥ୍ରାଇଟିସ, ତମ୍ବା ବିଷକ୍ରିୟା (copper poisoning) ଓ ସୀସା ବିଷକ୍ରିୟା ଇତ୍ୟାଦି ରୋଗମାନଙ୍କରେ ଏହି ଔସଧ ଦିଆଯାଇପାରେ ।[୧][୨] ଏହା ପାଟିରେ ଦିଆଯାଏ ।[୨]

ପେନିସିଲାମିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ଅଇ, ତରଳ ଝାଡ଼ା, ରାସ୍ ଓ ଲିଉକିପିନିଆ (କମ ଶ୍ୱେତ ରକ୍ତ କଣିକା) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଅନ୍ୟାନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems), ଓବଲିଟରେଟିଭ ବ୍ରୋଙ୍କିଓଲାଇଟିସ (obliterative bronchiolitis) ଓ ମ୍ୟାସ୍ଥେନିଆ ଗ୍ରାଭିସ ଇତ୍ୟାଦି ରୋଗ ହୋଇପାରେ ।[୧] ଲୁପସ ଏରିଦେମାଟୋସସ୍ (lupus erythematosus) ରୋଗୀଙ୍କୁ ଏହି ଔଷଧ ଦିଆଯାଏ ନାହିଁ ।[୨] ଗର୍ଭାବସ୍ଥାରେଏହା ଶିଶୁ ପ୍ରତି ବିପଦ ସୃଷ୍ଟି କରିପାରେ । [୨] ପେନିସିଲାମିନ ଏକ ଚିଲେଟର (binding heavy metals) ଭଳି କାମକରିବା ଫଳରେ ଓଜନିଆ ଧାତୁ ପରିସ୍ରାରେ ବାହାରିଯାଏ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ପେନିସିଲାମିନ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୫୫ରୁ ୧.୨୦ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହର ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାରରୁ ଅଧିକ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Penicillamine". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ ୨.୨ ୨.୩ WHO Model Formulary 2008 (PDF). World Health Organization. 2009. p. 64, 592. ISBN 9789241547659. Retrieved 8 December 2016.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Penicillamine". International Drug Price Indicator Guide. Retrieved 8 December 2016.[permanent dead link]
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 471. ISBN 9781284057560.